ସ୍ୱାମୀଙ୍କର ଉତ୍ତମ ସ୍ବାସ୍ଥ୍ୟ ଓ ନିରାମୟ ଜୀବନ କାମନ କରି ମହିଳାମାନେ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି ।
ସାବିତ୍ରୀ ବ୍ରତରେ ସଧବା ମହିଳାମାନେ ବରଗଛକୁ ପୂଜା କରିଥାନ୍ତି। ଏହା ପଛରେ ଅନେକ କାରଣ ରହିଛି। ତେବେ ଆସନ୍ତୁ ଏହା ପଛରେ ଥିବା ୬ଟି କାରଣ ଜାଣିନେବା।
ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ସ୍ନାନଯାତ୍ରା ସାଙ୍ଗକୁ ଘୋଷଯାତ୍ରା । ଶ୍ରୀକ୍ଷେତ୍ରରେ ଭଉଁରୀ ପରେ ଜୋରସୋରରେ ଆଗେଇଛି ରଥ ନିର୍ମାଣ କାମ । ମହାରଣା ସେବାୟତଙ୍କ ହାତରେ ତର ନାହିଁ । ତିନି ରଥର ମୋଟ ୪୨ ଚକ ମଧ୍ୟରୁ ୩୧ଟି ଚକର ନିର୍ମାଣ କାମ ଶେଷ ହୋଇଛି ।
ଜଳକ୍ରିଡା ଏକାଦଶୀ ବ୍ରତ ପାଳନକାରୀ ବ୍ୟକ୍ତି ଜଗତରେ ପ୍ରସିଦ୍ଧି ଲାଭ କରେ । କେବଳ ଏତିକି ନୁହେଁ ଏହି ବ୍ରତ ପାଳନକାରୀଙ୍କୁ...
ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ସ୍ନାନଯାତ୍ରା ସାଙ୍ଗକୁ ଘୋଷଯାତ୍ରା । ଏଥିପାଇଁ ଆଜି ଛତିଶା ନିଯୋଗ ବୈଠକରେ ନୀତି ନୀର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ଏଥର ରାତି ୪ରୁ ହେବ ଶ୍ରୀଜିଉଙ୍କ ସ୍ନାନ ପହଣ୍ଡି, ତାସହ ପ୍ରାୟ ୩ରୁ ସାଢ଼େ ୩ଘଣ୍ଟା ପର୍ଯ୍ୟନ୍ତ ସ୍ନାନବେଦୀ ପାଖକୁ ଯାଇ ଭକ୍ତଙ୍କୁ ହାତୀବେଶ ଦର୍ଶନର ସୁଯୋଗ ମିଳିବ ।
ଜୁନ୍ ୧୪ରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା । କୋଭିଡ୍ କୋପ କମିବା ପରେ ଦୁଇବର୍ଷ ପରେ ସ୍ନାନ ବେଦୀରୁ ଭକ୍ତଙ୍କ ସହ ଭଗବାନଙ୍କ ମିଳନ ହେବ । ଏଥିପାଇଁ ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଚୂଡାନ୍ତ ହୋଇଛି ଦେବସ୍ନାନ ପୂର୍ଣ୍ଣମୀ ନୀତି କାନ୍ତି ।
ଆଜି ବାହାର ଚନ୍ଦନ ଯାତ୍ରାର ଶେଷ ଦିନ...ଶ୍ରୀକ୍ଷେତ୍ରରେ ପାଳନ କରାଯିବ ଭଉଁରୀ ଯାତ୍ରା ।
ଆରମ୍ଭ ହୋଇଛି ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ । ଭୁବନେଶ୍ୱର ସ୍ଥିତ ରବିନ୍ଦ୍ର ମଣ୍ଡପରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଗତକାଲି, ଆଜି ଓ ଆସନ୍ତାକାଲି ଏହି ମହୋତ୍ସବ ଚାଲିବ । ଦେଖନ୍ତୁ ଏହାର କିଛି ଝଲକ...
ଖଦି ବୋର୍ଡ ଅଫିସ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଖଦି ଓ ଗ୍ରାମ୍ୟୋଦ୍ୟୋଗ ପ୍ରଦର୍ଶନୀ ଓ ବିକ୍ରୟ ମେଳାରେ ରହିଛି ସୁନ୍ଦର ସୁନ୍ଦର ଖଦି କପଡ଼ାରେ ତିଆରି ବସ୍ତ୍ର । ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମି ଉଠିଲା ମଞ୍ଚ ।
ଅସହ୍ୟ ଗରମରୁ ରକ୍ଷା ପାଇବା ପାଇଁ ୨୧ ଦିନିଆ ବାହାର ଚନ୍ଦନଯାତ୍ରାରେ ବିଜେ ହେଉଛନ୍ତି ମହାପ୍ରଭୁ। ପ୍ରତିଦିନି ବିମାନରେ ବିରାଜି ଚାପ ଖେଳିବାକୁ ଯାଉଛନ୍ତି ମହାବାହୁ। ଦେଖନ୍ତୁ ସେହି ସମୟର କିଛି ଅପୂର୍ବ ଦୃଶ୍ୟ..
ପୁରୀରେ ଅନୁଷ୍ଠିତ ହୋଇଛି ବିଚ୍ କନେକ୍ଟ କାର୍ଯ୍ୟକ୍ରମ । ଏହି ଅବସରରେ ଜୁମ୍ବା ନୃତ୍ୟ, ଲେମ୍ବୁ ରେସ, ଯୋଗ, ମ୍ୟୁଜିକ ଚେୟାର, ସ୍ୱାସ୍ଥ୍ୟ ପରୀକ୍ଷା, କୁଇଜ ପ୍ରତିଯୋଗିତା, ଲାଇଭ ପେଣ୍ଟିଂ, ପିଲାମାନଙ୍କ ପାଇଁ ବକେଟବଲ, ଆର୍ଚେରୀ, ପିରାମିଡ, ରିଙ୍ଗ ଥ୍ରୋ ଫନ୍ ଗେମ୍, ଟଗ୍ ଅଫ୍ ୱାର (ଦୌଡି ଭିଡା) ପରି ଭଳି କି ଭଳି ଆକ୍ଟିଭିଟିମାନ ଅନୁଷ୍ଠିତ ହୋଇଛି । ଦେଖନ୍ତୁ ଏହାର କିଛି ଚିତ୍ର...
ସମୁଦ୍ରକୂଳ ବ୍ୟବସାୟୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ପୁରୀରେ ଅନୁଷ୍ଠିତ ହୋଇଛି ବିଚ୍ କନେକ୍ଟ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ...
ଗିନିଜ୍ ବୁକ୍ ଅଫ୍ ଓ୍ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇଥିବା କେନ୍ଦୁଝର ରଥ ଗଡିବା ନେଇ ସନ୍ଦେହ ଉପୁଜିଛି। ରଥ କାଠର ଅଭାବ ନେଇ ରଥ ନିର୍ମାଣର ମୁଖ୍ୟ ମହାରଣା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି।
ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ଆଗେଇ ଚାଲିଛି ରଥ ନିର୍ମାଣ କାମ । ପବିତ୍ର ନୃସିଂହ ଚତୁର୍ଦ୍ଦଶୀରେ ରଥ ଗୁଜ ଅନୁକୂଳ କରାଯିବା ସହ ଭୋଇ ସେବକଙ୍କ ଦ୍ୱାରା ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ସିଙ୍ଗଡ଼ା ବାଡିଆ ପାଇଁ ଜନ୍ତାଗାଡ ଖୋଲାଯାଇଛି ।
ରଥ ନିର୍ମାଣ ପାଇଁ ଅଭାବ ପଡ଼ିଲାଣି କାଠ ଫାଶି, ଅସନ ଓ ଧଉରା କାଠ ସହଜରେ ମିଳୁନି। ଏସବୁକୁ ନେଇ ଚିନ୍ତାରେ ମହାରଣା ଓ ଭୋଇ ସେବକ। ଆଗକୁ ରଥ ଗଢ଼ା ପାଇଁ କେଉଁଠୁ କାଠ ଆସିବ ତାକୁ ନେଇ ବଢୁଛି ସଂଶୟ।
କୋରାପୁଟରେ ମା ମୁତ୍ୟାଲୁମାଙ୍କ ପୀଠରେ ଚାଲିଛି ଯାତ୍ରା... ଆପଣ ଦେଖୁଛନ୍ତି ନୃତ୍ୟ
ଏ ହେଉଛନ୍ତି ଏମିତି ମା’ ଯାହାଙ୍କର ହାତ ନାହିଁ ସିନା କିନ୍ତୁ ମାତୃତ୍ୱର ରହିଛି ଭରପୂର। ତାଙ୍କ ଗୋଡ ହିଁ ସବୁ କିଛି। ଏହି ଗୋଡରେ ସେ ତାଙ୍କୁ ଝିଅ ପାଇଁ ରୋଷେଇ କରନ୍ତି ଆଉ ଚୁଟି ବି ସଜାଡି ଦିଅନ୍ତି।
ଦୁନିଆରେ ସବୁଠୁ ବଡ଼ ଯୋଦ୍ଧା ମାଆ । ତା ବିନା ଦୁନିଆକୁ ଦେଖିବା, ଜାଣିବା ମୁସକିଲ୍ । ରିଲ୍ ହେଉ କି ରିୟଲ୍ ଲାଇଫ୍, ସବୁଠି ମାଆଙ୍କ ସ୍ୱତନ୍ତ୍ର ସ୍ଥାନ ରହିଛି । କେଜିଏଫ୍ ଭାରତୀୟ ସିନେମାର ସବୁଠୁ ବଡ଼ ଓ ସୁପର୍ ହିଟ୍ ସିନେମା ।
ଯିଏ ମା’ ସିଏ ସମସ୍ତଙ୍କର ମା’। ସିଏ ନିଜ ପିଲା ହେଉ କି ଅନ୍ୟର। ସେ ଗାଇ ଗୋରୁ ହେଉ କି କୌଣସି ପକ୍ଷୀ, ଏପରିକି ଗଛ ଲତାକୁ ବି ସ୍ନେହ ପ୍ରେମ ଢାଳିଦିଏ ଗୋଟେ ମା’। ତେବେ ଆସନ୍ତୁ ଜାଣିବା ସେହି ମା’ ବିଷୟରେ ଯିଏ ଗଛମାନଙ୍କର ମା’।
ଆଜି ବିଶ୍ୱ ମାତୃ ଦିବସ..ମାଆ ପାଇଁ ଦିନଟିଏ.. ଏହି ଅବସରରେ ବ୍ରହ୍ମପୁରର ବାଲୁକାଶିଳ୍ପୀ ସତ୍ୟନାରାୟମ ମହାରଣା ସ୍ୟାଣ୍ଡ୍ ଆନିମେସନ ଜରିଆରେ ମାଆ ଓ ମାତୃତ୍ୱକୁ ଆଙ୍କି ତୋଳିଛନ୍ତି...ଗର୍ଭରେ ଧାରଣ କରିବାଠାରୁ ଆରମ୍ଭ କରି ସମାଜରେ ମଣିଷଟିଏ କରି ଗଢିତୋଳିବା କ୍ଷେତ୍ରରେ ମାଆର ମହତ୍ୱକୁ ନିଜ ସାଣ୍ଡ୍ ଆନିମେସନ ଜରିଆରେ ବାର୍ତ୍ତା ଦେଇଛନ୍ତି ସତ୍ୟନାରାୟଣ..
୯୦ ବର୍ଷ ବୟସରେ ବି ଘର କାମରେ ମାହିର। ପରିଣତ ବୟସରେ ଥକି ନପଡି ପୁଅ ଓ ସ୍ୱାମୀଙ୍କୁ ଅସୀମ ପ୍ରେମ ଓ ସେବା ଯୋଗାଇ ଆସିଛନ୍ତି।
ଶବ୍ଦ ସବୁ ଯାହା ପାଇଁ ନିଅଣ୍ଟ। କହିବା ଆଗରୁ ଯିଏ ବୁଝିଯାଏ, ଯାହା ପଣତ ଦୁନିଆର ସବୁଠୁ ସୁରକ୍ଷିତ ସ୍ଥାନ ସେ ମାଆ। ଆଜି ହେଉଛି ମଦର୍ସ ଡେ ଚାଲନ୍ତୁ ଦେଖିବା ଆଜିର ଏହି ସ୍ୱତନ୍ତ୍ର ଭଡିଓ
ମା ମାନଙ୍କୁ ସମ୍ମାନ ଜଣାଇ ବାଲୁକା କଳା ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ
ଆଜି ମାତୃ ଦିବସ । ଏହି ଅବସରରେ ସମସ୍ତ ମା ମାନଙ୍କୁ ସମ୍ମାନ ଜଣାଇ ଅତି ନିଖୁଣ ଭାବେ ଏହି ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି ବାଲୁକା ଶିଳ୍ପୀ ମାନସ କୁମାର ସାହୁ ।
ମା’ ହୋଇ ନିଜ ସନ୍ତାନ ପାଇଁ ସେ କରିଛନ୍ତି ଅକ୍ଳାନ୍ତ ପରିଶ୍ରମ। ପୁଅକୁ ମଣିଷ କରିବା ପାଇଁ ସେ ସବୁ ଯନ୍ତ୍ରଣା, କଷ୍ଟକୁ ହସିହସି ସହିଛନ୍ତି ଆଜି ପର୍ଯ୍ୟନ୍ତ, ହେଲେ କେବେବି ହାର ମାନିନାହାଁନ୍ତି କି କାହାରି ପାଖରେ ହାତ ପତେଇ ନାହାନ୍ତି।