Advertisment

UK Man Won Lottery: ଜିତିଲେ ୮୦ କୋଟିର ଲଟେରୀ, ତା’ପରେ ଡ୍ରେନ୍ ସଫାକଲେ

କାର୍ଲସିଲେର ଗ୍ୟାସ ଟ୍ରେନି ଇଞ୍ଜିନିୟର ଜେମ୍ସ କ୍ଲାର୍କସନ ୭.୫ ମିଲିୟନ ପାଉଣ୍ଡ ଅର୍ଥାତ ଭାରତୀୟ ମୁଦ୍ରାରେ ୭୯.୫୮ କୋଟି ଟଙ୍କା ଜିତିବାରେ ସକ୍ଷମ ହୋଇଛନ୍ତି।

author-image
Saroj Kumar Jena
ଅଦ୍ୟତନ ହୋଇଛି
Lottery

Lottery

ୟୁନାଇଟେଡ କିଙ୍ଗଡମର ଜଣେ ୨୦ ବର୍ଷୀୟ ଯୁବକ ରାତାରାତି କୋଟିପତି ହୋଇ ଯାଇଛନ୍ତି। ରାତିରେ ଶୋଇଥିବା ବେଳେ ସକାଳକୁ ଉଠିବା ବେଳକୁ ଜିତି ଯାଇଛନ୍ତି ୮୦ କୋଟିର ଲଟେରୀ। କାର୍ଲସିଲେର ଗ୍ୟାସ ଟ୍ରେନି ଇଞ୍ଜିନିୟର ଜେମ୍ସ କ୍ଲାର୍କସନ ୭.୫ ମିଲିୟନ ପାଉଣ୍ଡ ଅର୍ଥାତ ଭାରତୀୟ ମୁଦ୍ରାରେ ୭୯.୫୮ କୋଟି ଟଙ୍କା ଜିତିବାରେ ସକ୍ଷମ ହୋଇଛନ୍ତି। ଖ୍ରୀଷ୍ଟମାସ ସମୟରେ ଜେମ୍ସ ନ୍ୟାସନାଲ ଲଟେରୀରେ ୧୨୦ ପାଉଣ୍ଡ ବା ୧୨,୬୭୬ ଟଙ୍କା ଜିତିଥିଲେ। ଏହି ଅର୍ଥକୁ ସେ ପୁନର୍ବାର ଲଟେରୀ ଟିକେଟ କିଣିବାରେ ନିବେଶ କରିଥିଲେ।

Advertisment

ଅଧିକ ପଢ଼ନ୍ତୁ: ନାଇଡୁଙ୍କ ପ୍ରସ୍ତାବ, ଦୁଇରୁ କମ୍ ସନ୍ତାନ ଥିଲେ ଲଢ଼ି ପାରିବେନି ନିର୍ବାଚନ

ଯୁବକ ଜଣକ ନିଜ ପ୍ରେମିକାଙ୍କ ଘରେ ଶୋଇଥିବା ବେଳେ ସକାଳର ତୁଷାରପାତ ଦେଖିବା ପାଇଁ ଶୀଘ୍ର ଉଠି ପଡିଥିଲେ। ନ୍ୟାସନାଲ ଲଟେରୀ ଆପରେ ମେସେଜ ଦେଖି ସେ ଆଶ୍ଚର୍ଯ୍ୟ ହୋଇ ପଡିଥିଲେ। ସେ ନ୍ୟାସନାଲ ଲଟେରୀ ବିଜୟୀ ହେବା ସହ କୋଟିପତି ହୋଇ ଯାଇଥିଲେ। ଏହା ଜାଣିବା ପରେ ସେ  ବିଶ୍ବାସ କରି ପାରିନଥିବା ବେଳେ ବାପାଙ୍କୁ ଫୋନ କରି ଜଣାଇଥିଲେ ।  ତେବେ ଘରକୁ ଆସି ଆଉଥରେ ଚେକ କରିବା ପାଇଁ ବାପା ପରାମର୍ଶ ଦେଇଥିଲେ।

Advertisment

ମା’ ବେକି, ବାପା ଷ୍ଟିଫେନ ଓ ଭାଇ ଥୋମାସ ସହିତ ବସି ସେ ପୁନର୍ବାର ଚେକ କରିଥିଲେ। ଲଟେରୀ ଜିତିଥିବା ସ୍ପଷ୍ଟ ହେବା ପରେ ପୁରା ପରିବାରରେ ଖୁସିର ମାହୋଲ ଖେଳି ଯାଇଥିଲା। ସମସ୍ତ ପରିବାର ପାଖାପାଖି ରହୁଥିବା ବେଳେ ରାତିରେ ଜେଜେ ବାପା ଓ ମାଙ୍କ ସହିତ ଖୁସିକୁ ସେଲିବ୍ରେଟ କରିଥିବା ସୂଚନା ଦେଇଛନ୍ତି ଜେମ୍ସ। ରବିବାର ଲଟେରୀ ଜିତିଥିଲେ ମଧ୍ୟ ସୋମବାର ଠାରୁ ଜେମ୍ସ ପୂର୍ବ ପରି ନିଜ କାମକୁ ଫେରିଥିଲେ। ଲଟେରୀ ଜିତିବାର ପରଦିନ ହିଁ ସେ ଡ୍ରେନ୍‌ର ଏକ ବ୍ଲକେଜ ଠିକ୍ କରିବାକୁ ଯାଇଥିଲେ। ଡ୍ରେନରେ ଲାଗିଥିବା ଆଇସ ବ୍ଲକେଜ ହଟାଇବା ପାଇଁ ଯାଇଥିଲେ ଜେମ୍ସ। ସମସ୍ତଙ୍କୁ ଏହା ଖରାପ ଲାଗୁଥିଲେ ମଧ୍ୟ ଏହା ହିଁ ବାସ୍ତବତା। ମୁଁ ବର୍ତ୍ତମାନ ଯୁବକ ଅଛି। ତେଣୁ ଅଧିକ କାମ କରିବାର ଏହା ପ୍ରକୃଷ୍ଟସମୟ ବୋଲି ଜେମ୍ସ କହିଛନ୍ତି।

ଅଧିକ ପଢ଼ନ୍ତୁ: ନବୀନ ନିବାସରେ ପାଣ୍ଡିଆନଙ୍କୁ ଭେଟୁଛନ୍ତି ବିଜେଡି ନେତା, ପୁଣି ଆଗ ଭଳି…

United Kingdom Lottery
Advertisment
Advertisment