Advertisment

University with Highest Billionaires:୯୨୨ ବର୍ଷର ବିଶ୍ବବିଦ୍ୟାଳୟ, ଆରବପତିଙ୍କ ସଂଖ୍ୟାରେ ଏକ ନମ୍ବର

ଏମିତି ଏକ ବିଶ୍ବବିଦ୍ୟାଳୟ ରହିଛି ଯେଉଁଥିରେ ସର୍ବାଧିକ ବିଲିୟନାରୀ ମାନେ ପାଠ ପଢିଛନ୍ତି। ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛି ୯୨୨ ବର୍ଷ ପୁରୁଣା ଏକ ବିଶ୍ବବିଦ୍ୟାଳୟ।

author-image
Saroj Kumar Jena
ଅଦ୍ୟତନ ହୋଇଛି
Oxford

Oxford

ବିଶ୍ବବିଦ୍ୟାଳୟରୁ ଡିଗ୍ରୀ ହାସଲ ପରେ ସମସ୍ତେ ଭଲ ଅର୍ଥ ଉପାର୍ଜନ କରିବାକୁ ଚାହାନ୍ତି। ଏମିତିକି ବିଶ୍ବରେ ଏକାଧିକ ଶିକ୍ଷା ସଂସ୍ଥାନ ରହିଛି ଯାହା ପାଠ ପଢା ସମାପ୍ତ ହେବା ପରେ ଚାକିରି ସୁନିଶ୍ଚିତ କରିଥାଏ। ତେବେ  ଏମିତି ଏକ ବିଶ୍ବବିଦ୍ୟାଳୟ ରହିଛି ଯେଉଁଥିରେ ସର୍ବାଧିକ ବିଲିୟନାରୀ ମାନେ ପାଠ ପଢିଛନ୍ତି। ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛି ୯୨୨ ବର୍ଷ ପୁରୁଣା ଏକ ବିଶ୍ବବିଦ୍ୟାଳୟ।

Advertisment

ପାଠ ପଢା ପରେ ସମସ୍ତଙ୍କ ଇଚ୍ଛା ଥାଏ କି ଲକ୍ଷ ଲକ୍ଷ ବା କୋଟି କୋଟି ଟଙ୍କା ଆୟ କରିବା। ଆଜି ଏମିତି ଏକ ଶିକ୍ଷା ସଂସ୍ଥାନ ସମ୍ପର୍କରେ ଆଲୋଚନା କରିବା ଯାହାର ସବୁଠାରୁ ଅଧିକ ଛାତ୍ରଛାତ୍ରୀ ଆରବପତି(ବିଲିୟନାରୀ) ହୋଇଛନ୍ତି। ଏହା ବିଶ୍ବର ଅନ୍ୟତମ ପୁରାତନ ବିଶ୍ବବିଦ୍ୟାଳୟ। ୯୨୨ ବର୍ଷ ପୁରୁଣା ଅକ୍ସଫୋର୍ଡ ୟୁନିଭରସିଟି ସର୍ବାଧିକ ଆରବପତି ଦେବାରେ ପ୍ରଥମ ସ୍ଥାନରେ ରହିଛି। ତେଣୁ ସଫଳ ହେବାକୁ ଇଚ୍ଛୁକ ଥିବା ବ୍ୟକ୍ତି ମାନେ ଏଠାରୁ ଡିଗ୍ରୀ ହାସଲ କରିବାକୁ ପ୍ରାଧାନ୍ୟ ଦେଇଥାନ୍ତି।

ନିକଟରେ ଏକ ଅନଲାଇନ ସର୍ବେକ୍ଷଣ କରାଯାଇଥିଲା। ଏଡୁମେଣ୍ଟର ପକ୍ଷରୁ କରାଯାଇଥିବା ସର୍ଭେରେ ସମସ୍ତ ଆରବପତି ମାନଙ୍କର ଶିକ୍ଷାଗତ ଯୋଗ୍ୟତା ଓ ସେମାନେ କେଉଁଠାରୁ ନିଜର ଡିଗ୍ରୀ ହାସଲ କରିଛନ୍ତି ଏହା ଉପରେ ଅନୁଶୀଳନ କରାଯାଇଥିଲା। ଏହି ଅନୁଶୀଳନରୁ ଆସିଥିବା ତଥ୍ୟ ଅନୁସାରେ ଅକ୍ସଫୋର୍ଡ ବିଶ୍ବ ବିଦ୍ୟାଳୟରୁ ହିଁ ସର୍ବାଧିକ ୧୦ ଜଣ ଆରବପତି ବାହାରିଛନ୍ତି। ଏମାନଙ୍କର ସମୁଦାୟ ସମ୍ପତ୍ତିର ପରିମାଣ ୪୭.୧ ବିଲିୟନ ଡଲାର ରହିଛି। ସେହିପରି ବ୍ରିଟେନର ସର୍ବକନିଷ୍ଠ ଆରବପତି ରହିଥିବା ଆଲେକ୍ସ ବିୟର୍ଡ ଯାହାଙ୍କ ସମ୍ପତ୍ତିର ପରିମାଣ ୧.୮ ବିଲିୟନ ଡଲାର। ସେ ମଧ୍ୟ ଅକ୍ସଫୋର୍ଡରୁ ନିଜର ଡିଗ୍ରୀ ହାସଲ କରିଛନ୍ତି।

Advertisment

ସର୍ବାଧିକ ଆରବପତିଙ୍କ ତାଲିକା ଅନୁସାରେ ଅକ୍ସଫୋର୍ଡ ବିଶ୍ବ ବିଦ୍ୟାଳୟରୁ ସର୍ବାଧିକ ୧୦ ଜଣ ଆରବପତି ବାହାରିଛନ୍ତି। ସେହିପରି କେମ୍ବ୍ରିଜ ବିଶ୍ବବବିଦ୍ୟାଳୟ ଏହି ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି। କେମ୍ବ୍ରିଜରୁ ୮ ଜଣ ଛାତ୍ର ଆରବପତି ରହିଛନ୍ତି। ଏହି ତାଲିକାର ତୃତୀୟ ସ୍ଥାନରେ ରହିଛି ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସ। ଏଠାରୁ ମଧ୍ୟ ୮ ଜଣ ଛାତ୍ର ଆରବପତି ହୋଇଛନ୍ତି। ୟୁନିଭର୍ସିଟି ଅଫ ଲଣ୍ଡନର ୪ ଜଣ ଛାତ୍ର ଆରବପତି ହୋଇଥିବା ବେଳେ ଏହା ଚତୁର୍ଥ ସ୍ଥାନରେ ରହିଛି। ଅନ୍ୟ ପକ୍ଷରେ ଲଣ୍ଡନ ବିଜିନେସ ସ୍କୁଲର ୩ ଜଣ ଛାତ୍ର ଆରବପତି ହୋଇଥିବା ବେଳେ ଏହା ପଞ୍ଚମ ସ୍ଥାନରେ ରହିଛି।

ଅଧିକ ପଢ଼ନ୍ତୁ: ଆହୁରି ସୁଦୃଢ଼ ହେବ ଶିକ୍ଷା ବ୍ୟବସ୍ଥା; ଜାତୀୟ ଶିକ୍ଷା ନୀତି -୨୦୨୦ ଲାଗୁ ପାଇଁ ବିଜ୍ଞପ୍ତି

Educational Institute
Advertisment
Advertisment