Advertisment

AAP Mla joined BJP: ଦିଲ୍ଲୀ ବିଧାନସଭା ଭୋଟ୍ ପୂର୍ବରୁ ଆପକୁ ଝଟକା, ବିଜେପିରେ ମିଶିଲେ ୮ ବିଧାୟକ

ମତଦାନର ମାତ୍ର ୫ ଦିନ ପୂର୍ବରୁ ଦିଲ୍ଲୀରେ ଶାସକ ଦଳରେ ଥିବା ଆମ ଆଦମୀ ପାର୍ଟିର ଆଠ ଜଣ ବିଧାୟକ ଦଳରୁ ଇସ୍ତଫା ଦେବା ପରେ ଆଜି ବିଜେପିରେ ସାମିଲ୍ ହୋଇଛନ୍ତି। ଦିଲ୍ଲୀ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ଆପର ଏହି ୮ ବିଧାୟକ।

author-image
Saroj Kumar Jena
Bjp

Bjp

ବିଧାନସଭା ଭୋଟ୍ ପୂର୍ବରୁ ଦିଲ୍ଲୀରେ ଭାଙ୍ଗୁଛି ଆମ୍ ଆଦମୀ ପାର୍ଟି। ମତଦାନର ମାତ୍ର ୫ ଦିନ ପୂର୍ବରୁ ଦିଲ୍ଲୀରେ ଶାସକ ଦଳରେ ଥିବା ଆମ ଆଦମୀ ପାର୍ଟିର ଆଠ ଜଣ ବିଧାୟକ ଦଳରୁ ଇସ୍ତଫା ଦେବା ପରେ ଆଜି ବିଜେପିରେ ସାମିଲ୍ ହୋଇଛନ୍ତି। ଦିଲ୍ଲୀ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ଆପର ଏହି ୮ ବିଧାୟକ।

Advertisment

ଅଧିକ ପଢ଼ନ୍ତୁ: ଆସିଲା ବିଜେପିର ସଂକଳ୍ପ ପତ୍ର; ମହିଳାଙ୍କୁ ମିଳିବ ୨୫୦୦

ଗତକାଲି ଗୋଟିଏ ଦିନରେ ଦଳର ଆଠ ଜଣ ବିଧାୟକ ଇସ୍ତଫା ଦେଇଥିଲେ। ଦଳ ଦୁର୍ନୀତିରେ ବୁଡ଼ିରହିଥିବା ଅଭିଯୋଗ କରି ଏହି ୮ ଜଣ ବିଧାୟକ ଗତକାଲି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ଇସ୍ତଫା ଦେଇଥିବା ୮ ଜଣ ବିଧାୟକ ହେଲେ ପାଲମ୍ ବିଧାୟକ ଭାବନା ଗୌଡ, ଜନକପୁରୀ ବିଧାୟକ ରାଜେଶ ରିଷି, କସ୍ତୁରବା ନଗରର ମଦନଲାଲ, ତ୍ରିଲୋକପୁରୀର ରୋହିତ ମେହରୌଲିଆ, ମେହରୌଲିର ନରେଶ ଯାଦବ, ଆଦର୍ଶ ନଗରର ପବନ ଶର୍ମା, ବିଜବାସନ ବିଧାୟକ ବିଏସ୍ ଜୁନଙ୍କ ସହ ଗିରିଶ ସୋନିଙ୍କ ନାଁ ବି ରହିଛି। ତେବେ ବିଜେପିରେ ମିଶିବା ପରେ ଦିଲ୍ଲୀ ନିର୍ବାଚନ ପ୍ରଭାରୀ ବୈଜୟନ୍ତ କହିଛନ୍ତି, ଡବଲ୍ ଇଞ୍ଜିନ ସରକାର ଆଣିବାକୁ ଦିଲ୍ଲୀବାସୀ ସ୍ଥିର କରିସାରିଛନ୍ତି।

ଆପ୍‌ର ମିଛ କଥା ଶୁଣି ଶୁଣି ଦିଲ୍ଲୀ ଲୋକମାନେ ହତାସ ହୋଇଗଲେଣି। ଯମୁନା ସଫା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ରାସ୍ତା ଠିକ୍‌ କରିବେ ବୋଲି କହିଥିଲେ। ହେଲେ ଆଜି ପର୍ଯ୍ୟନ୍ତ କଲେନାହିଁ। ଏଠାରେ ୨୦୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ସିଏଜି ଧରିଛି। ମଦ, ରାସ୍ତା ଓ ମହଲା କ୍ଲିନିକରେ ବ୍ୟାପକ ଦୁର୍ନୀତି ହୋଇଛି। ଫେକ୍‌ ମେଡିସିନ୍‌ ଯୋଗୁ ଛୋଟଛୋଟ ପିଲାଙ୍କ ମୃତ୍ୟୁ ଘଟୁଛି। ତେଣୁ ଲୋକମାନେ ଚାହୁଁଛନ୍ତି ଡବଲ୍‌ ଇଞ୍ଜିନ ସରକାର ହେଉ। ଲୋକ ଜାଣିଛନ୍ତି, ମୋଦିଜୀଙ୍କ ଗ୍ୟାରେଣ୍ଟି ନିଶ୍ଚିତ ଲାଗୁ ହେବ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି, ଲୋକେ ଚାହୁଁଛନ୍ତି ପରିବର୍ତ୍ତନ। ଆମେ କିଏ? ଆମେ କେବଳ ଲୋକଙ୍କ ପାଖରେ ପହଞ୍ଚୁଛୁ ଓ ମୋଦିଜୀଙ୍କ ଗ୍ୟାରେଣ୍ଟି ବିଷୟରେ ଜଣାଉଛୁ। ଏଠାକାର ଜନତା କଂଗ୍ରେସକୁ ୧୫ ବର୍ଷ ଦେଇଛନ୍ତି। ଅପ୍‌କୁ ୧୨ ବର୍ଷ ଦେଇ ହତାସ ହୋଇଯାଇଛନ୍ତି। ଏଥର ଲୋକମାନେ ମନ ବନାଇ ସାରିଛନ୍ତି ବିଜେପିକୁ ଚାନ୍ସ ଦେବେ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ଅଧିକ ପଢ଼ନ୍ତୁ: ନବ ଦାସ ହତ୍ୟା ମାମଲାକୁ ନେଇ ପୁଣି ତେଜିଲା ରାଜନୀତି, ଦୀପାଳିଙ୍କ କୋର୍ଟକୁ ବଲ୍ ପିଙ୍ଗିଲେ ଆଇନ ମନ୍ତ୍ରୀ

Delhi AAP
Advertisment
Advertisment