ରାଷ୍ଟ୍ରପତିଙ୍କ ସଂପର୍କରେ ଅସମ୍ମାନସୂଚକ ଶବ୍ଦ ପ୍ରୟୋଗ ପାଇଁ ସ୍ବାଧୀନ ସାଂସଦ ତଥା କଂଗ୍ରେସ ସମର୍ଥକ ପପ୍ପୁ ଯାଦବଙ୍କ ବିରୋଧରେ ମଧ୍ୟ ବିଜେପି ସାଂସଦ ମାନଙ୍କ ପକ୍ଷରୁ ସ୍ବାଧୀକାର ଭଙ୍ଗ ନୋଟିସ୍ ଅଣାଯାଇଛି ।
ଦିଲ୍ଲୀର ଛାତ୍ରଛାତ୍ରୀଙ୍କ ସହ କଥା ହେବା ଛଳରେ ଦିଲ୍ଲୀ ସରକାରର ଶିକ୍ଷା ମଡେଲର କଡ଼ା ସମାଲୋଚନା କରିଛନ୍ତି। କହିଛନ୍ତି, ନିଜ ଛବି ବଞ୍ଚାଇବାକୁ ଦଶମରେ ପାସ୍ ପ୍ରତିଶତ କମିଯିବା ଡରରେ କମ୍ ମାର୍କ ଆଣୁଥିବା ପିଲାଙ୍କୁ ଦଶମ ଶ୍ରେଣୀକୁ ଯିବାକୁ ଦେଉନି ଦିଲ୍ଲୀ ସରକାର।
ନିଜ ଶାଳୀକୁ ମାରିବା ପାଇଁ ଯୋଜନା କରିଥିଲା ଭିଣୋଇ । ଏଥିପାଇଁ ସେ ୪୦ହଜାର ଟଙ୍କା ଲୋନ୍ କରିଥିଲା ।
ମଲାବେଳେ ବାପା ମୁହଁରେ ପୁଅ ନିଆଁ ଦେବାର ବିଧି ରହିଛି। ତେବେ ମଧ୍ୟ ପ୍ରଦେଶରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣଙ୍କ ହୃଦୟ ଥରିଯିବ। ବାପାଙ୍କ ମୃତ୍ୟୁ ପରେ ବିବାଦ କାରଣରୁ ଶବକୁ ଦୁଇଖଣ୍ଡ କରି କାଟି ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ କରିବାକୁ ଚେଷ୍ଟା କରିଥିଲେ ଦୁଇ ଭାଇ।
ପ୍ରୟାଗରାଜରେ ଚାଲିଛି ମହା କୁମ୍ଭମେଳା। ଏଠାକୁ ଦେଶ ତଥା ଦେଶ ବାହାରୁ କୋଟି କୋଟି ଶ୍ରଦ୍ଧାଳୁ ଆସୁଛନ୍ତି। ହିନ୍ଦୁ ଧର୍ମ ପ୍ରତି ଆକର୍ଷତ ହୋଇ ମେଳା ବୁଲିବାକୁ ରୁଷିର ଏହି ଯୁବତୀ ଜଣକଙ୍କ ମଧ୍ୟ ଆସିଥିଲେ। ଏତିକି ବେଳେ ସେ ଭେଟିଥିଲେ ଜଣେ ଅଘୋରୀ ବାବାଙ୍କୁ। ପ୍ରଥମ ଦେଖାରେ ହିଁ ବାବାଙ୍କ ପ୍ରେମରେ ପଡିଯାଇଥିଲେ ବିଦେଶିନୀ।
ଡାକ୍ତର ବାବୁଙ୍କ ଅନୁରୋଧ କ୍ରମେ ଅନେକ ଟ୍ରଷ୍ଟ ରୋଗୀଙ୍କୁ ଅସ୍ତ୍ରୋପଚାରରେ ବ୍ୟବହୃତ ଯନ୍ତ୍ରପାତି ମାଗଣାରେ ଯୋଗାଇବାକୁ ରାଜି ହୋଇଥିଲେ। ଯନ୍ତ୍ରପାତି ଉପଲବ୍ଧ ହେବା ପରେ ମନୀଷ ନିଜ ଡାକ୍ତରଖାନାରେ ରୋଗୀମାନଙ୍କ ପାଇଁ ମାଗଣା ଅସ୍ତ୍ରୋପଚାର ଆରମ୍ଭ କରିଥିଲେ। ଅସ୍ତ୍ରୋପଚାର ପାଇଁ ମନୀଷଙ୍କୁ ଅନ୍ୟ ଡାକ୍ତରଙ୍କ ସାହାଯ୍ୟ ମଧ୍ୟ ଆବଶ୍ୟକ ଥିଲା।
ତୀର୍ଥଯାତ୍ରୀମାନେ ମହାରାଷ୍ଟ୍ରର ତ୍ରିମ୍ବକେଶ୍ୱରରୁ ଗୁଜରାଟର ଦ୍ୱାରିକା ଅଭିମୁଖେ ଯାଉଥିଲେ। ସାପୁତାରା ହିଲ୍ ଷ୍ଟେସନ ନିକଟରେ ବସ୍ଟି ଭାରସାମ୍ୟ ହରାଇ ଖାଲକୁ ଖସି ପଡ଼ିଥିଲା।
ଆଜି ଶେଷ ଦିନରେ ଜୋରଦାର ପ୍ରଚାର କରିବେ ସବୁ ଦଳ। ସକାଳୁ ସନ୍ଧ୍ୟା ଯାଏ ଜନସଭା, ରାଲି, ରୋଡ ଶୋ, ପଦଯାତ୍ରା, ଜନସଂପର୍କ ଯାତ୍ରାରେ ପ୍ରଚାର ରାଜନୀତି ସରଗରମ ରହିବ।
ମୌନୀ ଅମାବାସ୍ୟାରେ ଦଳା ଚକଟା ପରେ ଅମୃତ ସ୍ନାନ ପାଇଁ ଉତ୍ତରପ୍ରଦେଶ ସରକାର ବ୍ୟାପକ ବନ୍ଦୋବସ୍ତ କରିଛନ୍ତି। ଯେଭଳି କୌଣସି ଦଳାଚକଟା ଭଳି ସ୍ଥିତି ନଉପୁଜିବ ସେଥିପାଇଁ ୱାନ୍ ୱେ ବ୍ୟବସ୍ଥା କରାଯାଇଛି।
ଜାଣନ୍ତୁ ମହାକୁମ୍ଭ ମେଳାରେ ବୁଲୁଥିବା ବାଇକ୍ ବାବାଙ୍କ ବିଷୟରେ....
ଅର୍ଥନୀତି ବିଶାରଦଙ୍କ କହିବା ଅନୁସାରେ ଏବେ ଦେଶରେ ଥିବା ଆୟକର ଆଇନ ପୁରୁଣା ହେଲାଣି ଏବଂ ଅଧିକ ଜଟିଳ ହୋଇଥିବାରୁ ଅନେକ ସମୟରେ ବହୁ ପରିମାଣର ଆୟକର ମାମଲା ବିବାଦରେ ଫସି ରହୁଛି। ଆୟକର ପ୍ରକ୍ରିୟାକୁ ଆହୁରି ସ୍ବଚ୍ଛ, ସରଳ ଓ ସହଜ କରିବାର ଆବଶ୍ୟକତା ଥିବାରୁ ସରକାର ଏବେ ନୂଆ ବିଲ୍ ଆଣିବାକୁ ଯାଉଛନ୍ତି।
ଭାରତ-ଇଂଲଣ୍ଡ ବାରବାଟୀ ଦିନିକିଆ ପାଇଁ ଅନଲାଇନ ଟିକେଟ୍ ବିକ୍ରି। ୱେଟିଂ ନମ୍ବରକୁ ନେଇ ବହୁ କ୍ରିକେଟପ୍ରେମୀ ନିରାଶ। ୪ ହଜାର ଟିକେଟ କିଣିବାକୁ ୱେଟିଂ ତାଲିକାରେ ୪୦ ହଜାର ଉପରେ ପ୍ରଶଂସକ।
ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଭବନରେ ହେବ ବିବାହର ଆୟୋଜନ । ରାଷ୍ଟ୍ରପତିଙ୍କ ପିଏସଓ ଭାବେ କାର୍ଯ୍ୟରତ ସିଆରପିଏଫର ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ପୁନମ ଗୁପ୍ତାଙ୍କ ବିବାହ ପାଇଁ ରାଷ୍ଟ୍ରପତି ଭବନରେ ଜୋରଦାର ଆୟୋଜନ ଚାଲିଛି ।
କର୍ଣ୍ଣାଟକରେ ସ୍ଥାନୀୟ ସରକାରଙ୍କ ଐତିହାସିକ ନିଷ୍ପତ୍ତି। ଦେଶର ପ୍ରଥମ ରାଜ୍ୟ ଭାବେ ରାଇଟ ଟୁ ଡାଏ ଆକ୍ଟ ୱିଥ ଡିଗନିଟି ତଥା ସମ୍ମାନର ସହ ଇଚ୍ଛାମୃତ୍ୟୁ ଅଧିକାରକୁ ଲାଗୁ କରିଛନ୍ତି କର୍ଣ୍ଣାଟକ ସରକାର।
ବ୍ୟୟବରାଦ ଅନୁସାରେ ଗଡିବ ୧୦୦ଟି ନୂଆ ଅମୃତ ଭାରତ ଟ୍ରେନ୍। ୨୦୦ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍ ଏବଂ ୫୦ ଟି ନୂଆ ନମୋ ଭାରତ ଟ୍ରେନ୍ ଚାଲିବ। ଆଗକୁ ୧ ହଜାର ନୂଆ ବ୍ରିଜ୍ ଓ ଅଣ୍ଡରପାସ୍ ନିର୍ମାଣ କରିବାକୁ ଲକ୍ଷ୍ୟ ରହିଛି।
ମତଦାନର ମାତ୍ର ୫ ଦିନ ପୂର୍ବରୁ ଦିଲ୍ଲୀରେ ଶାସକ ଦଳରେ ଥିବା ଆମ ଆଦମୀ ପାର୍ଟିର ଆଠ ଜଣ ବିଧାୟକ ଦଳରୁ ଇସ୍ତଫା ଦେବା ପରେ ଆଜି ବିଜେପିରେ ସାମିଲ୍ ହୋଇଛନ୍ତି। ଦିଲ୍ଲୀ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ଆପର ଏହି ୮ ବିଧାୟକ।
ଆର୍ଥିକ ବିକାଶ ଲାଗି କୃଷି, MSME, ପୁଞ୍ଜିନିବେଶ ଓ ରପ୍ତାନି ଭଳି ୪ଟି ଦିଗକୁ ଗ୍ରୋଥ୍ ଇଞ୍ଜିନ୍ ବା ଅଭିବୃଦ୍ଧିର ଇଞ୍ଜିନ୍ ଭାବେ ବିବେଚନା କରିଛନ୍ତି ସରକାର। ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ଘୋଷଣା ହୋଇଥିବା ବେଳେ ଯୁବକଙ୍କୁ MSME ଦ୍ବାରା ଅଧିକ ନିଯୁକ୍ତି ଦେବା ନେଇ ହୋଇଛି ବ୍ୟବସ୍ଥା।
ଏଣିକି ବ୍ୟକ୍ତିଗତ ଆୟକରଦାତାଙ୍କୁ ସେମାନଙ୍କ ବାର୍ଷିକ ୧୨ ଲକ୍ଷ ଟଙ୍କା ଯାଏଁ ଆୟ ଉପରେ କୌଣସି ଇନକମ୍ ଟ୍ୟାକ୍ସ ଦେବାକୁ ପଡିବନି। ବେତନଭୋଗୀ ଓ ପେନସନରଙ୍କୁ ତ ଆହୁରି ଫାଇଦା। ଷ୍ଟାଣ୍ଡାର୍ଡ ଡିଡକ୍ସନ୍ ୭୫ ହଜାର ଟଙ୍କାକୁ ମିଶାଇ ୧୨ ଲକ୍ଷ ୭୫ ହଜାର ଆୟ ଉପରେ ଦେବାକୁ ହେବନି ଟଙ୍କାଟିଏ ବି ଟିକସ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ସାଧାରଣତଃ ସରକାର ରାଜକୋଷ ଭରିବା କଥା ଚିନ୍ତା କରିଥାନ୍ତି। କିନ୍ତୁ ଏଥର ବଜେଟରେ ନାଗରିକଙ୍କ ପକେଟକୁ ଗୁରୁତ୍ବ ମିଳିଛି।
ଏଥର ବି ବଜେଟରେ ଅନେକ ସାମଗ୍ରୀ ଉପରୁ କଷ୍ଟମ୍ସ ଡ୍ୟୁଟି ହ୍ରାସ କରି ଲୋକଙ୍କୁ ଖୁସି କରିଦେଇଛନ୍ତି ମୋଦି ସରକାର । ଆସନ୍ତୁ ଦେଖିବା ନିର୍ମଳାଙ୍କ ବଜେଟ ପରେ କଣ ହେଲା ଶସ୍ତା ଓ କଣ ମହଙ୍ଗା।
ଯଦି ଆପଣ ବୁଲିବା ପାଇଁ ପସନ୍ଦ କରନ୍ତି ଏବଂ ଆପଣ ପରିବାର ସହିତ କିମ୍ବା ଏକୁଟିଆ ବିଦେଶ ବୁଲିବାକୁ ଚାହୁଁଛନ୍ତି । ତେବେ ଆମେ ଆପଣଙ୍କୁ ବିଶ୍ୱର ସୁନ୍ଦର ଗୁପ୍ତସ୍ଥାନ ବିଷୟରେ କହିବୁ । ଏହି ସ୍ଥାନ ବିଷୟରେ ବହୁତ କମ୍ ଲୋକ ଜାଣନ୍ତି । ଏହି ସ୍ଥାନରେ ଯାତ୍ରା କରିବା, ରହିବା ଏବଂ ଖାଇବା ପାଇଁ ଅନ୍ୟ ଦେଶ ତୁଳନାରେ ଖୁବ୍ କମ ଖର୍ଚ୍ଚ କରିବାକୁ ପଡିଥାଏ ।
ଦୁଇ ଝିଅଙ୍କ ମଧ୍ୟରୁ ଜଣଙ୍କ ବୟସ ୨୫ ଓ ଆଉ ଜଣଙ୍କ ବୟସ ୨୨ ରହିଥିଲା। ଦୁଇ ଝିଅ ମା’ଙ୍କ ଅଚାନକ ମୃତ୍ୟୁରେ ଡିପ୍ରେସନର ଶିକାର ହୋଇଥିବା ବେଳେ ଘର ଖୋଲି ବାହାରକୁ ଆସି ନ ଥିଲେ।
ଆଇଆଇଟିରେ ଆଡମିଶନ ପାଇଁ JEE ପରୀକ୍ଷା ପାଇଁ ପ୍ରସ୍ତୁତ ଛାତ୍ରମାନଙ୍କ ପାଇଁ ଏହା ବହୁତ ଖୁସି ଖବର। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ୫ଟି ଆଇଆଇଟିରେ ଛାତ୍ରଙ୍କ ସଂଖ୍ୟାକୁ ଦ୍ୱିଗୁଣିତ କରିବାକୁ ଘୋଷଣା କରିଛନ୍ତି। ଅବଶ୍ୟ, ଏହି ସୁବିଧା କେବଳ ସେହି ୫ ଆଇଆଇଟି ପାଇଁ ମିଳିବ, ଯାହା ୨୦୧୪ ପରେ ପ୍ରତିଷ୍ଠା ହୋଇଛି।
ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୮ ନକ୍ସଲ । ଗାଙ୍ଗାଲୁରରେ ଗୁଳି ବିନିମୟ ବେଳେ ୮ ନକ୍ସଲ ନିପାତ ହୋଇଥିବା ସୂଚନା।
ପ୍ରତିବର୍ଷ ବଜେଟ୍ ଦିନରେ ନିର୍ମଳା ସୀତାରମଣଙ୍କ ଶାଢି ଲୁକ୍ ଚର୍ଚ୍ଚାରେ ରହିଥାଏ। ଏହି ବର୍ଷ ମଧ୍ୟ ଲୋକମାନେ ତାଙ୍କ ବଜେଟ୍ ଭାଷଣ ସହିତ ତାଙ୍କ ଶାଢି ଲୁକ୍ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ତେବେ ଆସନ୍ତୁ ୨୦୧୯ ରୁ ୨୦୨୫ ପର୍ଯ୍ୟନ୍ତ ତାଙ୍କର ବଜେଟ୍ ଶାଢି ଲୁକ୍ ଉପରେ ନଜର ପକାଇବା।