ପ୍ରମୁଖ କର୍ପୋରେଟ୍ ସଂସ୍ଥାରେ ଚାକିରି କରିଥିଲେ । ହେଲେ ଆଧ୍ୟାତ୍ମିକତା ଆଡକୁ ସେ ଅଧିକ ଆକର୍ଷିତ ହେଲେ । ଜୀବନକୁ ଖୋଜିବାକୁ ଲାଗିଲେ । ସତ୍ୟର ଅନ୍ୱେଷଣ କରିବାକୁ ଲାଗିପଡିଲେ । ବଦଳିଗଲା ତାଙ୍କ ଜୀବନର ମୋଡ଼ । ହଠାତ୍ ଅଧିକ ଦରମାର ଚାକିରି ଛାଡି ସନ୍ୟାସ ନେଲେ ।
ପ୍ରତି ସଫଳତା ପଛରେ ଥାଏ ସଂଘର୍ଷର କାହାଣୀ । ସେହି ସଂଘର୍ଷର ସୋପାନ ଅତିକ୍ରମ କରି, ୨୦୧୯ ୟୁପିଏସସି ସିଭିଲ୍ ସର୍ଭିସ ପରୀକ୍ଷାରେ ସଫଳତାର ସହ ୩୧ ରାଙ୍କ୍ ହାସଲ କରିଛନ୍ତି ସିମି କରନ ।
ଦିନରେ ମଜୁରୀ ଲାଗୁଥିଲେ ରାତିରେ ପାଠ ପଢ଼ୁଥିଲେ । IITରେ ପଢ଼ିବାର ସୁଯୋଗ ସହ କମାଲ କଲେ ଛାତ୍ର ।
ପ୍ରଥମ ଦିନରୁ ହିଁ ସେ ଭାରି ଦୁଃଖୀ ଜଣାପଡ଼ୁଥିଲେ । କାରଣ ତାଙ୍କ ମନରେ ଗୋଟିଏ ପ୍ରଶ୍ନ ‘ମୁଁ ଚାରି ବର୍ଷ ଏହି କଲେଜ୍ରେ ରହି ପାଠ ପଢ଼ିପାରିବି ତ ?’
ଆଇଆଇଟି ଖଡଗପୁର ଛାତ୍ର ଫୈଜନ ଅହମ୍ମଦ ମୃତ୍ୟୁ ମାମଲା ନୂଆ ମୋଡ଼ ନେଇଛି । ଫୈଜନ ଆତ୍ମହତ୍ୟା କରିନାହାନ୍ତି। ତାଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି।
ବିଜ୍ଞାନ ଓ ପ୍ରଯୁକ୍ତିରେ ଦେଶ ବହୁ ଅଗ୍ରଗତି କଲାଣି । ପ୍ରାୟ ସମସ୍ତ କାମରେ ବର୍ତ୍ତମାନ ରୋବଟର ବ୍ୟବହାର ହେଉଛି । ସରଳ କାମଠାରୁ ଆରମ୍ଭ କରି ଜଟିଳ ପର୍ଯ୍ୟନ୍ତ, ରୋବଟଗୁଡିକ ପ୍ରାୟ ପ୍ରତ୍ୟେକ ଶିଳ୍ପରେ ପ୍ରବେଶ କରି ସାରିଲେଣି । ରୋବଟଙ୍କ ଉପସ୍ଥିତି ପୂରା ଦୁନିଆକୁ ପରିବର୍ତ୍ତନ କରିଦେଲାଣି ।
ରିଟାୟର୍ଡମେଣ୍ଟ ସାଧାରଣତଃ ପ୍ରୌଢ଼ତାର ପ୍ରଥମ ଅଧ୍ୟାୟରେ ନିଆ ଯାଇଥାଏ । ମାତ୍ର ଖେଳାଳିମାନେ ଆଉ ଟିକେ ଶୀଘ୍ର ଅବସର ନେଇ ଥାଆନ୍ତି । କିନ୍ତୁ ଯଦି ଆପଣଙ୍କୁ କୁହାଯିବ ମାତ୍ର ୨୯ ବର୍ଷ ବୟସରେ ଅବସର ନେବାକୁ
ଅବସରପ୍ରାପ୍ତ ସିଆରପିଏଫ ଯବାନ ବିଘ୍ନରାଜ ସାମଲଙ୍କ ଝିଅ ଆରତୀ । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ସଇଁତଲା ବ୍ଲକ ଅଧିନସ୍ଥ ଏକ ଉପାନ୍ତ ଅଞ୍ଚଳରେ ତାଙ୍କ ଘର । ITରେ ଗୋଲଡ଼ ମେଡାଲ ପାଇ ନିଜ ଗାଁ ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ।
ବେକାର ଆଦିବାସୀ ଯୁବକ ଯୁବତୀଙ୍କୁ ଦେଇଛନ୍ତି ନିଯୁକ୍ତି । ଏବେ ପ୍ରତ୍ୟେକ୍ଷ ଓ ପରୋକ୍ଷରେ ୨୦ ଜଣଙ୍କୁ ଏହି ଦୁଇ ବନ୍ଧୁ ଦେଇଛନ୍ତି ନିଯୁକ୍ତି । ସେମାନଙ୍କୁ କରାଇଛନ୍ତି ରୋଜଗାରକ୍ଷମ ।
କଥାରେ ଅଛି, ଯାହାର କାନ ଅଛି ତା’ର ସୁନା ନାହିଁ, ଆଉ ଯାହାର ସୁନା ଅଛି ତା’ର କାନ ନାହିଁ। ଗରିବ ବୁଣାକାର ଘରର ପିଲାଟିଏ। କିନ୍ତୁ ପ୍ରଚଣ୍ଡ ମେଧାବି। JEEରେ ୯୮.୪୨ ନମ୍ବର ରଖିଥିବା ଏହି ପିଲାଟିର କିନ୍ତୁ ଆଗକୁ ବଢ଼ିବାର ବାଟ ବନ୍ଦ ହୋଇଯାଇଛି।
ଜାତୀୟ ଗଣାମାଧ୍ୟମ ଇଣ୍ଡିଆ ଟୁଡ଼େକୁ ଏକ ସାକ୍ଷାତ୍କାର ଦେଇ ସେ କହିଛନ୍ତି ଯେ, ମୁଁ ଇଞ୍ଜିନିୟରିଂ କରିବା ପାଇଁ ଇଚ୍ଛା କରୁନାହିଁ ବରଂ ଅନୁସନ୍ଧାନ ସମ୍ପର୍କିତ ପାଠ୍ୟକ୍ରମ ପାଇଁ ମୋର ଅଧିକ ଆଗ୍ରହ ରହିଛି। ଏହାସହ IISc ବେଙ୍ଗାଲୁରୁରେ ଗଣିତ ଉପରେ ଅଧ୍ୟୟନ କରିବା ପାଇଁ ମୋର ଇଚ୍ଛା ରହିଛି ଏବଂ ସେଥିଲାଗି ମୁଁ ପ୍ରସ୍ତୁତି ମଧ୍ୟ କରୁଛି।
ଗଜପତି : ଅର୍ଥାଭାବରୁ ଅଧୁରା ରହିବ ଆଇଆଇଟି ଇଂଜିନିୟର ହେବାର ସ୍ୱପ୍ନ। ଏଭଳି ଘଟଣା ସାମ୍ନାକୁ ଆସିଛି ଗଜପତି ଜିଲ୍ଲାରୁ। ଖଡ଼ଗପୁର ଆଇଆଇଟିରେ ସିଟ୍ ପାଇ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିବା ରାଜେନ୍ଦ୍ର କୁମାର କୁମ୍ଭ ଆର୍ଥିକ ସଙ୍କଟ ପାଇଁ ପାଠରେ ଡୋରି ବାନ୍ଧିବାକୁ ବସିଛନ୍ତି। ରାଜେନ୍ଦ୍ର ହେଉଛନ୍ତି ଗଜପତି ଜିଲ୍ଲାରୁ ପ୍ରଥମ ଛାତ୍ର ଯିଏକି ଆଇଆଇଟି ଖଡ଼ଗପୁର ଭଳି ଏକ ପ୍ରତିଷ୍ଠିତ ସର୍ବ ଭାରତୀୟ ଶିକ୍ଷାନୁଷ୍ଠାନରେ ପାଠପଢୁଥିଲେ। ରାୟଗଡ଼ ବ୍ଲକ ସ୍ଥିତ ରେମ୍ପି ଗାଁରେ […]