Advertisment

US President Donald Trump: ଆମେରିକାରେ ଆରମ୍ଭ ହେଲା ଟ୍ରମ୍ପ ଶାସନ

ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ସହ କିଛି ପାରମ୍ପାରିକ ରେକର୍ଡ ଭାଙ୍ଗିବାକୁ ଯାଉଛି। ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବ ଏଥର ପ୍ରବଳ ଶୀତ ଯୋଗୁ ଇନଡୋର ହେବାକୁ ଯାଉଛି। ଏଥିସହ କେବଳ ଆମେରିକାର ଭିଆଇପି ଲୋକଙ୍କୁ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାକୁ ନିମନ୍ତ୍ରଣ କରାଯାଇଛି।

author-image
Manoranjan Sial
ଅଦ୍ୟତନ ହୋଇଛି
Donald Trump

Donald Trump

ଆଜି ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଡୋନାଲ୍ଡ ଟ୍ରମ୍ପ୍। ଭାରତୀୟ ସମୟ ରାତି ସାଢ଼େ ୧୦ଟାରେ ୩୫ ମିନିଟରେ ସେ ୪୭ ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି। ସେହିପରି ଭାରତୀୟ ବଂଶୋଦ୍ଭବ ଉଷାଙ୍କ ସ୍ବାମୀ ଜେ.ଡି, ଭେନ୍ସ ମଧ୍ୟ ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି। ତା’ପୂର୍ବରୁ ୱାଶିଂଟନରେ ପହଞ୍ଚି ସେଲିବ୍ରେସନ ଆରମ୍ଭ କରିଦେଲେଣି ଟ୍ରମ୍ପଙ୍କ ସମର୍ଥକ।

Advertisment

ଶପଥ ଗ୍ରହଣ ପରେ ଟ୍ରମ୍ପ କହିଛନ୍ତି, ଆମେରିକାର ସ୍ବର୍ଣ୍ଣିମ ଯୁଗର ଆରମ୍ଭ ହେଲା। ଆମେରିକାକୁ ପୁଣି ଥରେ ମହାନ କରିବା। ଆମେରିକାରେ ଅବୈଧ ପ୍ରବେଶ ହେବ ନାହିଁ। କେହି ଆମେରିକାକୁ ବ୍ୟବହାର କରିପାରିବେ ନାହିଁ। ଏଥିସହ ଦକ୍ଷିଣ ସୀମାରେ ଏମର୍ଜେନ୍ସି ଘୋଷଣା କଲେ ଟ୍ରମ୍ପ। ଆମେରିକାରେ ଅବୈଧ ପ୍ରବେଶ ରୋକିବାକୁ ପଦକ୍ଷେପ ନିଆଯିବ। ଦରବୃଦ୍ଧି ନିୟନ୍ତ୍ରଣ କରିବା ମୋ ଟିମ୍‌ର ପ୍ରାଥମିକତା ହେବ। ସମସ୍ତଙ୍କୁ ନ୍ୟାୟ ମିଳିବ ଓ ରଙ୍ଗଭେଦ ନୁହେଁ, ପ୍ରତିଭାକୁ ସୁଯୋଗ ମିଳିବ ବୋଲି ଟ୍ରମ୍ପ କହିଛନ୍ତି।

 ଦ୍ବିତୀୟ ଥର ପାଇଁ ଟ୍ରମ୍ପ ରାଷ୍ଟ୍ରପତି ଭାବେ ଶପଥ.ନେବା ପରେ ଶୁଭେଚ୍ଛା ଜଣାଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 

Advertisment

ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ସହ କିଛି ପାରମ୍ପାରିକ ରେକର୍ଡ ଭାଙ୍ଗିବାକୁ ଯାଉଛି। ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବ ଏଥର ପ୍ରବଳ ଶୀତ ଯୋଗୁ ଇନଡୋର ହେବାକୁ ଯାଉଛି। ଏଥିସହ କେବଳ ଆମେରିକାର ଭିଆଇପି ଲୋକଙ୍କୁ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାକୁ ନିମନ୍ତ୍ରଣ କରାଯାଇଛି। ସାଧାରଣ ଲୋକ ମଧ୍ୟ ଉପସ୍ଥିତ ରହି ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଦେଖିଥାନ୍ତି।

Donald Trump
Advertisment
Advertisment