ହଠାତ ହୁ ହୁ ହୋଇ ଜଳି ଉଠିଲା ଜଙ୍ଗଲ। ଆଖି ପିଛୁଳାକେ ନିଆଁ ଚାରିଆଡେ ବ୍ୟାପିବାକୁ ଲାଗିଲା। ଗାଁ ଆଡ଼କୁ ମାଡ଼ି ଆସୁଥିଲା କାଳଅଗ୍ନି। ହେଲେ ବଞ୍ଚାଇଦେଲେ ମାଆ ଝିଅ। ଜାଣନ୍ତୁ କେମିତି...
ଆଜି ବର୍ତ୍ତମାନ ସୁଦ୍ଧା ରାଜ୍ୟର ୭୪୭ଟି ସ୍ଥାନରେ ଜଙ୍ଗଲ ନିଆଁ ଲାଗିଛି। ଚଳିତ ବର୍ଷ ଆରମ୍ଭରୁ ମାର୍ଚ୍ଚ ୧୧ ସୁଦ୍ଧା ୧୦ ହଜାର ୪୫୫ଟି ସ୍ଥାନରେ ଦେଖିବାକୁ ମିଳିଛି ଜଙ୍ଗଲ ନିଆଁ ।
ବୋଲ ମାନୁନି ବନାଗ୍ନି। ଚାହୁଁ ଚାହୁଁ ପବନ ବେଗରେ ମାଡ଼ି ଚାଲିଛି ଜଙ୍ଗଲ ନିଆଁ। ବୌଦ୍ଧ ବନଖଣ୍ଡ ଜାମୁଖୋଲ ଜଙ୍ଗଲରେ ଦେଖିବାକୁ ମିଳିଛି ଭୟଙ୍କର ଦୃଶ୍ୟ। ଜଙ୍ଗଲରୁ ବ୍ୟାପୁଥିବା ନିଆଁ ଭୟଙ୍କର ରୂପ ଧରି ଏବେ ଗାଁ ଆଡ଼କୁ ମୁହାଁଇଲାଣି। ଖାଲି ବୌଦ୍ଧ ନୁହେଁ, ସୁନ୍ଦରଗଡ଼ ବଣାଇରୁ ମୟୂରଭଞ୍ଜର ଉଦଳା, ନୂଆପଡ଼ା, ତାଳଚେର ଆଉ କୋରାପୁଟରୁ ଶିମିଳିପାଳ। ସବୁଠି ଖରା ଆରମ୍ଭରୁ ଜଳୁଛି ଜଙ୍ଗଲ।
ଲସ୍ ଆଞ୍ଜେଲସ୍ ଠାରୁ ପ୍ରାୟ ୫୦ ମାଇଲ୍ (୮୦ କିଲୋମିଟର) ଉତ୍ତରରେ ଥିବା ହ୍ୟୁଗ୍ସରେ ଏହି ଅଗ୍ନିକାଣ୍ଡ ଘଟିଛି। ମାତ୍ର କିଛି ଘଣ୍ଟା ମଧ୍ୟରେ ଏହା ଅତି ବଡ଼ ଆକାର ଧାରଣ କରିଛି। ତେବେ ଏହି ଅଗ୍ନିକାଣ୍ଡ ଲସ୍ ଆଞ୍ଜେଲସ୍ ଅଞ୍ଚଳକୁ ଧ୍ୱଂସ କରୁଥିବା ଦୁଇଟି ବଡ଼ ଅଗ୍ନିକାଣ୍ଡ ମଧ୍ୟରୁ ଗୋଟିଏ।
ଦୁନିଆର ଏକ ପ୍ରମୁଖ ସୁନ୍ଦର ସହର ଭିତରେ ଆସୁଥିବା ଲସ୍ ଆଞ୍ଜେଲସ ନିଜର ବରବାଦୀ ଦେଖୁଛି । ଜଙ୍ଗଲ ନିଆଁକୁ କାବୁ କରିବାକୁ ଅଗ୍ନିଶମ ବାହିନୀ ଅହରହ ଲାଗି ରହିଛି । ହେଲେ କୌଣସି ସୁଫଳ ମିଳିପାରୁନାହିଁ । ସରକାର ମଧ୍ୟ ଏଦିଗରେ ବ୍ୟାପକ ପଦକ୍ଷେପ ନେଉଛନ୍ତି ।
ଲସ୍ ଏଞ୍ଜେଲସ ଓ ଭେଣ୍ଟୁରା-କାଉଣ୍ଟି ଅଞ୍ଚଳର ହଜାରେ ଏକରରୁ ଅଧିକ ଜଙ୍ଗଲରେ ନିଆଁ ଲାଗିଛି। ପ୍ରସିଦ୍ଧ ହଲିଉଡ୍ ହିଲ୍ସ ବି ଜଳୁଛି। ତେବେ ସବୁଠୁ ଅଧିକ ଚିନ୍ତା ବଢ଼ାଇଛି ସମୁଦ୍ରକୂଳରୁ ବହୁଥିବା ପ୍ରାୟ ୧୦୦ କିଲୋମିଟର ବେଗରେ ପବନ। ଫଳରେ ନିଆଁ ଥମିବା ପରିବର୍ତ୍ତେ ଅଧିକ ବଢ଼ିବାରେ ଲାଗିଛି।