Smallest Country of the world without a single muslim citizen

ଜଣେ ବି ମୁସଲିମ୍ ନାଗରିକ ରହୁନଥିବା ଏହି ଦେଶଟି ଭାରତଠାରୁ ୬୫୭୪ କିମି ଦୂରରେ ଅବସ୍ଥିତ। ଯାହାର ଡାକସେବା ସବୁଠାରୁ ଅଧିକ ତୀବ୍ର ଓ ସଠିକ୍।

ଏହି ଦେଶଟି ହେଉଛି ୟୁରୋପର ଅନ୍ୟତମ ଧାର୍ମିକ ରାଷ୍ଟ୍ର ଭାଟିକାନ୍ ସିଟି, ଯାହା ୧୧ ଫେବ୍ରୁଆରି ୧୯୨୯ରେ ସ୍ୱାଧୀନତା ଲାଭ କରିଥିଲା।

ଏହା ହେଉଛି ପୃଥିବୀର ସବୁଠାରୁ ଛୋଟିଆ ଦେଶ, ଯାହାର କ୍ଷେତ୍ରଫଳ ମାତ୍ର ୦.୪୪ ବର୍ଗ କିଲୋମିଟର। ଏହା ସଂପୂର୍ଣ୍ଣ ଭାବରେ ଇଟାଲୀର ରାଜଧାନୀ ରୋମ୍ ଭିତରେ ହିଁ ରହିଛି।

୨୦୨୪ ଜନଗଣନା ଅନୁଯାୟୀ, ଭାଟିକାନ୍ ସିଟି ଦେଶର ସମୁଦାୟ ଜନସଂଖ୍ୟା ହେଉଛି ମାତ୍ର ୪୯୬ ଜଣ।

ଏକ ସ୍ୱତନ୍ତ୍ର ଦେଶ ହିସାବରେ ଏହାର ମଧ୍ୟ ସ୍ୱତନ୍ତ୍ର ସେନା ବାହିନୀ ଅଛି, ଯାହାକୁ ସ୍ୱିସ୍ ଗାର୍ଡ୍ସ ବୋଲି କୁହାଯାଏ। ଏହାର ସ୍ଥାପନା ୧୫୦୬ ମସିହାରେ ହୋଇଥିଲା।

ଭାଟିକାନ ଦେଶର ଡାକାସେବା ପୃଥିବୀର ସବୁଠାରୁ ତୀବ୍ରଗତି ଡାକସେବା ବୋଲି କୁହାଯାଏ।

ଏହା ପୃଥିବୀର ଏକମାତ୍ର ଦେଶ, ଯେଉଁଠି କୌଣସି ମେଡିକାଲ୍ ନାହିଁ କିମ୍ୱା କୌଣସି ଜେଲ୍ ନାହିଁ। ଏଠାକାର ନାଗରିକ ହେବାକୁ ହେଲେ ପୋପ୍ ଙ୍କର ଅନୁମତି ଦରକାର।

ଭାଟିକାନରେ ବିଶେଷତଃ ଇଟାଲୀ, ସ୍ୱିସ୍, ଆର୍ଜେଣ୍ଟିନା ଓ ଅନ୍ୟ କିଛି ଦେଶର ନାଗରିକ ରୁହନ୍ତି। ମୁଖ୍ୟ ଭାଷା ଇଟାଲୀୟ, ଲାଟିନ୍ ଓ ଫରାସୀ।

ଏହି ଦେଶରେ କୌଣସି ମୁସଲିମ୍ ନାଗରିକ ନାହାଁନ୍ତି। ଏଠାରେ କେବଳ ଖ୍ରୀଷ୍ଟିୟାନ ନାଗରିକ ରୁହନ୍ତି। ଏହି ଧର୍ମ ପାଇଁ ଏହା ଏକ ପବିତ୍ର ସ୍ଥଳ।