• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଜି ଆନ୍ତର୍ଜାତିକ ଯୋଗ ଦିବସ । ବିଶ୍ୱବ୍ୟାପୀ ଜୁନ୍ ୨୧ରେ ମହାସମାରୋହରେ ପାଳିତ ହୋଇଥାଏ ଏହି ଦିବସ । ଆନ୍ତର୍ଜାତିକ ସ୍ତରରେ ଏହାକୁ ପାଳନ କରିବା ପାଇଁ ମିଳିତ ଜାତିସଂଘ ଅଧିବେସନ ଦ୍ୱାରା ୨୦୧୪ ଡିସେମ୍ବର ୧୧ରେ ସଂକଳ୍ପ ପାରିତ ହୋଇଥିଲା । ଯୋଗ ମୂଲ୍ୟବୋଧକୁ ସମ୍ମାନ ଦେବା ସହ ବିଶ୍ୱର କୋଣ ଅନୁକୋଣରେ ଯୋଗକୁ ପହଞ୍ଚାଇବା ପାଇଁ ଭାରତ ପ୍ରସ୍ତାବ ଦେଇଥିଲା । ୧୭୭ ଦେଶରେ ଏବର୍ଷ ପାଳନ ହେଉଛି ଯୋଗ ଦିବସ ।

୨୦୧୪ ସେପ୍ଟେମ୍ବର ୨୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ ୨୧କୁ ଆନ୍ତର୍ଜାତିକ ସ୍ତରରେ ଯୋଗ ଅଭ୍ୟାସ ପୂର୍ବକ ଯୋଗ ଦିବସ ପାଳନ ପାଇଁ ପ୍ରଥମେ ପ୍ରସ୍ତାବ ଦେଇଥିଲେ । ଯୋଗ, ଏକ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସ । ପ୍ରାୟ ୬ ହଜାର ବର୍ଷ ପୂର୍ବେ ଭାରତରେ ଏହାର ଉତ୍ପତ୍ତି ହୋଇଥିଲା ବୋଲି କୁହାଯାଏ । ନିୟମିତ ଯୋଗ ଦ୍ୱାରା ସ୍ୱାସ୍ଥ୍ୟଗତ ଲାଭ ହେବା ସହ ଦୈନିକ ଦିନଚର୍ଯ୍ୟାକୁ ଶୃଙ୍ଖଳିତ କରିଥାଏ । ଯୋଗ ମନ ଏବଂ ଶରୀରରେ ଏକାଗ୍ରତା ଭରିଥାଏ । ବିଶ୍ୱରେ କରୋନା ମହାମାରୀକୁ ମୁକାବିଲା କରିବାକୁ ମଧ୍ୟ ଯୋଗ ବେଶ ଉପଯୋଗୀ ହୋଇପାରିଥିଲା ।

ସେପଟେ ଆନ୍ତର୍ଜାତିକ ଯୋଗ ଦିବସ ଲାଗି ଆମ ଦେଶ ଭାରତରେ ବ୍ୟାପକ ଆୟୋଜନ କରାଯାଇଛି । ଦେଶର ୭୫ଟି ପ୍ରମୁଖ ଐତିହ୍ୟସ୍ଥଳରେ ଯୋଗ ଓ ଆସନ ପ୍ରଦର୍ଶନ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକର ମହୀଶୁର ଦଶହରା ଗ୍ରାଉଣ୍ଡରେ ପାଳିତ ହେବାକୁ ଥିବା ବିଶ୍ୱ ଯୋଗ ଦିବସ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ । ଚଳିତ ବର୍ଷ ଯୋଗ ଦିବସ ପାଳନ ଲାଗି କେନ୍ଦ୍ର ଆୟୁଶ ମନ୍ତ୍ରାଳୟ ମାର୍ଚ୍ଚ ୧୩ ତାରିଖରୁ ୧୦୦ ଦିନିଆ କାଉଣ୍ଟଡାଉନ୍ ଆରମ୍ଭ କରିଥିଲା ।

କାଉଣ୍ଟଡାଉନର ୨୫ ଦିନ, ୫୦ ଦିନ ଓ ୭୫ ଦିନ ଯଥାକ୍ରମେ ହାଇଦ୍ରାବାଦ, ଆସାମର ଶିବଶାଗର ଓ ନୂଆଦିଲ୍ଲୀର ଲାଲକିଲ୍ଲାରେ ମହାସମାରୋହରେ ପାଳନ କରାଯାଇଥିଲା । ଚଳିତ ବର୍ଷ ଯୋଗ ଦିବସର ଥିମ୍ ରହିଛି ମାନବିକତା ପାଇଁ ଯୋଗ । ଏ ବର୍ଷ ଯୋଗଦିବସ କାଯର୍ୟକ୍ରମରେ ବିଶ୍ୱର ପ୍ରାୟ ୮୦ଟି ଦେଶ ସାମିଲ ହେବାକୁ ଯାଉଛନ୍ତି ।