Advertisment

Sindoor: ବିବାହିତା ମହିଳାମାନେ ସିନ୍ଥିରେ ସିନ୍ଦୂର କାହିଁକି ଲଗାନ୍ତି; କ’ଣ କୁହେ ବିଜ୍ଞାନ…

ହିନ୍ଦୁ ଧର୍ମରେ ବିବାହିତା ମହିଳାମାନେ ସିନ୍ଥିରେ ସିନ୍ଦୁର ଲଗାନ୍ତି। ଏହା କେବଳ ପରମ୍ପରା ନୁହେଁ ଏହା ପଛରେ ମଧ୍ୟ ଏକ ବୈଜ୍ଞାନିକ କାରଣ ରହିଛି। ତେବେ ଆସନ୍ତୁ ଜାଣିବା ସିନ୍ଥିରେ ସିନ୍ଦୁର ଲଗାଇବା ପଛରେ କ’ଣ ରହିଛି ବୈଜ୍ଞାନିକ କାରଣ…

author-image
Pramod Behera
ଅଦ୍ୟତନ ହୋଇଛି
Why hindu woman apply sindoor to middle line of hair

Why hindu woman apply sindoor to middle line of hair

ସବୁ ଭାରତୀୟ ହିନ୍ଦୁ ବିବାହିତା ମହିଳା ସିନ୍ଥିରେ ସିନ୍ଦୂର ଲଗାଇବା ଦେଖାଯାଏ। ଏହି ପରମ୍ପରା କେଉଁ ଆବାହମାନ ଯୁଗରୁ ଚାଲିଆସିଛି। ବିବାହ ସମୟରେ ବର ନିଜ କନ୍ୟାକୁ ପ୍ରଥମ ଥର ପାଇଁ ସିନ୍ଦୁର ଲଗାଇଥାଏ। ଏହା ପଛରେ ଥିବା ବିଶ୍ୱାସ ହେଉଛି, ଏହା ସ୍ୱାମୀଙ୍କ ଦୀର୍ଘ ଜୀବନ ଏବଂ ସୁସ୍ଥ ଜୀବନର ଏକ ପ୍ରତୀକ।

Advertisment

ଏହା ସହିତ ଏହା ବିବାହିତ ମହିଳାଙ୍କ ଏକ ପରିଚୟ ବୋଲି ମଧ୍ୟ ବିବେଚନା କରାଯାଏ। ବହୁ ପ୍ରାଚୀନ କାଳରୁ ଏହି ପରମ୍ପରା ଚାଲିଆସୁଛି। ଯେପର୍ଯ୍ୟନ୍ତ ଏହି ବୈବାହିକ ଜୀବନ ସ୍ଥିର ଅଛି ସେ ପର୍ଯ୍ୟନ୍ତ ହିନ୍ଦୁ ମହିଳାମାନେ ସେମାନଙ୍କ ସିନ୍ଥିରେ ସିନ୍ଦୁର ଲଗାଇଥାନ୍ତି।

ତେବେ ସିନ୍ଦୁର ଲଗାଇବା ପଛରେ ଧାର୍ମିକ ଗୁରୁତ୍ୱ ସହିତ ଏହାର ବୈଜ୍ଞାନିକ କାରଣ ମଧ୍ୟ ରହିଛି। ଆସନ୍ତୁ ସିନ୍ଥିରେ ସିନ୍ଦୁର ଲଗାଇବା ପଛରେ ଧାର୍ମିକ ଏବଂ ବୈଜ୍ଞାନିକ କାରଣ କ’ଣ ଜାଣିବା।

Advertisment

ଅଧିକ ପଢ଼ନ୍ତୁ: ମହିଳାମାନେ କପାଳରେ କାହିଁକି ଲଗାନ୍ତି ସିନ୍ଦୁର ବା ଟିକିଲି

କ’ଣ କୁହେ ପୁରାଣ:

ଶାସ୍ତ୍ର ଅନୁଯାୟୀ, ବିବାହ ଦିନ ସ୍ୱାମୀଙ୍କ ଦ୍ୱାରା ସିନ୍ଥିରେ ସିନ୍ଦୁର ଲଗାଯିବା ପରେ, ସ୍ୱାମୀ ଜୀବିତ ଥିବା ପର୍ଯ୍ୟନ୍ତ ସ୍ତ୍ରୀ ନିଜ ହାତରେ ସିନ୍ଦୂର ଲଗାନ୍ତି। ପୁରାଣରେ କୁହାଯାଇଛି ଯେ ଯେଉଁ ମହିଳା ନିଜ ମଥାରେ ସିନ୍ଦୂର ଲଗାଏ, ସେମାନଙ୍କ ରକ୍ଷା ଦେବୀ ପାର୍ବତୀ କରିଥାନ୍ତି ଏବଂ ସେମାନଙ୍କ ସ୍ୱାମୀଙ୍କୁ କୌଣସି ନକାରାତ୍ମକ ଶକ୍ତି କ୍ଷତି କରେ ନାହିଁ।

ସୌଭାଗ୍ୟ ଏବଂ ସକାରାତ୍ମକତାର ପ୍ରତୀକ:

ମୁଖ୍ୟତଃ ଲାଲ୍ ରଙ୍ଗ ହେଉଛି ସିନ୍ଦୁରର ପ୍ରମୁଖ ରଙ୍ଗ। ଲାଲ ରଙ୍ଗକୁ ଶୁଭ ଏବଂ ସୌଭାଗ୍ୟ ପ୍ରତୀକ ଭାବରେ ବିବେଚନା କରାଯାଏ। ଏହା ଏକ ସୁଖୀ ଦାମ୍ପତ୍ୟ ଜୀବନର ପ୍ରତୀକ ବୋଲି କୁହାଯାଏ।

ଅଧିକ ପଢ଼ନ୍ତୁ: ବୈଜ୍ଞାନିକ ମତ; ମହିଳାମାନେ କାହିଁକି ପିନ୍ଧନ୍ତି ଗୋଡରେ ମୁଦି

କୁହାଯାଏ ଯେ ସିନ୍ଦୂର ଲଗାଇବା ଦ୍ୱାରା ମହିଳାଙ୍କ ସକାରାତ୍ମକ ଶକ୍ତି ବଢିଥାଏ, ଯାହା ତାଙ୍କ ସ୍ୱାମୀ ଏବଂ ତାଙ୍କ ଜୀବନ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ। ଏହା ବ୍ୟତୀତ ଏହା ମହିଳାଙ୍କୁ ମାନସିକ ଏବଂ ଶାରୀରିକ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ।

ବୈଜ୍ଞାନିକ କାରଣ:

ସିନ୍ଦୂର ଲଗାଇବା କେବଳ ଧାର୍ମିକ ନୁହେଁ, ଏହାର ବୈଜ୍ଞାନିକ ଗୁରୁତ୍ୱ ମଧ୍ୟ ରହିଛି ବୋଲି କୁହାଯାଏ। ହଳଦୀ ଏବଂ ଚୂନର ମିଶ୍ରଣରେ ସିନ୍ଦୂର ତିଆରି ହୁଏ। ବିଜ୍ଞାନ ଅନୁଯାୟୀ, ଏହାକୁ ସିନ୍ଥିରେ ଲଗାଇବା ଦ୍ୱାରା ଚିନ୍ତା ଏବଂ ମାନସିକ ଚାପ ହ୍ରାସ କରିବାରେ ସାହାଯ୍ୟ କରିଥାଏ।

ଖାଲି ଏତିକି ନୁହେଁ, ଏହା ମହିଳାମାନଙ୍କୁ ଅଧିକ ସକ୍ରିୟ କରିଥାଏ ଏବଂ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ।

ଅଧିକ ପଢ଼ନ୍ତୁ: ସିନ୍ଥିରେ ସିନ୍ଦୂର ଲଗେଇବା ଦ୍ୱାରା ଝଡୁଛି ଚୁଟି; ଘରେ ତିଆରି କରନ୍ତୁ ପ୍ରାକୃତିକ ସିନ୍ଦୂର

Vastu And Sindoor
Advertisment
Advertisment