ପ୍ରତିବର୍ଷ ବଜେଟ୍ ଦିନରେ ନିର୍ମଳା ସୀତାରମଣଙ୍କ ଶାଢି ଲୁକ୍ ଚର୍ଚ୍ଚାରେ ରହିଥାଏ। ଏହି ବର୍ଷ ମଧ୍ୟ ଲୋକମାନେ ତାଙ୍କ ବଜେଟ୍ ଭାଷଣ ସହିତ ତାଙ୍କ ଶାଢି ଲୁକ୍ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ତେବେ ଆସନ୍ତୁ ୨୦୧୯ ରୁ ୨୦୨୫ ପର୍ଯ୍ୟନ୍ତ ତାଙ୍କର ବଜେଟ୍ ଶାଢି ଲୁକ୍ ଉପରେ ନଜର ପକାଇବା।
Published By: Pramod Behera
Last updated: 01 February 2025, 03:28 PM IST
୨୦୧୯ରେ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରୁଥିବାବେଳେ ଗୋଲାପୀ ରଙ୍ଗର ମଙ୍ଗଲଗିରି ଶାରୀ ପିନ୍ଧିଥିଲେ। ଏହି ଶଢିର ବର୍ଡର ସୁବର୍ଣ୍ଣ ରଙ୍ଗର ଥିଲା, ଯାହା ଏହି ଶାଢିର ସୌନ୍ଦର୍ଯ୍ୟକୁ ଆହୁରି ବଢାଇଦେଇଥିଲା।
୨୦୨୦ ମସିହାରେ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନା ସମୟରେ ହଳଦିଆ ରଙ୍ଗର ଶାଢି ପିନ୍ଧିଥିଲେ। ଏହି ଶାଢି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।
୨୦୨୧ ମସିହାରେ ସାଧାରଣ ବଜେଟ୍ ଉପସ୍ଥାପନ ବେଳେ ନିର୍ମଳା ସୀତାରମଣ ନାଲି ରଙ୍ଗର ଶାଢି ପିନ୍ଧିଥିଲେ। ଏହାର ବର୍ଡର କଳା ରଙ୍ଗର ଥିଲା। ଏହା ହେଉଛି ତେଲେଙ୍ଗାନାର ପ୍ରସିଦ୍ଧ ପୋଚମପଲ୍ଲୀ ଶାଢି।
୨୦୨୨ ମସିହାରେ ନିର୍ମଳା ସୀତାରମଣ ଏକ ବାଦାମୀ ରଙ୍ଗର ଶାଢି ପିନ୍ଧିଥିଲେ। ଏହାର ବର୍ଡର ରୂପେଲି ଏବଂ ବାଦାମୀ ରଙ୍ଗର ଥିଲା। ଏହା ହେଉଛି ଓଡିଶାର ପ୍ରସିଦ୍ଧ ବମ୍କାଇ ଶାଢି।
୨୦୨୩ ମସିହାରେ, ନିର୍ମଳା ସୀତାରମଣ କର୍ଣ୍ଣାଟକର ଧାରୱାଡର ଏକ ପାରମ୍ପରିକ ଇଲକାଲ୍ ଶାଢି ପିନ୍ଧିଥିଲେ। ଏହି ଶାଢିର ବର୍ଡର କଳା ଏବଂ ସୁବର୍ଣ୍ଣ ଶେଡର୍ ଥିଲା, ଯାହା ବହୁତ ଚମତ୍କାର ଦେଖାଯାଉଥିଲା।
୨୦୨୪ ମସିହାର ମଧ୍ୟବର୍ତ୍ତୀକାଳୀନ ବଜେଟ୍ ସମୟରେ ନିର୍ମଳା ସୀତାରମଣ ଏକ ନୀଳ ହ୍ୟାଣ୍ଡ୍ଲୁମ୍ ସିଲ୍କ୍ ଶାଢି ପିନ୍ଧିଥିଲେ।
୨୦୨୪ ମସିହାରେ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ୍ ଉପସ୍ଥାପନ କରୁଥିବାବେଳେ ଏକ ଧଳା ରଙ୍ଗର ଶାଢି ପିନ୍ଧିଥିଲେ, ଯାହାର ବର୍ଡର ମ୍ୟାଜେଣ୍ଟା ରଙ୍ଗର ଥିଲା।
ଏହି ଫଟୋ ଚଳିତ ବର୍ଷ ବା ୨୦୨୫ର। ବଜେଟ୍ ଉପସ୍ଥାପନ ବେଳେ ନିର୍ମଳା ସୀତାରମଣ ମଧୁବନୀ କଳାର ମାଛ ଡିଜାଇନର ଶାଢି ପିନ୍ଧିଥିଲେ। ଏହାର ବର୍ଡର ସୁବର୍ଣ୍ଣ ରଙ୍ଗର ଏବଂ ଶାଢି ଧଳା ରଙ୍ଗର।