Advertisment

Pakistan in massive Debt: ଋଣ ଭାରରେ ଛଟପଟ ପାକିସ୍ତାନ, ରେଟିଂ ହ୍ରାସ କଲା ଆଇଏମଏଫ

ଗୋଟିଏ ପଟେ ଏହି ଦେଶ ଋଣ ଭାରରେ ଛଟପଟ ହେଉଥିବା ବେଳେ ଅନ୍ୟ ପଟରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ଏହାକୁ ଆଉ ଏକ ଝଟକା ଦେଇଛି। IMF ପକ୍ଷରୁ ପ୍ରକାଶିତ ନୂତନ ରେଟିଂରେ ପାକିସ୍ତାନ ତଳକୁ ଖସିଛି।

author-image
Saroj Kumar Jena
ଅଦ୍ୟତନ ହୋଇଛି
pakistan

pakistan

ଦକ୍ଷିଣ ଏସିଆର ଅନ୍ୟତମ ଦେଶ ତଥା ଭାରତର ପଡୋଶୀ ପାକିସ୍ତାନ ଦେବାଳିଆ ସ୍ଥିତି ମଧ୍ୟ ଦେଇ ଗତି କରୁଛି। ଗୋଟିଏ ପଟେ ଏହି ଦେଶ ଋଣ ଭାରରେ ଛଟପଟ ହେଉଥିବା ବେଳେ ଅନ୍ୟ ପଟରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ଏହାକୁ ଆଉ ଏକ ଝଟକା ଦେଇଛି। IMF ପକ୍ଷରୁ ପ୍ରକାଶିତ ନୂତନ ରେଟିଂରେ ପାକିସ୍ତାନ ତଳକୁ ଖସିଛି।

Advertisment

ଉଭୟ ଭାରତ ଓ ପାକିସ୍ତାନ ଏକା ସାଙ୍ଗରେ ସ୍ବାଧୀନତା ହାସଲ କରିଥିଲେ। ୭୫ ବର୍ଷ ଧରି ଉଭୟ ରାଷ୍ଟ୍ର ସ୍ବାଧୀନତା ହାସଲ କରିଥିଲେ ମଧ୍ୟ ଉଭୟ ସମ୍ପୂର୍ଣ୍ଣ ଭିନ୍ନ ଦିଗରେ ଯାତ୍ରା କରୁଛନ୍ତି। ଗୋଟିଏ ପଟରେ ଭାରତ ବିକାଶର ସିଡି ଚଢି ଚାଲିଥିବା ବେଳେ ପାକିସ୍ତାନ ଦେବାଳିଆ ହେବାକୁ ଯାଉଛି। ଚାଇନା ଓ ସାଉଦି ଆରବ ଭଳି ସହଯୋଗୀ ରାଷ୍ଟ୍ର ମାନଙ୍କ ନିକଟରୁ ନିୟମିତ ଲୋନ ଆଣିଥାଏ ପାକିସ୍ତାନ। ଏହା ବ୍ୟତୀତ IMF ନିକଟରୁ ମଧ୍ୟ ନିୟମିତ ବ୍ୟବଧାନରେ ଲୋନ ନେଇଥାଏ ଏହି ରାଷ୍ଟ୍ର।

ସୋମବାର ଆଇଏମଏଫ ପକ୍ଷରୁ ପ୍ରକାଶିତ ଅଭିବୃଦ୍ଧି ସୂଚକାଙ୍କ ତାଲିକାରେ ପାକିସ୍ତାନକୁ ତଳକୁ ଖସାଯାଇଛି। ପୂର୍ବରୁ ପାକିସ୍ତାନର ଅଭିବୃଦ୍ଧି ହାର ୩.୫ ପ୍ରତିଶତ ରହିବା ନେଇ IMF ପୂର୍ବାନୁମାନ କରିଥିଲା। ବର୍ତ୍ତମାନ ଏହାକୁ ୩ ପ୍ରତିଶତକୁ ଖସାଇ ଦିଆଯାଇଛି। ଋଣଭାରରେ ବୁଡି ରହିଥିବା ପାକିସ୍ତାନ ଅର୍ଥନୀତି ପାଇଁ ଏହା ଆଦୌ ଶୁଭ ସଙ୍କେତ ନୁହେଁ। ଅନ୍ୟ ପକ୍ଷରେ ଭାରତର ଅଭିବୃଦ୍ଧି ହାର ୬.୫ ପ୍ରତିଶତ ରହିବା ନେଇ ପୂର୍ବାନୂମାନ କରିଛି ଆଇଏମଏଫ। ଭାରତ ବର୍ତ୍ତମାନ ବିଶ୍ବର ମହାଶକ୍ତି ପାଲଟିବାର ରାସ୍ତାରେ ଥିବା ବେଳେ ଋଣ ଯନ୍ତାରେ ଛଟପଟ ହେଉଛି ପାକିସ୍ତାନ।

Advertisment

ଭାରତର ଅଭିବୃଦ୍ଧିକୁ ନେଇ ଉଭୟ ଆଇଏମଏଫ ଓ ବିଶ୍ବବ୍ୟାଙ୍କ ସକରାତ୍ମକ ତଥ୍ୟ ଦେଇଛନ୍ତି। IMF ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ୬.୫ ପ୍ରତିଶତ ଆକଳନ କରିଥିବା ବେଳେ ବିଶ୍ବବ୍ୟାଙ୍କ ପକ୍ଷରୁ ଏହି ଆକଳନ ୬.୭ ପ୍ରତିଶତ ରହିଛି। ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଭାରତ ଉତ୍ପାଦନ କ୍ଷେତ୍ରରେ ଉନ୍ନତି ଆଣିବା ସହ ବିଶ୍ବ ଅର୍ଥନୀତିରେ ନିଜର ଦବଦବା ଜାହିର କରିଛି।

ସେହିପରି ପାକିସ୍ତାନର ଅର୍ଥନୀତି ଭୁଶୁଡିବା ପରସ୍ଥିତିକୁ ଆସିଥିବା ବେଳେ ଏହାର ଅଡୁଆ ବଢିବାରେ ଲାଗିଛି। ୨୦୨୫ ପାଇଁ ପ୍ରଥମେ ଅଭିବୃଦ୍ଧି ହାର ୩.୫ ଆକଳନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହାକୁ ୩.୨ ଓ ପରେ ୩ ପ୍ରତିଶତକୁ ହ୍ରାସ କରାଯାଇଥିଲା। ୨୦୨୬ ପାଇଁ ଏହାର ଅର୍ଥନୈତିକ ଅଭିବୃଦ୍ଧି ୪ ପ୍ରତିଶତ ଆକଳନ କରାଯାଇଛି। ତେବେ ଏହି ଲକ୍ଷ୍ୟ ମଧ୍ୟ ହାସଲ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ପାକିସ୍ତାନର ଶିଳ୍ପ ବ୍ୟବସ୍ଥା ଏହି ଦୁର୍ଦ୍ଦିନ ପାଇଁ ଦାୟୀ ବୋଲି କୁହାଯାଇଛି। ଏହିପରି ଅବସ୍ଥା ଜାରି ରହିଲେ ପାକିସ୍ତାନ ଆଗାମୀ ଦିନରେ ଶ୍ରୀଲଙ୍କାର ଅବସ୍ଥା ଭୋଗିବାର ସମ୍ଭାବନା ରହିଛି।

ଅଧିକ ପଢ଼ନ୍ତୁ; ଏସିଆର ଶକ୍ତିଶାଳୀ ସାମୁଦ୍ରିକ ଯୋଦ୍ଧା କିଏ: ଭାରତ, ଚୀନ ନା ପାକିସ୍ତାନ ? 

Economy Growth Pakistan International Monetary Fund
Advertisment
Advertisment