Advertisment

ପିତାର ଶିକ୍ଷା ବଳରେ ସନ୍ତାନ ବଳବାନ ଓ ବୁଦ୍ଧିମାନ ହୁଏ

ଜଣେ ସନ୍ତାନ ପ୍ରତି ପିତାର ଅବଦାନ ମହାନ। ପିତାର ଶିକ୍ଷା ବଳରେ ସନ୍ତାନ ହିଁ ବଳବାନ ଓ ବୁଦ୍ଧିମାନ ହୋଇଥାଏ। ଆଜି ପିତୃ ଦିବସ ଅବସରରେ ଆସନ୍ତୁ ଜାଣିବା ଦଶରଥଙ୍କ ଠାରୁ ଆରମ୍ଭ କରି ଶିବଙ୍କ ପର୍ଯ୍ୟନ୍ତ ଜଣେ ପିତାର ଭୂମିକା।

author-image
Pramod Behera
ଅଦ୍ୟତନ ହୋଇଛି
Lessons of lord Shiva and Dashrath to their sons

Lessons of lord Shiva and Dashrath to their sons

ପିତା ଧର୍ମ ପିତା ସ୍ୱର୍ଗ ପିତା ହିଁ ପରମ ତପ, ପିତରୀ ପ୍ରୀତିମାପନ୍ନେ ପ୍ରୀୟନ୍ତେ ସର୍ବଦେବତା।

Advertisment

ପଦ୍ମପୁରାଣରୁ ଆସିଥିବା ଏହି ଶ୍ଳୋକର ଅର୍ଥ ହେଉଛି ବାପା ହିଁ ସ୍ୱର୍ଗ ଭଳି ପୂଜ୍ୟ, ବାପା ହିଁ ସର୍ବଶ୍ରେଷ୍ଠ ତପସ୍ୟା। ତେଣୁ ବାପାଙ୍କୁ ହିଁ ସନ୍ତୁଷ୍ଟ କରିପାରିଲେ ସବୁ ଦେବତା ପ୍ରସନ୍ନ ହୁଅନ୍ତି। ଆଜି ପିତୃ ଦିବସ।

ପିତୃତ୍ୱ ବନ୍ଧନକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ପିତୃ ଦିବସ ପାଳିତ ହୋଇ ଆସୁଛି। ୟୁରୋପର କ୍ୟାଥୋଲିକ୍ ଦେଶମାନଙ୍କରେ ଏହାକୁ ମହାପୁରୁଷ ଜୋସେଫ୍‌ଙ୍କ ଦିବସ ଭାବେ ମାର୍ଚ୍ଚ ୧୯ରେ ପାଳନ କରାଯାଇଥା। ଯୁକ୍ତରାଷ୍ଟ୍ରରେ, ସୋନୋରା ସ୍ମାର୍ଟ ଡୋଡଙ୍କ ଦ୍ୱାରା ପିତୃ ଦିବସ ପ୍ରତିଷ୍ଠା କରାଯାଇଥିଲା ଏବଂ ୧୯୧୦ ମସିହାରେ ପ୍ରଥମ ଥର ପାଇଁ ଜୁନ ତୃତୀୟ ରବିବାରରେ ପାଳନ କରାଯାଇଥିଲା। ପୃଥିବୀର ବିଭିନ୍ନ ଦେଶରେ ପିତାଙ୍କ ସମ୍ମାନରେ ନିଜସ୍ୱ ପରମ୍ପରା ଅନୁଯାୟୀ ଭିନ୍ନ ଭିନ୍ନ ଦିନରେ ଏହି ଦିବସ ପାଳନ କରାଯାଏ।

Advertisment

ଯଦିଓ ଆଜିର ଦିନରେରେ ପିତାଙ୍କ ଦିବସ ପାଳନ କରିବା ଏବଂ ପିତାଙ୍କୁ ଉପହାର ଦେବାର ପରମ୍ପରା ଏକ ଭିନ୍ନ ଧାରାରେ ପରିଣତ ହୋଇଛି। କିନ୍ତୁ ପ୍ରାଚୀନ କାଳରୁ ବାପା ଭାରତୀୟ ସଂସ୍କୃତିରେ ଏକ ବିଶେଷ ସ୍ଥାନ ପାଇଛନ୍ତି। ଭାରତୀୟ ସଂସ୍କୃତି ଅନୁଯାୟୀ, 'ପିତୃ ଦିବସ'ର ମୂଳ ଉଦ୍ଦେଶ୍ୟ ହେଉଛି ପିଲା ପ୍ରତି ଥିବା ବାପାଙ୍କ ସ୍ନେହକୁ ସମ୍ମାନ ଜଣାଇବା।

ବିଶ୍ୱାସ କରାଯାଏ ଯେ ଯିଏ ପିତାମାତାଙ୍କ ଆଦେଶ ପାଳନ କରେ ସିଏ ନୈତିକ ଦାୟିତ୍ୱ ପୂରଣ କରେ। ସେହି ବ୍ୟକ୍ତି ହିଁ ଜୀବନରେ ବହୁତ ଆଗକୁ ଯାଏ। ମହାଭାରତ ଓ ରାମାୟଣ ଭଳି ଅନେକ ଶାସ୍ତ୍ରରେ କିଛି ବାପାଙ୍କ ଭୂମିକା ବର୍ଣ୍ଣନା ହୋଇଛି ଯାହାର ଶିକ୍ଷା ଆଜି ବି ଗୁରୁତ୍ୱପୂର୍ଣ୍ଣ। ଆସନ୍ତୁ ନଜର ପକେଇବା।

ରାଜା ଦଶରଥ-ରମଚନ୍ଦ୍ର:

ରାମାୟଣ ଅନୁଯାୟୀ, ରାଜା ଦଶରଥ ତାଙ୍କ ପୁଅ ରାମଙ୍କୁ ବହୁତ ଭଲ ପାଉଥିଲେ। ଯେତେବେଳେ କୈକେଇଙ୍କ ଜିଦ୍‌ଖୋର୍ ମନବୃତ୍ତି ନେଇ ଦଶରଥ ଶ୍ରୀରାମଙ୍କୁ ଜଙ୍ଗଲକୁ ପଠାଇବାକୁ ବାଧ୍ୟ ହୋଇଥିଲେ। ପିତୃଭକ୍ତ ରାମଚନ୍ଦ୍ର ବାପାଙ୍କୁ ସମ୍ମାନ ଜଣେଇ ରାଜସୁଖ ଛାଡି ଜଙ୍ଗଲକୁ ଯାଇଥିଲେ। ଏହାପରେ ରାଜା ଦଶରଥ ଅସୁସ୍ଥ ହୋଇପଡ଼ିଥିଲେ ଏବଂ ମୃତ୍ୟୁବରଣ କଲେ। ଶେଷ ମୁହୂର୍ତ୍ତରେ ଦଶରଥ ଶ୍ରବଣ କୁମାରଙ୍କ ପିତାମାତାଙ୍କ ଦ୍ୱାରା ଦିଆଯାଇଥିବା ଅଭିଶାପକୁ ସ୍ମରଣ କଲେ।

ପିତା ହିସାବରେ ଦଶରଥଙ୍କ ସବୁ ବାପାଙ୍କୁ ପ୍ରଥମ ଶିକ୍ଷା ହେଉଛି କୌଣସି ବ୍ୟକ୍ତି ଚିନ୍ତା ନକରି ଅନ୍ୟ ଜଣକୁ କୌଣସି ପ୍ରତିଜ୍ଞା କରିବା ଉଚିତ ନୁହେଁ ଏବଂ ଦ୍ୱିତୀୟ ଶିକ୍ଷା ହେଉଛି ଯେ ପ୍ରତ୍ୟେକଙ୍କର ଭାଗ୍ୟ ନିଜ କାର୍ଯ୍ୟ ଦ୍ୱାରା ସ୍ଥିର ହୋଇଥାଏ।

ଅର୍ଜୁନ-ଅଭିମନ୍ୟୁ:

ଅଭିମନ୍ୟୁ ଥିଲେ ଅର୍ଜୁନ ଏବଂ ସୁଭଦ୍ରାଙ୍କ ପୁଅ। ସୁଭଦ୍ରା ଗର୍ଭବତୀ ଥିବାବେଳେ ଅର୍ଜୁନ ତାଙ୍କ ପତ୍ନୀଙ୍କୁ ଚକ୍ରବ୍ୟୁହକୁ ପ୍ରବେଶ କରିବାର ରହସ୍ୟ କହୁଥିଲେ। ଗର୍ଭରେ ଥାଇ ଅଭିମନ୍ୟୁ ମଧ୍ୟ ଶୁଣୁଥିଲେ। କିନ୍ତୁ କଥା ମଝିରେ ସୁଭଦ୍ରା ଶୋଇପଡିଥିଲେ। ଏହି କାରଣରୁ ଅଭିମନ୍ୟୁ ଚକ୍ରବ୍ୟୁହର ସମ୍ପୂର୍ଣ୍ଣ ରହସ୍ୟ ଶୁଣି ପାରିଲେ ନାହିଁ।

ଯେତେବେଳେ ଅଭିମନ୍ୟୁ ମହାଭାରତ ଯୁଦ୍ଧରେ ଚକ୍ରବ୍ୟୁହରେ ଫସି ଯାଇଥିଲେ, ସେତେବେଳେ କୌରବମାନେ ତାଙ୍କୁ ହତ୍ୟା କରିଥିଲେ। କାରଣ ସେଥିରୁ ବାହାରିବାର ଉପାୟ ଜାଣି ନଥିଲେ। ଜଣେ ପିତାଙ୍କୁ ଏଥିରୁ ଶିଖିବାକୁ ମିଳେ ଯେ ପିଲାକୁ ଅସମ୍ପୂର୍ଣ୍ଣ ଜ୍ଞାନ ଦିଆଯିବା ଉଚିତ ନୁହେଁ କାରଣ ଅସମ୍ପୂର୍ଣ୍ଣ ଜ୍ଞାନ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ।

ଶିବ-କାର୍ତ୍ତିକ:

ଶିବ ଓ ପାର୍ବତୀଙ୍କ ପୁଅ କାର୍ତ୍ତିକେୟଙ୍କ ପାଳନ-ପୋଷଣ ପିତା-ମାତାଙ୍କଠାରୁ ଦୂରରେ ଏକ ଜଙ୍ଗଲରେ ହୋଇଥିଲା। କିନ୍ତୁ ଯେତେବେଳେ ଭଗବାନ ଶିବ କାର୍ତ୍ତିକଙ୍କ ବିଷୟରେ ଜାଣିଲେ, ସେ ତାଙ୍କୁ କୈଳାଶକୁ ଡାକିଲେ। ସେତେବେଳେ ତାରକାସୁର ନାମକ ଏକ ରାକ୍ଷସ ଦ୍ୱାରା ସମସ୍ତ ଦେବତା ପୀଡିତ ହେଉଥିଲେ। କେବଳ ଶିବଙ୍କ ପୁତ୍ର ତାଙ୍କୁ ହତ୍ୟା କରିବ ବୋଲି ତାରକାସୁରକୁ ବରଦାନ ପ୍ରାପ୍ତ ହୋଇଥିଲା। ଫଳରେ କାର୍ତ୍ତିକଙ୍କ ଦ୍ୱାରା ତାରକାସୁରକୁ ମାରିବା ପାଇଁ ସମସ୍ତ ଦେବତା ଭୋଲେନାଥଙ୍କ ପାଖରେ ପହଞ୍ଚି ପ୍ରାର୍ଥନା କଲେ।

ମହାଦେବ ଦେବତାମାନଙ୍କର ପ୍ରାର୍ଥନା ଶୁଣି ପୁଅ କାର୍ତ୍ତିକଙ୍କୁ ଆଦେଶ ଦେଇ ତାରକାସୁରକୁ ହତ୍ୟା କରିବାକୁ ପଠାଇଲେ। ଭଗବାନ ଶିବଙ୍କ ଏହି କଥାରୁ ଏହା ଶିକ୍ଷା ମିଳେ ସମାଜ ପାଇଁ ଯେତେବେଳେ ବି ଆମ ପିଲାଙ୍କର ଆବଶ୍ୟକ ପଡେ ସେତେବେଳେ ତାଙ୍କୁ ରୋକିବା ଉଚିତ ନୁହେଁ।

Father's Day 2022
Advertisment
Advertisment