Advertisment

Los Angeles New Wildfire: ବନାଗ୍ନିରେ ଛାରଖାର ଲସ୍ ଆଞ୍ଜେଲସ; ସପ୍ତାହେ ନ ଯାଉଣୁ ପୁଣି ଜଳିଲା ଜଙ୍ଗଲ

ଲସ୍ ଆଞ୍ଜେଲସ୍ ଠାରୁ ପ୍ରାୟ ୫୦ ମାଇଲ୍ (୮୦ କିଲୋମିଟର) ଉତ୍ତରରେ ଥିବା ହ୍ୟୁଗ୍ସରେ ଏହି ଅଗ୍ନିକାଣ୍ଡ ଘଟିଛି। ମାତ୍ର କିଛି ଘଣ୍ଟା ମଧ୍ୟରେ ଏହା ଅତି ବଡ଼ ଆକାର ଧାରଣ କରିଛି। ତେବେ ଏହି ଅଗ୍ନିକାଣ୍ଡ ଲସ୍ ଆଞ୍ଜେଲସ୍ ଅଞ୍ଚଳକୁ ଧ୍ୱଂସ କରୁଥିବା ଦୁଇଟି ବଡ଼ ଅଗ୍ନିକାଣ୍ଡ ମଧ୍ୟରୁ ଗୋଟିଏ।

author-image
Sonali Ojha
ଅଦ୍ୟତନ ହୋଇଛି
WILDFIRE

WILDFIRE

ଲସ୍ ଆଞ୍ଜେଲସରେ ତାଣ୍ଡବ ରଚୁଛି ପ୍ରକୃତି। ନିଆଁ ଆଁରେ ସବୁ କିଛି ଛାରଖାର ହୋଇଗଲାଣି। ଗତ କିଛି ଦିନ ଧରି ଲାଗିଥିବା ଜଙ୍ଗଲ ନିଆଁ ସବୁ ଜାଳି ପୋଡି ପାଉଁଶ କରିଦେଇଛି। ଏହାରି ଭିତରେ ଗତକାଲି ଲସ୍ ଆଞ୍ଜେଲସର ଉତ୍ତରରେ ଥିବା ଆଉ ଏକ ଜଙ୍ଗଲରେ ନିଆଁ ଲାଗିଛି। ଦେଖୁ ଦେଖୁ ନିଆଁ ୮,୦୦୦ ଏକର ( ୩୨ ବର୍ଗ କିଲୋମିଟର) ଅଂଚଳକୁ ବ୍ୟାପିଯାଇଛି। ପ୍ରବଳ ପବନ ଏବଂ ଯୋଗୁଁ ୧୯,୦୦୦ ରୁ ଅଧିକ ଲୋକ ନିଆଁ ଭିତରେ ଫସି ରହିଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇଛି।

Advertisment

ଲସ୍ ଆଞ୍ଜେଲସ୍ ଠାରୁ ପ୍ରାୟ ୫୦ ମାଇଲ୍ (୮୦ କିଲୋମିଟର) ଉତ୍ତରରେ ଥିବା ହ୍ୟୁଗ୍ସରେ ଏହି ଅଗ୍ନିକାଣ୍ଡ ଘଟିଛି। ମାତ୍ର କିଛି ଘଣ୍ଟା ମଧ୍ୟରେ ଏହା ଅତି ବଡ଼ ଆକାର ଧାରଣ କରିଛି। ତେବେ ଏହି ଅଗ୍ନିକାଣ୍ଡ ଲସ୍ ଆଞ୍ଜେଲସ୍ ଅଞ୍ଚଳକୁ ଧ୍ୱଂସ କରୁଥିବା ଦୁଇଟି ବଡ଼ ଅଗ୍ନିକାଣ୍ଡ ମଧ୍ୟରୁ ଗୋଟିଏ। ଲସ୍ ଆଞ୍ଜେଲସ୍ କାଉଣ୍ଟିର କାଷ୍ଟାଇକ୍ ହ୍ରଦ ଅଞ୍ଚଳର ଲୋକମାନଙ୍କୁ ଅଧିକାରୀମାନେ ସତର୍କ କରାଇଥିଲେ। ଅଗ୍ନିଶମ ବାହିନୀ କର୍ମଚାରୀମାନେ ପ୍ରାଣପଣେ ଉଦ୍ୟମ କରି ମେଟ୍ରୋପଲିଟାନ୍ ଅଞ୍ଚଳରେ ଘଟିଥିବା ଏହି ବଡ଼ ଧରଣର ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିଛନ୍ତି।

ସେହପରି ଦକ୍ଷିଣ କାଲିଫର୍ଣ୍ଣିଆର ଅଧିକାଂଶ ଅଞ୍ଚଳରେ ଶୁଷ୍କ ପବନ ବହୁଥିବାରୁ ରେଡ୍ ଆଲର୍ଟ ଜାରି କରାଯାଇଛି। ଲସ୍ ଆଞ୍ଜେଲସ୍ କାଉଣ୍ଟି ଅଗ୍ନିଶମ ବିଭାଗ କହିଛି ଯେ ପ୍ରାୟ ୧୯ ହଜାର ଲୋକଙ୍କୁ ବାଧ୍ୟତାମୂଳକ ସ୍ଥାନାନ୍ତର ନିର୍ଦ୍ଦେଶ ଦିଆଯାଇଛି। ସେହିପରି ୧୬,୦୦୦ ଲୋକଙ୍କୁ ସ୍ଥାନାନ୍ତର ନେଇ ନିର୍ଦ୍ଦେଶ ଦିଆଯାଇଥିଲା।ଲସ୍ ଆଞ୍ଜେଲସ୍ କାଉଣ୍ଟି, କାଲିଫର୍ଣ୍ଣିଆ ରାଜ୍ୟ ଏବଂ ଆମେରିକା ବନ ବିଭାଗର ସବୁ କର୍ମଚାରୀ ନିଆଁ ଆୟତ୍ତ ପାଇଁ ଚେଷ୍ଟା ଚଳାଇଛନ୍ତି।

Advertisment

ଆଞ୍ଜେଲସ୍ ଜାତୀୟ ଜଙ୍ଗଲ କହିଛି ଯେ ସାନ୍ ଗାବ୍ରିଏଲ୍ ପର୍ବତମାଳାସ୍ଥିତ ଏହାର ସମ୍ପୂର୍ଣ୍ଣ ୭୦୦,୦୦୦ ଏକର (୨,୮୦୦ ବର୍ଗ କିଲୋମିଟର) ପାର୍କ ପରିଦର୍ଶକଙ୍କ ପାଇଁ ବନ୍ଦ ରହିଛି। କାଲିଫର୍ଣ୍ଣିଆ ବନ ଏବଂ ଅଗ୍ନି ସୁରକ୍ଷା ବିଭାଗ (କ୍ୟାଲ୍ ଫାୟାର) କହିଛି ଯେ ରେଡ୍ ଆଲର୍ଟରେ ଥିବା ଦକ୍ଷିଣ କାଲିଫର୍ଣ୍ଣିଆରେ ଦ୍ରୁତ ଗତିରେ ନିଆଁ ବ୍ୟାପିବାର ଆଶଙ୍କା କରି ପ୍ରାୟ ୧୧୦୦ ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଦକ୍ଷିଣ କାଲିଫର୍ଣ୍ଣିଆରେ ନଅ ମାସ ଧରି ପ୍ରବଳ ବର୍ଷା ହୋଇନାହିଁ, ଯାହା ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିଛି। କିନ୍ତୁ ଶନିବାରରୁ ସୋମବାର ପର୍ଯ୍ୟନ୍ତ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି।

ଅଧିକ ପଢ଼ନ୍ତୁ: ସର୍ବଗ୍ରାସୀ ନିଆଁରେ ଛାରଖାର ଆମେରିକା; ତ୍ରାହି ତ୍ରାହି ଡାକିଲେଣି ଲୋକେ

ସ୍ଥାନୀୟ ଗଣମାଧ୍ୟମରେ ପ୍ରସାରିତ ହୋଇଥିବା ଭିଡିଓରେ ହେଲିକପ୍ଟରଗୁଡ଼ିକ ହ୍ରଦରୁ ପାଣି ଆଣି ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି। କାଲିଫର୍ଣ୍ଣିଆ ହାଇୱେ ପାଟ୍ରୋଲ୍ କହିଛି ଯେ ଧୂଆଁ ଯୋଗୁଁ ଦୃଶ୍ୟମାନତା କମ୍ ଥିବାରୁ ପଶ୍ଚିମ ଆମେରିକାର ପ୍ରମୁଖ ଉତ୍ତର-ଦକ୍ଷିଣ ରାଜପଥ ଇଣ୍ଟରଷ୍ଟେଟ୍ 5, ଗ୍ରେପଭାଇନ୍ ନାମକ ପର୍ବତ ଘାଟି ସହିତ ଥିବା ଅଞ୍ଚଳରେ ଯୋଗାଯୋଗ ବନ୍ଦ କରିଦିଆଯାଇଛି। କ୍ୟାଲ୍ ଫାୟାର ଅନୁଯାୟୀ, ଲସ୍ ଆଞ୍ଜେଲସର ପୂର୍ବରେ ୧୪,୦୨୧ ଏକର (୫୭ ବର୍ଗ କିଲୋମିଟର) ଜଳିଯାଇଥିବା ଇଟନ୍ ଅଗ୍ନିକାଣ୍ଡକୁ ୯୧% ନିୟନ୍ତ୍ରଣ କରାଯାଇଥିବା ବେଳେ ପଶ୍ଚିମ ପାର୍ଶ୍ୱରେ ୨୩,୪୪୮ ଏକର (୯୫ ବର୍ଗ କିଲୋମିଟର) ଜଳିଯାଇଥିବା ବୃହତ୍ତର ପାଲିସାଡେସ୍ ଅଗ୍ନିକାଣ୍ଡକୁ ୬୮% ନିୟନ୍ତ୍ରଣ କରାଯାଇଛି।

କ୍ୟାଲ୍ ଫାୟାର ରିପୋର୍ଟ କରିଛି ଯେ ଜାନୁଆରୀ ୭ ତାରିଖରେ ଦୁଇଟି ଅଗ୍ନିକାଣ୍ଡ ଆରମ୍ଭ ହେବା ପରଠାରୁ, ୱାଶିଂଟନ୍ ଡିସିରେ ଅନେକ କ୍ଷତି ଘଟାଇଛି। ଏଥଇରେ ୨୮ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ପ୍ରାୟ ୧୬,୦୦୦ ଘର ଦ୍ୱାର କ୍ଷତିଗ୍ରସ୍ତ ହୋଇଛି। ଲସ୍ ଆଞ୍ଜେଲସ୍ କାଉଣ୍ଟି ଅଧିକାରୀଙ୍କ ଅନୁଯାୟୀ, ଗୋଟିଏ ସମୟରେ, ୧ଲକ୍ଷ ୮୦ହଜାର ଲୋକଙ୍କୁ ସ୍ଥାନାନ୍ତର ନିର୍ଦ୍ଦେଶ ଦିଆଯାଇଥିଲା। ଘରୋଇ ପୂର୍ବାନୁମାନକାରୀ ସଂସ୍ଥା AccuWeather ଆକଳନ କରିଛି ଯେ କ୍ଷୟକ୍ଷତି ଏବଂ ଆର୍ଥିକ କ୍ଷତି $250 ବିଲିୟନରୁ ଅଧିକ ହେବ। ଗତ ଦୁଇ ସପ୍ତାହ ମଧ୍ୟରେ ଦକ୍ଷିଣ କାଲିଫର୍ଣ୍ଣିଆରେ ଅନେକ ଛୋଟ ଜଙ୍ଗଲ ନିଆଁକୁ ଆୟତ୍ତ କରାଯାଇଛି।

ଅଧିକ ପଢ଼ନ୍ତୁ: ଜଳୁଛି କାଲିଫର୍ଣ୍ଣିଆ ଜଙ୍ଗଲ, କାଳ ସାଜୁଛି ଭୟଙ୍କର ପବନ

Wildfire Los Angeles
Advertisment
Advertisment