ବିଶ୍ୱରେ ଥିବା ଏକମାତ୍ର 'ଦଶ ତାରକା' ହୋଟେଲ୍ରେ ରହିବା ପାଇଁ କେତେ ଟଙ୍କା ବ୍ୟୟ କରିବାକୁ ପଡେ ଆସନ୍ତୁ ଜାଣିବା...
ଭିକାଜୀ ବଲସାରାଙ୍କ ସପକ୍ଷରେ ଆସିଥିବା ଏହି ନିଷ୍ପତ୍ତି ଆମେରିକା ଆଟର୍ଣ୍ଣି ଜେନେରାଲ ଚାର୍ଲସ ଜେ.ବୋନାପାର୍ଟଙ୍କ ୧୯୦୭ ଘୋଷଣାର ବିପରୀତ ଥିଲା । ଏଥିରେ କୁହାଯାଇଥିଲା ଯେ, କୌଣସି ଆଇନ ଅନୁସାରେ ବ୍ରିଟିଶ ଭାରତର ମୂଳ ନିବାସୀଙ୍କୁ ଶ୍ୱେତ କୁହାଯାଇ ପାରିବ ନାହିଁ । ୧୯୧୭ ପ୍ରବାସୀ ଅଧିନିୟମ ଆସିବା ପରେ ଆମେରିକାରେ ଭାରତୀୟ ପ୍ରବାସୀଙ୍କ ସଂଖ୍ୟା ହ୍ରାସ ପାଇଥିଲା ।
ଏତେ ବୈଷୟିକ ଜ୍ଞାନ କୌଶଳ ଥାଇ ମଧ୍ୟ ଆଜି ପଛରେ ପଡ଼ିଛି ଆମେରିକା । ଆମେ କହୁଛୁ, ସାରା ବିଶ୍ବରେ ହଲଚଲ ସୃଷ୍ଟି କରିଥିବା ଚୀନର ଏଆଇ ଟେକନୋଲୋଜି କଥା । ଚୀନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ମୋବାଇଲ ଆପ୍ଲିକେସନ ‘ଡିପସିକ୍’ ଆମେରିକା ଭଳି ବୈଷୟିକ କୌଶଳରେ ସମୃଦ୍ଧ ଦେଶକୁ ମଧ୍ୟ ଚିନ୍ତାରେ ପକାଇଛି ।
ଆମେରିକାର ଏକ ଏଫ-୩୫ ଯୁଦ୍ଧବିମାନ ଟ୍ରେନିଂ ସମୟରେ ଧ୍ବଂସ ପାଇଛି। ତେବେ ବିମାନର ପାଇଲଟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସିଙ୍ଗଲ ସିଟର ଏହି ଯୁଦ୍ଧ ବିମାନଟି ଟ୍ରେନିଂ ସମୟରେ ଆଲାସ୍କାରେ ଖସି ପଡିଥିଲା। ଇନଫ୍ଲାଇଟ ତ୍ରୁଟି କାରଣରୁ ପାଇଲଟଙ୍କୁ କ୍ରାସ୍ର ଠିକ ପୂର୍ବରୁ ଇମର୍ଜେନ୍ସି ଏକ୍ସିଟ ନେବାକୁ ପଡିଥିଲା। ୩୫୪ ଫ୍ଲାଇଟ ୱିଙ୍ଗର କମାଣ୍ଡର କଲୋନେଲ ପଲ ଟାଉନସେଣ୍ଡ ଏହି ସୂଚନା ଦେଇଛନ୍ତି।
ଆମେରିକାର ସେୟାର ମାର୍କେଟରେ ମଧ୍ୟ ଡିପସିକ ପ୍ରଭାବ ପକାଇଛି। ଯାହାକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ଟେକନୋଲୋଜି କ୍ଷେତ୍ରରେ ଚୀନର ପ୍ରତିଯୋଗିତା ଦେଖି ଆମେରିକାର ଟେକନୋଲୋଜି କ୍ଷେତ୍ର ନିଶ୍ଚିତ ଭାବେ ଆଲର୍ଟରେ ଆସିବା ଦରକାର ବୋଲି କହିଛନ୍ତି ଟ୍ରମ୍ପ।
ସୋସିଆଲ୍ ମିଡିଆରେ ଧର୍ମକୁ ନିନ୍ଦା କରିବା ଓ ଈଶ୍ୱରଙ୍କୁ ନିନ୍ଦା କରିବା ଭଳି ବିଷୟବସ୍ତୁ ସେୟାର କରିବା ମାମଲାରେ ଶୁକ୍ରବାର ଚାରି ଜଣ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଏହି ଅଭିଯୋଗ ପରେ ମୋବାଇଲରୁ ମିଳିଥିବା ତଥ୍ୟକୁ ଫରେନସିକ୍ ଲ୍ୟାବରେ ଯାଞ୍ଚ କରାଯିବା ପରେ ଦୋଷୀଙ୍କ ବିରୁଦ୍ଧରେ ଏହି ରାୟ ଦିଆଯାଇଛି।
୪ ଦିନିଆ କାର୍ଯ୍ୟଦିବସକୁ ସମର୍ଥନ କରୁଥିବା 4 Day Week Foundationର ନିର୍ଦ୍ଦେଶକ Joe Ryleଙ୍କ କହିବା ଅନୁସାରେ ଦିନକୁ ୯ ଘଣ୍ଟା ହିସାବରେ ୫ ଦିନ କାମ କରିବା ପଦ୍ଧତି ୧୦୦ ବର୍ଷ ତଳେ ତିଆରି ହୋଇଥିଲା।
ଟ୍ରମ୍ପ କହିଛନ୍ତି, “ଆମକୁ ସେହି ବ୍ୟବସ୍ଥାକୁ ଫେରିବାକୁ ପଡିବ ଯାହା ଆମେରିକାକୁ ପୂର୍ବ ଅପେକ୍ଷା ଅଧିକ ଧନୀ ଏବଂ ଶକ୍ତିଶାଳୀ କରିଥିଲା। ବିଦେଶୀ ରାଷ୍ଟ୍ରଗୁଡ଼ିକୁ ସମୃଦ୍ଧ କରିବା ପାଇଁ ଆମେରିକୀୟ ନାଗରିକମାନଙ୍କ ଉପରେ ଟିକସ ଲଗାଇବା ପରିବର୍ତ୍ତେ, ସେମାନଙ୍କୁ ଲାଭ ଦେବା ପାଇଁ ଆମେ ବିଦେଶୀ ରାଷ୍ଟ୍ରଗୁଡ଼ିକ ଉପରେ ଶୁଳ୍କ ଲଗାଇବା ଉଚିତ।
କ୍ଷମତାକୁ ପ୍ରତ୍ୟାବର୍ତ୍ତନ ପରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମସ୍ତ ପ୍ରକାର ସହାୟତା ରାଶି ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୯୦ ଦିନ ପାଇଁ ଆମେରିକା ପକ୍ଷରୁ ଦିଆଯାଉଥିବା ସମସ୍ତ ପ୍ରକାରର ସହାୟତା ରାଶିକୁ ବନ୍ଦ କରିବାକୁ ଟ୍ରମ୍ପ ନିର୍ଦ୍ଦେଶ ଦେଇଥିଲେ। ଏହା ସମଗ୍ର ବିଶ୍ବରେ ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିବ ବୋଲି ଆକଳନ କରିଛନ୍ତି ଡ. ଅତୁଲ ଗୱାଣ୍ଡେ।
ବିଚ୍ଛିନ୍ନତାବାଦୀଙ୍କର ଦାବି ଆଦୌ ଠିକ୍ ନୁହେଁ ବୋଲି ବିଦେଶରେ ଖୋଲାଖୋଲି କହିଛନ୍ତି । ହାତ ଗଣତି କିଛି ଲୋକ ଏପରି କରୁଥାଇପାରନ୍ତି, କିନ୍ତୁ ଭାରତ ଉପରେ ତାର କୌଣସି ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି ।
ଆପଣ ଜାଣିଛନ୍ତି କି ଗଣତନ୍ତ୍ର ଦିବସ ଭାରତ ଭଳି ଅନ୍ୟ ଦେଶରେ ମଧ୍ୟ ଉତ୍ସବ ରୂପେ ପାଳନ କରାଯାଇଥାଏ । ଏହି ଦିନଟିକୁ ବିଭନ୍ନ ଦେଶରେ ସ୍ୱତନ୍ତ୍ର ପ୍ରଥା, ପ୍ରଦର୍ଶନୀ ମାଧ୍ୟମରେ ପାଳନ କରାଯାଇଥାଏ । ଯାହା ସେମାନଙ୍କ ସଂସ୍କୃତି ଏବଂ ଇତିହାସକୁ ପ୍ରତିଫଳିତ କରିଥାଏ ।
ପେଟ୍ରୋଲ୍ ବୋଝେଇ ଟ୍ୟାଙ୍କରଟି ନିୟନ୍ତ୍ରଣ ହରାଇ ୧୭ଟି ଗାଡ଼ିକୁ ଧକ୍କା ଦେଇଥିଲା। ପରେ ଟ୍ୟାଙ୍କରେ ନିଆଁ ଲାଗି ଭୟଙ୍କର ବିସ୍ଫୋରଣ ହୋଇଥିଲା।
ଆକ୍ରମଣରେ ଛାରଖାର ହୋଇଛି ପୂରା ହସ୍ପିଟାଲ। ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ସନ୍ଦେହ କରାଯାଇଛି। ଆକ୍ରମଣ ବେଳେ ହସ୍ପିଟାଲରେ ଶତାଧିକ ରୋଗୀ ଓ ସମ୍ପର୍କୀୟଙ୍କ ଭିଡ଼ ଥିଲା।
ଧୂମ୍ରପାନ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ତଥ୍ୟରୁ ଜଣାପଡ଼ିଛି, ପ୍ରତିବର୍ଷ ବିଶ୍ୱରେ ୮୦ ଲକ୍ଷରୁ ଅଧିକ ଲୋକ ତମ୍ୱାଖୁ ଖାଇ ପ୍ରାଣ ହରାଉଛନ୍ତି। ଏଥିରେ ଅଧିକାଂଶ ମୃତ୍ୟୁ ନିମ୍ନ ଓ ମଧ୍ୟବିତ୍ତ ଆୟ ଥିବା ଦେଶର ଲୋକ ରହିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ କୁଟନୈତିକ କ୍ଷେତ୍ରରେ ଭାରତକୁ ମିଳିଛି ବଡ଼ ସଫଳତା । ଆମେରିକା ସୁପ୍ରିମକୋର୍ଟ ମୁମ୍ବାଇ ଆକ୍ରମଣର ଦୋଷୀ ଆତଙ୍କୀ ତହବୁର ରାଣାକୁ ଭାରତ ପଠାଇବା ପାଇଁ ମଞ୍ଜୁରୀ ଦେଇଛି ।
ଅକ୍ଟୋବର ୭ରୁ ଆକ୍ରମଣ ପରଠୁ ହମାସରେ ପଣବନ୍ଦୀ ଥିଲେ ଏହି ମହିଳାମାନେ। ଯୁଦ୍ଧ ବିରତି ପରେ ଏବେ ପଣବନ୍ଦୀଙ୍କୁ ମୁକ୍ତ କରୁଛି ହମାସ୍।
ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଛାନିଆ ଭାରତୀୟ। ଆମେରିକା ହସ୍ପିଟାଲରେ ଭାରତୀୟ ଗର୍ଭବତୀଙ୍କ ଭିଡ଼। ୨୦ ତାରିଖ ପୂର୍ବରୁ ପ୍ରସବ କରାଇବାକୁ କରୁଛନ୍ତି କାକୁତି ମିନତି। ହେଲେ କାହିଁକି ?
ଗର୍ଭବତୀଙ୍କୁ ଟ୍ରମ୍ପ୍ ଡର: ସୂତାଖିଅରେ ଆମେରିକାନ୍ ଡ୍ରିମ୍ । ବର୍ଥରାଇଟ୍ ସିଟିଜେନସିପ୍ ସଂଶୋଧନ ପରେ ଛାନିଆ ପ୍ରବାସୀ । ସି-ସେକ୍ସନ ଡେଲିଭରୀ ପାଇଁ ହସ୍ପିଟାଲରେ ଭାରତୀୟଙ୍କ ଭିଡ଼ । ଆଶ୍ୱସ୍ତି ଆଣିଲା କୋର୍ଟଙ୍କ ୧୪ ଦିନିଆ ରହିତାଦେଶ ।
ଆମେରିକା ରାଷ୍ଟ୍ରପତି ଭାବେ ଦ୍ବିତୀୟ ଇନିଂସ ଆରମ୍ଭ କରୁକରୁ, ପ୍ରଥମ ଦିନରେ ବର୍ଥରାଇଟ୍ ସିଟିଜେନସିପ୍ ବା ଜନ୍ମଗତ ନାଗରିକତ୍ବ ଅଧିକାର ଆଇନରେ ସଂଶୋଧନ କରିଥିଲେ ଡୋନାଲ୍ଡ ଟ୍ରମ୍ପ୍। ଫେବ୍ରୁଆରୀ ୨୦ ପରେ ଆମେରିକାରେ ଜନ୍ମିତ ଶିଶୁଙ୍କୁ ଆପେ ଆପେ ଆମେରିକାର ନାଗରିକତ୍ବ ମିଳିବନି ବୋଲି ଏକ୍ଜିକ୍ୟୁଟିଭ୍ ଅର୍ଡର୍ ସାଇନ୍ କରିଥିଲେ ଟ୍ରମ୍ପ।
ବୁର୍ଜ ଖଲିଫା ଯାହାକି ବର୍ତ୍ତମାନ ବିଶ୍ବର ସବୁଠାରୁ ସୁଉଚ୍ଚ ବିଲ୍ଡିଂ ଏହାର ରେକର୍ଡ ଭାଙ୍ଗିବାକୁ ଯାଉଛି। ସାଉଦି ଆରବର ସହର ଜେଡାହରେ ନିର୍ମିତ ହେଉଛି ଜେଇସି ଟାୱାର। ଏହି ବିଲ୍ଡିଂର ଉଚ୍ଚତା ରହିଛି ୦.୬୨ ମାଇଲ ବା ୧ କି.ମି.।
ଡ୍ରୋନ ଗୁଡିକ ବିନା ପାଇଲଟରେ କାର୍ଯ୍ୟ କରିବାରେ ସିଦ୍ଧହସ୍ତ। ଏହା ବ୍ୟତୀତ କେବଳ ଯୁଦ୍ଧ ନୁହେଁ ଅନ୍ୟାନ୍ୟ ମିଶନ ଗୁଡିକ ପାଇଁ ମଧ୍ୟ ଡ୍ରୋନ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ରେସକ୍ୟୁ ଅପରେସନ ଠାରୁ ଆରମ୍ଭ କରି ତଥ୍ୟ ସଂଗ୍ରହରେ ଏହି ଡ୍ରୋନ ଗୁଡିକର ଭୂମିକା ସବୁଠୁ ଆଗରେ।
ଲିଙ୍କନଙ୍କ ଏହି ଐତିହାସିକ ନିର୍ଣ୍ଣୟକୁ ନେଇ ଅନେକ ଲୋକ ଖୁସି ଥିଲେ, ଅନେକ ଖୁସି ବି ନ ଥିଲେ । ଯେଉଁମାନେ ଏହି ନିୟମକୁ ନେଇ ଖୁସି ନ ଥିଲେ, ସେମାନେ ନିଗ୍ରୋମାନଙ୍କୁ ସବୁବେଳେ ସେମାନଙ୍କ ଦାସ କରି ରଖିବା ସହ ଶୋଷଣ କରିବାକୁ ଚାହୁଁଥିଲେ । ଏହାକୁ ନେଇ ଲିଙ୍କନଙ୍କ ପାଖକୁ ଅନେକ ଧମକପୂର୍ଣ୍ଣ ଚିଠି ଆସୁଥିଲା । ହତ୍ୟା ଧମକ ବି ଆସୁଥିଲା । ଲିଙ୍କନ ଏହି ଚିଠି ସବୁକୁ ସାଇତି କରି ଏକ ଫାଇଲ ଭିତରେ ରଖି ଦେଉଥିଲେ ।
ଆମେରିକା ସିଟିଜେନସିପ୍ ବା ନାଗରିକତ୍ବ ପାଇବା ପାଇଁ ପୂର୍ବରୁ ଥିବା ନିୟମରେ ପରିବର୍ତ୍ତନ ହୋଇଛି। ଆମେରିକା ପ୍ରଶାସନର ନିୟମ ଅନୁସାରେ ଆସନ୍ତା ଫେବ୍ରୁୟାରୀ ୨୦ ତାରିଖରୁ ଆମେରିକାରେ ଜନ୍ମ ନେଉଥିବା ଶିଶୁଙ୍କ କ୍ଷେତ୍ରରେ ନୂଆ ନିୟମ ଲାଗୁ ହେବ ।
ମହିଳାଙ୍କ ଚାକିରି ନେଇଗଲା ବିଲେଇ । କଥାଟା ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲଗୁଥାଇପାରେ । କିନ୍ତୁ ଘଟଣାଟି ପୂରା ସତ, ବିଲେଇଟିର ମେଲ୍ ସେଣ୍ଟ ଫଳରେ ମହିଳାଙ୍କ ଚାକିରି ଚାଲିଯାଇଛି । ଅସାଧାରଣ ଲାଗୁଥିଲେ ମଧ୍ୟ ଏପରି ଘଟିଛି ।
ଲସ୍ ଆଞ୍ଜେଲସ୍ ଠାରୁ ପ୍ରାୟ ୫୦ ମାଇଲ୍ (୮୦ କିଲୋମିଟର) ଉତ୍ତରରେ ଥିବା ହ୍ୟୁଗ୍ସରେ ଏହି ଅଗ୍ନିକାଣ୍ଡ ଘଟିଛି। ମାତ୍ର କିଛି ଘଣ୍ଟା ମଧ୍ୟରେ ଏହା ଅତି ବଡ଼ ଆକାର ଧାରଣ କରିଛି। ତେବେ ଏହି ଅଗ୍ନିକାଣ୍ଡ ଲସ୍ ଆଞ୍ଜେଲସ୍ ଅଞ୍ଚଳକୁ ଧ୍ୱଂସ କରୁଥିବା ଦୁଇଟି ବଡ଼ ଅଗ୍ନିକାଣ୍ଡ ମଧ୍ୟରୁ ଗୋଟିଏ।