• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Festivals & Events Updates

jagannath
ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ସେବା, ଏବେ କେମିତି ଅଛନ୍ତି ଶ୍ରୀଜିଉ?

ପୁରୀ: ସ୍ନାନ ଯାତ୍ରାରେ ଅତ୍ୟଧିକ ସ୍ନାନ ଯୋଗୁ ଜ୍ୱରରେ ପଡ଼ିଛନ୍ତି ଶ୍ରୀଜିଉ। ଅଣସର ଘରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ସେବା। ଅନବସରର ଆଜି ତୃତୀୟ ଦିନରେ ଶ୍ରୀଅଙ୍ଗ ଫିଟା ନୀତି ଅନୁଷ୍ଠିତ ହେବ। ଦ୍ୱିପହର ଧୂପ ପରେ ମହାପ୍ରଭୁଙ୍କ ଶ୍ରୀ ଅଙ୍ଗରୁ ଓଦା ବସ୍ତ୍ରକୁ ଓଲାଗି କରିବେ ଦଇତାପତି ସେବକ। ଅନବସରର ଗୁପ୍ତ ସେବା ପ୍ରକାରେ ଦ୍ୱିପହର ଧୂପ ପରେ ଅଣସର ତାଟି ଖୋଲାଯିବ। ଦଇତାପତି ସେବକ ତିନି ଠାକୁରଙ୍କ ଶ୍ରୀଅଙ୍ଗରୁ ଓଦା ବସ୍ତ୍ରକୁ ଓଲାଗି କରିବା […]

  • Wednesday, 14 July 2021
Lord Jagannath
ଜନ୍ମବେଦୀରେ ପୂଜା ପାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି: ଆଜିଠୁ ଆଡ଼ପ ମଣ୍ଡପରେ ହେବ ଶ୍ରୀଜିଉଙ୍କ ସମସ୍ତ ନୀତିକାନ୍ତି

ଜନ୍ମବେଦୀରେ ପୂଜା ପାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ରଥରେ ଦିନଟିଏ କାଟିବା ପରେ ଗତକାଲି ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ପୂଜା ପାଉଛନ୍ତିଅ କାଳିଆ ସାଆନ୍ତଙ୍କ ସହ ଭାଇ ବଡ଼ଠାକୁର ବଳଭଦ୍ର ଓ ଭଉଣୀ ସୁଭଦ୍ରା ।

Jagannath
ପହଣ୍ଡିରେ ଯାଉଛନ୍ତି ଶ୍ରୀ ଜଗନ୍ନାଥ

ଗୋଟି ପହଣ୍ଡିରେ ଯାଉଛନ୍ତି ଶ୍ରୀ ଜଗନ୍ନାଥ ମହାପ୍ରଭୁ। ଆଗରେ ସୁଦର୍ଶନ, ପରେ ବଡ଼ଭାଇ ଆଉ ତାହା ପଛକୁ ଦେବୀ ସୁଭଦ୍ରା ଓ ସର୍ବାଶେଷରେ ଯାଉଛନ୍ତି କାଳିଆ ଗୋସାଇଁ

Bol
ଏଥର ବି ବୋଲ୍‌ବମ୍ ଉପରେ ରୋକ୍ ଲଗାଇଲେ ରାଜ୍ୟ ସରକାର

ଚଳିତ ବର୍ଷ ମଧ୍ୟ ବୋଲ୍‌ବମ୍ ଉପରେ ରୋକ୍ ଲଗାଇଛନ୍ତି ରାଜ୍ୟ ସରକାର । ଏ ନେଇ ଏସ୍‌ଆର୍‌ସିଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଏହି ନିର୍ଦ୍ଦେଶନାମା ଅନୁସାରେ କୌଣସି ଧାର୍ମିକ ସ୍ଥାନ କି ଜଳାଶୟରୁ ପାଣି ଉଠାଇ ପାରିବେନି କାଉଡ଼ିଆ

Balabhadra Pahandi
ଶ୍ରୀଗୁଣ୍ଡିଚା ଘରକୁ ଯାଉଛନ୍ତି ଶ୍ରୀଜିଉ, ଗୋଟି ପହଣ୍ଡିରେ ବିଜେ ହେବେ ମହାପ୍ରଭୁ

ସେପଟେ ଆସନ୍ତାକାଲି ଆଡ଼ପ ଅବଢା ମିଳିବ ବୋଲି ଜଣାପଡ଼ିଛି। ତେବେ ୭ ଦିନ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ରହିବେ ଶ୍ରୀଜିଉ। ଏହା ପରେ ପଞ୍ଚମୀ ଦିନ ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବ। ଏହିଦିନ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିର ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାର ବିଧି ରହିଛି।

Makes Chariot For Ratha Jatra
କୁନି ଭକ୍ତଙ୍କ କୁନିରଥ

ଭକତ ଡୋରିରେ ବନ୍ଧା କାଳିଆ ଠାକୁର । କୁନି ଭକତର କୁନି ରଥ । ପୁରୀ ଯିବାକୁ ଇଛା ଥିଲା ହେଲେ ସେ ଯାଇ ପାରିଲାନି ଜଗାକୁ ଦର୍ଶନ କରିବା ପାଇଁ , ସେଥିପାଇଁ ତ କୁନି ରଥ ତିଆରି କରି ରଥ ଟାଣିଛି କୁନି ଭକ୍ତ । କାଳିଆ ପ୍ରେମରେ ପଡିଯାଇଛି ସୁନ୍ଦରଗଡ଼ ଜିଲ୍ଲାର ୨ ବର୍ଷର ବାଳକ ।

Baripada Jagannath Temple
ବାରିପଦା ଜଗନ୍ନାଥ ମନ୍ଦିର ଚାରିପାଖରେ ୧୪୪ ଧାରା ଜାରି କଲା ପ୍ରଶାସନ

ବାରିପଦା ଜଗନ୍ନାଥ ମନ୍ଦିର ଚାରିପାଖରେ ୧୪୪ ଧାରା ଜାରି କଲା ପ୍ରଶାସନ। ମନ୍ଦିର ଚାରିପାଖ ୫ ଶହ ମିଟର ଦୂରତା ପର୍ଯ୍ୟନ୍ତ ଏହି ୧୪୪ ଧାରା ଜାରି ହୋଇଛି। ଆାଜିଠାରୁ ବାହୁଡ଼ା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ସୂଚନା ଦେଇଛନ୍ତି ଏସଡିପିଓ। ଶାନ୍ତିଶୃଂଖଳା ରକ୍ଷା ପାଇଁ ଘଟଣା ସ୍ଥଳରେ ୩ ପ୍ଲାଟୁନ ପୋଲିସ ଫୋର୍ସ ଓ ୨୦ ଅଫିସରଙ୍କୁ ମୁତୟନ କରାଯାଇଛି। ପରମ୍ପରା ଅନୁସାରେ ପୁରୀ ରଥ ଯାତ୍ରାର ପର ଦିନ ଏଠାରେ ରଥଯାତ୍ରା ହୋଇଥାଏ।

dry food
ରଥାଋଢ ଚତୁର୍ଦ୍ଧାମୃର୍ତ୍ତିଙ୍କୁ ଶୁଖିଲା ଭୋଗ କାହିଁକି ଅର୍ପଣ କରାଯାଏ ?

ରଥାଋଢ ଚତୁର୍ଦ୍ଧାମୃର୍ତ୍ତିଙ୍କୁ ଅର୍ଣ୍ଣ ଭୋଗ ଲାଗିନଥାଏ । ପୂର୍ବ କାଳରୁ ଚାଲି ଆସିଛି ଏହି ପରମ୍ପରା। ପ୍ରଭୁଙ୍କ ନିକଟରେ ଶଂଖ କୋରା,ନଡିଆ କୋରା,ବଡ଼ କୋରା,ସାନ କୋରା ଓ ମଝାଲ କୋରା ସହିତ ବିଭିନ୍ନ ଫଳ ଭୋଗ ଲାଗି କରାଯାଏ ।

abhada
ଆଜି ବାହାରିବ ନୀଳାଚଳ ଅବଢ଼ା

ପୁରୀ: ଆଜି ବାହାରିବ ନୀଳାଚଳ ଅବଢ଼ା। ଗତକାଲି ଶ୍ରୀଜିଉଙ୍କ ନୀଳାଦ୍ରି ବିଜେ ସରିବା ପରେ ଆଜି ନୀଳାଚଳ ଅବଢ଼ା ବାହାରିବ। ତେବେ ଭକ୍ତ କେମିତି ଅବଢ଼ା ପାଇବେ ସେଥିପାଇଁ ବ୍ୟବସ୍ଥା କରାଯିବ ବୋଲି ସୁଆର ମହାସୁଆର ନିଯୋଗ ପକ୍ଷରୁ କୁହାଯାଇଛି। ଶ୍ରୀଜିଉ ଆଡ଼ପ ମଣ୍ଡପରେ ଥିବା ବେଳେ ଯେମିତି ଆଡ଼ପ ଅବଢ଼ା ପାଇଁ ବସ୍‌ ଷ୍ଟାଣ୍ଡ୍‌ ପାଖରେ ବ୍ୟବସ୍ଥା କରାଯାଇଥିଲା, ନୀଳାଚଳ ଅବଢ଼ା ପାଇଁ ମଧ୍ୟ ସେଭଳି ବ୍ୟବସ୍ଥା କରିବାକୁ ଉପଜିଲ୍ଲାପାଳଙ୍କ ସହ କଥା ହୋଇଥିବା ନେଇ […]

  • Tuesday, 13 July 2021
puri gajapati
ସଫଳ ରଥଯାତ୍ରା ଆୟୋଜନ ପାଇଁ ଧନ୍ୟବାଦ ଜଣାଇଲେ ଗଜପତି ମହାରାଜ

ପୁରୀ: କୋଭିଡ କଟକଣା ଭିତରେ ଏବର୍ଷ ରଥଯାତ୍ରା ସଫଳତାର ସହ ସରିବା ପରେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ତାଙ୍କର ଯାତ୍ରା ସଫଳତାର ସହ ସମ୍ପନ୍ନ ହୋଇଥିବା ଗଜପତି କହିଛନ୍ତି। ‘ସଫଳ ରଥଯାତ୍ରା ଆୟୋଜନ ପାଇଁ ରାଜ୍ୟ ସରକାର, ଶ୍ରୀମନ୍ଦିର, ଜିଲ୍ଲା ପ୍ରଶାସନ ଏବଂ ଶ୍ରୀମନ୍ଦିର ସେବାୟତଙ୍କୁ ଧନ୍ୟବାଦ। ସେବାୟତଙ୍କ ଉତ୍ସର୍ଗୀକୃତ ସେବା ଦ୍ୱାରା ରଥଯାତ୍ରା ସଫଳ ହେଲା। ଏଥିସହ କୋଭିଡ୍ ନିୟମ ମାନି ଘରେ ରହି […]

  • Tuesday, 13 July 2021
puri
ପୁରୀରେ ୨ ଛଦ୍ମବେଶୀ ସେବାୟତ ଅଟକ

ପୁରୀ: ମଙ୍ଗଳ ଆଳତି ବେଳେ ପାଟ ପିନ୍ଧି ଗୁଣ୍ଡିଚା ମନ୍ଦିରରେ ପ୍ରବେଶ କରିଥିବା ୨ଜଣ ଛଦ୍ମବେଶୀ ସେବାୟତଙ୍କୁ ପୁଲିସ୍‌ ଅଟକ ରଖିଛି। ସୂଚନା ଅନୁସାରେ, ଆଜି ସକାଳେ ୨ ଜଣ ବାହାର ଭକ୍ତ ପାଟ ପିନ୍ଧି ସେବାୟତଙ୍କ ବେଶରେ ଗୁଣ୍ଡିଚା ମନ୍ଦିରରେ ପ୍ରବେଶ କରିଥିଲେ। ଏହି ସମୟରେ ମଙ୍ଗଳ ଆଳତି ଚାଲିଥିଲା। ସେମାନଙ୍କର ଚାଲିଚଳଣ ଦେଖି ଅନ୍ୟ ସେବାୟତଙ୍କ ସନ୍ଦେହ ସୃଷ୍ଟି ହେବାରୁ ସେମାନଙ୍କୁ ଚିହ୍ନଟ କରାଯାଇଥିଲା। ଏହାପରେ ପୁଲିସ୍‌କୁ ଖବର ଦିଆଯାଇଥିଲା। କୁମ୍ଭାରପଡ଼ା ପୁଲିସ୍‌ ୨ଜଣଙ୍କୁ […]

puri rath yatra 2020
‘କରୋନା ରିପୋର୍ଟ ନେଗେଟିଭ୍‌ ଥିଲେ, ବାହୁଡ଼ା ଯାତ୍ରାରେ ସାମିଲ ହୋଇପାରିବେ ସେବାୟତ’

ପୁରୀ: ଦୁଇ ଥର କୋଭିଡ୍-୧୯ ଟେଷ୍ଟ୍‌ ପରେ ଯେଉଁ ସେବାୟତଙ୍କ ନମୁନା ନେଗେଟିଭ୍ ଆସିବ କେବଳ ସେହିମାନେ ହିଁ ଆଗାମୀ ବାହୁଡ଼ା ଯାତ୍ରାରେ ସାମିଲ ହୋଇପାରିବେ। ଏହାସହ ସେବାୟତଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ୟାର ସମାଧାନ ଲାଗି ଦୁଇଟି ମେଡିକାଲ କ୍ୟାମ୍ପ କରାଯିବ, ଯେଉଁଥିରେ ସବୁ ବିଭାଗର ଡାକ୍ତର ରହିବେ। ଖାଲି ଏତିକି ନୁହେଁ, ପୁରୀରେ ଡୋରର୍‌ ଟୁ ଡୋର୍‌‌ ବୁଲି ସ୍ୱାସ୍ଥ୍ୟ ସୂଚନା ଗ୍ରହଣ କରାଯିବା ସହ ଶ୍ରୀମନ୍ଦିର କର୍ମଚାରୀ, ପୋଲିସ, ମ୍ୟୁନିସିପାଲଟି କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ […]

Rath yatra 2020
ରଥଯାତ୍ରା 2020:ସୁପ୍ରିମକୋର୍ଟଙ୍କ ଏହିସବୁ ସର୍ତ୍ତାବଳୀ ଭିତରେ ଚାଲିଛି ପୁରୀ ରଥଯାତ୍ରା

ପୁରୀ: ଉତ୍ସବ ମୁଖର ଶ୍ରୀକ୍ଷେତ୍ର। ଆଜି ମହାପ୍ରଭୁଙ୍କ ପ୍ରସିଦ୍ଧ ଘୋଷଯାତ୍ରା। ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ଗୁଣ୍ଡିଚା ଘରକୁ ଯିବେ। ବଡଦାଣ୍ଡରେ ଆଜି ଗଡିବ ତିନିରଥ।ତେବେ ପୂର୍ବ ବର୍ଷ ଭଳି ଏଥର ଗହଳି ଚହଳି ନାହିଁ। କରୋନା କଟକଣା ପାଇଁ ଭକ୍ତଙ୍କ ଭିଡ଼ ବି ନାହିଁ। ସୁପ୍ରିମକୋର୍ଟଙ୍କ କିଛି ସର୍ତ୍ତାବଳୀ ମଧ୍ୟରେ ଆଜି ପୁରୀରେ ରଥଯାତ୍ରା ହେଉଛି। ବହୁ କଳ୍ପନା ଜଳ୍ପନା ମଧ୍ୟରେ ଶେଷରେ ନିର୍ଦ୍ଦିଷ୍ଟ ସର୍ତ୍ତ ରଖି କେବଳ […]

BeFunky-collage (2)
ରଥଯାତ୍ରା ବନ୍ଦ ପାଇଁ ଆବେଦନ କରିଥିବା ବ୍ୟକ୍ତିଙ୍କ ଘର ଉପରକୁ ଅଣ୍ଡା ମାଡ଼

ଭୁବନେଶ୍ୱର: ରଥଯାତ୍ରା ବନ୍ଦ ନେଇ ଆବେଦନ କରିଥିବା ଆବେଦନକାରୀଙ୍କ ଘର ଉପରକୁ ଅଣ୍ଡା ମାଡ଼ ହୋଇଛି। ରଥଯାତ୍ରା କରିବାକୁ ଅନୁମତି ନ ଦେବାକୁ ଅପିଲ୍ କରିଥିବା ଆବେଦନକାରୀ ଓକିଲ ସୁଶାନ୍ତ ପାଢୀଙ୍କ ଭୁବନେଶ୍ୱର ସ୍ଥିତ ଭଡା ଘର ଉପରକୁ ଏହି ଅଣ୍ଡା ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ବମିଖାଲ ସାଈ ବିହାର ସ୍ଥିତ ସୁଶାନ୍ତଙ୍କ ଘର ଉପରକୁ କିଛି ଲୋକ ଅଣ୍ଡାମାଡ଼ କରିବା ସହ ତାଙ୍କର ଗାଡ଼ି ବି ଭାଙ୍ଗି ଦେଇଛନ୍ତି। ଏ ନେଇ ସୁଶାନ୍ତ ଅଭିଯୋଗ […]

puri
ରାତି ପାହିଲେ ରଥଯାତ୍ରା: ବଡ଼ଦାଣ୍ଡରୁ ହଟୁଛନ୍ତି ଉଠା ଦୋକାନୀ

ପୁରୀ: ରାତି ପାହିଲେ ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା। ରଥଯାତ୍ରା ନ କରିବା ପାଇଁ ସୁପ୍ରିମକୋର୍ଟଙ୍କ  ନିର୍ଦ୍ଦେଶ ପରେ ସାରା ରାଜ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଏହାର ପୁନଃ ବିଚାର କରି ଏଥିରେ ଆଂଶିକ ପରିବର୍ତ୍ତନ କରିବା ଲାଗି ଗୋଟିଏ ପରେ ଗୋଟିଏ ପିଟିସନ୍‌ ଦାୟର ହୋଇଛି। ଆଜି ରଥଯାଚ୍ରା ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି। ଏହି ମାମଲା ୩ ଜଣିଆ ଖଣ୍ଡପୀଠକୁ ଯାଇଛି। ଗୋଟିଏପଟେ ମାମଲାର ଶୁଣାଣି ପାଇଁ ମୁଖ୍ୟ ବିଚାରପତି […]

puri
ରଥଯାତ୍ରା ବନ୍ଦ: ସୁପ୍ରିମକୋର୍ଟଙ୍କ ରାୟର ପୁନର୍ବିଚାର ଲାଗି ଆବେଦନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି, ଆଜି ପୁରୀ ବନ୍ଦ

ପୁରୀ: ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ଶ୍ରଦ୍ଧାଳୁ ଓ ସେବାୟତ ନିରାଶ ହୋଇଛନ୍ତି। ଏଣୁ ନିଜ ରାୟର ପୁନର୍ବିଚାର କରିବା ଲାଗି ସୁପ୍ରିମକୋର୍ଟଙ୍କ ପାଖରେ ଆବେଦନ କରାଯାଉ ବୋଲି ଛତିଶା ନିଯୋଗ ଦାବି କରିଛି। ଏ ନେଇ ଛତିଶା ନିଯୋଗ ପକ୍ଷରୁ ବରିଷ୍ଠ ସେବାୟତ ତଥା ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ରଥ ନିର୍ମାଣ ସରି ଥିବାବେଳେ ରଥଯାତ୍ରା ପାଇଁ ଆନୁସଙ୍ଗିକ ପ୍ରସ୍ତୁତି ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ […]

ratha yatra
ବଡ଼ଦାଣ୍ଡରେ ଗଡ଼ିବନି ରଥ: ହାତ ଟେକିଦେଲେ କି ରାଜ୍ୟ ସରକାର ?

ପୁରୀ: ଚଳିତ ବର୍ଷ ହେବନି ପୁରୀ ରଥଯାତ୍ରା। ଆଜି ଏ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ମୁଖ୍ୟ ବିଚାରପତି ଏସ୍‌ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, ଲୋକଙ୍କ ସୁରକ୍ଷା ଓ ଜନସ୍ୱାର୍ଥ ପାଇଁ ରଥଯାତ୍ରା ବନ୍ଦ କରାଯାଇଛି। ରଥଯାତ୍ରା ପାଇଁ ଅନୁମତି ଦେଲେ ମହାପ୍ରଭୁ […]

puri rath yatra 2020
ଚଳିତ ବର୍ଷ ହେବନି ପୁରୀ ରଥଯାତ୍ରା

ପୁରୀ: ଚଳିତ ବର୍ଷ ହେବନି ପୁରୀ ରଥଯାତ୍ରା। ଆଜି ଏ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ମୁଖ୍ୟ ବିଚାରପତି ଏସ୍‌ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, ଲୋକଙ୍କ ସୁରକ୍ଷା ଓ ଜନସ୍ୱାର୍ଥ ପାଇଁ ରଥଯାତ୍ରା ବନ୍ଦ କରାଯାଇଛି। ରଥଯାତ୍ରା ପାଇଁ ଅନୁମତି ଦେଲେ ମହାପ୍ରଭୁ […]

puri-11
ଆଜି ନୀଳାଦ୍ରିବିଜେ. ନୀଳକନ୍ଦରକୁ ଫେରିବେ ମହାବାହୁ

ପୁରୀ: ସରିଗଲା ଘୋଷଯାତ୍ରା । ନବଦିନ ବ୍ୟାପି ଜନ୍ମବେଦୀରେ ଲୀଳାଖେଳା ସାରି ମହାବାହୁ ଆଜି କର୍ମବେଦୀ ନୀଳକନ୍ଦରକୁ ଫେରିବେ। ଆଜି ଘୋଷଯାତ୍ରାର ଶେଷ ପର୍ବ ନୀଳାଦ୍ରି ବିଜେ। ଚତୁର୍ଦ୍ଧାମୂରତିଙ୍କ ନବ ଦିନାତ୍ମକ ଯାତ୍ରା ଶେଷ ହେବା ପରେ ଶ୍ରୀଜିଉ ନୀଳ କନ୍ଦରକୁ ଫେରିଯିବେ।  ରତ୍ନବେଦୀରେ ବିରାଜମାନ କରିବେ । ହେଲେ ଶ୍ରୀମନ୍ଦିର ଯିବା ପୂର୍ବରୁ ହେବ ମହାପ୍ରଭୁଙ୍କ ସେହି ମହାନ ଲୀଳା। ଶ୍ରୀଜଗନ୍ନାଥଙ୍କୁ ଶ୍ରୀମନ୍ଦିର ଯିବା ବାଳେ ବାଟ ଓଗାଳିବେ ମହାଲକ୍ଷ୍ମୀ।ଏହାପରେ ସ୍ତ୍ରୀ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ […]

  • Tuesday, 13 July 2021
sunabesha
ଆଜି ଶ୍ରୀଜୀଉଙ୍କ ଅଧରପଣା ନୀତି

ପୁରୀ: ଦିନକ ପରେ ଶ୍ରୀମନ୍ଦିର ଫେରିବେ ଶ୍ରୀଜିଉ। ଜନ୍ମବେଦୀରୁ ଲୀଳାଖେଳା ସାରି ଏବେ ସିଂହଦ୍ୱାରରେ ଅପେକ୍ଷା କରିଛନ୍ତି। ଗତକାଲି ସୁନାବେଶ ପରେ ଆଜି  ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ଅଧରପଣା ନୀତି । ତିନି ରଥ ଉପରେ ବିରାଜିତ ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କ ବିଗ୍ରହ ସାମ୍ନାରେ ଏହି ନୀତି ସମ୍ପନ୍ନ ହେବ। ମଧ୍ୟାହ୍ନ ଧୂପ ପରେ ଅଧରପଣା ନୀତି ଅନୁଷ୍ଠିତ ହେବ। ତିନି ଠାକୁରଙ୍କ ଅଧର ବା ଓଠ ଉଚ୍ଚର କୁମ୍ବ ଆକୃତିର ୯ଟି ମାଟି […]

  • Tuesday, 13 July 2021
Suna_Vesha_
ସୁନାବେଶ 2020: ସୁନାବେଶରେ ରୂପା କାହିଁକି ?

ପୁରୀ: ବଡ଼ ଦେଉଳରେ ବାରମାସରେ ତେର ପର୍ବ। କେତେ ରୂପରେ, କେତେ ବେଶରେ ସଜେଇ ହୁଅନ୍ତି ଠାକୁର। ସବୁ ସେଇ ଭକ୍ତଙ୍କ ପାଇଁ। ଆଜି ରଥ ଉପରେ ତିନି ଠାକୁରଙ୍କ ବେଶ ହେବ ସୁନାରେ। ମହଣ ମହଣ ସୁନାରେ ବିମଣ୍ଡିତ ହୋଇ ଠାକୁର ଦିଶିବେ ରାଜା ପରି। ଭକ୍ତ କହିବେ ସେ ପରା ଆମ କାଳିଆ ରାଜା.. ଜଗନ୍ନାଥଙ୍କର ଅନେକ ବେଶ। ତା ମଧ୍ୟରୁ ସୁନାବେଶ ଗୋଟିଏ। ଦୈନନ୍ଦିନ ପର୍ବପର୍ବାଣିରେ ଠାକୁର ପିନ୍ଧନ୍ତି ସୂତାବସ୍ତ୍ର, ପାଟବସ୍ତ୍ର, ଫୁଲ, […]

suna besha 2020
ସୁନାବେଶ 2020: ଆଜି ଶ୍ରୀଜିଉଙ୍କ ସୁନାବେଶ

ପୁରୀ:ଆଜି ଶ୍ରୀଜିଉଙ୍କ ସୁନାବେଶ। ମହଣ ମହଣ ସୁନା ଅଳଙ୍କାରରେ ଆଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂରତି । ତେବେ କରୋନା ସ୍ଥିତିକୁ ନେଇ ପୁରୀକୁ ଯାଇ ଦର୍ଶନ କରିପାରିବେନି ଭକ୍ତ ।ଟିଭି ମାଧ୍ୟମରେ ମହାବାହୁଙ୍କ ସୁନା ବେଶ ଦେଖିବେ। ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏବେ ସିଂହଦ୍ୱାରରେ ରହିଛି ତିନି ରଥ। ଅନ୍ୟପକ୍ଷେ  ପୁରୀରେ ଜାରି ହୋଇଥିବା କର୍ଫ୍ୟୁ କୋହଳ କରାଯାଇଛି। ଆଜି ସକାଳ ୫ଟାରୁ ଅପରାହ୍ନ ୩ଟା ଯାଏଁ କର୍ଫ୍ୟୁ […]

gundicha
ଶ୍ରଦ୍ଧା ବାଲିରେ ନିଖୋଜ ମାଳିନୀ... ‘ଶରଧାବାଲି’

ପୁରୀ: ସବୁ ରାସ୍ତା ଧାଇଁଛନ୍ତି ବଡ଼ଦାଣ୍ଡକୁ। ସବୁ ନଦୀ ଧାମନ୍ତି ଜଳଧି। ସମୁଦ୍ରରେ ନିଜକୁ ହଜାଇ ଦେବାରେ ନଦୀର ପରିପୂର୍ଣ୍ଣତା…ପରିତୃପ୍ତି। ଗୋଟାଏ ବିନ୍ଦୁରେ ଶ୍ରୀମନ୍ଦିର ଆଉ ଏକ ବିନ୍ଦୁରେ ଗୁଣ୍ଡିଚା ମନ୍ଦିର। ଏହି ଦୁଇ ବିନ୍ଦୁକୁ ଯୋଗ କରୁଥିବା ବକ୍ରରେଖାର ନାମ ବଡ଼ ଦାଣ୍ଡ, ପୁରୀର ଲାଇଫ ଲାଇନ ଏହି ଦାଣ୍ଡ। ଆଜି ଏହି ଦାଣ୍ଡ ଜାତୀୟ ରାଜପଥ ମାନ୍ୟତାପ୍ରାପ୍ତ ସୁନ୍ଦର ମସୃଣପଥ। କାଲି କିନ୍ତୁ ଥିଲା ବାଲିର ଦାଣ୍ଡ। ଏହି ସିକତା ପଥକୁ ଦ୍ୱିଖଣ୍ଡିତ କରି […]

  • Tuesday, 13 July 2021
ratha
ଆଜି ବାହୁଡ଼ା: ଶ୍ରୀମନ୍ଦିର ବାହୁଡିବାକୁ ଉଚ୍ଛନ ମହାବାହୁ

ପୁରୀ: ଜନ୍ମବେଦୀ ଗୁଣ୍ଡିଚା ଘରେ ଶେଷ ହୋଇଯାଇଛି ମହାପ୍ରଭୁଙ୍କ ଲୀଳାଖେଳା । ଆଜି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ମହାବାହୁ । ମନ୍ଦିର ଭିତର ଭକ୍ତଶୂନ୍ୟ । ବାହାରେ କର୍ଫ୍ୟୁ । ତା’ ଭିତରେ ଗତକାଲି ବିନା ଭକ୍ତରେ ସମ୍ପନ୍ନ ହୋଇଥିଲା ସନ୍ଧ୍ୟା ଦର୍ଶନ । ଗତକାଲି ବିଳମ୍ବିତ ରାତିରେ ଶ୍ରୀମୁଖ ଖଣ୍ଡୁଆ, ବାହୁଟକଣ୍ଟ, ସେନାପଟା ଲାଗି କରାଯାଇଥିଲା । ସକାଳୁ ମଙ୍ଗଳ ଆଳତି, ମଇଲମ, ଅବକାଶ, ବଲ୍ଲଭ, ସକାଳ ଧୂପରେ ଖେଚୁଡି ଖାଇ ବାହୁଡୁଛନ୍ତି ଜଗତପତି । […]

  • Tuesday, 13 July 2021
puri
ଆଜି ହେରା ପଞ୍ଚମୀ, ରଥ ଭାଙ୍ଗିବେ ଅଭିମାନୀ ଲକ୍ଷ୍ମୀ

ପୁରୀ: ଆଜି ହେରା ପଞ୍ଚମୀ।  ବିଧି ପରମ୍ପରା ପୂର୍ବକ ଆଡପ ମଣ୍ଡପରେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ।  ଆଜି ସନ୍ଧ୍ୟା ଆଳତି  ପରେ ବିମାନ ପଟୁଆରରେ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ । ନନ୍ଦିଘୋଷ ରଥ ନିକଟରେ ମହାଲକ୍ଷ୍ମୀ ପହଞ୍ଚିବା ପରେ ପତି ମହାପାତ୍ର ସେବାୟତ କର୍ପୂର ବନ୍ଦାପନା, ବଳିତା ବନ୍ଦାପନା ଓ ଚାଉଳ ବନ୍ଦାପନା କରିବେ । ଗୁଣ୍ଡିଚା ମନ୍ଦିରକୁ ଗଲାବେଳେ ମହାପ୍ରଭୁଙ୍କ […]

  • Tuesday, 13 July 2021