Advertisment

Donald Trump: ୧୯ ଗଲ୍ଫ କୋର୍ସ ଓ ରିୟଲ ଇଷ୍ଟେଟ୍ କିଙ୍ଗ ମାଲିକ ଡୋନାଲ୍ଡ ଟ୍ରମ୍ପ, ଜାଣନ୍ତୁ କେତେ ନେଟ୍‌ୱର୍ଥ ?

୨୦୧୬ ମସିହାରେ ଡୋନାଲ୍ଡ ଟ୍ରମ୍ପ ପ୍ରଥମେ ଥର ପାଇଁ ଯେତେବେଳେ ଆମେରିକାର ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହୋଇଥିଲେ ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୪.୫ ବିଲିୟନ ଡ଼ଲାର ଥିଲା । ହେଲେ ତା’ଠାରୁ ଅନେକ ଅଧିକ ସମ୍ପତ୍ତିର ଅଧିକାରୀ ବୋଲି ନିଜେ ଟ୍ରମ୍ପ ପ୍ରକାଶ କରିଥିଲେ । ଏହା ପରେ ସେ ଯେତେବେଳେ ଆମେରିକାର ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିଥିଲେ ତାଙ୍କ ସମ୍ପତ୍ତିରେ ହଠାତ୍ ହ୍ରାସ ଘଟିଥିଲା ।

author-image
Pragyan Paramita Behera
ଅଦ୍ୟତନ ହୋଇଛି
ଟ୍ରମ୍ପଙ୍କ ସମୁଦାୟ ସଂପତ୍ତିର ମୂଲ୍ୟ କେତେ

ଟ୍ରମ୍ପଙ୍କ ସମୁଦାୟ ସଂପତ୍ତିର ମୂଲ୍ୟ କେତେ

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଥିବା ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ ଇନିଂସ୍ ଆରମ୍ଭ ହୋଇଛି । ଜାନୁଆରୀ ୨୦ରେ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଶପଥ ଗ୍ରହଣ କରିଛନ୍ତି । ଗତକାଲି ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବରେ ହ୍ୱାଇଟ ହାଉସକୁ ଫେରିଛନ୍ତି ଟ୍ରମ୍ପ । ଟ୍ରମ୍ପଙ୍କ ପରେ ଉପରାଷ୍ଟ୍ରପତି ଜେଡି ଭେନ୍ସ ପଦ ଏବଂ ଗୋପନୀୟତାର ଶପଥ ନେଇଛନ୍ତି । ପ୍ରବଳ ଥଣ୍ଡା ଯୋଗୁ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବ ଆମେରିକୀୟ ସଂସଦ ଭବନ ଭିତରେ ଅନୁଷ୍ଠିତ ହୋଇଛି । ଏହି ସମାରୋହରେ ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍, ଜର୍ଜ ବୁଶ, ବାରାକ୍ ଓବାମା, ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ୍ ସାମିଲ ହୋଇଥିଲେ । ଦ୍ୱିତୀୟ ଇନିଂସରେ ସେ ସରକାରୀ ଅନୁଷ୍ଠାନଗୁଡ଼ିକରେ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି ।

Advertisment

ଟ୍ରମ୍ପଙ୍କ ପ୍ରଥମ ପାଳିର ରାଷ୍ଟ୍ରପତିତ୍ୱ ସମୟରେ ଅନେକ କାରଣ ପାଇଁ ସେ ବିବାଦୀୟ ହୋଇପଡ଼ିଥିଲେ । ଦ୍ୱିତୀୟ ପାଳିରେ ମଧ୍ୟ ସେ ପୁଣି ବିବାଦ ଘେରକୁ ଟାଣିହୋଇ ସାରିଛନ୍ତି । ବିଶ୍ୱର ସବୁଠାରୁ ବୃହତ୍ ଦୀପ ଗ୍ରିନଲାଣ୍ଡ ଅକ୍ତିଆର କରିବା ପାଇଁ ସେ କହିଥିଲେ। ଗ୍ରୀନଲାଣ୍ଡର ଆକାର ସାଉଦି ଆରବ ଏବଂ ମେକ୍ସିକୋଠାରୁ ବଡ ଅଟେ । ଏହା ସତ୍ତ୍ୱେ ଗ୍ରୀନଲାଣ୍ଡ ଏକ ସ୍ୱତନ୍ତ୍ର ଦେଶ ନୁହେଁ । ଏହା ଡେନମାର୍କର ଏକ ଅଧିକୃତ କ୍ଷେତ୍ର ଅଟେ । ଗ୍ରୀନଲାଣ୍ଡର ବୈଦେଶିକ ନୀତି ଏବଂ ପ୍ରତିରକ୍ଷା ଡେନମାର୍କ ହାତରେ ରହିଛି ।

ଆମେରିକାଠାରୁ ଏହା ୫ ହଜାର କିଲୋମିଟିର ଦୂରରେ ଅବସ୍ଥିତ। ପ୍ରତିରକ୍ଷା ଦୃଷ୍ଟିକୋଣରୁ ତାହାକୁ ଅକ୍ତିଆର କରିବା ଆମେରିକା ପାଇଁ ନିତାନ୍ତ ଆବଶ୍ୟକ ବୋଲି ଟ୍ରମ୍ପ କହିଛନ୍ତି। ଏହି ଅଞ୍ଚଳ ବିଶାଳ ଖଣିଜ ଏବଂ ଜୀବାଶ୍ମ ଇନ୍ଧନର ଭଣ୍ଡାର ଅଟେ । ଖାଲି ଆମେରିକା ନୁହେଁ, ଚୀନ ଏବଂ ରୁଷର ନଜର ମଧ୍ୟ ଏହି ଭୂଖଣ୍ଡ ଉପରେ ରହିଛି । ସେହିପରି ପାନାମା କେନାଲକୁ ମଧ୍ୟ ଆମେରିକା ସହ ସାମିଲ କରାଇବା ପାଇଁ ଚିନ୍ତା କରୁଛନ୍ତି ଟ୍ରମ୍ପ ।

Advertisment

ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜଣେ ଟାଣୁଆ ରାଜନେତା ହେବା ସହ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ମଧ୍ୟ । ଆମେରିକାର ଧନୀ ନେତାଙ୍କ ମଧ୍ୟରେ ତାଙ୍କର ନାମ ଆସେ । ତାଙ୍କର ଗୋଟିଏ କିମ୍ବା ଦୁଇଟି ନୁହେଁ ଅନେକ ବିଳାସପୂର୍ଣ୍ଣ ଘର ଅଛି । ବ୍ୟବସାୟ କଥା କହିବାକୁ ଗଲେ ଭାରତ ସମେତ ଅନେକ ଦେଶରେ ବ୍ୟାପିଛି ତାଙ୍କ ବିଶାଳ ନେଟୱର୍କ ।

୭ ଆରବ ଡଲାର ସମ୍ପତ୍ତିର ମାଲିକ ଡୋନାଲ୍ଡ ଟ୍ରମ୍ପ

ଆମେରିକାରେ 'ଟ୍ରମ୍ପ' ରାଜ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି । ତାଙ୍କ ସମ୍ପତ୍ତି ପ୍ରାୟ ୭ ବିଲିୟନ ଡଲାର ବୋଲି କୁହାଯାଉଛି । ଫୋର୍ବଙ୍କ ଅନୁଯାୟୀ ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପତ୍ତି ମୂଲ୍ୟ ୬.୭ ବିଲିୟନ ଡଲାର ( ଭାରତୀୟ ମୁଦ୍ରାରେ ୫୭,୯୭୮ କୋଟିରୁ ଅଧିକ) ।

ପ୍ରଥମ କାର୍ଯ୍ୟକାଳରେ ହ୍ରାସ ପାଇଥିଲା ସମ୍ପତ୍ତି

୨୦୧୬ ମସିହାରେ ଡୋନାଲ୍ଡ ଟ୍ରମ୍ପ ପ୍ରଥମ ଥର ପାଇଁ ଯେତେବେଳେ ଆମେରିକାର ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହୋଇଥିଲେ ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୪.୫ ବିଲିୟନ ଡ଼ଲାର ଥିଲା । ହେଲେ ତା’ଠାରୁ ଅନେକ ଅଧିକ ସମ୍ପତ୍ତିର ଅଧିକାରୀ ବୋଲି ନିଜେ ଟ୍ରମ୍ପ ପ୍ରକାଶ କରିଥିଲେ । ଏହା ପରେ ସେ ଯେତେବେଳେ ଆମେରିକାର ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିଥିଲେ ତାଙ୍କ ସମ୍ପତ୍ତିରେ ହଠାତ୍ ହ୍ରାସ ଘଟିଥିଲା । ସେ ୨୦୧୭ ରୁ ୨୦୨୧ ପର୍ଯ୍ୟନ୍ତ ଆମେରିକାର ରାଷ୍ଟ୍ରପତି ଥିଲେ ଏବଂ ଏହି ସମୟରେ ୨୦୨୦ ମସିହାରେ ତାଙ୍କର ସମ୍ପତ୍ତି ମୂଲ୍ୟ ମାତ୍ର ୨.୧ ବିଲିୟନ ଡ଼ଲାରକୁ ଖସି ଆସିଥିଲା। ଏହା ପରେ ୨୦୨୨ରୁ ପୁନର୍ବାର ତାଙ୍କ ସମ୍ପତ୍ତି ବୃଦ୍ଧି ପାଇଥିଲା ଏବଂ ବର୍ତ୍ତମାନ ଏହା ପ୍ରାୟ ୭ ବିଲିୟନ ଡଲାରରେ ପହଞ୍ଚିଛି ।

ଟ୍ରମ୍ପଙ୍କ ଏହି କମ୍ପାନୀରୁ ହୁଏ ପ୍ରଚୁର ଆୟ

ଡୋନାଲ୍ଡ ଟ୍ରେମ୍ପଙ୍କ ନେଟୱର୍ଥର ସବୁଠାରୁ ବଡ଼ ଅଂଶ ଟ୍ରମ୍ପ ମିଡିଆ ଆଣ୍ଡ ଟେକ୍ନୋଲୋଜି ଗ୍ରୁପର, ଫୋର୍ବସ ମୁତାବକ ଏହାର ମୂଲ୍ୟ ୫.୬ ଆରବ ଡଲାର । ଏପ୍ରିଲ ୨୦୨୪ରେ ଟ୍ରମ୍ପଙ୍କ ପାଖରେ ଟ୍ରମ୍ପ ମିଡିଆ ଆଣ୍ଡ ଟେକ୍ନୋଲୋଜିର ୧୧୪.୭୫ ମିଲିୟନ ସେୟାର ଏବଂ ଅତିରିକ୍ତ ୩୬ ନିୟୁତ ଆୟକର ଅଂଶଧନ ଥିଲା । ଟ୍ରମ୍ପଙ୍କ ପାଖରେ ଥିବା ସେୟାର ଗୁଡ଼ିକର ମୋଟ ମୂଲ୍ୟ ବର୍ତ୍ତମାନ ପ୍ରାୟ ୧.୨ ବିଲିୟନ ଡ଼ଲାର୍ । ଏହା ବ୍ୟତିତ ଟ୍ରମ୍ପଙ୍କ ଅନ୍ୟ ବ୍ୟବସାୟ ମଧ୍ୟରେ ରହିଛି ରିୟଲ ଇଷ୍ଟେଟ୍ ବ୍ୟବସାୟ । ଯେଉଁଥିରୁ ଟ୍ରମ୍ପ ବର୍ଷକୁ ହଜାର ହଜାର କୋଟି ଟଙ୍କା ଲାଭ କରିଥାନ୍ତି । ସେହିଭଳି ହୋଟେଲ ବ୍ୟବସାୟ, ବିଲ୍ଡିଂ ନିର୍ମାଣ, ଗଲ୍ଫ କୋର୍ସ,ରିୟଲ ଇଷ୍ଟେଟ୍ ବ୍ୟବସାୟ ବି କରନ୍ତି ।

ରିୟଲ ଇଷ୍ଟେଟର ବଡ଼ ବ୍ୟବସାୟ

ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ହୋଇଥିବା ଡୋନାଲ୍ଡ ଟ୍ରମ୍ପଙ୍କର ଏକ ବଡ ରିଏଲ୍ ଇଷ୍ଟେଟ୍ ବ୍ୟବସାୟ ରହିଛି । ସେ ଏହି ବ୍ୟବସାୟର ଉତ୍ତରାଧିକାରୀ । ତାଙ୍କ ପିତା ଫ୍ରେଡ ଟ୍ରମ୍ପ ନ୍ୟୁୟର୍କର ଅନ୍ୟତମ ସଫଳ ରିଅଲ ଇଷ୍ଟେଟ୍ ବ୍ୟବସାୟୀ ମଧ୍ୟରୁ ଜଣେ ଥିଲେ । ଫ୍ରେଡ ଟ୍ରମ୍ପ ୧୯୨୭ ମସିହାରେ ତାଙ୍କ ପତ୍ନୀ ଏଲିଜାବେଥଙ୍କ ସହ ଏକ ରିଏଲ୍ ଇଷ୍ଟେଟ୍ କମ୍ପାନୀ ଆରମ୍ଭ କରିଥିଲେ । ୧୯୭୧ ରେ ଡୋନାଲ୍ଡ ଟ୍ରମ୍ପ ତାଙ୍କ ପିତାଙ୍କ ବ୍ୟବସାୟର ଦାୟିତ୍ୱ ନେଇଥିଲେ ଏବଂ ନିଜ ବୁଦ୍ଧି ବଳରେ ଖୁବଶୀଘ୍ର ବ୍ୟବସାୟକୁ ବିସ୍ତାର କରିଥିଲେ । ତାଙ୍କ କମ୍ପାନୀ ଅଧୀନରେ ସେ ଅନେକ ବିଳାସପୂର୍ଣ୍ଣ କୋଠା ନିର୍ମାଣ କରିଥିଲେ, ଯେଉଁଥିରେ ଟ୍ରମ୍ପ ପ୍ୟାଲେସ, ଟ୍ରମ୍ପ ୱାର୍ଲ୍ଡ ଟାୱାର, ଟ୍ରମ୍ପ ଇଣ୍ଟରନ୍ୟାସନାଲ ହୋଟେଲ ଏବଂ ରିସର୍ଟ ଅନ୍ତର୍ଭୁକ୍ତ। ଦୁନିଆର ସମସ୍ତ ବଡ ସହର ପରି ଭାରତର ମୁମ୍ବାଇ, ପୁଣେ ଏବଂ ଗୁରୁଗ୍ରାମରେ ମଧ୍ୟ ରହିଛି ଟ୍ରମ୍ପ ଟାୱାର ।

୨୦ ଏକର ଜମିରେ ଟ୍ରମ୍ପଙ୍କ ମହଲ

ଦୁନିଆର ଅନ୍ୟ ଧନୀ ବ୍ୟକ୍ତିଙ୍କ ପରି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟ ଅଚଳାଚଳ ସମ୍ପତ୍ତିର ଅଧିକାରୀ। ଫ୍ଲୋରିଡାର ପାଲ୍ ବେଳାଭୂମିରେ ୧୦ ମିଲିୟନ୍ ଡଲାର ମୂଲ୍ୟର ଏକ ସୁନ୍ଦର ମହଲ ହେଉ କିମ୍ବା ସେଣ୍ଟ ମାର୍ଟିନରେ ବିଳାସପୂର୍ଣ୍ଣ ସମ୍ପତ୍ତି .. ତାଙ୍କର ପ୍ରଥମ କାର୍ଯ୍ୟକାଳ ଶେଷ ହେବା ପରଠାରୁ ତଥା ଏବେ ସୁଦ୍ଧା ରହୁଥିବା ଡୋନାଲ୍ଡ ଟ୍ରମ୍ପ ମହଲର ନାମ ହେଉଛି ମାର-ଏ-ଲାଗୋ। ଏହା ୧୯୨୭ ରେ ନିର୍ମିତ ହୋଇଥିଲା ଏବଂ ଟ୍ରମ୍ପ ଏହାକୁ ୧୯୮୫ ରେ କିଣିଥିଲେ । ଏହା ବ୍ୟତୀତ ତାଙ୍କର ନ୍ୟୁୟର୍କ, ମ୍ୟାନହଟନ୍ ଏବଂ ଭର୍ଜିନିଆର ସେଣ୍ଟ ମାର୍ଟିନରେ ବିଳାସପୂର୍ଣ୍ଣ ଘର ଅଛି । ଟ୍ରମ୍ପଙ୍କର ୧୯ ଟି ଗଲ୍ଫ କୋର୍ସ ମଧ୍ୟ ରହିଛି ।

ଏହାବ୍ୟତୀତ ବର୍ତ୍ତମାନ ରାଷ୍ଟ୍ରପତି ହେବାପରେ କୋଟି କୋଟି ଦରମା ପାଇବେ ଡୋନାଲ୍ଡ ଟ୍ରମ୍ପ । ଆମେରିକା ରାଷ୍ଟ୍ରପତିଙ୍କୁ ପ୍ରତିବର୍ଷ ୪,୦୦,୦୦୦ ଡଲାର ଦରମା ମିଳିଥାଏ, ଭାରତୀୟ ମୁଦ୍ରାରେ ଯାହା ପ୍ରାୟ ୩ କୋଟି ୪୬ ଲକ୍ଷ ଟଙ୍କା । ଦରମା ସହିତ, ରାଷ୍ଟ୍ରପତିଙ୍କୁ ୧,୬୯,୦୦୦ ଡଲାର ଅର୍ଥାତ୍ ପ୍ରାୟ ୧.୪୬ କୋଟି ଟଙ୍କା ମୂଲ୍ୟର ଅନେକ ଭତ୍ତା ମଧ୍ୟ ପ୍ରଦାନ କରାଯାଏ । ସର୍ବମୋଟ ଆମେରିକାର ରାଷ୍ଟ୍ରପତି ପ୍ରତିବର୍ଷ ପ୍ରାୟ ୫ କୋଟି ଟଙ୍କା ପାଆନ୍ତି ।

US President Donald Trump Business United States Of America
Advertisment
Advertisment