ସୁନୀତା ୱିଲିୟମ୍ସଙ୍କ ଏପରି ସଫଳତା ଦେଖି ତାଙ୍କ ପରି ମହାକାଶଚାରୀ ବା ଆଷ୍ଟ୍ରୋନଟ ହେବାକୁ ଚାହୁଁଛନ୍ତି କି ? ଯଦି ଚାହୁଁଛନ୍ତି ତେବେ ଏଥିପାଇଁ ପରିଶ୍ରମ, ପାଠ ଏବଂ ପ୍ରତିବଦ୍ଧତା ଦରକାର । ଯଦି ଏହି ତିନୋଟି ଜିନିଷ ରହିଛି ତେବେ ଆପଣ ବି ଚାହିଁଲେ ଆଷ୍ଟ୍ରୋନଟ ଭାବେ ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନରେ ପହଞ୍ଚି ପାରିବେ । ଜହ୍ନ ରାଇଜରେ ବୁଲି ପାରିବେ ।
ମହାକାଶରେ ଫସି ରହିଥିବା ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ ପୃଥିବୀକୁ ଫେରିବାକୁ ଯାଉଛନ୍ତି। ୯ ମାସ ଧରି ମହାକାଶରେ ସାଥୀ ମହାକାଶଚାରୀ ୱିଲମୋର ବୁଚଙ୍କ ସହ ଅଟକି ରହିଛନ୍ତି ସୁନୀତା ୱିଲିୟମ୍ସ। ଆମେରିକା ସରକାର ଓ ନାସାର ଏକାଧିକ ପ୍ରୟାସ ବିଫଳ ହେବା କାରଣରୁ ସୁନୀତା ୱିଲିୟମ୍ସ ଓ ୱିଲମୋର ବୁଚ ମହାକାଶରେ ଅଟକି ରହିଛନ୍ତି।
ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଉ ପାଦେ ଆଗେଇବ ଭାରତ । ନାସାରେ(NASA) ରାଜ୍ କରିବେ ଭାରତୀୟ । ୱିଙ୍ଗ କମାଣ୍ଡର ରାକେଶ ଶର୍ମାଙ୍କ ପରେ ମହାକାଶ ଯିବାପାଇଁ ଦ୍ଵିତୀୟ ସୁଯୋଗ ପାଇଛନ୍ତି ଭାରତର ସୁନାପୁଅ ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳା ।
ଏଲନ ମସ୍କଙ୍କ ବହୁ ପ୍ରତୀକ୍ଷିତ ଷ୍ଟାରସିପର ପରୀକ୍ଷଣ ବିଫଳ ହୋଇଛି। ଗୁରୁବାର ଷ୍ଟାରସିପର ସପ୍ତମ ପରୀକ୍ଷଣ ବିଫଳ ହୋଇଛି। ମଝି ଆକାଶରେ ଷ୍ଟାରସିପରେ ବିସ୍ଫୋରଣ ହୋଇଥିବା ବେଳେ ଶହ ଶହ ଖଣ୍ଡରେ ଏହା ପରିଣତ ହୋଇଥିଲା।
ଉତକ୍ଷେପଣ ଅପେକ୍ଷାରେ ଥିବା ସ୍ପେଡେକ୍ସ ମିଶନକୁ ନେଇ ଆସିଲା ବଡ଼ ସୂଚନା। କେବଳ ଇନସ୍ପେଶ୍ ଡକିଂ ବା ଦୁଇଟି ସ୍ପେଶକ୍ରାଫ୍ଟକୁ ମହାକାଶରେ ଯୋଡ଼ିବା ନୁହେଁ, ଏହି ଅଭିଯାନରେ ଅନେକ କିଛି ନୂଆ କରିବାକୁ ଯାଉଛି ଇସ୍ରୋ।
ଇତିହାସ ରଚିଲା ସ୍ପେସ୍ ଏକ୍ସ। ପୃଥିବୀ ପରିକ୍ରମା ପରେ ଫେରିଲେ ୪ ସାଧାରଣ ଲୋକ। ସଫଳତାର ସହ ୪ ଜଣଙ୍କୁ ଧରି ଫେରିଲା ଡ୍ରାଗନ୍ କୃାପସୁଲ୍। ଫ୍ଲୋରିଡ଼ା ଉପକୂଳ ଆଟ୍ଲାଣ୍ଟିକ୍ ମହାସାଗରରେ କଲେ ଅବତରଣ।
ତିନି ଦିନ ଧରି ପୃଥିବୀ ପରିକ୍ରମା କରିବା ପରେ ସ୍ପେସ୍ଏକ୍ସର ଡ୍ରାଗନ୍ ମହାକାଶ ଯାନରେ ଥିବା ଚାରି ୪ ମହାକାଶଚାରୀ ଆମେରିକାର ଫ୍ଲୋରିଡା ଉପକୂଳବର୍ତ୍ତୀ ଆଟଲାଣ୍ଟିକ୍ ମହାସାଗରରେ ନିରାପଦ ଭାବରେ ଅବତରଣ କରିଛନ୍ତି ।
ମହାକାଶ ଯାତ୍ରା କରିବା ସମସ୍ତଙ୍କ ଭାଗ୍ୟରେ ଜୁଟି ନ ଥାଏ। କାରଣ କେବଳ ମହାକାଶ ଗବେଷକଙ୍କୁ ଯିବାର ସୁଯୋଗ ମିଳିଥାଏ। ଆପଣ ଯଦି ମହାକାଶରେ ବୁଲିବାର ସ୍ୱପ୍ନ ରଖିଥାନ୍ତି ତେବେ ହତାଶ ହୁଅନ୍ତୁ ନାହିଁ। ହୁଏତ ଆପଣଙ୍କର ଏହି ସ୍ୱପ୍ନ ପୂରଣ ହୋଇପାରେ। କାରଣ ପ୍ରଥମ ଥର ପାଇଁ ‘ସ୍ପେଶ ଟୁରିଜିମ୍’ ରେ ସାଧାରଣ ଲୋକଙ୍କୁ ମହାକାଶ ପଠାଯିବାର ଯୋଜନା ଆରମ୍ଭ ହୋଇଛି।