ମହିଳାଙ୍କ ଚାକିରି ନେଇଗଲା ବିଲେଇ । କଥାଟା ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲଗୁଥାଇପାରେ । କିନ୍ତୁ ଘଟଣାଟି ପୂରା ସତ, ବିଲେଇଟିର ମେଲ୍ ସେଣ୍ଟ ଫଳରେ ମହିଳାଙ୍କ ଚାକିରି ଚାଲିଯାଇଛି । ଅସାଧାରଣ ଲାଗୁଥିଲେ ମଧ୍ୟ ଏପରି ଘଟିଛି ।
ଲସ୍ ଆଞ୍ଜେଲସ୍ ଠାରୁ ପ୍ରାୟ ୫୦ ମାଇଲ୍ (୮୦ କିଲୋମିଟର) ଉତ୍ତରରେ ଥିବା ହ୍ୟୁଗ୍ସରେ ଏହି ଅଗ୍ନିକାଣ୍ଡ ଘଟିଛି। ମାତ୍ର କିଛି ଘଣ୍ଟା ମଧ୍ୟରେ ଏହା ଅତି ବଡ଼ ଆକାର ଧାରଣ କରିଛି। ତେବେ ଏହି ଅଗ୍ନିକାଣ୍ଡ ଲସ୍ ଆଞ୍ଜେଲସ୍ ଅଞ୍ଚଳକୁ ଧ୍ୱଂସ କରୁଥିବା ଦୁଇଟି ବଡ଼ ଅଗ୍ନିକାଣ୍ଡ ମଧ୍ୟରୁ ଗୋଟିଏ।
ଆପଣ ଜାଣି ଆଶ୍ଚର୍ଯ୍ୟହେବେ ଚାକିରିରୁ ଇସ୍ତଫା ଦେଇଛି ବିଲେଇ । ଘଟଣାଟି ଅସାଧାରଣ ଲାଗୁଥିଲେ ମଧ୍ୟ ଏପରି ଘଟିଛି ।
ଆମେରିକାର ୪୭ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବାର କିଛି ସମୟ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି। ଆମେରିକାର ସବୁଠାରୁ ବଡ କର୍ମଚାରୀ ସଙ୍ଗଠନ ଡୋଜ (DOGE) ପକ୍ଷରୁ ଏହି ମାମଲା ଦାୟର କରାଯାଇଛି।
ଟ୍ରମ୍ପ ଭାରତ ବିରୋଧରେ ପ୍ରତ୍ୟକ୍ଷ ଭାବେ କୌଣସି ଘୋଷଣା କରିନଥିଲେ ସୁଦ୍ଧା ଭବିଷ୍ୟତରେ ଏପରି କରିବେ ନାହିଁ ବୋଲି କୁହାଯାଇପାରିବ ନାହିଁ । ମେକ୍ ଆମେରିକା ଗ୍ରେଟ୍ ଏଗେନ ଭିଜନ ସହ ସତ୍ତାକୁ ଆସିଥିବା ଟ୍ରମ୍ପ କୌଣସି ସମୟରେ କିଛି ବି ନିଷ୍ପତ୍ତି ନେଇପାରନ୍ତି । ସାରା ଗତିବିଧିକୁ ଆମେରିକାରେ କେନ୍ଦ୍ରିତ କରିବା ଲକ୍ଷ୍ୟରେ ସେ ହ୍ୱାଇଟ ହାଉସ ଫେରିଛନ୍ତି । ନିର୍ବାଚନ ପ୍ରଚାର ସମୟରେ ଆମେରିକାକୁ ଅଗ୍ରାଧିକାର ଦେବା ସହ ପ୍ରାଥମିକତା ହେବ ବୋଲି ଘୋଷଣା କରିଥିଲେ ଟ୍ରମ୍ପ ।
ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ଆରମ୍ଭ ହୋଇଛି କ୍ବାଡ ସମ୍ମିଳନୀ। ଭାରତ ପକ୍ଷରୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏହି ବୈଠକରେ ଯୋଗ ଦେଇଛନ୍ତି। ୱାଶିଂଟନ ଡିସିରେ ଏହି ବୈଠକଟି ଅନୁଷ୍ଠିତ ହୋଇଥିଲା।
ସେଲଫି ଉଠାଇବା ପାଇଁ ମହିଳା ଜଣଙ୍କ ଚାର୍ଜ କରୁଛନ୍ତି ୧୦୦ ଟଙ୍କା। ଆଉ ଅନେକ ଲୋକ ପଇସା ଦେଇ ସାଙ୍ଗରେ ସେଲଫି ମଧ୍ୟ ଉଠାଉଛନ୍ତି।
ସେପଟେ ଇସ୍ରାଏଲ ମିଡ଼ିଆ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗାଜାରେ ରହଣୀ ସମୟରେ ୩ ମହିଳାଙ୍କ କିଛି ଫଟୋ ବ୍ୟାଗରେ ରହିଛି। ତେବେ ଉପହାର ବ୍ୟାଗକୁ ନେଇ ସନ୍ଦେହ ବଢ଼ିଛି।
ସୋମବାର ଟ୍ରମ୍ପ ଶପଥ ଗ୍ରହଣ କରିଥିବା ବେଳେ ଏଥିରେ ସମଗ୍ର ବିଶ୍ବର ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ। ଏହା ମଧ୍ୟରେ ଜଣେ ବ୍ୟକ୍ତି ସବୁଠୁ ଅଧିକ ଖୁସି ଥିବା ନଜର ଆସିଥିଲେ। ସେହି ବ୍ୟକ୍ତି ଜଣଙ୍କ ଆଉ କେହି ନୁହନ୍ତି ବରଂ ଟ୍ରମ୍ପଙ୍କ ଘନିଷ୍ଠ ବନ୍ଧୁ ଏଲନ୍ ମସ୍କ।
Country without a single muslim citizen- ଏହି ଦେଶରେ ନାହାଁନ୍ତି ଜଣେ ବି ମୁସଲମାନ
ଏମିତି ଏକ ବିଶ୍ବବିଦ୍ୟାଳୟ ରହିଛି ଯେଉଁଥିରେ ସର୍ବାଧିକ ବିଲିୟନାରୀ ମାନେ ପାଠ ପଢିଛନ୍ତି। ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛି ୯୨୨ ବର୍ଷ ପୁରୁଣା ଏକ ବିଶ୍ବବିଦ୍ୟାଳୟ।
୨୦୧୬ ମସିହାରେ ଡୋନାଲ୍ଡ ଟ୍ରମ୍ପ ପ୍ରଥମେ ଥର ପାଇଁ ଯେତେବେଳେ ଆମେରିକାର ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହୋଇଥିଲେ ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୪.୫ ବିଲିୟନ ଡ଼ଲାର ଥିଲା । ହେଲେ ତା’ଠାରୁ ଅନେକ ଅଧିକ ସମ୍ପତ୍ତିର ଅଧିକାରୀ ବୋଲି ନିଜେ ଟ୍ରମ୍ପ ପ୍ରକାଶ କରିଥିଲେ । ଏହା ପରେ ସେ ଯେତେବେଳେ ଆମେରିକାର ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିଥିଲେ ତାଙ୍କ ସମ୍ପତ୍ତିରେ ହଠାତ୍ ହ୍ରାସ ଘଟିଥିଲା ।
ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ସହ କିଛି ପାରମ୍ପାରିକ ରେକର୍ଡ ଭାଙ୍ଗିବାକୁ ଯାଉଛି। ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବ ଏଥର ପ୍ରବଳ ଶୀତ ଯୋଗୁ ଇନଡୋର ହେବାକୁ ଯାଉଛି। ଏଥିସହ କେବଳ ଆମେରିକାର ଭିଆଇପି ଲୋକଙ୍କୁ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାକୁ ନିମନ୍ତ୍ରଣ କରାଯାଇଛି।
ଗୋଟିଏ ପଟେ ଏହି ଦେଶ ଋଣ ଭାରରେ ଛଟପଟ ହେଉଥିବା ବେଳେ ଅନ୍ୟ ପଟରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ଏହାକୁ ଆଉ ଏକ ଝଟକା ଦେଇଛି। IMF ପକ୍ଷରୁ ପ୍ରକାଶିତ ନୂତନ ରେଟିଂରେ ପାକିସ୍ତାନ ତଳକୁ ଖସିଛି।
ପ୍ରଥମେ ଆରମ୍ଭ କରିବା ବାଇଡେନଙ୍କଠାରୁ । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଅବସର ନେବା ପରେ କ’ଣ କରିବାର ଯୋଜନା ରଖିଛନ୍ତି ? ବାଇଡେନ ଘରୋଇ ଏବଂ ବୈଦେଶିକ ନୀତି କ୍ଷେ୍ତ୍ରରେ ସଫଳ ହେବେ ବୋଲି ତାଙ୍କର ଅଭିପ୍ରାୟ ପ୍ରକାଶ କରିଛନ୍ତି । ସେ ତାଙ୍କର ଜନ୍ମସ୍ଥାନ ଡେଲାବେୟାରରେ ଅବସର ସମୟ ଅତିବାହିତ କରିବେ । ସେଠାରେ ଡେଲାବେୟର ୟୁନିଭର୍ସିଟିରେ ନିଜ ନାମରେ ଥିବା ଇନଷ୍ଟିଚ୍ୟୁଟରେ ପଲିସି ମେକରକୁ ନେଇ କାମ କରିବେ ।
ଆମେରିକାରେ ପୁଣି ଚାଲିବ ଟ୍ରମ୍ପ ଶାସନ। ମିଷ୍ଟର ପ୍ରେସିଡେଣ୍ଟ ବନିବେ ଡୋନାଲ୍ଡ ଟ୍ରମ୍ପ। ହ୍ୱାଇଟ୍ ହାଉସରେ ଆରମ୍ଭ ହେବ ଦ୍ୱିତୀୟ ଇନିଂସ। ଏଥିପାଇଁ ଫ୍ଲୋରିଡାରୁ ୱାସିଂଟନ୍ ଅଭିମୁଖେ ପରିବାର ସହ ଉଡାଣ ଭରିଛନ୍ତି ଟ୍ରମ୍ପ।
ଟ୍ରମ୍ପଙ୍କୁ ସ୍ୱାଗତ ପାଇଁ ବ୍ୟାପକ ଆୟୋଜନ କରାଯାଇଛି। ଗତକାଲି ଟ୍ରମ୍ପ ଦମ୍ପତି ବିମାନବନ୍ଦରରେ ପହଞ୍ଚିବା ପାଇଁ ତାଙ୍କୁ ବିପୁଳ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇଛି। ଆତାସବାଜିରେ କମ୍ପିୱ ଉଠିଥିଲା ପରିବେଶ। ରାତି ଦିନର ଭ୍ରମ ସୃଷ୍ଟି କରିଥିଲା।
ପଦ ଯିବା ପରେ ଶେଖ ହସିନା ଓ ତାଙ୍କ ଭଉଣୀ ରେହାନା ଯଦି ଆଉ ମାତ୍ର ୨୦-୨୫ ମିନିଟ୍ ବାଂଲାଦେଶରେ ରହିଥାନ୍ତେ ତେବେ ନିଶ୍ଚିତ ଭାବରେ ଷଡ଼ଯନ୍ତ୍ରର ଶିକାର ହୋଇ ମୃତ୍ୟୁବରଣ କରିଥାନ୍ତେ । ଏହାକୁ ନେଇ ବଡ଼ ଖୁଲାସା କରିଛନ୍ତି ଶେଖ ହସିନା।
ନିମନ୍ତ୍ରିତ ଅତିଥି ହୋଇଥିବା ସତ୍ତ୍ୱେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏହି ସମାରୋହରେ ଯୋଗ ଦେବେନାହିଁ, ସେ ତାଙ୍କର ଜଣେ ପ୍ରତିନିଧୀଙ୍କୁ ପଠାଉଛନ୍ତି। ଭାରତ ପକ୍ଷରୁ ଏସ ଜୟଶଙ୍କର ଅଂଶଗ୍ରହଣ କରିବେ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀ ମଧ୍ୟ ଟ୍ରମ୍ପଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗଦେବେ । ଏହି କାର୍ଯ୍ୟକ୍ରମରେ ଟ୍ରମ୍ପଙ୍କ ଉପଦେଷ୍ଟା ଟେସଲା ଏବଂ ସ୍ପେସ୍ ଏକ୍ସର ସିଇଓ ଏଲୋନ୍ ମସ୍କ, ଆମାଜନ କାର୍ଯ୍ୟନିର୍ବାହୀ ଚେୟାରମ୍ୟାନ୍ ଜେଫ୍ ବେଜୋସ୍ ଏବଂ ମେଟା ପ୍ଲାଟଫର୍ମର ସିଇଓ ମାର୍କ ଜୁକରବର୍ଗ ମଧ୍ୟ ଯୋଗ ଦେବେ ।
ଭାରତୀୟ ଯୁବକକୁ ୮ ବର୍ଷ ଜେଲ୍ ଦଣ୍ଡ ଶୁଣାଇଲେ ୟୁଏସ୍ ଡିଷ୍ଟ୍ରିକ୍ଟ କୋର୍ଟ । ନିଜେ ଟ୍ରକ ଚଳାଇ ହ୍ବାଇଟ ହାଉସ ପାଚେରୀ ଭାଙ୍ଗି ପ୍ରବେଶ ଉଦ୍ୟମ କରିଥିଲା ଏହି ଭାରତୀୟ ଯୁବକ । ଉପସ୍ଥିତ ପୋଲିସ ଓ ହ୍ବାଇଟ ହାଉସ ସୁରକ୍ଷାକର୍ମୀ ଅଭିଯୁକ୍ତକୁ ତୁରନ୍ତ କାବୁ କରିବା ପରେ ରାଷ୍ଟ୍ରପତିଙ୍କୁ ହତ୍ୟା ଉଦ୍ୟମରେ ଆକ୍ରମଣ ଥିଲା ବୋଲି ନିଜେ ସ୍ୱୀକାର କରିଥିଲା ଅଭିଯୁକ୍ତ ।
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଓ ତାଙ୍କ ପତ୍ନୀ ଅଲ୍-କାଦିର ଟ୍ରଷ୍ଟ ମାମଲାରେ ଦୋଷୀ ସାବ୍ୟସ୍ତ୍ୟ ହୋଇଛନ୍ତି । ଏହି ମାମଲା ୧୯୦ ନିୟୁତ ପାଉଣ୍ଡର ଠକେଇ ସହିତ ଜଡିତ । ଯେଉଁଥିପାଇଁ ଉଭୟଙ୍କୁ ୧୪ ଓ ୭ ବର୍ଷର ଜେଲ ଦଣ୍ଡ ଶୁଣାଯାଇଛି ।
ଏଲନ ମସ୍କଙ୍କ ବହୁ ପ୍ରତୀକ୍ଷିତ ଷ୍ଟାରସିପର ପରୀକ୍ଷଣ ବିଫଳ ହୋଇଛି। ଗୁରୁବାର ଷ୍ଟାରସିପର ସପ୍ତମ ପରୀକ୍ଷଣ ବିଫଳ ହୋଇଛି। ମଝି ଆକାଶରେ ଷ୍ଟାରସିପରେ ବିସ୍ଫୋରଣ ହୋଇଥିବା ବେଳେ ଶହ ଶହ ଖଣ୍ଡରେ ଏହା ପରିଣତ ହୋଇଥିଲା।
ଚୀନର ଅବସ୍ଥିତି ପ୍ରଶାନ୍ତ ମହାସାଗର ଏବଂ ଭାରତ ମହାସାଗର ମଧ୍ୟରେ ରହିଛି । ସାମୁଦ୍ରିକ ସ୍ଥିତି ଏବଂ ଭୌଗଳିକ ଦୃଷ୍ଟିରୁ ଦେଖିଲେ, ଏହା ଏକ ପ୍ରମୁଖ ଦେଶ । ପାକିସ୍ତାନର ସାମୁଦ୍ରିକ ସୀମା ଆରବ ସାଗରକୁ ଲାଗିଛି । କରାଚି ବନ୍ଦର ପାକିସ୍ତାନର ସବୁଠାରୁ ବ୍ୟସ୍ତବହୁଳ ସାମୁଦ୍ରିକ ବନ୍ଦର ଅଟେ । ସେହିପରି ଭାରତର ସାମୁଦ୍ରିକ ଶକ୍ତି ଦୃଷ୍ଟିରୁ ଦେଖିଲେ ଏହା ଏସିଆର ଏକ ପ୍ରମୁଖ ଶକ୍ତି ବୋଲି କହିହେବ ।
କାର୍ଲସିଲେର ଗ୍ୟାସ ଟ୍ରେନି ଇଞ୍ଜିନିୟର ଜେମ୍ସ କ୍ଲାର୍କସନ ୭.୫ ମିଲିୟନ ପାଉଣ୍ଡ ଅର୍ଥାତ ଭାରତୀୟ ମୁଦ୍ରାରେ ୭୯.୫୮ କୋଟି ଟଙ୍କା ଜିତିବାରେ ସକ୍ଷମ ହୋଇଛନ୍ତି।
ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି ସନମୁଗ ରତ୍ନମ । ଦିନ ୧୧ଟା ୪୫ରେ ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ପରେ ଅପରାହ୍ନ ୨ଟାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି।