/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656000153.jpg)
The significance of Yogini Ekadashi
ଅଣସର ଏକାଦଶୀ ବା ଯୋଗିନୀ ଏକାଦଶୀ - ଆଷାଢ଼ ମାସ କୃଷ୍ଣ ପକ୍ଷ ଏକାଦଶୀ ଖଳିଲାଗି, ଯୋଗିନୀ ଏକାଦଶୀ ନାମରେ ବିଖ୍ୟାତ l ମହାପାତକ ନାଶିନୀ ଏହି ତିଥି ଭଵସାଗରରେ ପତିତ ମାନବଗଣଙ୍କର ଏକମାତ୍ର ନୌକା ସ୍ୱରୂପ ଏବଂ ବ୍ରତଧାରୀଙ୍କ ପକ୍ଷରେ ସର୍ବଶ୍ରେଷ୍ଠ ବ୍ରତ ବୋଲି ପ୍ରସିଦ୍ଧ l
ଏହି ପ୍ରସଙ୍ଗରେ ଏକ ପୌରାଣିକ କାହାଣୀ ରହିଛି l ଶିବ ଭକ୍ତି ପରାୟଣ, ଯକ୍ଷ ରାଜା, ରାଜା ଧନୋଦ କୁବେରଙ୍କର ହେମମାଳି ନାମରେ ଏକ ଫୁଲ ତୋଳିବା ମାଳି ଥିଲା l ସେ ପ୍ରତିଦିନ ଶିବଙ୍କର ପୂଜା ନିମନ୍ତେ ମାନ ସରବରରୁ ଫୁଲ ତୋଳି ଯକ୍ଷ ରାଜା କୁବେରଙ୍କୁ ଦିଏ l କିନ୍ତୁ ଦୁର୍ଭାଗ୍ୟବଶତଃ ଦିନେ ପତ୍ନୀର ମନୋରଞ୍ଜନାର୍ଥେ କାମାଶକ୍ତ ଅବସ୍ଥାରେ ରତି କ୍ରୀଡାରେ ରତ ହୋଇ ଅଜ୍ଞାନବଶତଃ ରାଜାଙ୍କୁ ପୁଷ୍ପ ଅର୍ପଣ କରିବା ପାଇଁ ଭୁଲି ଯାଇଥିଲା l
ଦେବ ପୂଜାରେ ପୁଷ୍ପ ଆଣିବାରେ ଅବଜ୍ଞା ପ୍ରଦର୍ଶନ କରିଥିବାରୁ ତୁରନ୍ତ ପତ୍ନୀ ସହିତ ସ୍ୱର୍ଗକୁ ଅଧଗତି ପ୍ରାପ୍ତ ହୋଇ ସ୍ୱତଃ ପ୍ରଭୂତି ଅଠର ପ୍ରକାରର କୃଷ୍ଠ ରୋଗଜନିତ ଦୁଃସହ ଯନ୍ତ୍ରଣା ଭୋଗ କରିବା ପାଇଁ କୁବେରଙ୍କ ଦ୍ଵାରା ଅଭିଶାପିତ ହୋଇଥିଲା l କୁବେରଙ୍କର ଏହି ଅଭିଶାପରେ ରୋଗ, ଯନ୍ତ୍ରଣା ଭୋଗି, ଦିନ ବା ରାତ୍ରିରେ କୌଣସି ସମୟରେ ହେମମାଳି ସୁଖ ଭୋଗ କରିପାରିଲା ନାହିଁ l ଏହି ଶୀତ ଓ ଗ୍ରୀଷ୍ମର ଉତ୍କଟ ବେଦନାରେ ବହୁ କଷ୍ଟରେ ଜୀବନ ଯାପନ କରିବାକୁ ଲାଗିଲା l
ଏହିପରି ଭାବରେ ପତ୍ନୀ ସହିତ ଭ୍ରମଣ କରୁ କରୁ ହିମାଳୟ ପ୍ରଦେଶରେ ଦିନେ ଶ୍ରୀ ମାର୍କଣ୍ଡେୟ ଋଷିଙ୍କ ଆଶ୍ରମରେ ଉପସ୍ଥିତ ହେଲେ l ଦୟାର୍ଦଚିତ ମାର୍କଣ୍ଡେୟ ମୁନି ତାହା ଠାରୁ ସବୁ ଶ୍ରବଣ କରି ଆଷାଢ଼ ମାସ କୃଷ୍ଣ ପକ୍ଷରେ ଯୋଗିନୀ ନାମକ ଏକlଦଶୀ ବ୍ରତ ପାଳନ କରିବା ପାଇଁ ଉପଦେଶ ଦେଇଥିଲ l ଋଷିଙ୍କର ଉପଦେଶ ବାକ୍ୟ ଶ୍ରବଣ କରି ମାଳି ତାଙ୍କୁ ସାଷ୍ଟାଙ୍ଗ, ଦଣ୍ଡବତ, ପ୍ରଣାମ କଲା l
ପରେ ଅତିଶୟ ଆନନ୍ଦ ସହକାରେ ଋଷିଙ୍କ ଆଦେଶ ଅନୁସାରେ ନିଷ୍ଠାର ସହିତ ଯୋଗିନୀ ବ୍ରତ ପାଳନ କରି ସମସ୍ତ ପ୍ରକାରର ରୋଗରୁ ମୁକ୍ତ ହେଲା l ଏବଂ ପତ୍ନୀ ସହିତ ସୁଖରେ ଜୀବନ, ଯାପନ କରିବାକୁ ଲାଗିଲା l ତେଣୁ କୁହାଯାଏ ଏହି ବ୍ରତ ପାଳନ କାରୀ ଅଠାଅଶୀ ସହସ୍ର ବ୍ରାହ୍ମଣ ଭୋଜନର ଫଳ ପ୍ରାପ୍ତି ହୋଇଥାନ୍ତି l ଯେଉଁ ବ୍ୟକ୍ତି ଏହି ମହାପାପ ନାଶିନୀ ଓ ପୂର୍ଣ୍ଣଫଳ ଦାୟିନୀ ଯୋଗିନୀ ଏକାଦଶୀର କଥା, ପାଠ ଏବଂ ଶ୍ରବଣ କରିବ ସେ ସର୍ବ ପାପରୁ ମୁକ୍ତ ହେବ l
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)