ଆଜି ମଦର୍ସ ଡେ ବା ମାତୃ ଦିବସ କିନ୍ତୁ ସନ୍ତାନ ପାଇଁ ସବୁଦିନ ମାତୃ ଦିବସ । କରୁଣାମୟୀ, ସ୍ନେହମୟୀ, ଅଭୟଦାୟିନୀ ଏମିତି ଯେତେ ଅଳଙ୍କାର ଦେଲେ ବି ମାଆ ପାଇଁ କମ୍ ପଡ଼ିବ ।
ବିଭିନ୍ନ ଦେଶରେ ମାତୃ ଦିବସ ପାଳନ କରିବାର ନିଜସ୍ୱ ପଦ୍ଧତି ମଧ୍ୟ ଅଛି। କେତେକ ଦେଶରେ ଏମିତି ମଧ୍ୟ ନିୟମ ଅଛି ଯଦି ମାତୃ ଦିବସ ଅବସରରେ ମା’ଙ୍କୁ ସମ୍ମାନିତ କରାଯାଏ ନାହିଁ, ତେବେ ଏହା ଅପରାଧ ବୋଲି ଧରାଯାଏ।
ଜୀବନର ଅଧା ବାଟରେ ସିନା ଛାଡିଦେଲେ ସ୍ୱାମୀ, ହେଲେ ଭାଙ୍ଗି ପଡି ନଥିଲେ ମଧୁମିତା। ନିଜ ଦୁଇ ପିଲାଙ୍କୁ ଧରି ଜୀଇବାକୁ ନେଇଥିଲେ ନିଷ୍ପତ୍ତି। ପିଲାଙ୍କୁ ମଣିଷ କରିବାକୁ ସାଜିଯାଇଥିଲେ ଅଟୋ ଚାଳକ। ତେବେ ମାତୃ ଦିବସ ଉପଲକ୍ଷେ ଆସନ୍ତୁ ଜାଣିବା ଏହି ମା’ର କାହାଣୀ।
ପରିଣତ ବୟସରେ ପହଞ୍ଚିଛନ୍ତି ଡି. ଶୁଭଲକ୍ଷ୍ମୀ। ଯେଉଁ ବୟସରେ ଅନ୍ୟ କେହି ଶାଯ୍ୟାଶାୟୀ ହୋଇଥାନ୍ତି ତ ଆଉ କେହି ଘରେ ବସି ପୁଅ ବୋହୂଙ୍କ ସେବା ଶୁଶ୍ରୁଷା ପାଉଥାନ୍ତି ସେହି ବୟସରେ ସେ କରୁଛନ୍ତି ପୁଅ ଓ ସ୍ୱାମୀଙ୍କର ସେବା। ଦିନେ ବି ଥକି ପଡି ନାହାନ୍ତି। ତେବେ ଆସନ୍ତୁ ଜାଣିବା ସେହି ମା’ର କାହାଣୀ…
ମାତୃ ଦିବସରେ ଯିଏ ଯେଉଁଠି ଥାଉ ନା କାହିଁକି ନିଜ ମା’କୁ ମନେ ପକେଇବା ନେଇ ବାଧ୍ୟ ହୁଏ। ଯଦି ଆପଣ ବି ନିଜ ମା’ ଠାରୁ ଦୂରରେ ଅଛନ୍ତି ତେବେ ଏଠାରେ ଆମେ କିଛି ସାଏରୀ ଦେଉଛି ଯାହାକୁ ପଢି ଆପଣ ବି ନିଜ ମା’କୁ ନିଜ ପାଖରେ ପାଇବା ଭଳି ଅନୁଭବ କରିବେ।
ପିଲାଟି ଜନ୍ମ ହେବା ଦିନଠାରୁ, ମା’ ତା’ର ସୁରକ୍ଷା କବଚ ହୋଇ ରହିଥାଏ। ପିଲା ପାଇଁ ତା’ର ଅବଦାନ ଅତୂଳନୀୟ। ଏନେଇ ଆମେ ପ୍ରତିବର୍ଷ ପାଳୁଛି ମାତୃ ଦିବସ। କ’ଣ ଏହାର ଇତିହାସ ଓ ମହତ୍ତ୍ୱ ଆସନ୍ତୁ ଜାଣିବା।
ଏଥର ଘୋଷଯାତ୍ରାକୁ ଆସି ପାରନ୍ତି ପୂର୍ବାପେକ୍ଷା ଦୁଇ ଗୁଣା ଅଧିକ ଭକ୍ତ । ଆକଳନ ସତ ହେଲେ ସଂଖ୍ୟା ୧୫ରୁ ୧୮ ଲକ୍ଷକୁ ଛୁଇଁପାରେ । କୋଭିଡ୍ ଯୋଗୁଁ ଦୁଇବର୍ଷ ଧରି ଭକ୍ତଙ୍କୁ ରଥ ବାରଣ ହୋଇଥିବାରୁ ପୁରୀ ଜିଲ୍ଲା ପ୍ରଶାସନ କରୁଛି ଏଭଳି ଆକଳନ ।
ଆଗାମୀ ରଥଯାତ୍ରା ଓ ଏତେ ସଂଖ୍ୟକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ପୁରୀ ପ୍ରଶାସନ କରିଛି ଦୁଇ ପ୍ରକାର ପ୍ଲାନ । ପ୍ଲାନ ନମ୍ବର ୧- ଯଦି ପରିସ୍ଥିତି ସ୍ୱାଭାବିକ ହୁଏ ଓ ଶ୍ରୀକ୍ଷେତ୍ରକୁ ଦୁଇଗୁଣା ଭକ୍ତ ଆସନ୍ତି, ତାହାଲେ କଣ କରିବାକୁ ପଡ଼ିବ ?
ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚାପଖେଳ ଆରମ୍ଭ, ବହୁ ଭକ୍ତଙ୍କ ସମାଗମ। ଦେଖନ୍ତୁ ଫଟୋରେ ଖବର
ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ଦିନଟି ଅକ୍ଷୟ ତୃତୀୟା । ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ପାଳନ କରାଯାଏ । କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି ।
ଅକ୍ଷୟ ତୃତୀୟାରେ ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ହେବ। ସକାଳଧୂପ ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟକୁ ଆସିବ।
ଆଜି ପବିତ୍ର ଅକ୍ଷୟ ତୃତୀୟା। ଆଜିର ଦିବ୍ୟ ମୁହୁର୍ତ୍ତରେ ଯେକୌଣସି କାମ କଲେ ତାହା ନିଶ୍ଚିତ ଶୁଭଫଳ ଦେଇଥାଏ ବୋଲି ବିଶ୍ୱାସ ରହିଛି। ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ଏହି ପର୍ବ ପ୍ରତିଟି ଓଡ଼ିଆଙ୍କ ଆସ୍ଥାର ପ୍ରତୀକ। ଆଜିର ଦିନରେ ଚାଷୀ ଭାଇ ଅଖିମୁଠି ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରିଥାଏ। କୃଷକମାନେ ବଡ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ଏହାକୁ ପାଳନ କରିଥାନ୍ତି।
ଆଜିର ଦିନରେ ଚାଷୀ ଭାଇ, କ୍ଷେତର ଐଶାନ୍ୟ କୋଣରେ ନୈବେଦ୍ୟ ଦେଇ ବିହନ ବୁଣଛନ୍ତି।
ମୁସଲିମ୍ ସମ୍ପ୍ରଦାୟର ସବୁଠୁ ବଡ଼ ପର୍ବ ଇଦ୍ ପାଇଁ ଉତ୍ସବମୁଖର ହୋଇଉଠିଛି ମସଜିଦ। ଭୁବନେଶ୍ୱର ୟୁନିଟ୍-୪ ସ୍ଥିତ ମସଜିଦରେ ମୁସଲିମ ସମ୍ପ୍ରଦାୟର ଭାଇମାନେ ଏକାଠି ହୋଇ ପରସ୍ପରକୁ ଇଦ୍ ମୁବାରକ ଜଣାଇଛନ୍ତି।
କରୋନା କଟକଣା କୋହଳ ହେବା ପରେ ଏଥର ଇଦ୍ ଜୋରସୋରରେ ପାଳନ କରୁଛନ୍ତି ଲୋକେ।
ଅକ୍ଷୟ ତୃତୀୟାରେ ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ହେବ।
ଓଡ଼ିଆ ପରମ୍ପରାରେ ଅକ୍ଷୟ ତୃତୀୟାର ବେଶ ମହତ୍ୱ ରହିଛି। କୃଷକ ଜମିରେ ପହଞ୍ଚି ଧରିତ୍ରୀ ଦେବୀ ଓ ଲକ୍ଷ୍ମୀ ଠାକୁରାଣୀଙ୍କ ଉଦ୍ଦେଶ୍ୟରେ ଭୋଗ, ନୈବେଦ୍ୟ ଅର୍ପଣ କରି ଲଙ୍ଗଳ ଚଳାଏ।
ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା । ପୁରୀରେ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହେବ ।
ବୈଶାଖ ମାସର ଶୁକ୍ଳପକ୍ଷର ତୃତୀୟା ତିଥିକୁ ଅକ୍ଷୟା ତୃତୀୟା ଭାବେ ପାଳନ କରାଯାଏ। ଏହିଦିନ କ୍ଷେତରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ପୂଜା କରାଯାଇ ବିହନ ବୁଣାଯାଏ। ଏଥି ତିଥିକୁ ବ୍ରତଭାବେ ପାଳନ କଲେ କ’ଣ ହୁଏ ଆସନ୍ତୁ ଜାଣିବା।
କୃଷିର ପର୍ବ ଅକ୍ଷୟ ତୃତୀୟା। ଏହିଦିନଟି ଓଡିଶାର ସଂସ୍କୃତି ସହିତ ମଧ୍ୟ ଓତଃପ୍ରୋତ ଭାବେ ଜଡିତ। ଜଗନ୍ନାଥ ସଂସ୍କୃତିରେ ଏହାର ଅନେକ ଉଦାହରଣ ରହିଛି। ତେବେ ଏହା କିପରି ଜଗନ୍ନାଥ ସଂସ୍କୃତିରେ ରହିଛି ଆସନ୍ତୁ ଜାଣିବା।
ସଫଳତା ଏବଂ ସମୃଦ୍ଧି ବିଷୟରେ ଆଲୋଚନା କଲେ ଅକ୍ଷୟ ତୃତୀୟାର ବହୁତ ସ୍ୱତନ୍ତ୍ରତା ରହିଛି । ତେବେ ଏହି ଦିନର ମହତ୍ତ୍ୱ କ’ଣ ଏବଂ ଏହା ପଛରେ କ’ଣ ପୌରାଣିକ କାହାଣୀ ଅଛି , ଆସନ୍ତୁ ଜାଣିବା ।
ଅକ୍ଷୟ ତୃତୀୟା ଦିନ ସୁନା, ରୂପା କିମ୍ବା ଅନ୍ୟ କୌଣସି ଧାତୁ ସାମଗ୍ରୀ କିଣିବାର ପରମ୍ପରା ଅଛି। ଏହା ପଛରେ ଏକ ବିଶ୍ୱାସ ଅଛି ଯେ ଏସବୁ କିଣିବା ଏବଂ ଘରକୁ ଆଣିବା ଦ୍ୱାରା ମା’ ଲକ୍ଷ୍ମୀ ସନ୍ତୁଷ୍ଟ ହୁଅନ୍ତି।
ଅକ୍ଷୟ ତୃତୀୟା ଦିନର କ’ଣ ରହିଛି ବିଶେଷତ୍ୱ
ଶାସ୍ତ୍ର ଅନୁସାରେ, ସତ୍ୟ ଏବଂ ତ୍ରେତୟା ଯୁଗର ଆରମ୍ଭ ଅକ୍ଷୟ ତୃତୀୟାରୁ ହୋଇଥିଲା। ମା’ ମାତଙ୍ଗୀ ଦେବୀ ଏବଂ ଭଗବାନ ପର୍ଶୁରାମଙ୍କ ଅବତରଣ ମଧ୍ୟ ଅକ୍ଷୟ ତୃତୀୟାରେ ହୋଇଥିଲା ବୋଲି କେତେକ କୁହନ୍ତି।
ଉତ୍କଳର ପରିଚୟ ଓ ଶ୍ରୀଜଗନ୍ନାଥଙ୍କ ମହିମା ଉପରେ ଆଲୋଚନା କରାଯାଇଥିଲା।