• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Festivals & Events Updates

West Bengal | Kolkata Gears Up For Durga Puja
ମା' ଆସୁଛି , ପ୍ରସ୍ତୁତି ଶେଷ

ଆଉ କିଛି ଦିନର ଅପେକ୍ଷା। ଧରାବତରଣ କରିବେ ମାଆ ଜଗତଜନନୀ ଦୁର୍ଗା। ଏଥିପାଇଁ ଏବେ ଚଳଚଞ୍ଚଳ କୋଲକାତା। ମୂର୍ତ୍ତି ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

Bhadrak Gandhi Smriti Pith In Scramble
ଅବହେଳିତ ଅବସ୍ଥାରେ ଭଦ୍ରକ ଗାନ୍ଧୀ ସ୍ମୃତିପୀଠ : ନଷ୍ଟ ହେବାକୁ ବସିଲାଣି ଜାତିର ପିତାଙ୍କ ସାଇତା ଓ ବ୍ୟବହୃତ ଜିନିଷ

ଗାନ୍ଧୀଙ୍କ ଆଦର୍ଶ ଓ ଅହିଂସା ମାର୍ଗ ସାରା ବିଶ୍ୱରେ ଅନୁକରଣୀୟ ହୋଇଛି । ଭାରତ ବର୍ଷରେ ମଧ୍ୟ ଗାନ୍ଧୀଜୀଙ୍କ ଚିନ୍ତା ଚେତନାକୁ ବହୁମାତ୍ରାରେ ସରକାର କାର୍ଯ୍ୟକାରୀ କରିଛନ୍ତି । କିନ୍ତୁ ସ୍ୱାଧୀନତା ଆନ୍ଦୋଳନ ସମୟରେ ଗାନ୍ଧୀଜୀ ଯେଉଁ ସବୁ ସ୍ଥାନକୁ ଯାଇ ସଂଗ୍ରାମକୁ ପ୍ରଜ୍ୱଳିତ କରିଥିଲେ, ସେ ସବୁ ସ୍ଥାନ ଏବେ ଅବହେଳିତ ହୋଇପଡ଼ିଛି ।

Ex- Prime Minister Lal Bahadur Shastri
ଆଜି ଲାଲବାହାଦୂର ଶାସ୍ତ୍ରୀଙ୍କ ଜନ୍ମଜୟନ୍ତୀ : ଛାତ୍ର ଜୀବନରୁ ହିଁ ସ୍ୱାଧୀନତା ସଂଗ୍ରାମରେ ନିଜକୁ ଉତ୍ସଗୀକୃତ କରିଥିଲେ . . .

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କର ଆଜି ଜନ୍ମଦିନ । ୧୯୦୪ ମସିହା ଆଜିର ଦିନରେ ଉତ୍ତରପ୍ରଦେଶ ମୋଗଲସରାଇରେ ସେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମୁନସି ଶାରଦା ପ୍ରସାଦ, ସେ ବୃତ୍ତିରେ ଶିକ୍ଷକ ଥିଲେ ଏବଂ ମାତାଙ୍କ ନାମ ରାମ ଦୁଲାରୀ । ଛାତ୍ର ଜୀବନରୁ ହିଁ ସ୍ୱାଧୀନତା ସଂଗ୍ରାମରେ ନିଜକୁ ଉତ୍ସଗୀକୃତ କରିଥିଲେ

cuttack police
ଚାନ୍ଦା ମାଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ - କଟକ ଡିସିପି

ଚାନ୍ଦା ମାଗିଲେ କଠୋର କାର୍ଯ୍ୟାନୁଷ୍ଠାନ । ଏଥର ପୂଜାରେ ଚାନ୍ଦା ଜୁଲମକାରୀଙ୍କୁ ଛଡ଼ାଯିବ ନାହିଁ । ପାର୍ବଣ ସମୟକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କୁ ସତର୍କ କରାଇଛନ୍ତି କଟକ ଡିସିପି । ପୂଜା ସମୟରେ ବିଭିନ୍ନ ଅଞ୍ଚଳରେ ବେଆଇନ ଚାନ୍ଦା ଆଦାୟ କାରାଯାଉଥିବା ନଜରକୁ ଆସେ । ବ୍ୟବସାୟୀ, ଗାଡ଼ି ମାଲିକ ତଥା ସାଧାରଣ ଲୋକଙ୍କ ଠାରୁ ଜୋରଜବରଦସ୍ତ ଚାନ୍ଦା ଆଦାୟ କରାଯାଏ

‘World Heart Day’
ବିଶ୍ୱ ହୃତପିଣ୍ଡ ଦିବସ ଅବସରରେ କେୟାର ହସ୍ପିଟାଲ ପକ୍ଷରୁ ସାଇକ୍ଲୋଥନ୍, ପତାକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଓଟିଭି ନେଟୱର୍କ ଏମଡି

ଆଜି ହେଉଛି ବିଶ୍ୱ ହୃତପିଣ୍ଡ ଦିବସ । ଲୋକଙ୍କୁ ହୃତପିଣ୍ଡ ଓ ହୃଦରୋଗ ବିଷୟରେ ସତର୍କ କରାଇବା ପାଇଁ ୨୦୦୦ ମସିହାଠାରୁ ବିଶ୍ୱ ହୃତପିଣ୍ଡ ଦିବସ ପାଳିତ ହେଉଛି । ବିଶ୍ୱରେ ପ୍ରତିବର୍ଷ ହୃଦରୋଗ ଜନିତ ମୃତ୍ୟୁ ସଂଖ୍ୟା ଉଦବେଗଜନକ ଭାବେ ବଢିବାରେ ଲାଗିଛି । ଏହି ଅବସରରେ ସଚେତନାର ବାର୍ତ୍ତା ଦେଇଛି କେୟାର ହସ୍ପିଟାଲ

vegetables
ଆକାଶ ଛୁଆଁ ପରିବା ଦର, ୮୦ ତଳକୁ କିଛି ନାହିଁ...

ରାତି ପାହିଲେ ଦ୍ୱିତୀୟା ଓଷା । ଦ୍ୱିତୀୟା ଭାର ସହ ଘରେ ଘରେ ପ୍ରସ୍ତୁତ ହେବ ଘାଂଟ ତରକାରୀ । ଏଥିପାଇଁ ଆବଶ୍ୟକ ବିଭିନ୍ନ କିସମର ପନିପରିବା । ତେବେ ଏହି ସମୟରେ ପନବିପରିବା ଦର ଆକାଶ ଛୁଆଁ ହୋଇଛି ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଗ୍ରାହକ ।

Duraga Puja
କଟକର ବିଭିନ୍ନ ପୂଜା ମଣ୍ଡପରେ ମୂର୍ତ୍ତି ନିର୍ମାଣ ଚାଲିଛି

ଦଶହରା ଅଳ୍ପ ଦିନ ଥିବାରୁ କଟକରେ ପ୍ରସ୍ତୁତି ଜୋରସୋରରେ କରାଯାଉଛି। କୋଭିଡ୍ କଟକଣାରେ ଛୋଟ ମୂର୍ତ୍ତି ନିର୍ମାଣ କରି ପୂଜା କରାଯାଉଛି। କଟକର ବିଭିନ୍ନ ପୂଜା ମଣ୍ତପରେ ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ ୪ ଫୁଟର ମୂର୍ତ୍ତି ନିର୍ମାଣ କରାଯାଇଛି। ମା’ଙ୍କ ଛୋଟ ମୂର୍ତ୍ତି ନେଇ ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି।

BMC Issues Guidelines For Durga Puja Celebrations In Bhubaneswar
ଦୁର୍ଗାପୂଜା ପାଇଁ ଗାଇଡଲାଇନ ଜାରି କଲା ଭୁବନେଶ୍ୱର ମହାନଗର ନିଗମ

କୋଭିଡ଼ ଗାଇଡଲାଇନ ମାନି ପୂଜା କମିଟିମାନେ ପୂଜା ଆୟୋଜନ କରିବେ। ଇଣ୍ଡୋର ଭଳି ବ୍ୟବସ୍ଥାରେ କେବଳ ପରମ୍ପରା ରକ୍ଷା ପାଇଁ ପୂଜା କରାଯିବ ।

Durga Puja
ଦୁର୍ଗା ପୂଜା ପାଇଁ ଗାଇଡ୍‌ଲାଇନ୍‌ ଜାରି କଲା BMC

ଦୁର୍ଗାପୂଜା ପାଇଁ ଗାଇଡଲାଇନ ଜାରି କଲା ଭୁବନେଶ୍ୱର ମହାନଗର ନିଗମ । କୋଭିଡ଼ ଗାଇଡଲାଇନ ମାନି ପୂଜା କମିଟିମାନେ ପୂଜା ଆୟୋଜନ କରିବେ । ଇଣ୍ଡୋର ଭଳି ବ୍ୟବସ୍ଥାରେ କେବଳ ପରମ୍ପରା ରକ୍ଷା ପାଇଁ ପୂଜା କରାଯିବ କହିଲା ବିଏମ୍‌ସି ।

Biraja Ratha
ବିରଜା ରଥଯାତ୍ରାରେ ଏଥର ସାମିଲ ହେବେ କି ଶ୍ରଦ୍ଧାଳୁ?

ବିରଜା କ୍ଷେତ୍ରରେ ଦୁର୍ଗା ରୁପରେ ପୁଜା ପାଇବେ ପୀଠ ଦେବୀ ମା’ ବିରଜା । ଶାରଦୀୟ ପୂଜା ଲାଗି ପୀଠ ଉତ୍ସବମୁଖର ହୋଇପଡିଲାଣି । ବିରଜାଦେବୀଙ୍କ ଷୋଡଶ ଉପଚାର ପୂଜା ଏବଂ ନବଦିନ ବ୍ୟାପି ରଥ ଯାତ୍ରା ଲାଗି ଆରମ୍ଭ ହୋଇଛି ପ୍ରସ୍ତୁତି

durgapuja
ମୂର୍ତ୍ତି ଉଚ୍ଚତା ବିବାଦର ଅନ୍ତ : ହାଇକୋର୍ଟଙ୍କ ନିର୍ଦ୍ଦେଶ ଓ ସରକାରଙ୍କ ଗାଇଡଲାଇନ୍‌ ଅନୁସାରେ ହେବ ପୂଜା

ହାଇକୋର୍ଟରୁ ବାଲୁବଜାର ପୂଜା କମିଟିକୁ ଝଟକା ପରେ ସହରର ପୂଜା କମିଟି ଏବଂ ଶାନ୍ତି କମିଟି ପକ୍ଷରୁ ଏକ ଆଭ୍ୟନ୍ତରୀଣ ବୈଠକ ବସିଥିଲା । କେତେକ ପୂଜା ମଣ୍ଡପ କର୍ମକର୍ତ୍ତା ଶାନ୍ତି କମିଟି ବୈଠକରେ ଅସନ୍ତୋଷ ଜାହିର କରିବା ସହ ଘଟପୂଜା ପାଇଁ ପ୍ରସ୍ତାବ ଦେଇଥିବା ବେଳେ ଆଉ କିଛି ପୂଜା କମିଟି ୪ ଫୁଟ ମୂର୍ତ୍ତି ତିଆରି କରି ପୂଜା କରିବାକୁ ନିଷ୍ପତି ନେଇଥିଲେ ।

Puri Srimandir
ଶ୍ରୀମନ୍ଦିରରେ ଆଜିଠୁ ଆରମ୍ଭ ହେଉଛି ସୁନିଆଁ ପର୍ବ

ଶ୍ରୀମନ୍ଦିରରେ ଆଜିଠୁ ଆରମ୍ଭ ହେଉଛି ସୁନିଆଁ ପର୍ବ। ଆଜିଠାରୁ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ଆରମ୍ଭ ହୋଇଛି ୧୪୨୯ ସାଲ ୬୪ ଅଙ୍କର ପ୍ରବେଶ। ଏହି ଅବସରରେ ଆଜି ପୁରୀ ଗଜପତିଙ୍କ ଶ୍ରୀନଅରରେ ପାଳିତ ହେଉଛି ସୁନିଆଁ ଉତ୍ସବ।

DurgaPuja2021
ମୂର୍ତ୍ତି ବିବାଦ: ହାଇକୋର୍ଟ ମନା କଲେ, ସୁପ୍ରିମକୋର୍ଟ ଯିବ କି ପୂଜା କମିଟି?

ନିର୍ଣ୍ଣାୟକ ମୋଡ଼ରେ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବୃଦ୍ଧି ବିବାଦ। ବାଲୁବଜାର ପୂଜା କମିଟି ପକ୍ଷରୁ ଉଚ୍ଚତା ବୃଦ୍ଧି ଦାବି ନେଇ ହୋଇଥିବା ମାମଲାକୁ ହାଇକୋର୍ଟ ଆଜି ଖାରଜ କରିଦେଇଛନ୍ତି। ଏଥିସହ ସ୍ପଷ୍ଟ କରିଛନ୍ତି ୟେ ମହାମାରୀ ସମୟରେ ସରକାରୀ ନିଷ୍ପତ୍ତିରେ ହସ୍ତକ୍ଷେପ କରି ହେବନି।

Durga Puja
ମୂର୍ତ୍ତି ଉଚ୍ଚତା ବିବାଦ: ଆବେଦନ ଖାରଜ କଲେ ହାଇକୋର୍ଟ

କଟକରେ ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ରାୟ ଶୁଣାଇଛନ୍ତି ହାଇକୋର୍ଟ। ମୂର୍ତ୍ତି ଉଚ୍ଚତା ବୃଦ୍ଧି ନେଇ ହୋଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ୪ ଫୁଟ ଉଚ୍ଚତାକୁ ନେଇ କଟକ ବାଲୁବଜାର ପୂଜା କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

Srimandir
ଆଜି ଶ୍ରୀମନ୍ଦିର ବନ୍ଦ

ଆଜି ଶ୍ରୀମନ୍ଦିର ବନ୍ଦ। ଆଜି ବିଶ୍ୱକର୍ମା ପୂଜା ଏବଂ ବଡ଼ ଏକାଦଶୀ ଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ହେବା ଆଶଙ୍କାରେ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଛି। ଆଜି ବିଶ୍ୱକର୍ମା ପୂଜା ସହ ବାମନ ଜନ୍ମ, ପାର୍ଶ୍ୱ ପରିବର୍ତ୍ତନ ବା ବଡ଼ ଏକାଦଶୀ, ସଂକ୍ରାନ୍ତି ମଧ୍ୟ ପଡ଼ିଛି।

Samir Dey
ଆସନ୍ତାକାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏଁ ୧୨ ଘଣ୍ଟିଆ କଟକ ବନ୍ଦ

ଭାଇଚାରାର ସହରର କଟକର ଐତିହ୍ୟ, ସଂସ୍କୃତି, ପରମ୍ପରା ଭିନ୍ନ । ବର୍ଷ ସାରା ସରକାର ଶାସନ କରୁଥିବା ବେଳେ, ଗଣେଶ ପୂଜାରୁ କାର୍ତ୍ତିକେଶ୍ୱର ପୂଜା ପର୍ଯ୍ୟନ୍ତ ସାହିର ମୁରବୀମାନେ ଦାୟିତ୍ୱ ନିଅନ୍ତି । ହେଲେ ଦୁଭାର୍ଗର କଥା ସେମାନଙ୍କୁ ଭୁବନେଶ୍ୱର ଡକାଇ ଅପମାନ କରାଗଲା, ସରକାର ଅଭିଯୋଗ ଶୁଣିଲେ ନାହିଁ ।

Nuakhai in western Odisha
ଆଜି ନୂଆଁଖାଇ; ନବାନ୍ନ ଲାଗି ପାଇଁ ମାହେନ୍ଦ୍ର ବେଳାକୁ ଅପେକ୍ଷା

ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ  । ଏଥିଲାଗି ଗାଁଠୁ ସହର ଚଳଚଞ୍ଚଳ।  ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗି ହେବ ନବାନ୍ନ । ଏହାପରେ ଘରେ ଘରେ ନୂଆ ଖାଇବେ । ସମସ୍ତେ ଯିଏ ଯେଉଁଠି ଥିଲେ ବି ସମସ୍ତେ ଘରେ ପହଞ୍ଚି ସାରିଛନ୍ତି  ପିଠା ମିଠା ସାଙ୍ଗକୁ ଘରେ ଘରେ କୁଣିଆଙ୍କ ଜମିିଛି ଭିଡ ।

Ganesh Puja
କୋଭିଡ ଗାଇଡଲାଇନ ଭିତରେ ଫିକା ଫିକା ଗଣେଶ ପୂଜା

ଆଜି ଗଣେଶପୂଜା। ହେଲେ ଆଗପରି ଆନନ୍ଦ, ଉଚ୍ଛ୍ୱାସ ନାହିଁ। ଫିକା ଫିକା ଲାଗୁଛି ଗଣେଶ ପୂଜା

Puri Srimandir
ଆଜିଠାରୁ ତିନି ଦିନ ବନ୍ଦ ରହିବ ଶ୍ରୀମନ୍ଦିର

ଆଜିଠାରୁ ତିନିଦିନ ବନ୍ଦ ରହିବ ଶ୍ରୀମନ୍ଦିର ଦର୍ଶନ । ଆଜି ଗଣେଶ ପୂଜା ଥିବାରୁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରଖାଯାଇଛି । ପୂର୍ବ ଏସ୍ଓପି ଅନୁଯାୟୀ ଶନିବାର ଓ ରବିବାର ବି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ।

puri
ଏଣିକି ଶନିବାର ବି ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ଖୋଲା

କରୋନା ପାଇଁ ସୃଷ୍ଟି ହୋଇଥିବା ଭକ୍ତ ଭଗବାନଙ୍କ ମଧ୍ୟରେ ଦୂରତା ଧୀରେ ଧୀରେ ହ୍ରାସ ପାଉଛି । ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ନେଇ ଗାଇଡଲାଇନକୁ ସାମାନ୍ୟ କୋହଳ କରାଯାଇଛି । ଏହାସହ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ନେଇ ସାନି ଏସଓପି ଜାରି କରାଯାଇଛି । କେବଳ ସାନିଟାଇଜେସନ ପାଇଁ ରବିବାର ଦିନ ଦର୍ଶନ ବନ୍ଦ ରହିବ

ganesh
ପ୍ରଭୁ ଗଣେଶଙ୍କର କେଉଁ ରୂପକୁ ପୂଜା କଲେ ଦୂର ହୁଏ ବାଧା ବିଘ୍ନ?

ବିଘ୍ନ ବିନାଶକ ପ୍ରଭୁ ଶ୍ରୀଗଣେଶ। ଶାସ୍ତ୍ରରେ କୁହାଯାଏ ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟରେ ପ୍ରଥମେ ଗଣେଷ ମହାପ୍ରଭୁଙ୍କୁ ଆବାହନ କରାଯାଏ। ତାଙ୍କୁ ପୂଜା କରିବା ପରେ ହିଁ ଅନ୍ୟ ଦେବା ଓ ଦେବୀଙ୍କୁ ଆବାହନ କରିବାର ପରମ୍ପରା ରହିଛି।

Lord Ganesh
ଗଣେଶ ଚତୁର୍ଥୀରେ କରନ୍ତୁ ନାହିଁ ଏହିସବୁ କାମ

ଶୁଭ ଓ ମଙ୍ଗଳର ଦେବତା ହେଲେ ଶ୍ରୀଗଣେଶ। ସେ ଆଦିପୂଜ୍ୟ। ସେ ବିଘ୍ନ ନାଶକ। ଚଳିତ ବର୍ଷ ସେପ୍ଟେମ୍ବର ୧୦ରେ ଗଣେଶ ଚତୁର୍ଥୀ ପଡ଼ୁଛି।ଦେଶର ବିଭିନ୍ନ ରାଜ୍ୟରେ ଗଣେଶ ପୂଜାକୁ ବହୁ ଧୁମ୍‌ଧାମ୍‌ରେ ପାଳନ କରାଯାଏ। ୧୦/୧୧ ଦିନ ଧରି ଉତ୍ସବମୁଖର ହୋଇଥାଏ ବିଭିନ୍ନ ସହର।

Ganesh Puja 2021
ଶୁଭ ଓ ମଙ୍ଗଳର ଦେବତା ଶ୍ରୀଗଣେଶ

ଶୁଭ ଓ ମଙ୍ଗଳର ଦେବତା ହେଲେ ଶ୍ରୀଗଣେଶ। ସେ ଆଦିପୂଜ୍ୟ। ସେ ବିଘ୍ନ ନାଶକ। ସାରା ଭାରତରେ ଗଣେଶ ପୂଜାକୁ ଖୁବ ଧୂମଧାମରେ ପାଳନ କରାଯାଏ। ୧୦/୧୧ ଦିନ ଧରି ସହର ଉତ୍ସବମୁଖର ହୋଇ ରହେ। ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ବିଭିନ୍ନ ବ୍ୟବସାୟୀ ସଂଘ ଗଣେଶ ପୂଜା ପାଳନ କରିଥାନ୍ତି। ତେବେ ଗଣେଶଙ୍କୁ ନେଇ ଶାସ୍ତ୍ର କ’ଣ କୁହେ ସେ ବିଷୟରେ ନଜର ପକେଇ ନେବା।

Teachers Day
ଗୁରୁମାନେ ହିଁ ଏ ଦେଶର ସର୍ବୋତ୍କୃଷ୍ଣ ଚିନ୍ତାନାୟକ ହେବା ଉଚିତ

ସେ ନିଜେ ଥିଲେ ଜଣେ ଶ୍ରେଷ୍ଠ ଗୁରୁ, ଆଉ କହୁଥିଲେ ଗୁରୁମାନେ ହିଁ ନିଜର ମେଧାଶକ୍ତି ବଳରେ ଏ ଦେଶକୁ ଦିଶା ଓ ଦିଗ ଦେଖାଇ ପାରିବେ। ଏମିତି ଜଣେ ମଣିଷ ଥିଲେ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ। ଦେଶର ପ୍ରଥମ ଉପରାଷ୍ଟ୍ରପତି ଏବଂ ଦ୍ୱିତୀୟ ରାଷ୍ଟ୍ରପତି

Teacher's Day
ଆଜି ଗୁରୁ ଦିବସ : ଭବିଷ୍ୟତ ଗଠନରେ ଶିକ୍ଷକଙ୍କ ଭୂମିକାକୁ ମନେ ପକାଉଛି ପୂରା ଦେଶ

ରାଷ୍ଟ୍ରପତି ଥିବା ସମୟରେ ତାଙ୍କ ଜନ୍ମଦିନ ପାଳନ ଲାଗି ବହୁ ଛାତ୍ର ଅନୁମତି ମାଗିବାରୁ ତାଙ୍କ ଜନ୍ମଦିନକୁ ଗୁରୁଦିବସ ଭାବେ ପାଳିବା ପାଇଁ ରାଧାକ୍ରିଷ୍ଣନ ପରାମର୍ଶ ଦେଇଥିଲେ । ୧୯୬୨ ମସିହାଠାରୁ ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖକୁ ଏହି ବରେଣ୍ୟ ଗୁରୁଙ୍କ ଜନ୍ମ ଦିବସକୁ ଆମ ଦେଶରେ ଗୁରୁ ଦିବସ ଭାବେ ପାଳନ କରାଯାଉଛି