• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଦେଶର ବିକାଶ ସୁନିଶ୍ଚିତ କରିବ ଏହି ବଜେଟ୍। ଆଜି ସଂସଦରେ ସାଧାରଣ ବଜେଟ ଉପସ୍ଥାପନ ପରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି, ସାଧାରଣତଃ ସରକାର ରାଜକୋଷ ଭରିବା କଥା ଚିନ୍ତା କରିଥାନ୍ତି। କିନ୍ତୁ ଏଥର ବଜେଟରେ ନାଗରିକଙ୍କ ପକେଟକୁ ଗୁରୁତ୍ବ ମିଳିଛି। ବଜେଟ ଦେଶର ସାଧାରଣ ନାଗରିକଙ୍କ ସଞ୍ଚୟ ବୃଦ୍ଧି କରିବ। ଫଳରେ ସେମାନେ ଦେଶର ବିକାଶରେ ସାମିଲ ହୋଇପାରିବେ। ଏହି ବଜେଟ୍ ଲୋକଙ୍କ ବଜେଟ୍ ଏବଂ ଏଥିରୁ ସମସ୍ତ ଆୟ ବର୍ଗର ଲୋକଙ୍କୁ ଫାଇଦା ମିଳିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ଏପଟେ ୫୦ ଲକ୍ଷ କୋଟି ଟପିଲା ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍। ବଜେଟ୍‌ର କଳେବର ୭.୪ ପ୍ରତିଶତ ବୃଦ୍ଧି ହୋଇଛି। ୨୦୨୪-୨୫ରେ ଦେଶର ବଜେଟ୍ ଆକାର ୪୭ ଲକ୍ଷ ୧୬ ହଜାର କୋଟି ଟଙ୍କା ଥିଲା ବେଳେ ଆସନ୍ତା ଆର୍ଥିକ ବର୍ଷ ପାଇଁ ୫୦ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ୍ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବଜେଟ୍ ତଥ୍ୟ ଅନୁସାରେ, ୨୦୨୫-୨୬ରେ କେନ୍ଦ୍ର ପ୍ରାୟୋଜିତ ଯୋଜନା ପାଇଁ ୫ ଲକ୍ଷ ୪୧ ହଜାର ୮୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। 

Also Read

ଅଧିକ ପଢ଼ନ୍ତୁ: Union Budget 2025: ବଜେଟ୍‌ ୨୦୨୫, ବିହାରକୁ ବଡ଼ ଭେଟି

ସେହିପରି କେନ୍ଦ୍ରୀୟ ଯୋଜନା ପାଇଁ ୧୬ ଲକ୍ଷ ୨୯ ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଛି। ବଜେଟରେ ଆସନ୍ତା ଆର୍ଥିକ ବର୍ଷ ପାଇଁ ମୋଟ ୧୧ ଲକ୍ଷ ୨୨ ହଜାର କୋଟି ଟଙ୍କାର ପୁଞ୍ଜି ବ୍ୟୟ ପାଇଁ ଧାର୍ଯ୍ୟ କରାଯାଇଛି। ବଜାର ଋଣ, ଟ୍ରେଜେରି ବିଲ୍, ବାହ୍ୟ ଋଣ, ଭବିଷ୍ୟନିଧି ପାଣ୍ଠି ଆଦି ପାଇଁ ସୁଧ ପ୍ରଦାନ ବୃଦ୍ଧି ପାଇଥିବାରୁ ବଜେଟ୍ ଆକାର ବଢ଼ିଛି।

ଅନ୍ୟପଟେ ଶସ୍ତା ହେଲା ଔଷଧ । କମିଲା ଇଭି ଦାମ୍ । ଆହୁରି କମ୍ ଦାମରେ ମିଳିବ LED ଟିଭି । ଏସବୁ ସାମଗ୍ରୀ କିଣିବାକୁ ଇଚ୍ଛା ରଖିଥିବା ଲୋକଙ୍କ ପାଇଁ ୨୦୨୫-୨୬ ବଜେଟରେ ପକେଟ୍‌କୁ ହାଲକା କଲାଭଳି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଅନେକ ସାମଗ୍ରୀ ଉପରୁ ଟିକସ ଛାଡ କରିଛନ୍ତି କେନ୍ଦ୍ର ସରକାର। ବଡ଼କଥା ହେଲା ୩୬ ପ୍ରକାରର ଜୀବନ ରକ୍ଷାକାରୀ ଔଷଧ ଉପରୁ କଷ୍ଟମ୍ସ ଡ୍ୟୁଟି ସଂପୂର୍ଣ୍ଣ ଛାଡ଼ କରାଯାଇଛି । ଯେଉଁଥିରେ ସାମିଲ ଅଛି କ୍ୟାନସର ଭଳି ବହୁ ଦୂରାରୋଗ୍ୟ ଔଷଧ। ସେହିଭଳି ମୋଟର ସାଇକେଲ, ଇଲେକ୍ଟ୍ରିକ୍ ଭେଇକିଲ୍ ବା ଇଭି, ମୋବାଇଲ, ଲିଥିୟମ ବ୍ୟାଟେରୀ, ଚମଡ଼ାଜାତ ଜ୍ୟାକେଟ୍ ବେଲ୍ଟ, ଜୋତା ଓ ପର୍ସ, ବିଦ୍ୟୁତ୍ ଉପକରଣ, ମେରାଇନ୍ ପ୍ରଡକ୍ଟ ଏବଂ ବୁଣାକାରଙ୍କ ଦ୍ବାରା ପ୍ରସ୍ତୁତ କପଡା ବି ଶସ୍ତା ହୋଇଛି। ଫ୍ରୋଜେନ୍ ଫିସ୍ ଉପରେ କଷ୍ଟମ୍ସ ଡ୍ୟୁଟିକୁ 30ରୁ ସିଧା 5 ପ୍ରତିଶତକୁ ହ୍ରାସ କରାଯାଇଛି। କୋବାଲ୍ଟ, ଲିଡ୍, ଜିଙ୍କ ସମେତ ଆଉ 12ଟି କ୍ରିଟିକାଲ ମିନେରାଲ୍ ଦର ବି ଶସ୍ତା କରିଛନ୍ତି କେନ୍ଦ୍ର ସରକାର।

ଅଧିକ ପଢ଼ନ୍ତୁ: ଜାଣନ୍ତୁ, ଏଥର ବଜେଟରେ କ’ଣ ହେଲା ଶସ୍ତା ଓ କ’ଣ ହେଲା ମହଙ୍ଗା ?