Advertisment

Union Budget 2025: ସବୁ ଜିଲ୍ଲାରେ ହେବ କ୍ୟାନସର ଚିକିତ୍ସା କେନ୍ଦ୍ର; କମିବ ଇଭି, ବାଇକ୍ ସହ LED ଟିଭିର ଦାମ୍

ଏଥର ବି ବଜେଟରେ ଅନେକ ସାମଗ୍ରୀ ଉପରୁ କଷ୍ଟମ୍ସ ଡ୍ୟୁଟି ହ୍ରାସ କରି ଲୋକଙ୍କୁ ଖୁସି କରିଦେଇଛନ୍ତି ମୋଦି ସରକାର । ଆସନ୍ତୁ ଦେଖିବା ନିର୍ମଳାଙ୍କ ବଜେଟ ପରେ କଣ ହେଲା ଶସ୍ତା ଓ କଣ ମହଙ୍ଗା।

author-image
Sujit kumar Swain
undefined

Union Budget 2025

ବଜେଟ ଆସିଲେ ଲୋକଙ୍କ ନଜର ଥାଏ କଣ ହେଲା ଶସ୍ତା ଆଉ କଣ ହେଲା ମହଙ୍ଗା। ସାଧାରଣତଃ କେନ୍ଦ୍ର ସରକାରଙ୍କ ସୀମା ଶୁଳ୍କ ଓ ବିଭିନ୍ନ ଟାକ୍ସ ଉପରେ ସାମଗ୍ରୀର ଦର ନିର୍ଦ୍ଧାରଣ ହୋଇଥାଏ। ଏଥର ବି ବଜେଟରେ ଅନେକ ସାମଗ୍ରୀ ଉପରୁ କଷ୍ଟମ୍ସ ଡ୍ୟୁଟି ହ୍ରାସ କରି ଲୋକଙ୍କୁ ଖୁସି କରିଦେଇଛନ୍ତି ମୋଦି ସରକାର । ଆସନ୍ତୁ ଦେଖିବା ନିର୍ମଳାଙ୍କ ବଜେଟ ପରେ କଣ ହେଲା ଶସ୍ତା ଓ କଣ ମହଙ୍ଗା।

Advertisment

ଶସ୍ତା ହେଲା ଔଷଧ । କମିଲା ଇଭି ଦାମ୍ । ଆହୁରି କମ୍ ଦାମରେ ମିଳିବ LED ଟିଭି । ଏସବୁ ସାମଗ୍ରୀ କିଣିବାକୁ ଇଚ୍ଛା ରଖିଥିବା ଲୋକଙ୍କ ପାଇଁ ୨୦୨୫-୨୬ ବଜେଟରେ ପକେଟ୍‌କୁ ହାଲକା କଲାଭଳି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଅନେକ ସାମଗ୍ରୀ ଉପରୁ ଟିକସ ଛାଡ କରିଛନ୍ତି କେନ୍ଦ୍ର ସରକାର। ବଡ଼କଥା ହେଲା ୩୬ ପ୍ରକାରର ଜୀବନ ରକ୍ଷାକାରୀ ଔଷଧ ଉପରୁ କଷ୍ଟମ୍ସ ଡ୍ୟୁଟି ସଂପୂର୍ଣ୍ଣ ଛାଡ଼ କରାଯାଇଛି । ଯେଉଁଥିରେ ସାମିଲ ଅଛି କ୍ୟାନସର ଭଳି ବହୁ ଦୂରାରୋଗ୍ୟ ଔଷଧ। ସେହିଭଳି ମୋଟର ସାଇକେଲ, ଇଲେକ୍ଟ୍ରିକ୍ ଭେଇକିଲ୍ ବା ଇଭି, ମୋବାଇଲ, ଲିଥିୟମ ବ୍ୟାଟେରୀ, ଚମଡ଼ାଜାତ ଜ୍ୟାକେଟ୍ ବେଲ୍ଟ, ଜୋତା ଓ ପର୍ସ, ବିଦ୍ୟୁତ୍ ଉପକରଣ, ମେରାଇନ୍ ପ୍ରଡକ୍ଟ ଏବଂ ବୁଣାକାରଙ୍କ ଦ୍ବାରା ପ୍ରସ୍ତୁତ କପଡା ବି ଶସ୍ତା ହୋଇଛି। ଫ୍ରୋଜେନ୍ ଫିସ୍ ଉପରେ କଷ୍ଟମ୍ସ ଡ୍ୟୁଟିକୁ 30ରୁ ସିଧା 5 ପ୍ରତିଶତକୁ ହ୍ରାସ କରାଯାଇଛି। କୋବାଲ୍ଟ, ଲିଡ୍, ଜିଙ୍କ ସମେତ ଆଉ 12ଟି କ୍ରିଟିକାଲ ମିନେରାଲ୍ ଦର ବି ଶସ୍ତା କରିଛନ୍ତି କେନ୍ଦ୍ର ସରକାର।

ଅଧିକ ପଢ଼ନ୍ତୁ: Union Budget 2025: ବଜେଟ୍‌ ୨୦୨୫, ବିହାରକୁ ବଡ଼ ଭେଟି

ସବୁବର୍ଷ ଭଳି ବଜେଟ୍ ପରେ କିଛି ସାମଗ୍ରୀ ମହଙ୍ଗା ବି ହୋଇଛି। ପ୍ଲାଷ୍ଟିକ୍ ଉପରେ ସୀମା ଶୁଳ୍କ ବୃଦ୍ଧି କାରଣରୁ ପ୍ଲାଷ୍ଟିକଜାତ ଉତ୍ପାଦନ ସାମଗ୍ରୀର ଦର ବଢ଼ିଛି। ଏହାଛଡ଼ା ନିଟେଡ୍ ଫେବ୍ରିକ୍, ଇଣ୍ଟରାକ୍ଟିଭ୍ ଫ୍ଲାଟ୍ ପ୍ୟାନେଲ ଡିସପ୍ଲେର ଦାମ୍ ବଢିଛି।

Advertisment

ଗତ ବଜେଟରେ ବି ଜୀବନରକ୍ଷାକାରୀ ଔଷଧ ସହ ମୋବାଇଲ୍, ସି-ଫୁଡ୍, ଚମଡ଼ା ସାମଗ୍ରୀ ଆଦି ଉପରୁ କଷ୍ଟମ୍ସ ଡ୍ୟୁଟି ହ୍ରାସ କରିଥିଲେ କେନ୍ଦ୍ର ସରକାର । ଏଥର ପୁଣି ଶୁଳ୍କ କମାଇବା ଦ୍ବାରା ସେହି ସାମଗ୍ରୀ ଆହୁରି ଶସ୍ତା ହୋଇଛି । ଅନ୍ୟପଟେ ୨୦୨୪-ଆର୍ଥିକ ବର୍ଷରେ ସୁନା ଓ ରୁପା ଉପରୁ ସୀମା ଶୁଳ୍କ ହ୍ରାସ ହୋଇଥିବାବେଳେ ଚଳିତବର୍ଷ ଅପରିବର୍ତ୍ତିତ ରହିଛି।

ଅଧିକ ପଢ଼ନ୍ତୁ: ମଧ୍ୟବିତ୍ତଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା, ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼

Union Budget Electric Vehicles
Advertisment
Advertisment