ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ
ଶିବଲିଙ୍ଗର ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଆଖ ପାଖ ଜିଲାରୁ ଲକ୍ଷ ଲକ୍ଷ ଭକ୍ତ ବିଶାଖାପାଟଣାରେ ପହଂଚିଛନ୍ତି । ଭକ୍ତଙ୍କ ସହ ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ବିଶାଳ ଶିବଲିଙ୍ଗ ।
ଶିବଙ୍କ ଜୀବନ୍ତ ଚେହେରା କଥା ମନକୁ ଆସିଲେ ଆପେ ଆପେ ଆସିଯାଏ 'ଓମ୍ ନମଃ ଶିବାୟ'ର କଳାକାର ସମର ଜୟ ସିଂଙ୍କ ଚେହେରା। ତେବେ ଶିବଙ୍କ ଭୂମିକାରେ ଅଭିନୟ କରି ଆହୁରି ଅନେକ କଳାକାର ମଧ୍ୟ ଅମର ହୋଇଯାଇଛନ୍ତି। କିଏ ସେମାନେ ଆସନ୍ତୁ ଜାଣିବା।
ଭଗବାନ ଶିବଙ୍କୁ ସନ୍ତୁଷ୍ଟ କରିବା ପାଇଁ, ପୂଜାପାଠ ସମୟରେ ତାଙ୍କୁ କେବଳ ତାଙ୍କର ପ୍ରିୟ ଜିନିଷ ଅର୍ପଣ କରାଯିବା ଉଚିତ। ଅନେକ ହୁଏତ ଜାଣି ଥିବେ ଭଗବାନ ଶିବଙ୍କୁ ଅନେକ ଜିନିଷ ଅର୍ପଣ କରାଯାଏ ନାହିଁ। ଆସନ୍ତୁ ସେ ବିଷୟରେ ଜାଣିନେବା।
ମୁମ୍ବାଇ ରାସ୍ତାରେ ସ୍କୁଟି ଧରି ବୁଲୁଛନ୍ତି ଅର୍ଦ୍ଧନାରୀଶ୍ୱର। ଗଳି, କନ୍ଦି, ଛକ ଯୁଆଡେ ଯାଉଛନ୍ତି ଲାଗିଯାଉଛି ଭିଡ। ହର୍ ହର୍ ମହାଦେବ ଓ ବମ୍ ବମ୍ ଭୋଲେ ଡାକରାରେ ପ୍ରକମ୍ପିତ ହେଉଛି ଗଗନ। କିଏ ଏହି ଅର୍ଦ୍ଧନାରୀଶ୍ୱର?
ଭୁବନେଶ୍ୱର ଶ୍ରୀ ଲିଙ୍ଗରାଜ ମନ୍ଦିରରେ କୋଭିଡ୍ କଟକଣା ଭିତରେ ଶ୍ରଦ୍ଧାଳୁମାନେ ଦର୍ଶନ କରୁଛନ୍ତି । ଆଜି ରାତି ୧୦ ଟାରେ ଉଠିବ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ।
ଆଜି ମହାଶିବରାତ୍ରୀ । କରୋନା କଟକଣା ଭିତରେ ପାଳନ ହେବ ମହାଶିବରାତ୍ରୀ । ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣଙ୍କ ଲାଗି ଦର୍ଶନ ପାଇଁ ପ୍ରଶାସନ ଅନୁମତି ପ୍ରଦାନ କରିଛି । ତେବେ ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦୀପ । ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ଉଠିବା ଉପଲକ୍ଷେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି ।
ଯଦି ଆପଣମାନେ ଶିବରାତ୍ରୀ ଦିନ ଏହି କାମ କରୁଛନ୍ତି ତେବେ ରାଗିଯାଇଥାଆନ୍ତି ମହାଦେବ। ତେବେ ଆସନ୍ତୁ ଜାଣିବା ଶିବରାତ୍ରୀରେ କଣ କଣ କରିବା ଏବଂ କଣ କରିବା ନାହିଁ।
ଆସନ୍ତାକାଲି ଜାଗର ଉପଲକ୍ଷେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି। ଆଜି ଏଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଶାସନ ପକ୍ଷରୁ ଯେଉଁ କରୋନା କଟକଣା ରହିଛି, ସେହି ନିୟମ ଅନୁପାଳନ କରାଯିବ ।
ଆସନ୍ତାକାଲି ମହା ଶିବରାତ୍ରି । ଶିବରାତ୍ରି ହୀନ୍ଦୁ ଧର୍ମ ପାଇଁ ଏକ ପ୍ରମୁଖ ପର୍ବ । ଏହି ଦିନ ଭଗବାନ ଶିବଙ୍କୁ ପୂଜା ଅର୍ଚ୍ଚନା କରାଯାଇଥାଏ । ଏହା ଫାଲ୍ଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ଦିନ ପାଳନ କରାଯାଏ । ଯାହା ମହାଦେବଙ୍କ ମହାନ ରାତି’ ଭାବରେ ମଧ୍ୟ ଜଣାଶୁଣା । ଜାଗର କହିଲେ ଆମେ ଦିନ ସାରା ଉପବାସ ରହି ରାତିସାରା ଦୀପ ଜାଳି ଭଗବାନ ଶିବଙ୍କୁ ସୁମରଣା କରିଥାଆନ୍ତି । ଏହି ଦିନ ହିନ୍ଦୁ ନରନାରୀ ଶୁଦ୍ଧପୂତ ଭାବରେ ଉପବାସ ପୂର୍ବକ ଅଖଣ୍ଡ ଦୀପ ଜାଳି ରାତ୍ରି ଉଜାଗର ରହି ବ୍ରତ ପାଳୁଥିବାରୁ ଏହାକୁ ଜାଗର ଓଷା ବା ଜାଗର ବ୍ରତ ମଧ୍ୟ କୁହାଯାଇଥାଏ ।
ମହାଶିବରାତ୍ରୀ ଜାଗର ଲାଗି ସ୍ୱତନ୍ତ୍ର ରିଲିଫ କମିଶନର(SRC) ଗାଇଡଲାଇନ୍ ଜାରି କରିଛନ୍ତି। ମନ୍ଦିର, ମେଳା ଓ ଉତ୍ସବରେ ଏକାଠି ହେବା ବେଳେ କୋଭିଡ୍ ପ୍ରୋଟକଲ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଶ୍ରୀ ଜଗନ୍ନାଥଙ୍କ ଚାରିହସ୍ତରେ ଶୋଲ ଓ ଜରି ନିର୍ମିତ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଶୋଭାପାଇଥାଏ । ପଦ୍ମାସନ ଭଙ୍ଗୀରେ ଗୋଟିଏ ଆସ୍ଥାନରେ ବସିଥିବା ବଳଭଦ୍ର ତାଙ୍କର ଉର୍ଦ୍ଧ୍ୱ ଦୁଇ ହସ୍ତରେ ଶୋଲ ଓ ଜରି ନିର୍ମିତ ଶଙ୍ଖ ଓ ଚକ୍ର ତଥା ନିମ୍ନ ଦୁଇ ହସ୍ତରେ ହଳ ଓ ମୂଷଳ ଧାରଣ କରିଥାନ୍ତି ।
ସାଧାରଣ ଲୋକଙ୍କ ଦର୍ଶନକୁ ବାରଣ କରାଯାଇ କୋଭିଡ ଗାଇଡଲାଇନ ମଧ୍ୟରେ ଏଥର ମଧ୍ୟ ମାଘ ମେଳା ଅନୁଷ୍ଠିତ ହେଉଛି । କେବଳ ମହିମା ସାଧୁ,ସନ୍ଥଙ୍କ ଦ୍ଵାରା ପାଳନ କରାଯାଉଛି ମାଘ ମେଳା
ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଭିଡ୍ କଟକଣା ମଧ୍ୟରେ ପାଳନ ହେବ ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା। ରାତି ୧୦ଟାରେ ମହାଦୀପ ଉଠିବା ଲାଗି ସମୟ ଧାର୍ଯ୍ୟ ହୋଇଛି।
ଆଜି ପବିତ୍ର ମାଘ ସପ୍ତମୀ । କୋଭିଡ କଟକଣା ମଧ୍ୟରେ ବିନା ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ ଅନୁଷ୍ଠିତ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଚନ୍ଦ୍ରଭାଗା ତୀର୍ଥ ପଡିଆକୁ ଶ୍ରଦ୍ଧାଳୁମାନଙ୍କ ପ୍ରବେଶ ଉପରେ କଟକଣା ରହିଛି । କାଲି ଅପରାହ୍ନ ୪ ଟାରୁ ଆଜି ୧୧ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି ।
ଆଜି ପବିତ୍ର ସରସ୍ୱତୀ ପୂଜା। ପ୍ରତି ଶିକ୍ଷାନୁଷ୍ଠାନଠୁ ଆରମ୍ଭ କରି ଅଫିସ୍...ସବୁଠି ମାଆଙ୍କୁ କରାଯିବ ଆବାହନ, ତେବେ ଜାଣିରଖନ୍ତୁ ଆଜି କେମିତି ମାଆଙ୍କୁ ପୂଜା କଲେ ମିଳିବ ଆଶୀର୍ବାଦ
ସେ ଥିଲେ ଜାତିର ପିତା, ମହାତ୍ମା, ଆଉ କାହା ପାଇଁ ବାପୁ ମଧ୍ୟ ଥିଲେ । ଭାରତୀୟ ସ୍ୱାଧୀନତା ସଂଗ୍ରାମର ନାୟକ, ଅହିଂସାର ପୁରଧା । ମୋହନ ଦାସ କରମଚାନ୍ଦ ଗାନ୍ଧି ଅବା ମହାତ୍ମା ଗାନ୍ଧିଙ୍କ ଆଜି ୭୪ତମ ତିରୋଧାନ ଦିବସ । ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ଦିବସରେ ଗାନ୍ଧୀଙ୍କ ଉପରେ ଲିଖିତ ପୁସ୍ତକର ଉନ୍ମୋଚନ ହୋଇଛି ।
ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଆୟୋଜିତ ହୋଇଯାଇଛି । ଏହି ସମାରୋହରେ ରାଜ୍ୟପାଳ ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
କଟକ ବାରବାଟୀ ଷ୍ଟାଡିୟମରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।
କୋଭିଡ୍ କଟକଣା ଭିତରେ ଦେଶରେ ପାଳନ ହୋଇଛି ୭୩ତମ ସାଧାରଣତନ୍ତ୍ର ଦିବସ
ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ରାଜ୍ୟପାଳ ଗଣେଶୀ ଲାଲ୍ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି
ତ୍ରିରଙ୍ଗା ପତାକା ସର୍ବଦା ଖଦି କିମ୍ବା ହସ୍ତତନ୍ତରେ ତିଆରି ହେବା ଆବଶ୍ୟକ ଅଟେ । ଯଦି କୌଣସି କାରଣରୁ ପତାକାଟି ଫାଟିଯାଏ ତେବେ ଏହାକୁ ଉଡ଼ାଇବା ଅନୁଚିତ୍ ଅଟେ।
ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି । ଏଥିରେ ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ୨୫ ପ୍ଲାଟୁନ ଫୋର୍ସ, ୭୦ ଜଣ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ବ୍ୟବସ୍ଥାକୁ ଗୁରୁତ୍ୱ ସହ ସଂପୂର୍ଣ୍ଣ ଗାନ୍ଧୀମାର୍ଗକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ସିଲ କରାଯିବ । ମୋଟ ୬୨ଟି ସିସିଟିଭି କ୍ୟାମେରା ଦ୍ୱାରା ନଜର ରଖାଯାଇଛି ।
ଚଳିତ ଥର ୭ଟି ନୂଆ ରାଫେଲ୍ ଫାଇଟର୍ ଜେଟ୍, ଅନ୍ୟ ବିମାନ ଓ ହେଲିକପ୍ଟରକୁ ମିଶାଇ ରାଜପଥ ଉପରେ ଫ୍ଲାଏପାଷ୍ଟ କରିବେ ସର୍ବାଧିକ ୭୫ଟି ବାୟୁଯାନ । ଫ୍ଲାଏପାଷ୍ଟରେ ବାୟୁସେନା ବିମାନ ସହ ନୌସେନା ବିମାନ ଓ ଆର୍ମିର ହେଲିକପ୍ଟର ମଧ୍ୟ ଆକାଶରେ କରିସ୍ମା ଦେଖାଇବ ।
ନୂଆଦିଲ୍ଲୀରେ ଆୟୋଜିତ ହେଲା ଆଜାଦି କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ । ସବୁ ରାଜ୍ୟର ପାରମ୍ପରିକ ନୃତ୍ୟରେ ଝଲସି ଉଠିଲା ଏହି କାର୍ଯ୍ୟକ୍ରମ। ତେବେ ଦେଖନ୍ତୁ ଏହା ଉପରେ ଆଧାରିତ କିଛି ଫଟୋ..