• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଆଉ ଜେଲରୁ ମୁକୁଳି ପାରିବେନି ଇମ୍ରାନ ଖାନ । ମିଳିଲା ୧୪ ବର୍ଷର କାରାଦଣ୍ଡ । ପତ୍ନୀ ବୁଶରା ବିବିଙ୍କୁ ମଧ୍ୟ ଭୋଗିବାକୁ ପଡିବ ୭ ବର୍ଷର ଜେଲ୍‌ । ଅଲ୍-କାଦିର ଟ୍ରଷ୍ଟ ମାମଲାରେ ଦୁହିଁଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ତେବେ କ’ଣ ଏହି ମାମଲା ? ଇମ୍ରାନ ଓ ତାଙ୍କ ସ୍ତ୍ରୀ କ’ଣ କରିଥିଲେ ଭୁଲ ?

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଓ ତାଙ୍କ ପତ୍ନୀ ଅଲ୍-କାଦିର ଟ୍ରଷ୍ଟ ମାମଲାରେ ଦୋଷୀ ସାବ୍ୟସ୍ତ୍ୟ ହୋଇଛନ୍ତି । ଏହି ମାମଲା ୧୯୦ ନିୟୁତ ପାଉଣ୍ଡର ଠକେଇ ସହିତ ଜଡିତ । ଯେଉଁଥିପାଇଁ ଉଭୟଙ୍କୁ ୧୪ ଓ ୭ ବର୍ଷର ଜେଲ ଦଣ୍ଡ ଶୁଣାଯାଇଛି ।

ଅଧିକ ପଢ଼ନ୍ତୁ: ଫେଲ ମାରିଲା ଷ୍ଟାରସିପ ପରୀକ୍ଷଣ: ମଝି ଆକାଶରେ ବିସ୍ଫୋରଣ

ସେହିପରି କୋର୍ଟ ଇମ୍ରାନଙ୍କ ଉପରେ ୧୦ ଲକ୍ଷ ଟଙ୍କା ଏବଂ ବୁଶରାଙ୍କ ଉପରେ ୫ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଲଗାଇଛନ୍ତି । ଯଦି ଏହା ସେ ନଦେଇ ପାରନ୍ତି ତେବେ ଦୁହିଁଙ୍କୁ ଅଧିକ ଛଅ ମାସ ଜେଲଦଣ୍ଡ ଭୋଗିବାକୁ ପଡିବ । ରାୱଲପିଣ୍ଡିର ଆଡିଆଲା ଜେଲରେ ଥିବା ଏକ ଅସ୍ଥାୟୀ କୋର୍ଟରେ କଡ଼ା ସୁରକ୍ଷା ମଧ୍ୟରେ ବିଚାରପତି ନାସିର ଜାଭେଦ ରାଣା ଏହି ରାୟ ଶୁଣାଇଛନ୍ତି ।

ପାକିସ୍ତାନର ଖବରକାଗଜ ଅନୁଯାୟୀ ଏହି ମାମଲା ବାହାରିଆ ଟାଉନ୍‌ ସହିତ ଜମି ଏବଂ ଟଙ୍କା କାରବାର ସହିତ ଜଡିତ । ଯେଉଁଥିରେ ଇମ୍ରାନ ଖାନଙ୍କ ଉପରେ ଦୁର୍ନୀତିର ଅଭିଯୋଗ ରହିଛି । ଇମ୍ରାନ ଖାନ୍‌ ଏବଂ ବୁଶରା ବିବିଙ୍କ ଉପରେ ବାହାରିଆ ଟାଉନ୍ ଲିମିଟେଡ୍ ଠାରୁ କୋଟି କୋଟି ଟଙ୍କା ଏବଂ ଶହ ଶହ କେନାଲ୍ ଜମି ଅଧିଗ୍ରହଣ କରିବାର ଅଭିଯୋଗ ଥିଲା ।

ଉଭୟ କରାଚୀର ବାହାରିଆ ଟାଉନରେ ଜମି କିଣିବା ପାଇଁ କଳା ଟଙ୍କା ବ୍ୟବହାର କରିବାର ଅଭିଯୋଗ ଆସିଥିଲା । ଯାହା କୋର୍ଟରେ ସତ୍ୟ ବୋଲି ପ୍ରମାଣିତ ହେଲା । ଆଉ ଦୁହିଁଙ୍କୁ ଏବେ ଜେଲ ଦଣ୍ଡ ମିଳିଛି । ଫଳରେ ଗତ ୧୮ ମାସ ଧରି ଆଡିଆଲା ଜେଲରେ ବନ୍ଦୀ ଥିବା ଇମ୍ରାନ ଖାନଙ୍କ ମୁକୁଳିବାର ସବୁ ବାଟ ବନ୍ଦ ହୋଇଯାଇଛି ।

ଅଧିକ ପଢ଼ନ୍ତୁ: ଏସିଆର ଶକ୍ତିଶାଳୀ ସାମୁଦ୍ରିକ ଯୋଦ୍ଧା କିଏ: ଭାରତ, ଚୀନ ନା ପାକିସ୍ତାନ ?

OTV is now on Whatsapp

Join and get latest news update delivered to you via whatsapp

Join Now