• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Festivals & Events Updates

Bhadrak Kali Puja
ଭଦ୍ରକରେ ମାଆ ଭଦ୍ରକାଳୀଙ୍କୁ ଆଜି ବେଦମାତା ରୂପରେ କରାଯାଉଛି ପୂଜା। ଜାଣନ୍ତୁ ଏହାର ମହତ୍ୱ...

କରୋନା କଟକଣା ମଧ୍ୟରେ ମାଆ କାଳୀଙ୍କର ଚାଲିଛି ପୂଜାର୍ଚ୍ଚନା। ଆଜି ଆଦୀ ମାତା ରୂପରେ ପୂଜା ପାଉଛନ୍ତି ମାଆ ଭଦ୍ରକାଳୀ

7th class boy Conducts Paya Shradha Rituals
ସପ୍ତମ ଶ୍ରେଣୀରେ ପଢୁଛନ୍ତି, ପିଣ୍ତଦାନ କରି ଶ୍ରଦ୍ଧାଳୁଙ୍କୁ ଆଶୀର୍ବାଦ ଦେଉଛନ୍ତି

ପ୍ରଦୂଷଣ ବୃଦ୍ଧି, କୋଭିଡ୍ କଟକଣା ଉଲ୍ଲଙ୍ଘନ ଆଶଙ୍କାରେ ସିଂହଦ୍ୱାର ଓ ଶ୍ରୀମନ୍ଦିର ଚତୁର୍ପାର୍ଶ୍ୱରେ ୧୪୪ ଧାରା ଲାଗୁ କରାଯାଇଛି । ତେବେ ଏହାରି ମଧ୍ୟରେ ୭ମ ଶ୍ରେଣୀରେ ପଢୁଥିବା ଏକ କୁନି ନନା ବଡ଼ ବଡ଼ ଶ୍ଲୋକ ଅନର୍ଗଳ ବୋଲିଚାଲିଛନ୍ତି । ଲୋକଙ୍କ ପୟା ଶ୍ରାଦ୍ଧ କରାଉଛନ୍ତି ଆଉ ଆଶୀର୍ବାଦ ମଧ୍ୟ ଦେଉଛନ୍ତି । ବଡ଼ ହେଲେ ସେ ଜଣେ ପଣ୍ଡିତ ହେବାକୁ ଚାହାନ୍ତି ବୋଲି କହିଛନ୍ତି ।

kali puja
ଭଦ୍ରକ ଓ ଯାଜପୁରରେ ଚାଲିଛି ଗଣପର୍ବ କାଳୀପୂଜା : କରୋନା କଟକଣାରେ ପୂଜା ପାଉଛନ୍ତି ମା’

ବିନା ଭକ୍ତରେ ଏଥର ବିଭିନ୍ନ ମଣ୍ଡପରେ ପୂଜା ପାଉଛନ୍ତି ମାଆ ଶ୍ୟାମାକାଳୀ। ଭକ୍ତଙ୍କର ନାହିଁ କୋଳାହଳ, ପ୍ରଶାସନର ନିୟମ ଅନୁସାରେ ଚାଲିଛି ପୂଜାର୍ଚ୍ଚନା

Ayodhya
ଇତିହାସ ରଚିବ ରାମଜନ୍ମଭୂମୀ। ଦୀପାବଳିରେ ଏକା ସାଙ୍ଗରେ ପ୍ରଜ୍ୱଳିତ ହେବ ୯ ଲକ୍ଷ ଦୀପ

ପାଖେଇ ଆସୁଛି ଦୀପାବଳୀ । ଉତ୍ସବମୁଖର ହୋଇଉଠିଛି ସାରା ଭାରତ । ରାଜ୍ୟର ବିଭିନ୍ନ ସ୍ଥାନରେ ଦିପାବଳି ନେଇ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ।ତେବେ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଅଯୋଧ୍ୟାର ସରାୟୁ ନଦୀକୂଳରେ ଆସନ୍ତାକାଲି ୯ ଲକ୍ଷ ମାଟି ଦୀପ ଜଳାଯିବା ନେଇ ଯୋଜନା କରାଯାଇଛି ।

Toy Sweets in Cttack
ଆସ ଖାଇବା ମନଲୋଭା ହାତୀ-ଘୋଡ଼ା ମିଠା

ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ବାଣ ଫୁଟାଇ ମିଠା ଖାଇ ଦୀପାବଳି ପାଳିଥାଆନ୍ତି ସମସ୍ତେ। ବଜାରରେ ଏବେ ବିଭିନ୍ନ ଭେରାଇଟର ମିଠା ମିଳୁଥିବା ବେଳେ ପାରଂପରିକ ଖେଳନା ମିଠାକୁ ବି କେହି ଭୁଲି ନାହାନ୍ତି। ଦୀପାବଳି ଆସିଲେ ଏହା ଖୋଜା ପଡ଼ୁଥିବାରୁ କଟକର କିଛି ଦୋକାନରେ ଏବେଠୁ ପ୍ରସ୍ତୁତ ହେଲାଣି ଖେଳଣା ମିଠା।

sugar syrup candies
ଆଜି ବି ଅଛି ଖେଳଣା ମିଠା

ଏବେ ବି ମିଳୁଛି ପାରଂପରିକ ଖେଳଣା ମିଠା । କଟକ ଖାନନଗରରେ ଚାଲିଛି ଖେଳଣା ମିଠା ପ୍ରସ୍ତୁତି । ଦୀପାବଳିରେ ଖେଳଣା ମିଠାର ରହିଛି ଚାହିଦା । ବିଭିନ୍ନ ପଶୁ ପକ୍ଷୀଙ୍କ ଆକୃତିରେ ତିଆରି ହେଉଛି ମିଠା

kali puja
ଚୂଡ଼ାନ୍ତ ପର୍ଯ୍ୟାୟରେ ଭଦ୍ରକ କାଳୀପୂଜା ପ୍ରସ୍ତୁତି : ବିନା ଭକ୍ତରେ ୭ଜଣ ସେବାୟତରେ ମାଆଙ୍କ ପୂଜା ପାଇଁ ନିଷ୍ପତ୍ତି

ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀଙ୍କ ପୀଠରେ ମାଆଙ୍କୁ ପୂଜାର୍ଚ୍ଚନା ପାଇଁ ଟ୍ରଷ୍ଟ ପକ୍ଷରୁ କୋଭିଡ କଟକଣା ଭିତରେ ସମସ୍ତ ପ୍ରକାର ଆୟୋଜନ କରାଯାଇଛି । ମାଆଙ୍କ ପୀଠରେ କାଳୀପୂଜା ଅବସରରେ ସପ୍ତଦିବସ ବ୍ୟାପି ସପ୍ତମାତୃକା ବେଶରେ ମାଆ ଭଦ୍ରକାଳୀଙ୍କୁ ପୂଜାର୍ଚ୍ଚନା କରାଯିବା ସହ ମନ୍ଦିର ପରିସରରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବ

Dhanteras
ଧନତେରାସରେ କିଣନ୍ତୁ ଏହି ସବୁ ଜିନିଷ,ସନ୍ତୁଷ୍ଟ ହେବେ ମାଆ ଲକ୍ଷ୍ମୀ

କାର୍ତ୍ତିକ ମାସର କୃଷ୍ଣ ପକ୍ଷ ତ୍ରୟୋଦଶୀକୁ ଧନତେରସ ପର୍ବ ଭାବରେ ପାଳନ କରାଯାଏ । ଏହି ଦିନ ଧନର ଦେବତା କୁବେର, ମାଆ ଲକ୍ଷ୍ମୀ, ଧନଭନ୍ତରୀ ଏବଂ ଯମରାଜଙ୍କୁ ପୂଜା କରାଯାଏ । ବିଶ୍ୱାସ କରାଯାଏ ଯେ ଏହି ଦିନ କିଛି ଜିନିଷ କ୍ରୟ କଲେ ଶୁଭପ୍ରଦ ହୋଇଥାଏ । ସୁନା, ରୂପା ଏବଂ ଘରର ବାସନ ପାଇଁ କ୍ରୟ କରିବା ସବୁଠାରୁ ଶୁଭଙ୍କର ହୋଇଥାଏ ।

Diyas Made Of Cowdung
ଖତ ଭାବେ ବ୍ୟବହାର ହେବ ଦୀପର ପାଉଁଶ

ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି । ସେଥିପାଇଁ ଦୀପ ପ୍ରସ୍ତୁତରେ ଲାଗି ପଡିଛନ୍ତି ଗୋଟେ ପରିବାର । ପ୍ରଦୁଷଣ ମୁକ୍ତ ଦୀପାବଳୀ ପାଇଁ ନୂଆ ପ୍ରୟାସ କରିଛନ୍ତି କଟକର ରବିନ୍ଦ୍ରନାଥ ଓଝା । ମାଟି ବଦଳରେ ବୈଦ୍ୟଶାସ୍ତ୍ରରେ ଥିବା ପଞ୍ଚଗବ୍ୟ ଆଧାରରେ ପ୍ରସ୍ତୁତ ହେଉଛି ଦୀପ । ପଞ୍ଚଗବ୍ୟ ଅର୍ଥାତ ଗୋବର, ଗୋମୁତ୍ର, ଦହି, ଖୀର ଓ ଘିଅର ମିଶ୍ରଣ କରି ଦୀପ ପ୍ରସ୍ତୁତ କରୁଛନ୍ତି ରବିନ୍ଦ୍ର ଓ ତାଙ୍କ ପରିବାର ।

No demand for clay lamps
ମାଟି ଦୀପର ନାହିଁ ଚାହିଦା: ବୁଡ଼ିବାକୁ ବସିଲାଣି କୌଳିକ ବୃତ୍ତି

ଦୀପାବଳୀରେ ଆଜିକାଲି ପ୍ଲାଷ୍ଟିକ ଦୀପ ଓ ଲିଚୁ ଲାଇଟ୍ ବହୁଳ ବ୍ୟବହାର ବୃଦ୍ଧି ପାଉଛି । ଧୀରେ ଧରେ କମୁଛି ମାଟି ଦୀପର ଚାହିଦା । ଏଥିପାଇଁ ଆସ୍ତେ ଆସ୍ତେ କୁମ୍ଭକାର ପରିବାରର କୌଳିକ ବ୍ୟବସାୟ ବୁଡିବାକୁ ବସିଲାଣି । ହେଲେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ରହୁଥିବା ହାତ ଗଣତି କୁମ୍ଭକାର ପରିବାର କୌଳିକ ବୃତ୍ତି ବଞ୍ଚାଇ ରଖିବାକୁ ପ୍ରୟାସ କରୁଛନ୍ତି ।

A roadside vendor waits for customers to buy designer earthen lamps ahead of the Diwali festival in
ଆସୁଛି ଦୀପାବଳି; କିଛି ଚିତ୍ର, କିଛି ଚରିତ୍ର...

ଆଉ କିଛି ଦିନ ବାକି ରହିଲା ଆଲୋକର ପର୍ବ ଦୀପାବଳି। ଘରେ ଘରେ ଜଳିବ ମାଳ ମାଳ ଦୀପ । ଦୀପର ଆଲୋକରେ ଦୂରେଇ ଯିବ ଅନ୍ଧକାର । ଏହି ଅବସରରରେ ଦୀପ ପ୍ରସ୍ତୁତିରେ ଲାଗିପଡିଛିନ୍ତି କାରିଗର । କୁମ୍ଭାରମାନେ ଦୀପାବଳି ପାଇଁ ଭଳି କି ଭଳି ଦୀପ ତିଆରି କରିବାରେ ଲାଗିପଡିଛନ୍ତି । ବିଭିନ୍ନ ପ୍ରକାରର ଦୀପ ତିଆରି କରି ସେମାନେ ନିଜ ପରିବାର ପ୍ରତିପୋଷଣ କରନ୍ତି ।

Secret behind diwali
ଦୀପାବଳୀରେ କାହିଁକି ଜାଳିବା ଦୀପ

ପର୍ବ ପର୍ବାଣୀର ଦେଶ ଭାରତ। ଭାରତବାସୀ ବର୍ଷସାରା କିଛି ନା କିଛି ପର୍ବ ପାଳିଥାନ୍ତି। ତେବେ ଅନେକ ଜାତି-ଧର୍ମର ଦେଶ ଭାରତରେ ଲୋକେ ନିଜ ନିଜ ପରମ୍ପରା ଅନୁସାରେ ବିଭିନ୍ନ ପର୍ବ ପାଳିଥାନ୍ତି। ଏହିସବୁ ପର୍ବପର୍ବାଣୀ ଭିତରୁ ଏମିତି ଅନେକ ପର୍ବ ଅଛି ଯାହା ଅତ୍ୟନ୍ତ ଲୋକପ୍ରିୟ, ଯାହାକୁ ସାରା ଭାରତରେ ପାଳନ କରାଯାଏ। ସେହିସବୁ ପର୍ବଗୁଡିକ ଭିତରେ ଆଲୋକର ପର୍ବ ଦୀପାବଳୀ ଅନ୍ୟତମ। ବର୍ତ୍ତମାନ ଭାରତବର୍ଷ ଦୀପାବଳୀର ପ୍ରସ୍ତୁତିରେ।

tree marriage
ବର ଗଛ ସହିତ ଓସ୍ତ ଗଛର ବାହାଘର : କେଉଁଠି ଓ କାହିଁକି ?

ଗଛ ସହିତ ଗଛର ବିବାହ । ବରଗଛ ସହିତ ଓସ୍ତଗଛର ନିଆରା ବିବାହ ହୋଇଛି । କେହି କେହି ଆଗରୁ ଦେଖିଥିବେ ଏପରି ବିବାହ

Diwali
ଆମେ କାହିଁକି ପାଳନ କରୁ ଦୀପାବଳୀ ? କେଉଁ ଯୁଗରେ କଣ ରହିଛି ମହତ୍ତ୍ୱ

ଦୀପାବଳୀରେ ସମଗ୍ର ଭାରତରେ ଦିବ୍ୟ ଜନନୀଙ୍କର ନାନା ରୂପରେ ପୂଜା କରାଯାଏ । କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ମଧ୍ୟ ରାତ୍ରୀରୁ ଦେବୀଙ୍କର ପୂଜା ହୁଏ । ଆମ ଦେଶରେ ବଙ୍ଗଳା, ଆସାମ, ଓଡ଼ିଶା ଓ ବିହାରରେ ଦୀପାବଳୀ ମାଆ କାଳୀଙ୍କ ପୂଜା କରାଯାଏ । ବିଶେଷ କରି, ଉତ୍ତର ଭାରତରେ ମହାଲକ୍ଷ୍ମୀଙ୍କ ରୂପରେ ଦେବୀଙ୍କ ଆରାଧନା କରାଯାଏ । କିମ୍ବଦନ୍ତୀ ଅନୁସାରେ ବିଭିନ୍ନ ଯୁଗରେ ଦୀପାବଳୀକୁ ନେଇ ଭିନ୍ନ ମହତ୍ୱ ରହିଛି ।

Diwali and Vastu
ଦୀପାବଳି ରାତିରେ ଏହି ୫ଟି ଜୀବଜନ୍ତୁ ଦେଖିବା ହୋଇଥାଏ ଶୁଭ,ଜାଣନ୍ତୁ କିଏ ?

ଆଲୋକର ପର୍ବ ଦୀପାବଳୀ । ହିନ୍ଦୁ ଧର୍ମରେ ଦୀପାବଳିର ଅନେକ ମହତ୍ତ୍ୱ ଅଛି । ହିନ୍ଦୁ ମାନଙ୍କ ପାଇଁ ଦୀପାବଳି ଏକ ମୁଖ୍ୟ ପର୍ବ ଯାହା ଘରେ ନାନାଦି ପାରମ୍ପରିକ ଢଙ୍ଗରେ ପାଳନ କରାଯାଇଥାଏ । ଦୀପାବଳି ଦିନ ମା’ ଲକ୍ଷ୍ମୀ ଘରେ ପ୍ରବେଶ କରନ୍ତି ବୋଲି କୁହାଯାଏ । ତେବେ ଦୀପାବଳୀକୁ ନେଇ ଶାସ୍ତ୍ରରେ ବିଭିନ୍ନ କଥା ପ୍ରଚଳିତ ଅଛି । ଦୀପାବଳି ଦିନ କିଛି ଜୀବଜନ୍ତୁ ନଜର ଆସିଲେ ଏହା ଅତ୍ୟନ୍ତ ଶୁଭପ୍ରଦ ହୋଇଥାଏ ବୋଲି କୁହାଯାଏ ।

Puri Srimandir
କରୋନା କଟକଣା ପାଇଁ ଶ୍ରୀକ୍ଷେତ୍ରରେ ନାହିଁ ହବିଷ୍ୟାଳିଙ୍କ ଭିଡ଼; ହୋଟେଲ, ଲଜ୍ ଫାଙ୍କା

ଆଜିଠୁ ଧର୍ମ ମାସ କାର୍ତ୍ତିକ ଆରମ୍ଭ ହୋଇଛି। ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ରାଧା ଦାମୋଦର ବେଶ ଦର୍ଶନ ସହ କାର୍ତ୍ତିକ ବ୍ରତ ପାଳନ ପାଇଁ ହଜାର ହଜାର ହବିଷ୍ୟାଳି ଶ୍ରୀକ୍ଷେତ୍ରକୁ ଆସିଥାନ୍ତି। କିନ୍ତୁ କରୋନା ପାଇଁ ସରକାର କଟକଣା ଜାରି କରିଥିବାରୁ ଏଥର ସେତେଟା ଭିଡ଼ ନାହିଁ।   

Puri
କାଲିଠୁ କାର୍ତ୍ତିକ ମାସ , ଏଥର ଶ୍ରୀକ୍ଷେତ୍ରରେ ନାହାନ୍ତି ହବିଷ୍ୟାଳୀ

ଆସନ୍ତାକାଲିଠୁ ଆରମ୍ଭ ହେଉଛି ଧର୍ମ ମାସ କାର୍ତ୍ତିକ। ଏହି ସମୟରେ ଶ୍ରୀକ୍ଷେତ୍ରରେ ଭକ୍ତ ହାଉଜାଉ ହେବା କଥା। ବିଶେଷ କରି ମହିଳା ଭକ୍ତ, କାରଣ କାର୍ତ୍ତିକ ବ୍ରତ କରି ସବୁ ଦିନ ଶ୍ରୀଜିଉଙ୍କ ରାଧା ଦାମୋଦର ବେଶ ଦେଖିବା ଓ ମହାପ୍ରସାଦ ପାଇବା କାହା ଭାଗ୍ୟରେ ଥାଏ

Kumar Purnima 2021
ଆଜି କୁମାର ପୂର୍ଣ୍ଣିମା: କାଲିଠୁ ମଣ୍ଡପରେ ପୂଜା ପାଉଛନ୍ତି ମାଆ ଗଜଲକ୍ଷ୍ମୀ

ଆଜି କୁମାର ପୂର୍ଣ୍ଣିମା। ଗତ କାଲିଠାରୁ ଆରମ୍ଭ ହୋଇସାରିଛି ଗଜଲକ୍ଷ୍ମୀ ପୂଜା। କୋଭିଡ୍ କଟକଣା ସହ ମଣ୍ଡପରେ ଚାଲିଛି ମାଆ ଗଜଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା। ଢେଙ୍କାନାଳ ସହରରେ ଚଳିତ ବର୍ଷ ମୋଟ ୩୮ଟି ମଣ୍ଡପରେ ପୂଜା ଆୟୋଜନ କରାଯାଇଛି

laxmipuja
ବିନା ଭକ୍ତରେ ଧରାବତରଣ କଲେ ମାଆ ଗଜଲକ୍ଷ୍ମୀ

କୋଭିଡ୍ କଟକଣା ସହ ବିନା ଭକ୍ତରେ ବିରାଜିଲେ ଗଜଲକ୍ଷ୍ମୀ। ଢେଙ୍କାନାଳ ସହରରେ ଚଳିତ ବର୍ଷ ମୋଟ ୩୮ଟି ମଣ୍ଡପରେ ପୂଜା ଆୟୋଜନ କରାଯାଇଛି। ତେବେ କୋଭିଡ୍ କଟକଣା ପାଇଁ ମଣ୍ଡପରେ କେବଳ ରୀତିନୀତି ଛଡ଼ା ଭକ୍ତଙ୍କ ଭିଡ଼ ଜମିନି।

Odishi Dance
ଡିଜିଟାଲ ପ୍ଲାଟଫର୍ମରେ ଓହ୍ଲାଇବ ଓଡିଶୀ ନୃତ୍ୟ

ଗୋଟିଏ ସ୍ଥାନରେ ମିଳିପାରିବ ଶାସ୍ତ୍ରୀୟ ନୃତ୍ୟର ଶିକ୍ଷା । ଓଡ଼ିଶୀର ସମସ୍ତ କଳା କୌଶଳ, ପୁରାତନ ଗୁରୁଙ୍କ କାଳଜୟୀ କଳାର ସମାହାର ସାଙ୍ଗକୁ ଏ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କ ନୃତ୍ୟର ଚାତୁରୀ । ରାଜ୍ୟର ଦିବଙ୍ଗତ ଓଡ଼ିଶୀ ଗୁରୁମାନଙ୍କ ନୃତ୍ୟ ଓ ସଙ୍ଗୀତ ଉଦ୍ଜୀବିତ କରିବାକୁ ଯାଉଛି ରାଜ୍ୟ ସଂସ୍କୃତି ବିଭାଗ ଓ ଗୁରୁ କେଳୁ ଚରଣ ମହାପାତ୍ର ଓଡିଶୀ ଗବେଷଣା ପ୍ରତିଷ୍ଠାନ ।

BMC GUIDELINES
ଆସିଲା ପୂଜା ଗାଇଡ଼୍‌ଲାଇନ୍‌: ୪ ଫୁଟ୍‌ ଭିତରେ ରହିବ ମୂର୍ତ୍ତି ଉଚ୍ଚତା

ଅକ୍ଟୋବର-ନଭେମ୍ବର ପାଇଁ ଆସିଲା ନୂଆ ପୂଜା ଗାଇଡଲାଇନ। ଅକ୍ଟୋବର -ନଭେମ୍ବର ମାସର ପୂଜା ବିଶେଷ କରି ଲକ୍ଷ୍ମୀ ପୂଜା, କାଳୀ ପୂଜା, କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଗାଇଡଲାଇନ ଜାରି କରିଛି ବିଏମ୍‌ସି। BMC ଅଧୀନରେ ପୂଜା ପାଇଁ କମିଶନରେଟ ପୋଲିସର ଅନୁମତି ଲୋଡ଼ା। ସେହିପରି ମଣ୍ଡପ/ପେଣ୍ଡାଲରେ ପୂଜା ବେଳେ ଶ୍ରଦ୍ଧାଳୁଙ୍କୁ ଯିବା ଉପରେ କଟକଣା ରହିଛି।

Dhenkanal & Kendrapara Gear Up For Gaja Lakshmi Puja With Covid Restriction
ଆଜିଠୁ ଗଜଲକ୍ଷ୍ମୀ ପୂଜା ହେଲେ ନାହିଁ ସରାଗ

ମା ଗଜଲକ୍ଷ୍ମୀଙ୍କର ପୂଜାରେ ଲାଗିଛି କରୋନା କଳଙ୍କ। କେବଳ ବିଧିରକ୍ଷା ପାଇଁ ମଣ୍ଡପରେ ଚାଲିଛି ପୂଜା

Laxmi Puja 2021
ମା’ ଲକ୍ଷ୍ମୀ ଆସୁଛନ୍ତି, ହେଲେ ପୂର୍ବ ପରି ସରାଗ ନାହିଁ

ଆସନ୍ତାକାଲି ମା’ ଗଜଲକ୍ଷ୍ମୀଙ୍କ ପୂଜା । ଧରାପୃଷ୍ଠକୁ ଧରାବତରଣ କରିବେ ଧନର ଦେବୀ ମା' ଲକ୍ଷ୍ମୀ । ଏଥିପାଇଁ ତୁଳସୀ କ୍ଷେତ୍ର କେନ୍ଦ୍ରାପଡାରେ ପ୍ରସ୍ତୁତି ଶେଷ ପର୍ଯ୍ୟାରେ ପହଞ୍ଚିଛି ।

Uttar Pradesh | Ravan Dahan In Lucknow’s Aishbagh
ଉତ୍ତର ପ୍ରଦେଶରେ ରାବଣ ପୋଡି ଅନୁଷ୍ଠିତ

ଉତ୍ତର ପ୍ରଦେଶ୍‌ରେ ବେଶ୍ ଧୂମଧାମ୍‌ରେ ପାଳନ କରାଯାଉଛି ରାବଣ ପୋଡି ଉତ୍ସବ । ବାଣ ଆଲୋକରରେ ଝଲସୁଛି ଆକାଶ ।

Radha Damodar Besha Of Lord Jagannath | Gopal Ballav Rituals Underway In Puri
କାଳିଆ ଦର୍ଶନ ପାଇଁ ଭିଡ଼

ଆଜି ମହାପ୍ରଭୁ ରାଧା ଦାମୋଦର ବେଶରେ ଦର୍ଶନ ଦେଉଛନ୍ତି..ଦଶହରାରେ ମହାପ୍ରଭୁଙ୍କ ଦର୍ଶନ ସୁଯୋଗ ପାଇ ନ ଥିବା ବେଳେ ଆଜି ଜଗା ଦର୍ଶନ ପାଇଁ ବ୍ୟାକୁଳ ହୋଇପଡ଼ିଛନ୍ତି ଭକ୍ତ..