• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରଥକାଠ ପାଇଁ ଆହୁରି ୨୦ ବର୍ଷ ଯାଏ ସମସ୍ୟା ନାହିଁ । ଜଗନ୍ନାଥ ବନପ୍ରକଳ୍ପରେ ଅନେକ ଫାସୀ, ଅସନ ଓ ଧଉରା ଗଛ ରହିଛି, ଯାହାକି ରଥର୍ନିମାଣରେ ଅନେକ ବର୍ଷ ଯାଏ ବ୍ୟବହୃତ ହୋଇପାରିବ । ବନବିଭାଗ ପକ୍ଷରୁ ରଥ କାଠ ଯୋଗାଣକୁ ନେଇ ସ୍ୱତନ୍ତ୍ର ସମୀକ୍ଷା କରାଯାଇଛି । ନୟାଗଡ଼, ପୁରୀ ସମେତ ୬ ଜଣ ବନ ବିଭାଗର ଅଧିକାରୀ ଓ ବରିଷ୍ଠ ବନ ଅଧିକାରୀ ଏଥିରେ ସାମିଲ ଥିଲେ ।

ରଥ ର୍ନିମାଣ ନେଇ ଆବଶ୍ୟକୀୟ ରଥ କାଠ ଯୋଗାଣରେ ଯେଭଳି ସମସ୍ୟା ନଉପୁଜେ, ସେନେଇ ବନବିଭାଗ ଅଧିକାରୀ ମାନେ ମହାରଣା ଓ ଭୋଇ ସେବକଙ୍କ ସହ ଆଲୋଚନା କରିଥିଲେ । ଏନେଇ ଆଞ୍ଚଳିକ ମୁଖ୍ୟ ବନ ସରଂକ୍ଷକ ମନୋଜ ମହାପାତ୍ରଙ୍କ ସହ ଅଧିକ ଆଲୋଚନା କରିଛନ୍ତି ପୁରୀ ପ୍ରତିନିଧି ମଧୁସୂଦନ ମିଶ୍ର ।

ଅନ୍ୟପଟେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଏବେ ଜ୍ୱରରେ ପୀଡ଼ିତ ଥିବା ଶ୍ରୀଜିଉ ସୁସ୍ଥ ହେବା ପାଇଁ ଚାଲିଛି ଗୁପ୍ତ ଉପଚାର । ୧୫ ଦିନ ଯାଏ ଶ୍ରୀଜିଉ ଏବେ ଅଣସର ଘରେ ରହିବେ । ଶ୍ରଦ୍ଧାଳୁମାନେ ଅଲାରନାଥଙ୍କ ଦର୍ଶନ କରି କରି ସମଫଳ ଲାଭ କରୁଛନ୍ତି । ଶ୍ରୀଅଙ୍ଗ ସୁରକ୍ଷାରେ ଥିବା ଦଇତାପତି ବିଶ୍ୱ ନିୟନ୍ତାଙ୍କ ସେବାରେ ଲାଗିଛନ୍ତି । ଜ୍ୱରରୁ ଉପଶମ ପାଇଁ ବିଭିନ୍ନ ପ୍ରକାରର ଔଷଧି ଓ ଉପଚାର ଚାଲିଛି । ଶ୍ରୀମନ୍ଦିରରେ ଅନବସର ନୀତି ଆରମ୍ଭ ହୋଇଥିବା ବେଳେ ପଟିଦିଅଁ ପୂଜା ପାଉଛନ୍ତି ।