• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରଥଯାତ୍ରା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳର ବ୍ୟବସ୍ଥା । ରଥଯାତ୍ରା ଅବଧି ମଧ୍ୟରେ ପୁରୀକୁ ଓ ପୁରୀରୁ ୨୦୫ଟି ସ୍ୱତନ୍ତ୍ର ଟ୍ରେନ୍ ଚାଲିବ ।  ଯାତ୍ରୀମାନଙ୍କ ସୁବିଧା ପାଇଁ ଗଡ଼ିବ ଉଭୟ ସଂରକ୍ଷିତ ଓ ଅଣସଂରକ୍ଷିତ ଟ୍ରେନ୍ । ଶାଲିମାର, ଜଗଦଲପୁର, ବିଶାଖାପାଟଣା ମଧ୍ୟରେ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍ ।

ଗୁଣ୍ଡିଚା ଦିନ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରୁ ୧୦ ଯୋଡ଼ା ଟ୍ରେନ୍ ଚଳାଚଳ କରିବ । ଗୁଣ୍ଡିଚା ଦିନ ପାରାଦୀପ, କଟକ, ମହୀପୁର, ବ୍ରହ୍ମପୁର, କେନ୍ଦୁଝର ମଧ୍ୟରେ ଚାଲିବ । ତେବେ ୧୦ ତାରିଖ ସୁନାବେଶ ଦିନ ମଧ୍ୟ ୧୧ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ଚାଲିବ । ସୁନାବେଶ ଦିନ ପାରାଦୀପ, ମହୀପୁର, କଟକ, ଭଦ୍ରକ, କେନ୍ଦୁଝର ମଧ୍ୟରେ ଚାଲିବ । ସୁନାବେଶ ପରଦିନ ପୁରୀରୁ ୬ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ବିଭିନ୍ନ ସ୍ଥାନକୁ ଯିବ । ସୁନାବେଶ ପରଦିନ ଗୁଣପୁର, ରାୟଗଡ଼ା, ଭଦ୍ରକ, ବିଶାଖାପାଟଣା, କେନ୍ଦୁଝରକୁ ଯିବ ଟ୍ରେନ ।