ପର୍ବ ପର୍ବାଣି ଆମ ସାମାଜିକ ଚଳଣି ଭାବ ଧାରା ମଧ୍ୟକୁ ପଶିଆସିଛି । ଦେବଦେବୀ, ବୃକ୍ଷଲତା, ମାଟି, ପାଣି, ପବନ ସମାଜର ଅଙ୍ଗ ଭାବେ ପ୍ରତିଭାତ । ରଜପର୍ବ, ରଥଯାତ୍ରା, ଲଷ୍ମୀପୂଜା ଭଳି ଅନେକ ପର୍ବରେ ଧର୍ମ ଭାବନା ଅପେକ୍ଷା ସାମାଜିକ ପରମ୍ପରାର ଚିତ୍ର ଦେଖିବାକୁ ମିଳିଥାଏ।
ରଜ ପର୍ବରେ ମାଟି ମାଆ ରଜସ୍ୱଳା ହୁଅନ୍ତି । ଏହାସହ ସେ ତିନି ଦିନ ଧରି ଅଦୃଶ୍ୟ ରୁହନ୍ତି । ନାରୀ ମାନଙ୍କ ସହିତ ମାଟି ମାର ନିବିଡ଼ ସମ୍ପର୍କ ରହିଛି ।
ଏହି ଦିନ ଗୁଡିକରେ ଠାକୁର ପୂଜା, ଭୂମି ଦହନ, କଟା କାଟି ନାରୀ ମାନଙ୍କ ପାଇଁ ମନା । ରଜସ୍ବଳା ନାରୀ ଟିର ଚତୃର୍ଥୀ ଦିନ ସ୍ନାନ କରି ଶୁଦ୍ଧି ହୁଏ । ବସୁମତୀ ମା ମଧ୍ୟ ସେମିତି ତିନି ଦିନ ପରେ ସ୍ନାନ କରନ୍ତି । ଏହି ଦିନକୁ "ବସୁମତୀ ସ୍ନାନ" କୁହାଯାଏ l ଅନେକ ଏହାକୁ "ଲଷ୍ମୀ ଗାଧୁଆ " ଭାବେ ପାଳନ କରିଥାନ୍ତି । ମା ଲଷ୍ମୀଙ୍କ ପୂଜା ଆରଧନା କରାଯାଏ ଏହି ଦିନ ।
ଲଷ୍ମୀ ମା ଜଗତର କଲ୍ୟାଣକାରି, ମଙ୍ଗଳଦାତ୍ରୀ,ତାଙ୍କରି ଦୟାରେ ଏ ଯିବ ଜଗତ ପାଳିତ ହେଉଛି । ମାଙ୍କ ପୂଜା ଆରଧନା କରି ଲୋକେ ନିଜକୁ ଧନ୍ୟ ମନେ କରନ୍ତି । ବସୁମତୀ ସ୍ନାନ ପରିପେକ୍ଷିରେ ଓଡିଶାର ପୂରପଲ୍ଲୀରେ ଲଷ୍ମୀଙ୍କ ପୂଜା, ଭୋଗ, ଆଳତି କରାଯାଇଥାଏ l ଜଗନ୍ନାଥ ମନ୍ଦିରରେ ପ୍ରସାଦ ଭୋଗ ହୁଏ l ଘରେ ନାରୀ ମାନେ ଅନ୍ନ , ବ୍ୟଞ୍ଜନ, କ୍ଷୀରି, ଆମ୍ବ, କଦଳୀ ଭୋଗ କରି ମା ଲଷ୍ମୀଙ୍କ ସ୍ତୋତ୍ର ପାଠ କରନ୍ତି l ଏହା ଅତ୍ୟନ୍ତ ପବିତ୍ର ପର୍ବ l
(ଜ୍ୟୋତିର୍ବିଦ୍ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ)