Advertisment

Selfie for 100 rupees: ଭାରତୀୟଙ୍କ ପାଇଁ Russian ମହିଳାଙ୍କ ଅଫର, ସେଲଫି ଗୋଟା ୧୦୦ ଟଙ୍କା

ସେଲଫି ଉଠାଇବା ପାଇଁ ମହିଳା ଜଣଙ୍କ ଚାର୍ଜ କରୁଛନ୍ତି ୧୦୦ ଟଙ୍କା। ଆଉ ଅନେକ ଲୋକ ପଇସା ଦେଇ ସାଙ୍ଗରେ ସେଲଫି ମଧ୍ୟ ଉଠାଉଛନ୍ତି।

author-image
Saroj Kumar Jena
ଅଦ୍ୟତନ ହୋଇଛି
selfie

selfie

ଭାରତରେ ଫରେନର (ବିଦେଣୀ ନାଗରିକଙ୍କୁ) ମାନଙ୍କୁ ସର୍ବଦା ଗୋଟିଏ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ଯୁଆଡେ ଗଲେ ସାଥୀରେ ସେଲଫି ଉଠାଇବା ପାଇଁ ସମସ୍ତେ ଅନୁରୋଧ କରିଥାନ୍ତି। ଏହି ସମସ୍ୟାର ସମାଧାନ ବାହାର କରିଛନ୍ତି ଜଣେ ରୁଷିଆନ ଯୁବତୀ। ସାଙ୍ଗରେ ସେଲଫି ଉଠାଇବା ପାଇଁ ମହିଳା ଜଣଙ୍କ ଚାର୍ଜ କରୁଛନ୍ତି ୧୦୦ ଟଙ୍କା। ଆଉ ଅନେକ ଲୋକ ପଇସା ଦେଇ ସାଙ୍ଗରେ ସେଲଫି ମଧ୍ୟ ଉଠାଉଛନ୍ତି। ଆଞ୍ଜେଲିନା ଏହି ଭିଡିଓଟିକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ସହିତ ଏହା ଭାଇରାଲ ହେବାରେ ଲାଗିଛି।

Advertisment

ରୁଷିଆ ନାଗରିକ ଆଞ୍ଜେଲିନା ଭାରତ ବୁଲିବାକୁ ଆସିଛନ୍ତି। ଭାରତରେ ଫଟୋ ଉଠାଇବାକୁ ନେଇ ସମସ୍ୟାର ସମ୍ମୁଖୀନ ନ ହେବା ପାଇଁ ନୂଆ ପଇଁତରା ଆପଣେଇଛନ୍ତି ଆଞ୍ଜେଲିନା। ଗୋଟିଏ ସେଲଫି ପାଇଁ ମାଗୁଛନ୍ତି ୧୦୦ ଟଙ୍କା। ଅନେକ ଲୋକ ଖୁସିରେ ସେଲଫି ମଧ୍ୟ ଉଠାଉଛନ୍ତି। ଯଦି କେହି ବ୍ୟକ୍ତି ସେମିତିରେ ଫଟୋ ଉଠାଇବାକୁ ଆସୁଛନ୍ତି ତେବେ ଆଞ୍ଜେଲିନା ତାଙ୍କୁ ଫଟୋ ଉଠାଇବାର ପ୍ରକ୍ରିୟା ବୁଝାଇ କହୁଛନ୍ତି।

ଅନେକ ଲୋକ ତାଙ୍କ ସହିତ ଫଟୋ ଇଠାଇଥିବା ବେଳେ ସେଲଫି ନେବାରୁ ଆୟ ହୋଇଥିବା ଅର୍ଥ ସେ ଗର୍ବର ସହ ଦେଖାଇଛନ୍ତି। ଏହା ସହିତ ଭିଡିଓରେ କ୍ୟାପସନ ରଖିଛନ୍ତି ‘ଏହା ଏକ ଚମତ୍କାର ସଲ୍ୟୁଶନ। ଭାରତୀୟ ମାନଙ୍କୁ ସେମାନଙ୍କ ପସନ୍ଦ ମୁତାବକ ସେଲଫି ମିଳିଯିବ। ଓ ଫରେନର ମାନଙ୍କୁ ସେଲଫି ବାବଦକୁ ପଇସା ମିଳିଯିବ। ଫଳରେ ସମସ୍ତେ ଖୁସି ରହିବେ।’

Advertisment

ଇନଷ୍ଟାଗ୍ରାମରେ ପୋଷ୍ଟଟି ଭାଇରାଲ ହୋଇଥିବା ବେଳେ ଏହାକୁ ସମସ୍ତେ ବେଶ ପସନ୍ଦ କରିଛନ୍ତି। ପ୍ରାୟ ସମସ୍ତେ ମହିଳାଙ୍କ ବୁଦ୍ଧିମତାକୁ ପ୍ରଶଂସା କରୁଛନ୍ତି। ଜଣେ ୟୁଜର କମେଣ୍ଟ କରିଛନ୍ତି ଭାରତୀୟଙ୍କ ଅପେକ୍ଷା ଏହି ମହିଳା ଜଣଙ୍କ ଭାରତୀୟ ନାଗରିକଙ୍କୁ ଚିହ୍ନିବାରେ ସକ୍ଷମ ବୋଲି କମେଣ୍ଟ କରିଥିଲେ। ଆଉ ଜଣେ କମେଣ୍ଟ କରିଥିଲେ ଭାରତ ହିଁ ଫରେନର ମାନଙ୍କ ପାଇଁ ଅର୍ଥ ଉପାର୍ଜନର ଶ୍ରେଷ୍ଠ ସ୍ଥାନ। ଆଉ ଜଣେ ୟୁଜର ଲେଖିଥିଲେ ତୁମେ ସିଷ୍ଟମ ହ୍ୟାକ କରିବାରେ ସଫଳ ହୋଇଛ। ଭିଡିଓଟିକୁ ଇନଷ୍ଟାଗ୍ରାମରେ ୯୫ ହଜାରରୁ ଅଧିକ ଲୋକ ଲାଇକ କରିଥିବା ବେଳେ ୫ ହଜାରରୁ ଅଧିକ କମେଣ୍ଟ ଆସିଛି।

Russia Selfie
Advertisment
Advertisment