Advertisment

Musk Seems Happy: ଟ୍ରମ୍ଫଙ୍କ ଶପଥ ଗ୍ରହଣ ଉତ୍ସବରେ କାହିଁକି ଏତେ ଖୁସି ହେଉଥିଲେ ଏଲନ୍ ମସ୍କ

ସୋମବାର ଟ୍ରମ୍ପ ଶପଥ ଗ୍ରହଣ କରିଥିବା ବେଳେ ଏଥିରେ ସମଗ୍ର ବିଶ୍ବର ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ। ଏହା ମଧ୍ୟରେ ଜଣେ ବ୍ୟକ୍ତି ସବୁଠୁ ଅଧିକ ଖୁସି ଥିବା ନଜର ଆସିଥିଲେ। ସେହି ବ୍ୟକ୍ତି ଜଣଙ୍କ ଆଉ କେହି ନୁହନ୍ତି ବରଂ ଟ୍ରମ୍ପଙ୍କ ଘନିଷ୍ଠ ବନ୍ଧୁ ଏଲନ୍ ମସ୍କ।

author-image
Saroj Kumar Jena
ଅଦ୍ୟତନ ହୋଇଛି
trump

trump

ଯୁକ୍ତରାଷ୍ଟ୍ର ଆମେରିକାର ୪୭ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ। ସୋମବାର ଟ୍ରମ୍ପ ଶପଥ ଗ୍ରହଣ କରିଥିବା ବେଳେ ଏଥିରେ ସମଗ୍ର ବିଶ୍ବର ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ। ଏହା ମଧ୍ୟରେ ଜଣେ ବ୍ୟକ୍ତି ସବୁଠୁ ଅଧିକ ଖୁସି ଥିବା ନଜର ଆସିଥିଲେ। ସେହି ବ୍ୟକ୍ତି ଜଣଙ୍କ ଆଉ କେହି ନୁହନ୍ତି ବରଂ ଟ୍ରମ୍ପଙ୍କ ଘନିଷ୍ଠ ବନ୍ଧୁ ଏଲନ ମସ୍କ ।

Advertisment

ଟ୍ରମ୍ପଙ୍କ ଶପଥଗ୍ରହଣ ସମାରୋହରେ ସାମିଲ ହୋଇଥିବା ମସ୍କଙ୍କ ଖୁସିର ଠିକଣା ନଥିଲା। ସେ ଅତ୍ୟନ୍ତ ଉତ୍ସାହର ସହ ଷ୍ଟେଜ ଉପରେ ନଜର ଆସିଥିଲେ। ଏହା ସହିତ ଟ୍ରମ୍ପ ଓ ଆମେରିକା ବାସୀଙ୍କ ଉଦ୍ଦେଶ୍ୟରେ ଏକ ଅଭିଭାଷଣ ମଧ୍ୟ ଦେଇଥିଲେ। ମସ୍କ କହିଥିଲେ ଏହା ହିଁ ବାସ୍ତବରେ ବିଜୟ। ବିଜୟ ଏମିତି ହିଁ ଅନୁଭବ ଦେଇଥାଏ। ନିର୍ବାଚନ ସର୍ବଦା ଆସିଥାଏ ଓ ଯାଇଥାଏ। ତେବେ ଅନେକ କାରଣ ପାଇଁ ଏହି ନିର୍ବାଚନ ସ୍ବତନ୍ତ୍ର। ଏହି ନିର୍ବାଚନର ବିଜୟ ପାଇଁ ଆମେରିକା ବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ ମସ୍କ।

ଅଧିକ ପଢ଼ନ୍ତୁ: ଅବସର ନେବା ପରେ କ’ଣ କରନ୍ତି ଆମେରିକା ରାଷ୍ଟ୍ରପତି ? କେମିତି କରନ୍ତି ରୋଜଗାର ?

Advertisment

ତେବେ ମସ୍କଙ୍କ ସାଲ୍ୟୁଟକୁ ନେଇ ସୋସିଆଲ ମିଡିଆରେ ବିବାଦ ଦେଖା ଦେଇଛି। ମସ୍କ ଭାଷଣ ପ୍ରଦାନ କରିବା ଆଗରୁ ଏକ ସାଲ୍ୟୁଟ ମାରିଥିଲେ। ଏହାକୁ ନେଇ ବିବାଦ ଦେଖା ଦେଇଛି। ଅନେକ ଏକ୍ସ ବ୍ୟବହାରକାରୀ ଏହାକୁ ସମାଲୋଚନା କରିବାରେ ଲାଗିଛନ୍ତି। ଏହାକୁ ଅନେକ ୟୁଜର ହିଟଲରଙ୍କ ନାଜି ସାଲ୍ୟୁଟ ସହିତ ତୁଳନା କରିଛନ୍ତି।

ଜଣେ ଏକ୍ସ ୟୁଜର ଲେଖିଛନ୍ତି ଟ୍ରମ୍ପଙ୍କ ଶପଥ ସମାରୋହରେ ଥରେ ନୁହେଁ ଦୁଇ ଥର ନାଜି ସାଲ୍ୟୁଟ କରିଥିଲେ। ଏହାକୁ ନେଇ ଆଉ ଜଣେ ୟୁଜର ଲେଖିଛନ୍ତି ମହାକାଶ ଯାତ୍ରା ଓ ଅନ୍ତରୀକ୍ଷ ଉପରେ ଯାହା ବି ମଜା କରୁଛ ତାହା ଗ୍ରହଣୀୟ ମାତ୍ର ନାଜି ସାଲ୍ୟୁଟ ନୁହେଁ। ତେବେ ଏହା ସହିତ ଆଉ ଜଣେ ବ୍ୟବହାରକାରୀ ମସ୍କଙ୍କ ସମର୍ଥନରେ ବାହାରି ଥିଲେ। ମସ୍କ ଯେମିତି ସାଲ୍ୟୁଟ କରିଛନ୍ତି ଅତୀତରେ ବାରାକ ଓବାମାଙ୍କ ସମେତ ଏକାଧିକ ନେତା ଏମିତି ସାଲ୍ୟୁଟ କରିଛନ୍ତି। ସେହିପରି ଟ୍ରମ୍ପଙ୍କ ନିକଟରେ ଅଟିଜିମ ରହିଥିବାରୁ ଏଭଳି ସେଲିବ୍ରେସନ ଅତ୍ୟନ୍ତ ସାଧାରଣ ବୋଲି ଲେଖିଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଡାହାଣ ହାତକୁ ସିଧା ଉପରକୁ ରଖିବାକୁ ନାଜି ସାଲ୍ୟୁଟ କୁହାଯାଏ। ପ୍ରଥମେ ନାଜି ସେନାଙ୍କ ଉଦ୍ଦେଶ୍ୟରେ ହିଟଲର ଏଭଳି ସାଲ୍ୟୁଟ କରିଥିବା ବେଳେ ଏହାକୁ ନାଜି ସାଲ୍ୟୁଟ ବୋଲି କୁହାଯାଇଥିଲା।

ଅଧିକ ପଢ଼ନ୍ତୁ: ଆମେରିକାରେ ଆରମ୍ଭ ହେଲା ଟ୍ରମ୍ପ ଶାସନ

Donald Trump Elon Musk American President Donald Trump
Advertisment
Advertisment