/odishatv-khabar/media/post_attachments/uploadimage/library/16_9/16_9_0/IMAGE_1712401208.jpg)
Alexa to save herself
ଚର୍ଚ୍ଚାରେ ଆଲେକ୍ସା । ଏବେ ଦୁଇ ଛୋଟ ପିଲାଙ୍କ ଜୀବନ ବଞ୍ଚାଇ ଚର୍ଚ୍ଚାରେ ଆଲେକ୍ସା । ୧୩ ବର୍ଷର ଝିଅ ନିକିତା ଓ ପାଖରେ ଥିଲା କୁନି ଝିଆରୀ । ଘରକୁ ପଶିଆସିଲା ମାଙ୍କଡ । ହେଲେ ମାଙ୍କଡଠାରୁ ଦୁହିଁଙ୍କ ଜୀବନ ବଞ୍ଚାଇ ଥିଲା ଆଲେକ୍ସା ।
ଘଟଣାଟି ଉତ୍ତରପ୍ରଦେଶର ବସ୍ତା ଜିଲ୍ଲାରରେ ଘଟିଛି । ନିକିତା ବଡ ଭଉଣୀ ଘରକୁ ଯାଇଥିଲେ । ସେଠାରେ ନିଜ କୁନି ଝିଆରୀ ସହ ଘରେ ବସିଥିଲେ । ଅନ୍ୟମାନେ ଅନ୍ୟ ରୁମରେ ବସିଥିଲେ । ହଠାତ୍ ରୋଷେଇ ଘର ଝରକା ପଟେ ଏକ ବଡ ମାଙ୍କଡ ପଶି ଆସିଥିଲା । ବାସନକୁଶନ ଫିଙ୍ଗିବା ସହ ଦୁଇ ଝିଅଙ୍କ ଆଡକୁ ମାଡ଼ି ଆସିଥିଲା ।
କିପରି କାମ କରିଥିଲା ଆଲେକ୍ସା ?
ଏତିକି ବେଳେ ନିକିତାଙ୍କ ଆଖି ପଡିଥିଲା ଫ୍ରିଜ୍ ଉପରେ ରଖାଯାଇଥିବା ଆଲେକ୍ସା ଡିଭାଇସ୍ ଉପରେ । ସାଙ୍ଗେ ସାଙ୍ଗେ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ନିକିତା ଆଲେକ୍ସାକୁ କୁକୁର ଭଳି ଭୁକିବାକୁ କମାଣ୍ଡ ଦେଇଥିଲେ । ଫଳରେ ଆଲେକ୍ସା ଅବିକଳ କୁକୁର ଭଳି ଶବ୍ଦ କରିଥିଲା । ଏଥିରେ ଭୟଭୀତ ହୋଇ ମାଙ୍କଡ ସେହି ଝରକା ପଟେ ପଳେଇ ଯାଇଥିଲେ ।
#WATCH | Uttar Pradesh: A girl named Nikita in Basti district saved her younger sister and herself by using the voice of the Alexa device when monkeys entered their home.
Nikita says, "A few guests visited our home and they left the gate open. Monkeys entered the kitchen and… pic.twitter.com/hldLA0wvZS
— ANI UP/Uttarakhand (@ANINewsUP) April 6, 2024
ନିକିତାଙ୍କ ଊପସ୍ଥିତ ବୁଦ୍ଧି ଯୋଗୁଁ ନିକିତା ଓ ତାଙ୍କ କୁନି ଝିଆରୀର ଜୀବନ ରକ୍ଷା ହେଲା । କିନ୍ତୁ ଆଲେକ୍ସା ଯେ ଏତେ ଉପକାରୀ ତା ଜାଣି ତାଙ୍କ ଘର ଲୋକ ଆଶ୍ଚର୍ଯ୍ୟ ହୋଇଥିଲେ । ଏହି ଘଟଣା ପରେ ସୋସିଆଲ ମିଡିଆରେ ଅଙ୍କିତା ଓ ଆଲେକ୍ସାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
#WATCH | Nikita's mother says, "We were sitting in the room, the gate was open when the girl called me. When I came and saw that monkeys were in the kitchen and scaring her I called Nikita, and she used her mind and asked Alexa to play the sound of a dog. Because of that barking… pic.twitter.com/gzBGr3P004
— ANI UP/Uttarakhand (@ANINewsUP) April 6, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)