• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Festivals & Events Updates

Ganesh Puja
ଗଣେଷଙ୍କ ୧୨ ନାମ, ହେଲେ ସେହି ନାଁରେ କଣ ରହିଛି ଯଥାର୍ଥତା ? ପଢ଼ନ୍ତୁ..

ଏଥର ସେପ୍ଟେମ୍ବର ୧୦ରେ ଗଣେଷ ପୂଜା । ହେଲେ କରୋନା ପାଇଁ ଏଥର ବି ଖାଁ ଖାଁ ରହିବ ପୂଜା ମଣ୍ଡପ । ବାଜିବନି ବାଜା, ଶୁଭିବନି ମାଇକ୍‌ । ଯଥା ସମ୍ଭବ କମ୍‌ ଲୋକରେ ହେବ ପୂଜା ବିଧି ।

Ganesh chaturthi 2021
ସେପ୍ଟେମ୍ବର ୧୦ରେ ଗଣେଶ ଚତୁର୍ଥୀ : କେଉଁ ଶୁଭ ମୁହୂର୍ତ୍ତରେ କରିବେ ଗଣପତି ସ୍ଥାପନା ?

ଗଣେଶ ଚତୁର୍ଥୀ ଦିନ ଲୋକମାନେ ନିଜ ଘରେ ଗଣପତିଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରନ୍ତି । ୧୦ ଦିନ ପାଇଁ ଘରେ ବିରାଜମାନ କରନ୍ତି ପ୍ରଭୁ ଶ୍ରୀଗଣେଷ । ଏହାସହ ଅନନ୍ତ ଚତୁର୍ଦଶୀ ପାଇଁ ଗଣପତିଙ୍କୁ ବିଦାୟ ଦିଆଯାଏ । ବିଶେଷ ଭାବରେ ମହାରାଷ୍ଟ୍ରରେ ଅତି ଧୁମଧାମରେ ପାଳନ ହୁଏ ଗଣେଷ ପୂଜା । ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ଗଣପତି ବାପ୍ପାଙ୍କ ଦର୍ଶନ ପାଇଁ ମହାରାଷ୍ଟ୍ରକୁ ଧାଇଁ ଆସନ୍ତି

No Festival Celebration
କୋଭିଡ୍ କଟକଣା ଓ ବିନା ଭକ୍ତରେ ହେବ ପାର୍ବଣ

ଏଥର ବି ଫିକା ପଡ଼ିବ ପାର୍ବଣ ମଉଜ। ଗତବର୍ଷ ଭଳି ଏଥର ବି ସମ୍ପୂର୍ଣ୍ଣ କୋଭିଡ୍ କଟକଣା ଓ ବିନା ଭକ୍ତରେ ହେବ ପାର୍ବଣ। ଗଣେଶ ପୂଜା ହେଉ କି ଦୁର୍ଗାପୂଜା ଗତବର୍ଷ ଭଳି ଏଥର ବି ସମ୍ପୂର୍ଣ୍ଣ କୋଭିଡ୍ କଟକଣା ଓ ବିନା ଭକ୍ତରେ ହେବ ପାର୍ବଣ।

Ganesh Puja guidelines for Bhubaneswar
ଗଶେଶ ପୂଜା ପାଇଁ BMCର ଗାଇଡ୍‌ଲାଇନ୍‌: ମଣ୍ଡପ/ପେଣ୍ଡାଲର ୪ ପଟ ବନ୍ଦ ରହିବ, କେବଳ ପୂଜକଙ୍କୁ ଅନୁମତି

କଟକ ମ୍ୟୁନିସିପାଲ୍‌ କର୍ପୋରେସନ(CMC) ପରେ ଏବେ ଭୁବନେଶ୍ୱର ମ୍ୟୁନିସିପାଲ୍‌ କର୍ପୋରେସନ(BMC) ଗଶେଶ ପୂଜା ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛି। ମଣ୍ଡପ/ପେଣ୍ଡାଲରେ କୋଭିଡ କଟକଣାରେ ପୂଜା ପାଇଁ ଅନୁମତି ମିଳିଛି।

cmc
ଗଣେଶ ପୂଜା ପାଇଁ CMCର କଡ଼ା ଗାଇଡ୍‌ଲାଇନ୍‌, ବାଜା ବାଜିବନି କି ଲାଇଟ୍‌ ଲାଗିବନି !

ସେପ୍ଟେମ୍ବର ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି ହେବା ପରେ କଟକ ମ୍ୟୁନିସିପାଲିଟି ପକ୍ଷରୁ ଜାରି ହେଲା ଗଣେଷ ପୂଜା ଗାଇଡ୍‌ ଲାଇନ୍‌ । ପୁରା କଟକ ସହର ପାଇଁ କଡ଼ା ଗଣେଶ ପୂଜା ଗାଇଡଲାଇନ ଜାରି କରିଛି CMC ।

Odisha Celebrates Janmashtami 2021 Amid Covid Norms
ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମତିଥି ପାଳନ ପାଇଁ ଚଳଚଂଚଳ ବୃନ୍ଦାବନ।

ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମତିଥି ପାଳନ ପାଇଁ ଚଳଚଂଚଳ ବୃନ୍ଦାବନ। ମଥୁରା ସହ ସାରାଦେଶ ଓ ପୁରୀରେ ଶ୍ରୀଜିଉଙ୍କ ସ୍ୱତନ୍ତ୍ର ନୀତିକାନ୍ତି।

janmastami
ଆଜି ପବିତ୍ର ଜନ୍ମାଷ୍ଟମୀ : ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବକୁ ନେଇ ଉତ୍ସବମୁଖର ସହର

ଆଜି ପବିତ୍ର ଜନ୍ମାଷ୍ଟମୀ । ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ତିଥିକୁ ପାଳନ ଲାଗି ସାରା ଦେଶ ଆଜି ଚଳଚଞ୍ଚଳ । ଧୂପ, ଦୀପ ନୈବେଦ୍ୟରେ ସାରା ପରିବେଶ ଆରାଧନାମୟ । ଭକ୍ତମାନେ ଉପବାସ ରଖି ମନ୍ଦିରରେ ପୂଜାର୍ଚ୍ଚନା କରୁଛନ୍ତି। ଏହି ଅବସରରେ ସହରର ବିଭିନ୍ନ ମନ୍ଦିରରେ ସ୍ୱତନ୍ତ୍ର ପୂଜା ନୀତିର ଆୟୋଜନ ମଧ୍ୟ ହୋଇଛି । ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ମହାରାଜ କଂସଙ୍କ ବନ୍ଦୀଶାଳାରେ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିଥିଲେ ।

  • Monday, 30 August 2021
Janmashtami 2021
Shree Krishna Janmashtami 2021 : ୩୦-୩୧ ରାତି ୧.୫୫ ଟାରେ ମଥୁରାରେ ହେବ ବାଙ୍କବିହାରୀଙ୍କ ମଙ୍ଗଳ ଆଳତୀ

ଧର୍ମନଗରୀ ମଥୁରାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀଙ୍କ ପ୍ରସ୍ତୁତି ପର୍ବ ଅନ୍ତିମ ପର୍ଯ୍ୟାୟରେ । ରଙ୍ଗୀନ ଆଲୋକମାଳାରେ ମନ୍ଦିର ଗୁଡିକୁ ସଜାଇ ଦିଆଯାଇଛି । କୃଷ୍ଣ ଜନ୍ମ ଅବସରରେ ଭଳିକି ଭଳି ଫୁଲରେ ପୂରି ଉଠୁଛି ପୂରା ସହର । ପ୍ରମୁଖ ଛକ ଏବଂ ରାସ୍ତାଗୁଡ଼ିକୁ ସଜାଉଛନ୍ତି ରାଜ୍ୟ ସରକାର । ସେହିପରି ଜନମାଷ୍ଟମୀର ମୁଖ୍ୟ ଆକର୍ଷଣ କେନ୍ଦ୍ର ଠା.ବାଙ୍କବିହାରୀ ମନ୍ଦିରର ପ୍ରବନ୍ଧ ତନ୍ତ୍ର ଦ୍ୱାରା ଅଗଷ୍ଟ ୩୦-୩୧ ରେ ଠାକୁରଙ୍କ ଦର୍ଶନର ସମୟ ସାରଣୀ ଜାରି କରାଯାଇଛି ।

  • Saturday, 28 August 2021
janmastami
ବଂଶୀ, ମୟୂରପୁଚ୍ଛ ଏବଂ ମାଖନ୍ ମିଶ୍ରୀ ଶ୍ରୀକୃଷ୍ଣଙ୍କୁ ଅତ୍ୟନ୍ତ ପ୍ରିୟ, ଜାଣନ୍ତି କାହିଁକି ?

ଭଗବାନ କୃଷ୍ଣଙ୍କର ପୁରା ଜୀବନ ମାନବ ସମାଜକୁ ଦିଗ ଦେଖାଇଥାଏ । ତାଙ୍କର ପ୍ରତ୍ୟେକ କାର୍ଯ୍ୟ କୌଣସି ନା କୌଣସି ଉଦ୍ଦେଶ୍ୟ ଜନିତ ହୋଇଥାଏ । ଏହିପରି ଭାବରେ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତ୍ୟେକ କଥା, ମାନବ ଜୀବନର ସମସ୍ତ ଦିଗ ଉପରେ ଆଧାରିତ ।

janmasthami
ଆସୁଛି ଜନ୍ମାଷ୍ଟମୀ: ରାଶି ଅନୁସାରେ କି ଭୋଗ ଅର୍ପଣ କଲେ ଶୁଭଫଳ ମିଳିବ ?

ଚଳିତ ବର୍ଷ ଜନ୍ମାଷ୍ଟମୀ ତିଥିରେ ଅଦ୍ଭୁତ ଯୋଗ ରହିଛି। କ’ଣ ସେହି ଅଦ୍ଭୁତ ଯୋଗ ? କ’ଣ ଶୁଭ ଫଳ ମିଳିବ ଜାଣନ୍ତୁ।

2021 Krishna Janmashtami
କାହିଁକି ପାଳନ ହୋଇଥାଏ ଜନ୍ମାଷ୍ଟମୀ? ଜାଣନ୍ତୁ ଏହି ପର୍ବର ରୀତିନୀତି

ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମ ଅଷ୍ଟମୀ ତିଥିର ରୋହିଣୀ ନକ୍ଷତ୍ରରେ ହୋଇଥିଲା । ଏହି ଦିନରେ ବୃଷ ରାଶିରେ ଚନ୍ଦ୍ର ଅବସ୍ଥାନ କରିଥିବାବେଳେ ସିଂହ ରାଶିରେ ସୂର୍ଯ୍ୟ ଅବସ୍ଥାନ କରିଥାନ୍ତି । ଯେଉଁଥି ପାଇଁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ବି ଏହି ସମୟରେ ହିଁ ପାଳନ କରାଯାଇଥାଏ ।

Janmashtami
କୃଷ୍ଣ କାହିଁକି ଜନ୍ମ ନେଲେ ଅନ୍ଧାର ରାତିରେ

ଦ୍ୱାପର ଯୁଗରେ ଭଗାବାନ କୃଷ୍ଣ ବୁଧବାର ରୋହିଣୀ ନକ୍ଷତ୍ରରେ ଦେବକୀଙ୍କ ଗର୍ଭରୁ ଜନ୍ମଲାଭ କରିଥିଲେ। ତିଥି ଥିଲା ଅଷ୍ଟମୀ ଓ ସମୟ ଥିଲା ରାତ୍ରି। ଏହା ପଛର କାରଣ ଥିଲା ଯେ ଶ୍ରୀକୃଷ୍ଣ ଚନ୍ଦ୍ରବଂଶୀ ହେବାକୁ ଚାହୁଥିଲେ। ଚନ୍ଦ୍ରଦେବ ତାଙ୍କ ପୂର୍ବଜ ଏବଂ ବୁଧ ଚନ୍ଦ୍ରମାଙ୍କ ପୁତ୍ର। ଏନେଇ ଚନ୍ଦ୍ରବଂଶରେ ପୁତ୍ରବତ ଜନ୍ମ ନେବା ପାଇଁ କୃଷ୍ଣ ବୁଧବାରକୁ ଚିହ୍ନଟ କରିଥିଲେ। ସେହିପରି ରୋହିଣୀ ହେଉଛନ୍ତି ଚନ୍ଦ୍ରଙ୍କ ପ୍ରିୟ ପତ୍ନୀ, ଅଷ୍ଟମୀ ତିଥି ଶକ୍ତିର ପ୍ରତୀକ। ତେଣୁ ଭଗବାନ ଶ୍ରୀକୃଷ୍ଣ ଅଷ୍ଟମୀ ତିଥି ରୋହିଣୀ ନକ୍ଷତ୍ରକୁ ବାଛିଥିଲେ।

ShreeMandir
ଅଗଷ୍ଟ ୩୦ରୁ 'ଶ୍ରୀମନ୍ଦିର'

ଓଡିଶାର ଜଗନ୍ନାଥ ପ୍ରେମୀ ତଥା ଶ୍ରୀମନ୍ଦିର ସହ ଜଡିତ ଥିବା ବ୍ୟକ୍ତିଙ୍କ ପାଇଁ ଖୁସିର କଥା ଯେ ଶ୍ରୀମନ୍ଦିର ସାକ୍ଷୀ ଥିବା କିଛି ତ୍ୟାଗ ଓ ଗୌରବମୟ କାହାଣୀକୁ ନେଇ ତରଙ୍ଗ ଟିଭି ପ୍ରସ୍ତୁତ କରିଛି ନୂଆ ଧାରାବାହିକ – ଶ୍ରୀମନ୍ଦିର। ଶ୍ରୀମନ୍ଦିର ଧାରାବାହିକର ଭିନ୍ନ ଭିନ୍ନ ସିରିଜ୍‌ରେ ଭିନ୍ନ ଭିନ୍ନ କାହାଣୀ ପ୍ରଦର୍ଶିତ କରିବାକୁ ସ୍ଥିର ହୋଇଥିବାବେଳେ ପ୍ରଥମ ସିରିଜ୍‌ରେ କାଞ୍ଚି ବିଜୟ ବା ପଦ୍ମାବତୀ ପରିଣୟ କାହାଣୀଟି ସ୍ଥାନ ପାଇଛି।

Shree Jagannatha Temple
ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲିଲା ଶ୍ରୀମନ୍ଦିର : ଦୀର୍ଘ ୪ ମାସ ପରେ ରତ୍ନ ସିଂହାସନରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ

୪ ମାସ ପରେ ରତ୍ନସିଂହାସନରେ ଶ୍ରୀଜିଉଙ୍କୁ ଦେଖିବାର ସୁଯୋଗ ପାଇଛନ୍ତି ସର୍ବସାଧାରଣ । କରୋନାର ଦ୍ୱିତୀୟ ଲହର କମିବା ପରେ ସେବାୟତ, ତାଙ୍କ ପରିବାର ଓ ପୁରୀବାସୀ ଶ୍ରୀଜିଉଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପାଇଛନ୍ତି । ତେବେ ଆଜିଠାରୁ ରାଜ୍ୟ ଓ ରାଜ୍ୟ ବାହାରର ସମସ୍ତ ଭକ୍ତ ଚତୁର୍ଦ୍ଧାମୂରତିଙ୍କୁ ଦର୍ଶନ କରିପାରିବେ

Rakhi
ନିଆରା ରାକ୍ଷୀ ଆଉ ନିଆରା ଢ଼ଙ୍ଗରେ ପାଳନ ହେଲା ରକ୍ଷା ବନ୍ଧନ, ଦେଖନ୍ତୁ..

ପଟିଆସ୍ଥିତ RMD ଡିଗ୍ରୀ କଲେଜର ରୋଭରସ, ରେଞ୍ଜର୍ସ ଛାତ୍ରୀଙ୍କ ପକ୍ଷରୁ ନିଆରା ରକ୍ଷା ବନ୍ଧନ ଉତ୍ସବ ପାଳିତ । ବିଭିନ୍ନ ପ୍ରକାର ମଞ୍ଜିରେ ଏମାନେ ରାକ୍ଷୀ ପ୍ରସ୍ତୁତ କରିଥିଲେ ।

  • Sunday, 22 August 2021
reopening of Puri Jagannath temple
ଶ୍ରୀମନ୍ଦିରରେ ପାଳନ ହେଉଛି ଗହ୍ମାପୂର୍ଣ୍ଣମୀ, ମହାପ୍ରଭୁ ବଳଭଦ୍ରଙ୍କ ଆଜି ସ୍ୱର୍ଣ୍ଣ ନକ୍ଷତ୍ର

ଆଜି ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା। ଶ୍ରୀମନ୍ଦିରରେ ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ଆଜି ଜନ୍ମୋତ୍ସବ ପାଳନ ହେଉଛି। ମାର୍କଣ୍ଡେୟ ପୁଷ୍କରଣୀ ପରିସରରେ ବଳଭଦ୍ର ଜନ୍ମୋତ୍ସବ ପାଳନ କରାଯିବ। ବିଧିବିଧାନ ଅନୁସାରେ ଆଜି ଚଉଦଳକୁ ସୁଦର୍ଶନ ମହାପ୍ରଭୁଙ୍କୁ ବିଜେ କରାଯିବ। ଏହାପରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଶ୍ରୀସୁଦର୍ଶନଙ୍କୁ ପ୍ରଦାନ ହେବ। ପରେ ବିମାନବଡୁ ସେବକ ସୁଦର୍ଶନଙ୍କୁ ଚଉଦୋଳରେ ନେଇ ମାର୍କଣ୍ଡେୟ ପୁଷ୍କରିଣୀକୁ ଯିବେ

Rakhi Purnima
ହାତ ନାହିଁ ସିନା, ରାକ୍ଷୀପୂର୍ଣ୍ଣିମାର ମହତ୍ତ୍ୱ ବୁଝିଛି ଦିବ୍ୟାଙ୍ଗ ଭଉଣୀ : ଖଣ୍ଡିଆ ହାତରେ ଭାଇକୁ ରାକ୍ଷୀ ବାନ୍ଧିଲା କୁନି ସୁଭଦ୍ରା

ସୁଭଦ୍ରାଙ୍କ ବୟସ ୧୪ ବର୍ଷ । ସେ ଜନ୍ମରୁ ଦିବ୍ୟlଙ୍ଗ । ସୁଭଦ୍ରାର ଗୋଡ ନଥିବା ବେଳେ ଅଧ ଖଣ୍ଡିଆ ହାତ ଦେଇଛନ୍ତି ଭଗବାନ୍ । ହେଲେ ଏଥିପାଇଁ କେବେ ଭଗବାନଙ୍କୁ ଦୋଷ ଦେଇନି କି କେବେ ଉଣା କରିନି ସୁଭଦ୍ରା । ରାକ୍ଷୀ ପୂର୍ଣ୍ଣିମା ଆସିଲେ ଭାଇ ହାତରେ ରାକ୍ଷୀ ବାନ୍ଧିବ ବୋଲି ମନ କୁଣ୍ଢେମୋଟ ହୋଇଯାଏ ।

Raksha Bandhan 2021
ଆଜି ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା : ଭାଇ ହାତରେ ଶ୍ରଦ୍ଧାର ସହ ରାକ୍ଷୀ ବାନ୍ଧି ମଙ୍ଗଳ ମନାସିବ ଭଉଣୀ

ଭାଇ ହାତରେ ଅତି ଶ୍ରଦ୍ଧାର ସହ ରାକ୍ଷୀ ବାନ୍ଧି ତାର ମଙ୍ଗଳ ମନାସିବ ଭଉଣୀ । ଏହି ଦିନ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଏବଂ ଉଜ୍ଜଳ ଭବିଷ୍ୟତ ପାଇଁ ଠାକୁରଙ୍କୁ ପ୍ରାର୍ଥନା କରିଥାଏ । ବଦଳରେ ଭାଇ, ତାର ଉଭଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ । ଚନ୍ଦନ, ସିନ୍ଦୁର ଦେଇ ଭାଇକୁ ବନ୍ଦାପନା କରିବା ସହ ମିଠା ଖୁଆଇ ଦେଇଥାଏ ଭଉଣୀ

Rakshya Bandhan
ରକ୍ଷା ବନ୍ଧନ; ୪୭୪ ବର୍ଷ ପରେ ଏଥର ପଡ଼ିଛି ମହାସଂଯୋଗ

ଆଉ ୨ ଦିନ ପରେ ପବିତ୍ର ରକ୍ଷାବନ୍ଧନ। ଗୋଟିଏ ବର୍ଷର ପ୍ରତୀକ୍ଷା ପରେ ଭାଇ ହାତରେ ରାକ୍ଷୀ ବାନ୍ଧିବ ଭଉଣୀ। ତେବେ ଏ ବର୍ଷ ରକ୍ଷା ବନ୍ଧନର ଏକ ସ୍ୱାତନ୍ତ୍ର୍ୟ ରହିଛି। କାରଣ ୪୭୪ ବର୍ଷ ପରେ ଏଥର ଏକ ମହାସଂଯୋଗ ପଡ଼ିଛି। 

Rakshabandhan
ରକ୍ଷାବନ୍ଧନ ପଛରେ ଥିବା ଇତିହାସ

ଭାଇ ଉଉଣୀଙ୍କ ପବିତ୍ର ବନ୍ଧନ ରକ୍ଷାବନ୍ଦନ। ଏହା ମନେପକେଇ ଦିଏ ଭାଇ-ଭଉଣୀଙ୍କ ସ୍ନେହ ଓ ପ୍ରେମର କାହାଣୀ। ଏନେଇ ଏହି ଉତ୍ସବ ସେମାନଙ୍କ ପାଇଁ ସ୍ୱତନ୍ତ୍ର ହୋଇଥାଏ। ଭଉଣୀ ଭାଇ ହାତରେ ରାଖୀ ବାନ୍ଧି ନିଜ ଭାଇ ପ୍ରତି ଥିବା ପ୍ରେମକୁ ଦର୍ଶାଇଥିବାବେଳେ ଭାଇ ମଧ୍ୟ ସାରା ଜୀବନ ଭଉଣୀକୁ ସୁରକ୍ଷା ଦେବାକୁ ପ୍ରତିଜ୍ଞା କରିଥାଏ। ଏହି ବିଶେଷ ଅବସରରେ ଭାଇ ଓ ଭଉଣୀମାନେ ପରସ୍ପରକୁ ଉପହାର ଦେଇ ଖୁସି ମନେଇଥାନ୍ତି। ଭାଇ ହାତରେ ବନ୍ଧା ଯାଉଥିବା ସାଧାରଣ ସୂତାଟିଏ ଭଉଣୀ ପାଇଁ ସାରା ଜୀବନ ସାଜିଯାଏ ରକ୍ଷା କବଚ।

Rakhi Kits
ରାକ୍ଷୀ ତିଆରିରେ ବ୍ୟସ୍ତ କଟକର ଅନେକ କାରିଗର : ତିଆରି କରୁଛନ୍ତି କୋଭିଡ୍ ସହ ଅକ୍ସିଜେନ ରାକ୍ଷୀ କିଟ୍

ରାକ୍ଷୀ ପୂର୍ଣ୍ଣମୀ ସ୍ନେହ ଓ ବନ୍ଧନର ପର୍ବ ପାଳନ ପାଇଁ ମଝିରେ ଆଉ ମାତ୍ର କେତେ ଦିନ । ଏଥିପାଇଁ କଟକର କାରିଗରମାନେ ଏବେ ରାକ୍ଷୀ ତିଆରିରେ ବ୍ୟସ୍ତ । ଏଥର ମହାମାରୀ କରୋନାକୁ ଦୃଷ୍ଟିରେ ରଖି କାରିଗରମାନେ ପ୍ରସ୍ତୁତ କରୁଛନ୍ତି ଭିନ୍ନ ଧରଣର ରାକ୍ଷୀ ।

Raksha Bandhan 2021
ରାକ୍ଷୀପୂର୍ଣ୍ଣିମାର ପୌରାଣିକ ପୃଷ୍ଠଭୂମି . . . . .

ଭରସା ଓ ସୁରକ୍ଷାର ସାକ୍ଷୀ ରାକ୍ଷୀ । ସ୍ନେହ, ମମତାର ସମ୍ପର୍କକୁ ନେଇ ଆସେ ରାକ୍ଷୀ ପୂର୍ଣ୍ଣିମା । ଭାଇ ହାତରେ ରାକ୍ଷୀ ବାନ୍ଧିବା ଏକ ପରମ୍ପରା ହେବା ସହ ଏକ ନିବିଡ଼ ବନ୍ଧନ ମଧ୍ୟ । ରକ୍ଷାବନ୍ଧନର ପର୍ବ ଭାଇଭଉଣୀର ପବିତ୍ର ସମ୍ପର୍କକୁ ଆହୁରି ମଜଭୁତ କରେ । ଏହି ଦିନ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ତାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ

Raksha Bandhan
କାହିଁକି ଓ କେବେଠାରୁ ପାଳନ ହେଉଛି ରାକ୍ଷୀ ପୂର୍ଣ୍ଣିମା?

ରାକ୍ଷୀ ପୂର୍ଣ୍ଣିମାକୁ ନେଇ ଶାସ୍ତ୍ରରେ ଅନେକ କଥା କୁହାଯାଇଛି। ପୂରାଣ ଅନୁସାରେ,  ଦ୍ରୌପଦୀ ନିଜ ପିନ୍ଧା ଶାଢୀର ଛୋଟ କନା ଖଣ୍ଡେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ବାନ୍ଧି ଥିଲେ, ଆଉ ତାଙ୍କୁ ଭାଇ କରିଥିଲେ। ସେବେଠାରୁ ଏହି ପର୍ବ ଆରମ୍ଭ ହୋଇଥିବା ଜଣାଯାଏ। କେବଳ ଏତିକି ନୁହେଁ ବରଂ ଏହି ଦିନ ବ୍ରାହ୍ଣଣମାନେ ବେଦ ଧ୍ୱନୀ କରନ୍ତି, ତେଣୁ ଏହି ପବିତ୍ର ଦିନରେ ପାଠ ପଢ଼ା ଆରମ୍ଭ କଲେ ପାଠ ଭଲ ହେଉଥିବା କୁହାଯାଏ

Independence Day
’ନୂଆ ରୂପରେ ଲାଗୁ ହେବାକୁ ଯାଉଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ : ପତାକା ଉତ୍ତୋଳନ କରି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ଉତ୍ସବରେ ପତାକା ଉତ୍ତୋଳନ ହୋଇଛି । ତେବେ ସ୍ୱାଧୀନତା ଦିବସ ଅବସରରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

bargarh
ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ସଂଗ୍ରାମୀ ପୀଠ ପାଣିମୋରା

ଓଡିଶାର ସଂଗ୍ରାମୀ ପୀଠ ଭାବରେ ବେଶ୍ ପରିଚିତ ବରଗଡ ଜିଲ୍ଳାର ପାଣିମୋରା ଗାଁ । ଅହିଂସା ଆନ୍ଦୋଳନରେ ଗାଁର ୩୨ ଜଣ ସଂଗ୍ରାମୀ ଇଂରେଜ ମାନଙ୍କ ବିରୁଦ୍ଧରେ ଲଢ଼େଇ କରି କାରାବରଣ କରିଥିଲେ । ଏମାନଙ୍କ ମଧ୍ୟରେ ଏବେ ଜଣେ ସ୍ୱାଧୀନତା ସଂଗ୍ରାମୀ ଜିତେନ୍ଦ୍ରିୟ ପ୍ରଧାନ ଜୀବିତ ଥିବା ବେଳେ ପାଣିମୋରା ଗାଁ ସେହି ସଂଗ୍ରାମୀ ମାନଙ୍କୁ ନେଇ ଏବେ ବି ଗର୍ବିତ ମନେ କରୁଛି