• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଏକ ଘରୋଇ ସଂସ୍ଥାର ଅଡିଟର ଭାବେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ । ଗତ ଶୁକ୍ରବାରରେ ଆକ୍ରମଣ ହୋଇଥିଲା । ତେବେ ଏହି ଆକ୍ରମଣରେ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ପାଞ୍ଚଜଣ ଅଭିଯୁକ୍ତଙ୍କୁ ଗିରଫ କରିନେଇଛି । ଗିରଫ ହୋଇଥିବା ପାଞ୍ଚ ଜଣଙ୍କ ମଧ୍ୟରୁ ଦୁଇଜଣ ଅଡିଟରଙ୍କ ସହକର୍ମୀ ହୋଇଥିବା ବେଳେ ମାଡ ମାରିବା ପାଇଁ ବାକିମାନଙ୍କୁ ନିୟୋଜିତ କରିଥିଲେ ବୋଲି ପୋଲିସ ତରଫରୁ ସୂଚନା ।

ଏହି ଆକ୍ରମଣର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ତେବେ ଘଟଣାଟି ବେଙ୍ଗାଲୁରୁରେ ଘଟିଥିବା ଜଣା ପଡ଼ିଛି । ଭିଡିଓ ଅନୁସାରେ ଅଭିଯୁକ୍ତମାନେ କଲ୍ୟାଣ ନଗର ନିକଟ ରିଙ୍ଗରୋଡରେ ଲୁହା ରଡ ସାହାଯ୍ୟରେ ମାଡ ମାରୁଛନ୍ତି । ଅଡିଟର ଜଣକ ହେଲେ ସୁରେଶ ।

ପୋଲିସର ସୂଚନାନୁସାରେ, ସୁରେଶ ବେଙ୍ଗାଲୁରୁରେ ଏକ ଦୁଗ୍ଧ ଉତ୍ପାଦ କମ୍ପାନୀରେ ଅଡିଟର ଭାବରେ କାର୍ଯ୍ୟ କରନ୍ତି । ଅନ୍ୟପଟେ ପୋଲିସ ଦ୍ୱାରା ଗିରଫ ହୋଇଥିବା ଲୋକଙ୍କ ମଧ୍ୟରେ ଉମାଶଙ୍କର ଏବଂ ବିନେଶ ମଧ୍ୟ ତାଙ୍କ ସହ କମ୍ପାନୀରେ କାର୍ଯ୍ୟ କରୁଥିବା ଜଣାପଡ଼ିଛି । ତଦନ୍ତ ବେଳେ ଅଭିଯୁକ୍ତ ମାନେ ମାଡ଼ ମାରିଥିବା କଥା ସ୍ୱୀକାର କରିଛନ୍ତି ।

ଘଟଣା ଅନୁସାରେ ସୁରେଶ ନିଜ ସହକର୍ମୀ ଦ୍ୱୟଙ୍କୁ ଅଧିକ କାମ କରାଉଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଉଭୟ ଅନ୍ୟ ଗୁଣ୍ତାମାନଙ୍କୁ ଡାକି ସୁରେଶଙ୍କ ମାଡ଼ ମାରିଥିଲେ । ଅଭିଯୁକ୍ତ କହିଛନ୍ତି ଯେ ସୁରେଶ ଏକ ବର୍ଷ ପୂର୍ବେ କମ୍ପାନୀରେ ଯୋଗ ଦେଇଥିଲେ ଓ ସେ ନିଜ କାମକୁ ନେଇ ବେଶ କଠୋର ଥିଲେ । ସହକର୍ମୀମାନଙ୍କ ଉପରେ ମଧ୍ୟ ସେ ବେଶ ପ୍ରେସର ଦେଉଥିଲେ ।

ଉକ୍ତ ସହକର୍ମୀ ଦ୍ୱୟ ନିଜ କାମ ଠିକ ଭାବେ ଶେଷ କରିନଥିଲେ । ଏହାକୁ ନେଇ ସୁରେଶ ଉପରିସ୍ଥ ଅଫିସରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ କମ୍ପାନୀ ଉମାଶଙ୍କର ଏବଂ ବିନେଶଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଏହାକୁ ନେଇ କର୍ମଚାରୀ ଦ୍ୱୟ ସୁରେଶଙ୍କ ଉପରେ ରାଗ ରଖିଥିଲେ ଓ ପରେ ତାଙ୍କୁ ମାଡ଼ ମାରିଥିଲେ । ପରେ ଏହାର ଏକ ଭିଡିଓ ଭାଇରାଲ ହେବା ପରେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା । ଏନେଇ ଅଧିକ ତଦନ୍ତ ଜାରି ରହିଛି ।