Advertisment

Starship Exploded: ଫେଲ ମାରିଲା ଷ୍ଟାରସିପ ପରୀକ୍ଷଣ: ମଝି ଆକାଶରେ ବିସ୍ଫୋରଣ

ଏଲନ ମସ୍କଙ୍କ ବହୁ ପ୍ରତୀକ୍ଷିତ ଷ୍ଟାରସିପର ପରୀକ୍ଷଣ ବିଫଳ ହୋଇଛି। ଗୁରୁବାର ଷ୍ଟାରସିପର ସପ୍ତମ ପରୀକ୍ଷଣ ବିଫଳ ହୋଇଛି। ମଝି ଆକାଶରେ ଷ୍ଟାରସିପରେ ବିସ୍ଫୋରଣ ହୋଇଥିବା ବେଳେ ଶହ ଶହ ଖଣ୍ଡରେ ଏହା ପରିଣତ ହୋଇଥିଲା।

author-image
Saroj Kumar Jena
ଅଦ୍ୟତନ ହୋଇଛି
Starship

Starship

ଏଲନ ମସ୍କଙ୍କ ବହୁ ପ୍ରତୀକ୍ଷିତ ଷ୍ଟାରସିପର ପରୀକ୍ଷଣ ବିଫଳ ହୋଇଛି। ଗୁରୁବାର ଷ୍ଟାରସିପର ସପ୍ତମ ପରୀକ୍ଷଣ ବିଫଳ ହୋଇଛି। ମଝି ଆକାଶରେ ଷ୍ଟାରସିପରେ ବିସ୍ଫୋରଣ ହୋଇଥିବା ବେଳେ ଶହ ଶହ ଖଣ୍ଡରେ ଏହା ପରିଣତ ହୋଇଥିଲା। ତେବେ ଏହାକୁ ବିଫଳତା ନୁହଁ ବରଂ ଏକ ଶିକ୍ଷା ବୋଲି ସ୍ପେଶ ଏକ୍ସ ପକ୍ଷରୁ କୁହାଯାଇଛି। ଜାନୁୟାରୀ ୧୬ ତାରିଖରେ କମ୍ପାନୀ ପକ୍ଷରୁ ପରୀକ୍ଷଣ କରାଯାଇଥିଲା। ବିସ୍ଫୋରଣରେ ବ୍ୟବହୃତ ସ୍ପେଶ କ୍ରାଫ୍ଟଟି କାରିବିୟାନ ସାଗର ଉପରେ ବିସ୍ଫୋରଣ ହୋଇଥିଲା।

Advertisment

ପୂର୍ବରୁ ସ୍ପେଶ ଏକ୍ସ ପକ୍ଷରୁ ଫାଲକନ ହେଭି, ନ୍ୟୁ ଗ୍ଲେନ, ଏସଏଲଏସର ପରୀକ୍ଷଣ କରାଯାଇଥିଲା। ବିଶ୍ବର ଏକମାତ୍ର ରକେଟ କମ୍ପାନୀ ଭାବରେ ସ୍ପେଶ ଏକ୍ସର ରକେଟ ପୁନର୍ବାର ବ୍ୟବହାର କରି ପାରିଥାଏ। ତେବେ ପ୍ରତ୍ୟାବର୍ତ୍ତନ ପରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ରକେଟ ନିର୍ମାଣ କରିବା ଦିଗରେ ଷ୍ଟାରସିପର ପରୀକ୍ଷଣ କରାଯାଇଥିଲା। ଷ୍ଟାରସିପର ଏହି ପରୀକ୍ଷଣ ବିଫଳ ହୋଇଥିଲେ ମଧ୍ୟ କମ୍ପାନୀ ନୂତନ ପରୀକ୍ଷଣ ପାଇଁ ପ୍ରସ୍ତୁତ ବୋଲି ସୂଚନା ଦେଇଛି।

Advertisment

ସ୍ପେଶ ଏକ୍ସ ପକ୍ଷରୁ କ୍ଷତି ହୋଇଥିବା ନେଇ ସ୍ବୀକାର କରଯିବା ସହିତ ଏକ୍ସରେ ଏକ ପୋଷ୍ଟ କରାଯାଇଥିଲା। ଏହି ପରୀକ୍ଷଣ ଗୁଡିକର ବାସ୍ତବ ସଫଳତା ହେଉଛି ଏଥିରୁ ସଂଗୃହୀତ ହେଉଥିବା ତଥ୍ୟ। ଚଳିତ ମିଶନରେ ସଂଗୃହୀତ ହୋଇଥିବା ତଥ୍ୟ ଆଗାମୀ ଦିନରେ ଷ୍ଟାରସିପର ବିକଶିତ ମଡେଲ ପ୍ରସ୍ତୁତ ଦିଗରେ ସହାୟକ ହେବ।

ଅଧିକ ପଢ଼ନ୍ତୁ: ୮୦ ହଜାର ବର୍ଷ ପରେ ଚମକିବ ଆକାଶ; ଦେଖାଯିବ ଦୁର୍ଲ୍ଲଭ ଧୂମକେତୁ

ଅନ୍ୟ ପକ୍ଷରେ ସ୍ପେଶ ଏକ୍ସ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଏଲନ ମସ୍କ କହିଛନ୍ତି ଏହା ଏକ ମଜାଦାର ଅଭିଜ୍ଞତା ଥିଲା। ମସ୍କ ଏକ୍ସରେ ବିସ୍ଫୋରଣର ଭିଡିଓଟିକୁ ଶେୟାର କରିବା ସହ ଲେଖିଥିଲେ ଷ୍ଟାରସିପରେ ସଫଳତା ଅନିଶ୍ଚିତ ହୋଇପାରେ ମାତ୍ର ଏହା ମନୋରଞ୍ଜନର ଗ୍ୟାରେଣ୍ଟି ପ୍ରଦାନ କରିଥାଏ। ଟେକ୍ସାସର ବୋକା ଚିକା ସ୍ପେସ ଷ୍ଟେସନରୁ ଏହି ଉତକ୍ଷେପଣ କରାଯାଇଥିଲା। ୨୩୨ ଫୁଟ ଲମ୍ବର ଏହି ରକେଟରେ ୩୩ ରାପ୍ଟର ଇଞ୍ଜିନ ରହିଥଲା। ଟେଷ୍ଟ ଆରମ୍ଭ ହେବାର ୮.୫ ମିନିଟ ପରେ ବିସ୍ଫୋରଣ ହୋଇଥିଲା। କେଉଁ କାରଣ ପାଇଁ ବିସ୍ଫୋରଣ ହୋଇଛି ତାହା ତଥ୍ୟ ଅନୁଧ୍ୟାନ ପରେ ଜଣା ପଡିବ ବୋଲି କହିଛନ୍ତି ସ୍ପେଶ ଏକ୍ସର ମୁଖପାତ୍ର।

ଅଧିକ ପଢ଼ନ୍ତୁ: ଚଳିତବର୍ଷ ମୋଟ୍ ୪ଟି ପରାଗ-ଗ୍ରହଣ, ଭାରତରୁ କେବଳ ଗୋଟିଏ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ

SpaceX Mission Elon Musk Starship
Advertisment
Advertisment