• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deviprasad Jena

ଭାରତୀୟ ଯୁବକକୁ ୮ ବର୍ଷ ଜେଲ୍ ଦଣ୍ଡ ଶୁଣାଇଲେ ୟୁଏସ୍ ଡିଷ୍ଟ୍ରିକ୍ଟ କୋର୍ଟ । ନିଜେ ଟ୍ରକ ଚଳାଇ ହ୍ବାଇଟ ହାଉସ ପାଚେରୀ ଭାଙ୍ଗି ପ୍ରବେଶ ଉଦ୍ୟମ କରିଥିଲା ଏହି ଭାରତୀୟ ଯୁବକ । ଉପସ୍ଥିତ ପୋଲିସ ଓ ହ୍ବାଇଟ ହାଉସ ସୁରକ୍ଷାକର୍ମୀ ଅଭିଯୁକ୍ତକୁ ତୁରନ୍ତ କାବୁ କରିବା ପରେ ଏହା ରାଷ୍ଟ୍ରପତିଙ୍କୁ ହତ୍ୟା ଉଦ୍ୟମ ଥିଲା ବୋଲି ନିଜେ ସ୍ୱୀକାର କରିଥିଲା ଅଭିଯୁକ୍ତ ।

ବହୁ ଚର୍ଚ୍ଚିତ ହ୍ବାଇଟ୍ ହାଉସ୍ ଆକ୍ରମଣ ଉଦ୍ୟମ ମାମଲାରେ ଜଣେ ପ୍ରବାସୀ ଭାରତୀୟ ନାଗରିକଙ୍କୁ ଦଣ୍ଡାଦେଶ । ହାଇଦ୍ରାବାଦର ୨୦ ବର୍ଷୀୟ ଯୁବକଙ୍କ ବିରୋଧରେ ୮ବର୍ଷ ଜେଲ୍ ଦଣ୍ଡ ଶୁଣାଇଲେ ୟୁଏସ୍ ଡିଷ୍ଟ୍ରିକ୍ଟ କୋର୍ଟ । ଆକ୍ରମଣକାରୀ ଯୁବକଙ୍କ ନାଁ ସାଇ ଭର୍ଶିଥ୍ କାନ୍ଦୁଲା । ଆମେରିକୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ୨୦୨୩ ମସିହା 'ମେ' ମାସ ୨୨ ତାରିଖ ରାତିରେ ଘଟିଥିଲା ଏହି ଘଟଣା ।

ଅଧିକ ପଢନ୍ତୁ: ଫେଲ ମାରିଲା ଷ୍ଟାରସିପ ପରୀକ୍ଷଣ: ମଝି ଆକାଶରେ ବିସ୍ଫୋରଣ

ଆକ୍ରମଣକାରୀ ପ୍ରଥମେ ଆମେରିକାର ସେଣ୍ଟ ଲୁଇସ୍ ମିସୌରୀରୁ ଏକ କମର୍ସିଆଲ୍ ଫ୍ଲାଇଟରେ ଯାଇଥିଲା । ଯୋଜନା ମୁତାବକ ୱାସିଂଟନ୍ ଡିସିକୁ ଯିବାର ଥିଲା। ପରେ ସେ ସହରରୁ ଏକ ଟ୍ରକକୁ ଭଡ଼ାରେ ନେଇଥିଲା । ଏହାପରେ ସେ ନିଜେ ଟ୍ରକ ଚଳାଇବା ସହ ହ୍ବାଇଟ ହାଉସ ପାଚେରୀ ଭାଙ୍ଗି ତା ଭିତରକୁ ପ୍ରବେଶ ପାଇଁ ଉଦ୍ୟମ କରିଥିଲା । ପରେ ଟ୍ରକକୁ ରିଭର୍ସ କରି ବାରମ୍ବାର ହ୍ବାଇଟ ହାଉସ୍ ପାଚେରୀକୁ ଧକ୍କା ଦେଇ ଭାଙ୍ଗିବା ପାଇଁ ପ୍ରୟାସ କରିଥିଲା ଅଭିଯୁକ୍ତ । ହେଲେ ସେଠାରେ ଥିବା ପୋଲିସ ଓ ହ୍ବାଇଟ ହାଉସ ସୁରକ୍ଷାକର୍ମୀ ତାଙ୍କୁ ତୁରନ୍ତ କାବୁ କରିବାରେ ସଫଳ ହୋଇଥିଲେ । ତାକୁ ତୁରନ୍ତ ପୋଲିସ ଏକ ଅଜ୍ଞାତ ସ୍ଥାନକୁ ନେଇ ଜେରା କରିବା ପରେ ରାଷ୍ଟ୍ରପତିଙ୍କୁ ହତ୍ୟା ଉଦ୍ୟମରେ ଆକ୍ରମଣ କରାଯାଇଥିବା ନେଇ ଅଭିଯୁକ୍ତ ନିଜେ ସ୍ବୀକାର କରିବା ସହ ଏଥିପାଇଁ ସେ ୬ ମାସ ଧରି ଯୋଜନା କରିଥିବା ନେଇ ପ୍ରକାଶ କରିଥିଲା ।

ସେ ପୂର୍ବରୁ ଏକାଧିକ ଥର ବିଭିନ୍ନ ଉପାୟରେ ଆକ୍ରମଣ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇନଥିଲା । ୨୦ ବର୍ଷିୟ ଯୁବକ ସାଇ ଭର୍ଶିଥ୍ କାନ୍ଦୁଲା ଜଣେ ତେଲଗୁ ସମ୍ପ୍ରଦାୟର ପ୍ରବାସୀ ଭାରତୀୟ ଏବଂ ସେ ଜଣେ ନାଜିବାଦୀ ହୋଇଥିବା ଆମେରିକା କହିଛି । ଏକଥା ଆକ୍ରମଣ କରିଥିବା ଅଭିଯୁକ୍ତ ନିଜେ ପୋଲିସ ନିକଟରେ ସ୍ବୀକାର କରିଥିଲ। ।

ଅଧିକ ପଢନ୍ତୁ: ଏସିଆର ଶକ୍ତିଶାଳୀ ସାମୁଦ୍ରିକ ଯୋଦ୍ଧା କିଏ: ଭାରତ, ଚୀନ ନା ପାକିସ୍ତାନ ?

OTV is now on Whatsapp

Join and get latest news update delivered to you via whatsapp

Join Now