ସେ ଖୁଲାସା କରିଛନ୍ତି ଯେ ଅପରେସନ୍ ସିନ୍ଦୂର ସମୟରେ ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିଥିଲା ବେଳେ ଇସ୍ରାଏଲରୁ ମିଳିଥିବା ଅସ୍ତ୍ରଶସ୍ତ୍ର ବହୁତ କାମରେ ଆସିଥିଲା। ସେ କହିଛନ୍ତି ଯେ କାର୍ଗିଲ ଭଳି ଅପରେସନ୍ ସିନ୍ଦୂରରେ ମଧ୍ୟ ଇସ୍ରାଏଲର ଅସ୍ତ୍ରଶସ୍ତ୍ର ଭାରତୀୟ ସେନା ପାଇଁ ବଡ଼ ଶକ୍ତି ହୋଇଥିଲା।
୨୨ ମାସ ଧରି ହମାସ ବିରୋଧରେ ଇସ୍ରାଏଲକୁ ଯୁଦ୍ଧରେ ଜଡ଼ିତ କରିଥିବା ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ପଦବୀ ଉପରେ ବିପଦ ଆସୁଛି କି? ଏଭଳି ଆଶଙ୍କା କରାଯାଉଛି । କାରଣ ନେତାନ୍ୟାହୁଙ୍କୁ ଏବେ ନିଜ ଦେଶରେ ମଧ୍ୟ ବିରୋଧର ସାମ୍ନା କରିବାକୁ ପଡୁଛି।
ଅନେକ ଦେଶ ବିଶେଷ କରି ମଧ୍ୟପ୍ରାଚ୍ୟରେ ଶାନ୍ତି ସ୍ଥାପନା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ଆମେରିକା ରାଷ୍ଟପତି ଡୋନାଲ୍ଡ ଟ୍ରମ୍ପଙ୍କ ନାଁକୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ସୁପାରିସ୍ କରିଛି ଇସ୍ରାଏଲ ।
ଇରାନ୍-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଲାଗି ରହିଥିଲା । ଏବେ ଅସ୍ତ୍ର ବିରତି ରହିଛି। ତଥାପି ଇରାନ୍ ଚୁପ୍ ହୋଇ ବସିବା ରାଷ୍ଟ୍ର ନୁହେଁ। ଦୁଇ ରାଷ୍ଟ୍ର ମଧ୍ୟରେ ତିକ୍ତତା ଲାଗି ରହିଛି। ସେହିପରି ଇରାନ୍, ଇସ୍ରାଏଲ ଓ ଆମେରିକା ମଧ୍ୟରେ କିଛି ବି ଠିକ୍ ନାହିଁ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ବିରୋଧରେ ଇରାନ୍ ଫତୱା ଜାରି କରିଛି ।
ଅନ୍ୟପକ୍ଷରେ ଖାମେନେଇ ଅଘଟଣ ପୂର୍ବରୁ ନିଜ ଉତ୍ତରାଧିକାରୀ ବାଛିଛନ୍ତି । ସେ ତିନିଜଣଙ୍କ ନାମ ମନୋନୟନ କରିଛନ୍ତି। ତେବେ ଖାମନେଇଙ୍କ ପୁଅ ମୋଜତବାଙ୍କ ନାମ ସେହି ୩ଜଣଙ୍କ ମଧ୍ୟରେ ନାହିଁ। ଯଦିଓ ସେ ଜଣେ ଧର୍ମଗୁରୁ ଏବଂ ଜଣେ ଇସଲାମିକ ବିଦ୍ୱାନ। ଚୟନ ହୋଇଥିବା ୩ଜଣଙ୍କ ନାମ ଏଯାଏଁ ଗୋପନ ରଖାଯାଇଛି। ଖାମେନେଇଙ୍କ ମୃତ୍ୟୁ ପରେ ଏମାନଙ୍କ ମଧ୍ୟରୁ ଜଣକୁ ଶୀର୍ଷ ନେତା ନିଯୁକ୍ତ କରାଯିବ ବୋଲି ସୂଚନା ମିଳିଛି ।
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଦିନକୁ ଦିନ ତୀବ୍ରତର ହେଉଥିବା ବେଳେ ଇରାନ୍ର ଶୀର୍ଷ ନେତା (ସୁପ୍ରିମ୍ ଲିଡର) ଆୟାତୋଲ୍ଲା ଅଲୀ ଖାମେନି ଭୟରେ ବଙ୍କର ଭିତରେ ଲୁଚି ରହିଛନ୍ତି ବୋଲି ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି। ଇରାନ୍ର ପରାଜୟ ନିଶ୍ଚିତ ନେଇ ଖାମେନି ଆଶା ଆଶଙ୍କାରେ ରହିଛନ୍ତି। ଏହି ଆଶଙ୍କା ମଧ୍ୟରେ ଖାମେନି ବଙ୍କର ମଧ୍ୟରେ ଥିବା ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।
ଇରାନରୁ ନିର୍ବାସିତ ପୂର୍ବତନ ଯୁବରାଜ ତଥା ଦୀର୍ଘ ବର୍ଷ ଧରି ଦେଶରୁ ଦୂରେଇ ରହି ପ୍ରତିଶୋଧ ନେବା ପାଇଁ ପଣ କରିଥିବା ବ୍ୟକ୍ତି ଜଣକ ହେଲେ ରେଜା ପହଲବି । ୧୯୬୭ ମସିହାରେ ମାତ୍ର ୭ ବର୍ଷ ବୟସରେ ତାଙ୍କୁ ଏହି ଉପାଧି ମିଳିଥିଲା। ଇସଲାମିକ୍ କ୍ରାନ୍ତି ପୂର୍ବରୁ ଶେଷ ଶାସକ ରେଜା ଶାହ ପହଲବିଙ୍କ ପୁଅ ରେଜା ପହଲବି ।
ଦକ୍ଷିଣ ଇସ୍ରାଏଲର ବିରସହେବାରେ ଥିବା ସବୁଠୁ ବଡ଼ ହସ୍ପିଟାଲ ସରୋକା ମେଡିକାଲ ଉପରକୁ ମିଜାଇଲ୍ ଆଟାକ୍ କରିଛି ଇରାନ । ଏଥିରେ ୪୭ ଜଣ ଆହତ ହୋଇଛନ୍ତି ।
ଇରାନର ବର୍ତ୍ତମାନର ସୁପ୍ରିମ ଲିଡର ଖାମେନେଇ ପିନ୍ଧଥିବା ମୁଦି ରୂପାରେ ତିଆରି ହୋଇଥିବା ବେଳେ ଏଥିରେ ଲାଗିଛି ହଳଦିଆର ରଙ୍ଗର ଏକ ରତ୍ନ ପଥର । ଅନ୍ୟ ମଣି ତୁଳନାରେ କମ ମୂଲ୍ୟର ହୋଇଥିଲେ ସୁଦ୍ଧା ଧାର୍ମିକ ମାନ୍ୟତା ଥିବାରୁ ସେଠାରେ ଏହି ପଥରଟି ବହୁତ ଲୋକପ୍ରିୟ ।
ଇରାନ୍-ଇସ୍ରାଏଲ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି। ଇସ୍ରାଏଲର ଚେତାବନୀ ସତ୍ତ୍ବେ ଜବାବୀ ଆକ୍ରମଣ ଜାରି ରଖିଛି ଇରାନ୍। ଘନଘନ ମିସାଇଲ ଓ ଡ୍ରୋନ୍ ବର୍ଷା କରି ଚାଲିଛି । ଇରାନର ସଂସଦ ପରମାଣୁ ଅପ୍ରସାର ଚୁକ୍ତି (ଏନପିଟି) ରୁ ବାହାରିବା ଏକ ବିଲ୍ ପ୍ରସ୍ତୁତ କରିଛି। ଏହି ଘଡ଼ିସନ୍ଧି ମୂହୁର୍ତ୍ତରେ ଏନପିଟିରୁ ବାହାରିବାକୁ ଇରାନ ଘୋଷଣା କରିଛି ।
ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ପରମାଣୁ କାର୍ଯ୍ୟକଳାପକୁ ବିରୋଧ କରୁଥିବାରୁ ଏବଂ ଜେନେରାଲ କାଶିମ ସୋଲେମାନିଙ୍କୁ ହତ୍ୟାପରେ ଟ୍ରମ୍ପ ଏବେ ତେହରାନର ଟାର୍ଗେଟରେ ଥିବା କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ।
ଆମେରିକା ଏବଂ ୟୁରୋପ ଇସ୍ରାଏଲ ସହିତ ଠିଆ ହୋଇଛନ୍ତି। ରୁଷ ଏବଂ ଚୀନ ଗୁପ୍ତ ଭାବରେ ଇରାନକୁ ସମର୍ଥନ କରନ୍ତି। ଆରବ ଦେଶଗୁଡ଼ିକ କେତେବେଳେ ଇରାନ ବିରୋଧରେ ତ କେତେବେଳେ ନିରପେକ୍ଷ ମନ୍ତବ୍ୟ ଦିଅନ୍ତି। ତେବେ ଇସ୍ରାଏଲ ସହିତ ୟୁଏଇର ସମ୍ପର୍କ ସ୍ୱାଭାବିକ ରହିଛି । ବର୍ତ୍ତମାନ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ହେଲେ ତେଲ ଏବଂ ଗ୍ୟାସ ଯୋଗାଣ ଗୁରୁତର ଭାବରେ ପ୍ରଭାବିତ ହେବ ଏବଂ ସାରା ବିଶ୍ୱରେ ଆର୍ଥିକ ସଙ୍କଟ ଆହୁରି ଗଭୀର ହେବ।
Airstrikes in Gaza: ଅନ୍ତର୍ଜାତୀୟ ସଂଗଠନର ଚାପ ସତ୍ତ୍ବେ ଗାଜା ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ ଯୋଗୁଁ ଗତ ୮ ଦିନ ଭିତରେ ୫୦୦ ପାଲେଷ୍ଟାଇନ୍ ନାଗରିକଙ୍କ ମୃତ୍ୟୁ ଘଟିଛି ।
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ସମ୍ପୂର୍ଣ୍ଣ ଗାଜାକୁ ନିୟନ୍ତ୍ରଣକୁ ନେବେ ବୋଲି ସୋମବାର କହିଛନ୍ତି। କିଛିଦିନ ହେବ ଯୁଦ୍ଧରୁ ବିରତ ଥିବା ଇସ୍ରାଏଲ ପୁଣି ଥରେ ଆକ୍ରମଣକୁ ଜୋରଦାର କରିଛି। ଏହା ସହିତ ଆସନ୍ତା କିଛି ଦିନି ମଧ୍ୟ ଇସ୍ରାଏଲ ସମ୍ପୂର୍ଣ୍ଣ ଗାଜା ନିଜ ନିୟନ୍ତ୍ରଣକୁ ନେବ ବୋଲି କହିଛନ୍ତି ନେତନ୍ୟାହୁ।
ଅକ୍ଟୋବର ୭ରୁ ଆକ୍ରମଣ ପରଠୁ ହମାସରେ ପଣବନ୍ଦୀ ଥିଲେ ଏହି ମହିଳାମାନେ। ଯୁଦ୍ଧ ବିରତି ପରେ ଏବେ ପଣବନ୍ଦୀଙ୍କୁ ମୁକ୍ତ କରୁଛି ହମାସ୍।
ସେପଟେ ଇସ୍ରାଏଲ ମିଡ଼ିଆ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗାଜାରେ ରହଣୀ ସମୟରେ ୩ ମହିଳାଙ୍କ କିଛି ଫଟୋ ବ୍ୟାଗରେ ରହିଛି। ତେବେ ଉପହାର ବ୍ୟାଗକୁ ନେଇ ସନ୍ଦେହ ବଢ଼ିଛି।
ଦୀର୍ଘ ଦିନର ଆଲୋଚନା ପରେ ଇସ୍ରାଏଲ୍ ଏବଂ ହିଜବୁଲ୍ଲା ମଧ୍ୟରେ ଆମେରିକା ସମର୍ଥିତ ଅସ୍ତ୍ରବିରତି ପ୍ରସ୍ତାବକୁ ଇସ୍ରାଏଲର କ୍ୟାବିନେଟ୍ ଅନୁମୋଦନ କରିଛି।