• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ): ଦେବ ସ୍ନାନ ପୂର୍ଣ୍ଣିମା ଏକ ପବିତ୍ର ପର୍ବ । ଏହା ଶ୍ରୀ ଜଗନ୍ନାଥଙ୍କର ସ୍ନାନ ଯାତ୍ରା ରୂପେ ବିଖ୍ୟାତ । ଶ୍ରୀ କ୍ଷେତ୍ରର ୧୩ ଯାତ୍ରା ମଧ୍ୟରୁ ସ୍ନାନଯାତ୍ରା ଅନ୍ୟତମ । ଜ୍ୟେଷ୍ଠମାସ ପୂର୍ଣ୍ଣିମା ଦିନ ଏହି ଯାତ୍ରା ପାଳିତ ହୋଇଥାଏ । ଦେବାଦେବ ଭଗବାନ ସକଳ ଦେବତାଙ୍କର ଅଧିଶୂର ଶ୍ରୀ ଜଗନ୍ନାଥଙ୍କ ସ୍ନାନକୁ ସମଗ୍ର ଓଡିଶାର ପୁରପଲ୍ଲୀ, ଗାଁ ଗଣ୍ଡାରେ ଦେବସ୍ନାନ ରୂପରେ ପାଳିତ କରାଯାଏ । ଲୋକଙ୍କୁ ପାପତାପରୁ ଉଦ୍ଧାର କରିବାକୁ ଜଗତର ନାଥ ଜଗନ୍ନାଥ ବଡ ଦାଣ୍ଡକୁ ଓଲ୍ଲାଇ ଆସିଥାନ୍ତି । ଜ୍ୟେଷ୍ଠ ପୂର୍ଣ୍ଣିମା ଜଗନ୍ନାଥଙ୍କର ଆର୍ବିଭାବ ଦିବସ ବୋଲି ପୈାରାଣିକ ମତ ରହିଛି । ତେଣୁ ଏହି ଦିନ ତାଙ୍କୁ ମହାସ୍ନାନ କରା ଯାଇଥାଏ ।

ପୂର୍ବରୁ ସୂର୍ଣ୍ଣକୂପର ସଂସ୍କାରାଦି ପରେ ସ୍ନାନବେଦୀ ସୁସସ୍କୃତ ହୋଇ ଚନ୍ଦ୍ରାତପାଦି ଦ୍ୱାରା ସୁସଜିତ ଥାଏ । ଶ୍ରୀ ସୁଦର୍ଶନ, ଶ୍ରୀ ବଳଭଦ୍ର, ଶ୍ରୀ ଶୁଭଦ୍ରା, ଶ୍ରୀ ଜଗନ୍ନାଥ  ଯଥାକ୍ରମେ ସ୍ନାନବେଦୀକୁ ଯାତ୍ରା କରିବା ପରେ ଶ୍ରୀ ମଦନ ମୋହନ ବିଜେ ହୁଅନ୍ତି । ଦେବବିଗ୍ରହ ଯାତ୍ରା ମାନଙ୍କର ଏହି ବିଜେ ଯାତ୍ରାକୁ ପହଣ୍ଡି ବିଜେ କୁହାଯାଏ ।

ଏକ ମନୋରମ ପରିବେଶରେ ସ୍ନାନ ବେଦୀରେ ଦେବ ବିଗ୍ରହ ମାନେ ପହଞ୍ଚି ପୂର୍ବାଭିମୁଖରେ ରତ୍ନ ସିଂହାସନରେ କ୍ରମରେ ସ୍ୱ ଚକଡା ଉପରେ ବିଜେ କରନ୍ତି । ଶ୍ରୀ ମନ୍ଦିରର ଉତ୍ତର ଦ୍ୱାର ନିକଟରେ ଥିବା ସୁନା କୂଅରୁ ପୂର୍ଣ୍ଣିମା ପୂର୍ବଦିନ ସୁନା ଗୋସାଇଁ ଓ ମୁଦିରଥ ୧୦୮ ଗୋଟି ନୂଆ କୂମ୍ଭରେ ଜଳ ଅଣାଇ ରଖିଥାନ୍ତି । ଏଥି ମଧ୍ୟରୁ ଶ୍ରୀ ଜଗନ୍ନାଥ ଦିବସ ନିମନ୍ତେ ୩୫ କୁମ୍ଭ, ଶ୍ରୀ ବଳଭଦ୍ର ନିମନ୍ତେ ୩୩ କୁମ୍ଭ, ଶ୍ରୀ ଶୁଭଦ୍ରା ନିମନ୍ତେ ୨୨ କୁମ୍ଭ ଓ ଶ୍ରୀ ସୁଦର୍ଶନ ନିମନ୍ତେ ୧୮ କୁମ୍ଭ ପୃଥକ, ପୃଥକ ଭାବରେ, ଚନ୍ଦନ, କର୍ପୂର, କେଶରାଦି ମିଶ୍ରିତ ହେବା ପରେ ବସ୍ତ୍ର ଓ ନାରୀକେଳ ସଂସ୍ଥାପନ ରୂପକ ଅଥିବାସିତ ହୋଇଥାଏ । ପୂଜା ପଣ୍ଡା ମାନେ ଷୋଡଷ ଉପଚାରରେ ପୂଜା କରିବା ପରେ ବିଦ୍ଧି ଭାବେ ସ୍ନାନ କରାଇଥାନ୍ତି । ଏହି ସ୍ନାନକୁ ଦେବତା ମାନେ ମଧ୍ୟ ଭକ୍ତି ଭାବରେ ଦର୍ଶନ କରିଥାନ୍ତି ବୋଲି ପଦ୍ମ ପୁରାଣରେ ବର୍ଣ୍ଣିତ ଅଛି ।

ଏହି ସ୍ନାନ ପରେ ତିନି ଠାକୁର ଓ ଅନ୍ୟାନ୍ୟ ବିଗ୍ରହ ମାନଙ୍କୁ ଗଣପତି ବେଶ କରା ଯାଇଥାଏ । ଏହା ଅତ୍ୟନ୍ତ ମନୋରମ ଧାରି ବେଶ ହୋଇଥାଏ । ଯାହାକୁ ନିଜ ଆଖିରେ ନ ଦେଖିଲେ ଅବର୍ଣ୍ଣନୀୟ । ପୁରାଣ ଶାସ୍ତ୍ର ମାନଙ୍କରେ ଏହି ମହାନ ପର୍ବକୁ ମହାଜ୍ୟେଷ୍ଠ ସ୍ନାନ ଭାବେ ଅଭିହିତ କରାଯାଇଛି । ରାଷ୍ଟ୍ରର କଲ୍ୟାଣ ପ୍ରାଣୀର ମଙ୍ଗଳ, ପାପ ବିନାଶ ପାଇଁ ଏହି ମହତ ଯାତ୍ରାର ଉଦେଶ୍ୟ ।

ଜ୍ୟେଷ୍ଠ ପୂର୍ଣ୍ଣିମାରେ ପବିତ୍ର ମନ ଓ ଭକ୍ତିଭାବ ନେଇ ଯିଏ ଯାତ୍ରା ଦର୍ଶନ କରେ ତାର ସକଳ ପାପ ଦୂରିଭୁତ ହେଇଥାଏ । ସ୍ନାନ, ଦାନ, ତପସ୍ୟା, ଯପ, ଯଜ୍ଞ, ପ୍ରଭୂତି କୋଟି କୋଟି ଗୁଣର ଆୟୋଜନ କରିଲେ ମଧ୍ୟ ତାହା ଜଗନ୍ନାଥ ଦର୍ଶନ ମହାପୁଣ୍ୟର ସମକକ୍ଷ ହୋଇ ପାରିବ ନାହିଁ । ଏହି ଯାତ୍ରା ସଂପର୍କରେ ସ୍ୱୟଂ ବ୍ରହ୍ମା କହିଛନ୍ତି ଯେ :-

“ଯତ୍ ଫଳମ୍ ସ୍ନାନ ଦାନେନ ରାହୁଗ୍ରସ୍ତେ ଦିବାକରେ
ତତ୍ ଫଳଂ କୃଷ୍ଣ ମାଲୋକ୍ୟ  ମହାଜ୍ୟେଷ୍ଠା ଲଭେ ନରଃ”

OTV is now on Whatsapp

Join and get latest news update delivered to you via whatsapp

Join Now