• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Festivals & Events Updates

Maha Navami Being Celebrated Across Odisha Amid Covid-19 Shadow
ଆଜି ମହାମାୟାଙ୍କ ମହାନବମୀ: ମଣ୍ଡପରେ ହେବ ସୂର୍ଯ୍ୟ ପୂଜା

ଆଜି ମହାମାୟାଙ୍କ ମହାନବମୀ ପୂଜା । ଆଜି ନବମୀରେ ମଣ୍ଡପରେ ସୂର୍ଯ୍ୟ ପୂଜା, ଗୋ ପୂଜା ପରେ ଆରତୀ କରାଯିବ । ୧୦୮ ଦୀପ ସମର୍ପଣ କରାଯାଇ ପଣା ଓ ନୈବେଦ୍ୟ ଅର୍ପଣ କରାଯିବ ।

durga puja
ଆଜି ମହାମାୟାଙ୍କ ମହାନବମୀ: ମଣ୍ଡପରେ ହେବ ସୂର୍ଯ୍ୟ ପୂଜା

ଆଜି ମହାମାୟାଙ୍କ ମହାନବମୀ ପୂଜା । ଆଜି ନବମୀରେ ମଣ୍ଡପରେ ସୂର୍ଯ୍ୟ ପୂଜା, ଗୋ ପୂଜା ପରେ ଆରତୀ କରାଯିବ । ୧୦୮ ଦୀପ ସମର୍ପଣ କରାଯାଇ ପଣା ଓ ନୈବେଦ୍ୟ ଅର୍ପଣ କରାଯିବ । କୋଭିଡ୍ କଟକଣା ଭିତରେ ବିଭିନ୍ନ ମଣ୍ଡପରେ ବିଧି ପାଳନ ପୂର୍ବକ ମାଆଙ୍କର ପୂଜାର୍ଚ୍ଚନା ହେଉଛି । ଚଣ୍ଡିପାଠରେ ଗୁଞ୍ଜରିତ ହେଉଛି ପରିବେଶ

Mahastami
ସୁନା ମୁକୁଟ ଅଛି ଚାନ୍ଦି ମେଢ଼ ଅଛି, ହେଲେ ଦେଖିବାକୁ ଭକ୍ତ ନାହାନ୍ତି.. ପୁରା ଖାଁ ଖାଁ..

ଆଜି ମହାମାୟାଙ୍କ ମହାଷ୍ଟମୀ ପୂଜା । କୋଭିଡ୍ କଟକଣା ଭିତରେ ମଣ୍ଡପରେ ବିଧି ପାଳନ ପୂର୍ବକ ମାଆଙ୍କର ପୂଜାର୍ଚ୍ଚନା ହୋଇଛି । ଚଣ୍ଡିପାଠରେ ପରିବେଶ ଗୁଞ୍ଜରିତ ହୋଇଛି । ହେଲେ ସବୁ ବିନା ଭକ୍ତରେ । ସେପଟେ ଆଜି ବିଭିନ୍ନ ଶକ୍ତି ପୀଠରେ ପାଳିତ ହୋଇଛି ମହାନବମୀ ।

paralakhemundi temple
ଏଠି ବର୍ଷରେ ଥରେ ଖୋଲେ ପୀଠ

ପାରଳାଖେମୁଣ୍ଡି ଦୋଳବନ୍ଧ ନିକଟ ଏକ ମନ୍ଦିରରେ ଦଣ୍ଡମା ବା ଦାଣ୍ଡୁଲମା ଠାକୁରାଣୀ ମନ୍ଦିରରେ ଏକ ଉଇ ହୁଙ୍କାରେ ମାଆ ପୂଜା ପାଆନ୍ତି..ଦଶହରା ବେଳେ ମାଆ ଭକ୍ତଙ୍କୁ ଦର୍ଶନ ଦିଅନ୍ତି.. ନଅ ଦିନ ପୂଜାର୍ଚ୍ଚନା ପରେ ପୁଣି ବନ୍ଦ କରିଦିଆଯାଏ.. ବର୍ଷକୁ ଥରେ ନବରାତ୍ର ସମୟରେ ହିଁ ଦଣ୍ଡମା ଠାକୁରାଣୀ ପୀଠ ଖୋଲାଯାଏ

chhatar jatra
କଳାହାଣ୍ଡିର ଆରାଧ୍ୟା ଦେବୀ ମା’ ମାଣିକେଶ୍ୱରୀଙ୍କ ଆଜି ଛତର୍‌ ଯାତ୍ରା।

କଳାହାଣ୍ଡିର ଆରାଧ୍ୟା ଦେବୀ ମା’ ମାଣିକେଶ୍ୱରୀଙ୍କ ଆଜି ଛତର୍‌ ଯାତ୍ରା। ପ୍ରତି ବର୍ଷ ହଜାର ହଜାର ଭକ୍ତ ଏହି ଛତର୍ ଯାତ୍ରାରେ ସାମିଲ ହୁଅନ୍ତି। କିନ୍ତୁ ଏଥର କରୋନା ପାଇଁ ବିନା ଭକ୍ତରେ ଛତର୍ ଯାତ୍ରା ପାଳନ କରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

mahastami
ଆଜି ମହାମାୟାଙ୍କ ମହାଷ୍ଟମୀ

ଆଜି ମହାମାୟାଙ୍କ ମହାଷ୍ଟମୀ ପୂଜା। କୋଭିଡ୍ କଟକଣା ଭିତରେ ମଣ୍ଡପରେ ବିଧି ପାଳନ କରି ମା’ଙ୍କ ଅଷ୍ଟମୀ ପୂଜାର୍ଚ୍ଚନା କରାଯାଉଛି। ବିଭିନ୍ନ ମଣ୍ଡପରେ ପରଦା ଆଢୁଆଳରେ ପୂଜା ପାଉଛନ୍ତି ମା ଜଗତ ଜନନୀ। ମହାଷ୍ଟମୀ ପୂଜାରେ ଚଣ୍ଡୀପାଠରେ କମ୍ପୁଛି ପରିବେଶ।

Chhatar Jatra of Maa Manikeswari
ଭବାନୀପାଟଣାରେ ୧୪୪ ଧାରା ଜାରି, ସବୁ ପ୍ରବେଶ ପଥ ସିଲ୍

ଆଜି ଅପରାହ୍ନ ୪ଟା ଯାଏ ଭବାନୀପାଟଣା ସହରରେ ୧୪୪ ଧାରା ଜାରି କରାଯାଇଛି। ଏହାସହ ଭବାନୀପାଟଣାର ସବୁ ପ୍ରବେଶ ପଥକୁ ସିଲ୍ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ୧୦ ପ୍ଲାଟୁନ ପୋଲିସ୍‌ ଫୋର୍ସ ମୁତୟନ ହୋଇଛନ୍ତି। 

Durga Puja
ଖାଁ ଖାଁ ପୂଜା ମଣ୍ତପ, ଆବଦ୍ଧ ଭିତରେ ଚାଲିଛି ପୂଜାର୍ଚ୍ଚନା

ବେଦ, ମନ୍ତ୍ର ପାଠରେ କମ୍ପୁଛି ଚତୁର୍ଦ୍ଦିଗ । ଧୂପ, ଦୀପ, ନୈବେଦ୍ୟରେ ମହକି ଉଠୁଛି ପୂଜା ମଣ୍ଡପ । ମହାସପ୍ତମୀରେ ମହାମାୟାଙ୍କୁ ଚକ୍ଷୁଦାନ ସହ ଚାଲିଛି ପୂଜାର୍ଚ୍ଚନା । କୋଭିଡ କଟକଣାରେ ମଣ୍ଡପର ତିନିପଟ ଆବଦ୍ଧ କରାଯାଇ ସୀମିତ ସଂଖ୍ୟକ ପୂଜକ ଓ କର୍ମକର୍ତ୍ତାଙ୍କୁ ନେଇ ଚାଲିଛି ପୂଜାର୍ଚ୍ଚନା ।

durga puja
ମିର୍ଜାପୁର ଗାଁର ନିଆରା ଦୁର୍ଗାପୂଜା : ରାସ୍ତାରେ ନୂଆ ଶାଢ଼ୀ ବିଛାଇ ମା’ଙ୍କୁ ସ୍ୱାଗତ କରନ୍ତି ଗ୍ରାମବାସୀ

ଧରାବତରଣ କରିଛନ୍ତି ମା ଦୁର୍ଗା । ଆଜି ପୂଜା ମଣ୍ଡପ ଗୁଡିକରେ ମହାମାୟାଙ୍କ ମହାସପ୍ତମୀ ପୂଜା । ଏହି ପାର୍ବଣ ସମୟରେ କିଛି ସ୍ଥାନରେ ରହିଛି ମାଙ୍କର ନିଆରା ପୂଜା ପରମ୍ପରା ।

Durga Puja 2021 | Maha Saptami Rituals In Various Puja Pandals In Odisha
ଆଜି ମଣ୍ଡପରେ ସପ୍ତମୀ ପୂଜା

ଆଜି ମଣ୍ଡପରେ ଜଗତଜନନୀ ମାଆ ଦୁର୍ଗାଙ୍କ ସପ୍ତମୀ ପୂଜା । ଗତକାଲି ଷଷ୍ଠୀରେ ମାଆଙ୍କୁ ବିଲ୍ବବରଣ କରାଯାଇ ପାଛୋଟି ଅଣାଯାଇଥିଲା ।

Maha Saptami Of Goddess Durga
ଆଜି ମଣ୍ଡପରେ ମହାମାୟାଙ୍କ ମହା ସପ୍ତମୀ ପୂଜା, ମା’ ଶାରଳାଙ୍କ ପୀଠରେ ୧୪୪ ଧାରା ଲାଗୁ

ମା’ ଶାରଳାଙ୍କ ପୀଠରେ ୧୪୪ ଧାରା ଲାଗୁ ହୋଇଛି। ଆଜିଠୁ ୧୪ ତାରିଖ ଯାଏ ପୀଠରେ ୧୪୪ ଧାରା ଜାରି କରାଯାଇଛି। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଶାରଳାଙ୍କ ମନ୍ଦିର ଓ ଏହାର ଚତୁଃପାର୍ଶ୍ୱରେ ୧୪୪ ଧାରା ଜାରି କରାଯାଇଛି।

Durga Puja
ଆଜି ମା’ଙ୍କ ଷଷ୍ଠି ପୂଜା

ଗତକାଲି କଟକଚଣ୍ଡୀ ଓ ଗଡ଼ଚଣ୍ଡୀ ଗାୟତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ତେବେ ପ୍ରଶାସନର କରୋନା ପାଇଁ ଗତବର୍ଷ ଭଳି ଏବର୍ଷ ମଧ୍ୟ ଦଶହରା ପ୍ରସ୍ତୁତି ସମ୍ପୂର୍ଣ୍ଣ ଫିକା ହୋଇଯାଇଛି।

Durga Puja
କରୋନା ପାଇଁ ଫିକା ଫିକା ପୂଜା, ଆଜିଠୁ ଷଷ୍ଠୀ ପୂଜା ଆରମ୍ଭ

ଚାଲିଛି ମନ୍ତ୍ର ଉଚ୍ଚାରଣ, ମା ଜଗଜ୍ଜନନୀଙ୍କୁ ଧରାପୃଷ୍ଠକୁ କରାଯାଉଛି ଆବାହନ। ଶାରଦୀୟ ଦୁର୍ଗାପୂଜାର ମହାଷଷ୍ଠୀ ଅବସରରେ ମାଆଙ୍କୁ ବିଲ୍ୱ ବରଣ କରାଯାଇ ମଣ୍ଡପରେ ଆରମ୍ଭ ହୋଇଛି ମହାମାୟାଙ୍କ ପୂଜାର୍ଚ୍ଚନା। ବେଲ ଗଛ ମୂଳେ ବିଧି ଅନୁଯାୟୀ ପୂଜାର୍ଚ୍ଚନା ପରେ ମଣ୍ଡପରେ ଚାଲିଛି ମାଆ ଦୁର୍ଗାଙ୍କ ଷଷ୍ଠୀ ପୂଜା।

Sasthi Puja Of Maa Durga At Several Mandaps In Odisha Today
ଆଜି ମଣ୍ଡପରେ ଷଷ୍ଠୀ ଫେସବୁକ, ୟୁଟ୍ୟୁବରେ ହେବ ଲାଇଭ୍

ଆଜି ମଣ୍ଡପରେ ଜଗଜ୍ଜନନୀ ମାଆ ଦୁର୍ଗାଙ୍କ ଷଷ୍ଠୀ ପୂଜା। କରୋନା କଟକଣା ଯୋଗୁଁ ଏଥର ନାହିଁ ସେଭଳି ଉତ୍ସାହ। ମଣ୍ଡପରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା କରାଯାଇଥିବାରୁ ଫେସବୁକ୍, ୟୁଟ୍ୟୁବରେ ପୂଜା କମିଟି କରିଛି ଲାଇଭ୍ ବ୍ୟବସ୍ଥା।

durga puja
ଛୋଟ ମୂର୍ତ୍ତି ପାଇଁ କମିଛି ଜରିମେଢ଼ର ଚାହିଦା,ହାତ ବାନ୍ଧି ବସିଛନ୍ତି କାରିଗର

ମୂର୍ତ୍ତି ଉଚ୍ଚତା ୪ଫୁଟରେ ସିମୀତ ରହିବା ପରେ କମିଯାଇଛି ଜରିମେଢ଼ କାରିଗରଙ୍କ କାମ । ଯାହାକୁ ନେଇ କଟକ ଜିଲ୍ଲା ଚୌଦ୍ୱାର ଅଂଚଳରେ ଏହାକୁ ଜୀବିକା କରି ବଂଚୁଥିବା ପ୍ରାୟ ୨ଶହ କାରିଗର ହାତ ବାନ୍ଧି ବସିଛନ୍ତି । ଏହି କଳାକୃତିକୁ ବଞ୍ଚାଇ ରଖିବାକୁ ସରକାରଙ୍କ ପ୍ର୍ରୋତ୍ସାହନ ନିହାତି ଆବଶ୍ୟକ ବୋଲି କହିଛନ୍ତି କାରିଗର ।

ଫିକା ଫିକା ପୂଜା ପ୍ରସ୍ତୁତି
କାଲି ମହାମାୟୀଙ୍କ ଷଷ୍ଠୀ ପୂଜା, ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର

ଆସନ୍ତାକାଲି ମଣ୍ଡପରେ ମହାମାୟୀଙ୍କ ଷଷ୍ଠୀ ପୂଜା । ମଣ୍ଡପରେ ପୂଜା ପାଇବେ ଜଗତଜନନୀ । ମାଆଙ୍କ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର। କୋଭିଡ କଟକଣା ମଧ୍ୟରେ ମାଆଙ୍କ ପୂଜା କରିବାକୁ ବ୍ୟବସ୍ଥା କରିଛନ୍ତି ବିଭିନ୍ନ ପୂଜା କମିଟି। ଏଥର ବି ଦର୍ଶନ କଟକଣା ଥିବାରୁ ଷଷ୍ଠୀରୁ ଦଶମୀ ଯାଏଁ ମାଆଙ୍କ ସମସ୍ତ ନୀତିକାନ୍ତିର ଲାଇଭ୍ ଟେଲିକାଷ୍ଟ କରାଯିବ

Corona
“ପାର୍ବଣରେ ବ୍ୟତିକ୍ରମ, ସଂକ୍ରମଣ ବଢିବାର ହେବ କାରଣ”

ସ୍ୱାସ୍ଥ୍ୟ ବିଭାଗ ପାଇଁ ପୂଜା ଚ୍ୟାଲେଞ୍ଜ। ପାର୍ବଣ ବେଳରେ ସଂକ୍ରମଣ ଜଗିବାକୁ ବଡ଼ ନିଆଗଲା ପଦକ୍ଷେପ। ସଂକ୍ରମଣ ବ୍ୟାପୁଥିବା ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣାକୁ ଗୁରୁତ୍ୱ ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ସହ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭିଡିଓ କନଫରେନସିଂରେ ଆଲୋଚନା ପରେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସତର୍କ କରିଛନ୍ତି।

Navratri Puja Begins In Several Shakti Peethas In Cuttack
ମାଙ୍କ ପୀଠରେ ଜମୁଛି ନବରାତ୍ର ପୂଜା

ମାଆଙ୍କ ନିକଟରେ ନବରାତ୍ର ପୂଜା ଆରମ୍ଭ । କଟକ ଚଣ୍ଡୀ ଓ ଗଡ଼ଚଣ୍ଡୀଙ୍କ ଠାରେ ଶ୍ରଦ୍ଧାଳୁଙ୍କ ସମାଗମ ।ମୂଳାଷ୍ଟମୀ ଠାରୁ ଚାଲିଛି ମାଆଙ୍କ ଷୋଡ଼ଶ ଉପଚାର ପୂଜା

Odisha Preps-Up For Durga Puja
ଆଜିଠୁ ମାଆଙ୍କ ମୂର୍ତ୍ତିରେ ଆରମ୍ଭ ହେବ ରଙ୍ଗ କାମ

ଆରମ୍ଭ ହେଲା ମାଆଙ୍କ ନବରାତ୍ର ପୂଜା,କରୋନା କଟକଣା ଭିତରେ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି । ଆଜିଠୁ ମାଆଙ୍କ ମୂର୍ତ୍ତିରେ ଆରମ୍ଭ ହେବ ରଙ୍ଗ କାମ

DURGA PUJA
ଦୁର୍ଗାପୂଜାକୁ ନେଇ ଉତ୍ସବମୁଖର ପଶ୍ଚିମବଙ୍ଗ : ମଣ୍ଡପରେ ସାଜସଜ୍ଜା ସାଙ୍ଗକୁ ସୁଉଚ୍ଚ ତୋରଣ

ଓଡ଼ିଶାରେ ନିରାଡ଼ମ୍ବର ଭାବେ ବିନା ସାଜସଜ୍ଜା ଓ ସୁଉଚ୍ଚ ପ୍ରତିମାରେ ଦୁର୍ଗାପୂଜା ଅନୁଷ୍ଠିତ ହେବାକୁ ଥିବା ବେଳେ ପଡ଼ୋଶୀ ପଶ୍ଚିମବଙ୍ଗ କିନ୍ତୁ ମହାମାୟାଙ୍କ ଆବାହନ ପାଇଁ ସଜେଇ ହେଲାଣି । କୋଲକାତାରେ ପୂର୍ବଭଳି ବିଶାଳ ଆକର୍ଷଣୀୟ ତୋରଣ, ସୁଉଚ୍ଚ ମୃଣ୍ମୟୀ ମୂର୍ତ୍ତି ଶୋଭା ପାଇଲାଣି । ସହରର ପ୍ରସିଦ୍ଧ ଦମ୍ ଦମ୍ ପାର୍କରେ ଦଶହରା ପେଣ୍ଡାଲକୁ ନୂଆ ଢଙ୍ଗରେ ସଜାଯାଇଛି

Maa Biraja Ratha Jatra
ଆଜି ସନ୍ଧ୍ୟାରୁ ମା’ ବିରଜାଙ୍କ ରଥଯାତ୍ରା, ସୁରୁଖୁରୁରେ ଚାଲିଛି ନୀତିକାନ୍ତି

ଆଜି ପବିତ୍ର ମହାଳୟା । ପିତୃପକ୍ଷଙ୍କୁ ପିଣ୍ଡ ଦେବାର ଶେଷ ଦିନ । ସେପଟେ ଆଜି ସଂଧ୍ୟାରୁ ଆରମ୍ଭ ହେବ ମା ବିରଜାଙ୍କ ସିଂହଧ୍ୱଜ ରଥ ଯାତ୍ରା। ୯ ଦିନ ଗଡିବ ରଥ। ପୂର୍ବପରି ଏଥର ମଧ୍ୟ ବିନା ଭକ୍ତରେ ବିରଜାଙ୍କ ରଥ ଟଣାଯିବ । ପବିତ୍ର ମହାଳୟା ଲାଗି ବିରଜା ମନ୍ଦିର ସ୍ଥିତ ନାଭିଗୟାରେ ପିଣ୍ଡଦାନ ପାଇଁ ଲାଗିଛି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ। ସାରା ଭାରତବର୍ଷରେ ଥିବା ତିନିଗୋଟି ପିଣ୍ଡଦାନ କ୍ଷେତ୍ର ମଧ୍ୟରୁ ଯାଜପୁର ବିରଜା କ୍ଷେତ୍ରର ନାଭିଗୟା ଅନ୍ୟତମ ।

durga puja
ଅଧା ଗଢା ହୋଇଛି ମୂର୍ତ୍ତି ହେଲେ କଥା କହୁଛି

ଆଗକୁ ଆସୁଛି ଦୁର୍ଗା ପୂଜା। କଟକରେ ଚଳଚଞ୍ଚଳ ଦେବୀ ମଣ୍ଡପ। ସଜେଇହେବେ ମାଆ ହେଲେ ଏବେ ବି ଅଧା ଗଢା ମୂର୍ତ୍ତି କହୁଛି କଥା। ମା’ଙ୍କର ଦେହରେ ଆଜି ଖଡି ଚଢା ହେବ।

BMC Restricts 'Mahalaya' Celebration
ବିନ୍ଦୁସାଗରରେ ମହାଳୟା ପାଳନ ଉପରେ ସଂପୂର୍ଣ୍ଣ ବାରଣ

ବିନ୍ଦୁସାଗରରେ ମହାଳୟା ପାଳନ ଉପରେ ସଂପୂର୍ଣ୍ଣ ବାରଣ କରାଯାଇଛି । ବ୍ରାହ୍ମଣ ଭୋଜନ ସହ ନୀତିକାନ୍ତି ପାଳିବାକୁ ସଂପୂର୍ଣ୍ଣ ବାରଣ କରିଛି ବିଏମସି । କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ଭୁବନେଶ୍ୱର ମହାନଗର ନିଗମ ଏଭଳି ନିଷ୍ପତ୍ତି ନେଇଛି । ତେବେ ବିବାହ, ବ୍ରତ, ଶୁଦ୍ଧିକାର୍ଯ୍ୟ ପାଇଁ BMC ଜାରି କରିଥିବା ଗାଇଡଲାଇନରେ ସାମାନ୍ୟ ପରିବର୍ତ୍ତନ କରିଛି ।

mahalaya
ଆଜି ପବିତ୍ର ମହାଳୟା, ପିତୃପକ୍ଷର ଶେଷ ଦିନ : କୋଭିଡ କଟକଣା ପାଇଁ ପୁରୀ ବାଇଶି ପାହାଚରେ ପିଣ୍ଡଦାନ ମନା

ତେବେ କୋଭିଡ୍ କଟକଣା ଯୋଗୁଁ ଶ୍ରୀମନ୍ଦିର ବାଇଶି ପାହାଚରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ବନ୍ଦ ରହିଥିବା ବେଳେ ଉତ୍ତରଦ୍ୱାର ସମ୍ମୁଖରେ ଶ୍ରାଦ୍ଧ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଦୂରଦୂରାନ୍ତ ଆସୁଥିବା ଭକ୍ତମାନେ ଶ୍ରାଦ୍ଧ ପ୍ରଦାନ କରୁଛନ୍ତି ମହୋଦଧି ଓ ପଞ୍ଚତୀର୍ଥ ପୁଷ୍କରିଣୀରେ ମଧ୍ୟ ତର୍ପଣ ଓ ଶ୍ରାଦ୍ଧ ପ୍ରଦାନ କରୁଛନ୍ତି ।

durga puja
ଅକ୍ଟୋବର ୭ରେ ନବରାତ୍ର , କଣ ରହିଛି କଳସୀ ସ୍ଥାପନାର ମହତ୍ତ୍ୱ ଜାଣନ୍ତୁ...

ଚଳିତ ମାସରୁ ଆରମ୍ଭ ହୋଇଯିବ ମା ଜଗତ୍‌ ଜନନୀ ମା ଦୁର୍ଗାଙ୍କ ଶାରଦିଆ ନବରାତ୍ର ପୂଜା । ନବରାତ୍ରର ୯ଟି ଦିନରେ ପିଠମାନଙ୍କରେ ମା ଦୁର୍ଗାଙ୍କୁ ଭିନ୍ନ ଭିନ୍ନ ରୂପରେ ସୁସଜ୍ଜିତ କରାଯାଇଥାଏ । ଏହାସହ ଅନେକ ଶ୍ରଦ୍ଧାଳୁ ଅଛନ୍ତି ଯେଉଁମାନେ ଏହି ପୂଜାକୁ ନିଜ ଘରେ ମଧ୍ୟ ପାଳନ କରିଥାନ୍ତି । ଯେଉଁଥିରେ ଭକ୍ତମାନେ ଶୁଭ ଫଳ ପ୍ରାପ୍ତ ଓ ମନସ୍କାମନା ପୂରଣ କରିବା ପାଇଁ ବରାତ୍ରିରେ ଘଟ ସ୍ଥାପନ ତଥା କଳସୀ ପ୍ରତିଷ୍ଠା କରିଥାନ୍ତି ।