Advertisment

ଶ୍ରୀମନ୍ଦିରରେ ଆଜି ରାଜେନ୍ଦ୍ରଭିଷେକ ନୀତି

ଶ୍ରୀମନ୍ଦିରରେ ଆଜି ରାଜେନ୍ଦ୍ରଭିଷେକ ନୀତି ପାଳନ କରାଯିବ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
undefined

srimandira

ଆଜି ଶ୍ରୀଜିଉଙ୍କ ରାଜେନ୍ଦ୍ରଭିଷେକ ନୀତି । ପୁରୀ ଶ୍ରୀମନ୍ଦିରରେ ରାଜେନ୍ଦ୍ରଭିଷେକ ନୀତି ପାଳନ କରାଯିବ । ପ୍ରତି ବର୍ଷ ଜ୍ୟେଷ୍ଠ ମାସ ଶୁକ୍ଳ ଦଶମୀ ଦିନ ରାଜେନ୍ଦ୍ରଭିଷେକ ନୀତି ଅନୁଷ୍ଠିତ ହୋଇଥାଏ । ଏହି ଦିନ ନୀତି ଶେଷ ହେବା ପରେ ମଦନମୋହନ ଦେବ ଆଜ୍ଞାମାଳ ପ୍ରାପ୍ତ ହୋଇ ବଟ ଗଣେଶଙ୍କଠାରେ ଥିବା ଖଟ ଉପରେ ବିଜେ ହୋଇଥାନ୍ତି । ଏହାପରେ ଭିତର ଶୋଧ ଜୟ ବିଜୟ ଦ୍ୱାର ବନ୍ଦ ହୋଇ ଜଗମୋହନର ବିଦ୍ୟୁତ ଆଲୋକ ବନ୍ଦ କରାଯାଇ ଅନ୍ଧାର ହେବ । ଏହି ସମୟରେ ଭିତରେ ମହାପ୍ରଭୁଙ୍କମାନଙ୍କର ଆଲଟ ଲାଗି ହୋଇଥାଏ ।

Advertisment

ପୌରାଣିକ କଥା ଅନୁଯାୟୀ, ଏଥି ଉତ୍ତାରୁ ଜଣେ ଡଗର ଆସି ମଦନମୋହନଙ୍କ ଠାରେ ରୁକ୍‌ମଣୀଙ୍କ ବିବାହ ପ୍ରସ୍ତାବ ଜଣାଇବା ସହ ରାଜେନ୍ଦ୍ରାଭିଷେକ ହେବା ନିମନ୍ତେ କହିବେ । ମଦନମୋହନ ମହାଜନମାନଙ୍କ ହସ୍ତରେ ବିଜେ ପୂର୍ବକ ବଟମୂଳେ ଥିବା ଏକ ସୁସଜ୍ଜିତ ରଥରେ ଆରୋହଣ କରିଥାନ୍ତି । ଏହାପରେ ଘଣ୍ଟ, ଛତା, କାହାଳି ବାଜି ବିମାନବଡୁ ମାନେ ଉକ୍ତ ରଥକୁ ବଡ଼ ଦେଉଳକର ବେଢ଼ା ପରିକ୍ରମା କରି ପୁନଶ୍ଚ ବଟ ମୂଳେ ରଖିଥାନ୍ତି । ଏହି ସମୟରେ ପାଳିଆ ଖୁଣ୍ଟିଆ, ଗରାବଡୁ ସେବକ ଉପସ୍ଥିତ ରଖିଥାନ୍ତି ।

ଜନୈକ ସେବକ କୃତ କୌତୁକ ଋଷି ଭାବେ ମନେ କରି ମହାପ୍ରଭୁଙ୍କୁ ଦଣ୍ଡ ପ୍ରମାଣ ଜଣାଇ ଦୟଣାମାଳି ଦେଇଥିବା ଶୁକ୍ଳ ଫୁଲ (ଧଳା ଫୁଲ) ପାଳିଆ ସେବକଙ୍କ ଠାରୁ ନେଇ ଆଞ୍ଜୁଳି କରି ବିଜେ ରାସ୍ତାରେ ପକାଇବା ସହିତ ମଦନମୋହନଙ୍କୁ ଥରକୁ ଥର ଦଣ୍ଡ ପ୍ରଣାମ ଜଣାଇ ତାହାଙ୍କୁ ଆଶ୍ରମ (ଦକ୍ଷିଣ ଘର)କୁ ନେବେ । ଏଠାରେ ବିଜେ ହେବା ଉତ୍ତାରେ ବିଜେ ପ୍ରତିମାଙ୍କର ପଞ୍ଚାମୃତ ସ୍ନାନ ହେବ । ଏହାପରେ ଫୁଲ ଚନ୍ଦନ ବେଶ କରାଯାଏ । ଶୀତଳ ରୋଗରେ ଅମାଲୁ ଭୋଗ ହୋଇ ବନ୍ଦାପନା ବଢ଼ିବା ପରେ ଦକ୍ଷିଣି ଘରସ୍ଥ ତାଙ୍କ ଆସ୍ଥାନକୁ ବାହୁଡା ବିଜେ କରିଥାନ୍ତି ।

Advertisment
Jagannath Temple Puri Jagannath Temple
Advertisment
Advertisment