/odishatv-khabar/media/post_attachments/uploadimage/library/16_9/16_9_0/mother_1738409719.jpg)
mother
ମା ନାହିଁ ଯାହାର ସାହା ନାହିଁ ତାହାର ବୋଲି ଲୋକକଥା ରହିଛି। ଏହାର ଉଦାହରଣ ହାଇଦ୍ରାବାଦରେ ଦେଖିବାକୁ ମିଳିଛି। ମା’ର ମୃତ୍ୟୁ ପରେ ଦୁଇ ଭଉଣୀ ଡିପ୍ରେସନର ଶିକାର ହୋଇ ଶବ ସହିତ ୭ ଦିନ ବିତାଇଛନ୍ତି। ଜାନୁଆରୀ ୩୧ ତାରିଖରେ ଦୁଇ ଭଉଣୀ ପୋଲିସର ଦ୍ବାରସ୍ଥ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଛି।
୪୫ ବର୍ଷୀୟା ମହିଳା ଜଣଙ୍କ ଜାନୁଆରୀ ୨୩ ତାରିଖରେ ପ୍ରାଣ ହରାଇଥିଲେ। ଶୋଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ମହିଳା ଜଣଙ୍କ ଆଉ ଉଠି ନ ଥିଲେ। ଦୁଇ ଝିଅ ଉଠାଇବାକୁ ଚେଷ୍ଟା କରିଥିବା ବେଳେ ମହିଳାଙ୍କ ଶ୍ବାସକ୍ରିୟା ଚାଲୁ ନ ଥିବା ବେଳେ ସେ ବଞ୍ଚି ନ ଥିବା ସ୍ପଷ୍ଟ ହୋଇଥିଲା। ମା’ଙ୍କ ମୃତ୍ୟୁ ଦୁଇ ଝିଅଙ୍କୁ ଭିତରୁ ଦୋହଲାଇ ଦେଇଥିଲା।
ଅଧିକ ପଢ଼ନ୍ତୁ: ମିଳିତ ଅପରେସନରେ ୧୪ ମାଓବାଦୀ ସଫା
ଦୁଇ ଝିଅଙ୍କ ମଧ୍ୟରୁ ଜଣଙ୍କ ବୟସ ୨୫ ଓ ଆଉ ଜଣଙ୍କ ବୟସ ୨୨ ରହିଥିଲା। ଦୁଇ ଝିଅ ମା’ଙ୍କ ଅଚାନକ ମୃତ୍ୟୁରେ ଡିପ୍ରେସନର ଶିକାର ହୋଇଥିବା ବେଳେ ଘର ଖୋଲି ବାହାରକୁ ଆସି ନ ଥିଲେ। ଏପରିକି ଘରଟି ମଧ୍ୟ ନିଛାଟିଆ ସ୍ଥାନରେ ଥିବାରୁ କେହି କିଛି ସନ୍ଦେହ କରି ନ ଥିଲେ। ଫଳରେ ମା’ଙ୍କ ମୃତଶରୀର ସହ ୭ ଦିନ ବିତାଇଥିଲେ ଦୁଇ ଝିଅ।
୩୧ ତାରିଖରେ ମା’ଙ୍କ ଶବ ସତ୍କାର ପାଇଁ ଦୁଇ ଭଉଣୀ ସ୍ଥାନୀୟ ବିଧାୟକଙ୍କ ଘରକୁ ଯିବା ପରେ ଏହି ଘଟଣା ଉପରୁ ପରଦା ଉଠିଥିଲା। ବିଧାୟକଙ୍କ ପରାମର୍ଶରେ ଉଭୟ ପୋଲିସ ନିକଟକୁ ଯିବା ପରେ ୮ ଦିନ ହେବ ମା’ଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଥିଲା। ପୋଲିସ ମହିଳାଙ୍କ ମୃତ ଶରୀରକୁ ସରକାରୀ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ନେବା ପରେ ମୃତ୍ୟୁର ସମୟ ସ୍ପଷ୍ଟ ହୋଇଥିଲା।
ଦୁଇ ଭଉଣୀଙ୍କ ମଧ୍ୟରୁ ଜଣେ ଇଣ୍ଟର ଓ ଜଣେ ସ୍ନାତକ ଡିଗ୍ରୀ ହାସଲ କରିଥିବା ବେଳେ ଉଭୟ ସେଲ୍ସ ଗାର୍ଲ ଭାବରେ କାମ କରନ୍ତି। କିଛି ବର୍ଷ ପୂର୍ବରୁ ଉଭୟଙ୍କ ପିତା ପରିବାରକୁ ଛାଡି କେଉଁ ଆଡେ ପଳାଇଥିଲେ। ପିତାଙ୍କ ଖୋଜଖବର ନ ଥିବା ବେଳେ ସେମାନଙ୍କର କେହି ବନ୍ଧୁ ପରିଜନ ମଧ୍ୟ ନାହାନ୍ତି। ଉଭୟଙ୍କୁ ବର୍ତ୍ତମାନ କାଉନସେଲିଂ ଦିଆଯାଉଥିବା ପ୍ରକାଶ କରିଛି ପୋଲିସ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)