ନଭେମ୍ବର ୧୭ରେ ଓକାକ୍ ସିଇଓ ତଥା ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ପଟ୍ଟନାୟକଙ୍କ ହ୍ୱାଟସଆପ ହାକିଂ କରାଯାଇଥିଲା । ଏହାର ଖୋଳତାଡ କରୁ କରୁ କ୍ରାଇମବ୍ରାଂଚ ହାତରେ ଲାଗିଥିଲା ନାଇଜେରିଆ ଲିଙ୍କ୍ । ଦିଲ୍ଲୀ ପୋଲିସ ଗିରଫ କରିଥିବା ନାଇଜେରିୟ ଯୁବକ ମୋରିସଙ୍କୁ ପଚରାଉଚରା କରିଥିଲା କ୍ରାଇମବ୍ରାଂଚ୍ ।
ସାତ ଦିନର ରହଣୀ ସତ୍ତ୍ୱେ ମିଶିଲାନି ତପସ୍ୱିନୀ-ସୁମିତଙ୍କ ମନ । ଆସ୍କା ଗେଷ୍ଟହାଉସ୍ରୁ ଛୁ'ର ୨୪ ଘଣ୍ଟା ପରେ ବି ଲାପତ୍ତା ଡାକ୍ତର ସ୍ୱାମୀ । ସ୍ୱାମୀଙ୍କ ପତ୍ତା ନପାଇ ଥାନାକୁ ଯାଇ ଜଣାଇଲେ ପତ୍ନୀ ତପସ୍ପିନୀ।
OCAC ସିଇଓ ମନୋଜ କୁମାର ପଟ୍ଟନାୟକଙ୍କ ହ୍ୱାଟ୍ସଆପ୍ ହ୍ୟାକ୍ କରି ଟଙ୍କା ଲୁଟିବା ଘଟଣା଼ ପଛରେ ନାଇଜେରିଆ ଗ୍ୟାଙ୍ଗର ସମ୍ପୃକ୍ତି ନେଇ ସ୍ପଷ୍ଟ ହୋଇଥିଲା। ସାଇବର ଠକେଇର ମୁଖ୍ୟ ଅଭିଯୁକ୍ତ ଅକ୍ୟୁଦୁରୀ ପାସ୍କେଲ୍କୁ ଦିଲ୍ଲୀ ପୋଲିସ୍ ଗତ ମାସରେ ବେଙ୍ଗାଲୁରୁରୁ ଗିରଫ କରିଥିଲା। ଏହି ଘଟଣାରେ ଫେରାର ଥିବା ଅନ୍ୟ ଜଣେ ଅଭିଯୁକ୍ତ କ୍ରାଇମ୍ବ୍ରାଞ୍ଚ୍ ADG ସଞ୍ଜୀବ ପଣ୍ଡାଙ୍କ ଠାରୁ ମଧ୍ୟ ଠକେଇ ଉଦ୍ୟମ କରିଥିବା ସୂଚନା ମିଳିଛି
କ୍ରାଇମ୍ବ୍ରାଞ୍ଚ୍ ADG ସଞ୍ଜୀବ ପଣ୍ଡାଙ୍କ ଠାରୁ ମଧ୍ୟ ଠକେଇ ଉଦ୍ୟମ ହୋଇଥିବା ସୂଚନା ମିଳିଛି। ଦୁଇଟି ବ୍ୟାଙ୍କ୍ ଆକାଉଣ୍ଟରେ ଟଙ୍କା ପଠାଇବାକୁ ଅଭିଯୁକ୍ତ ଜଣକ ମେସେଜ ପଠାଇଥିଲା।
ଘରୋଇ କଳହକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ପରେ ଏସିଡ୍ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏଥିରେ ୪ ଜଣ ଗୁରୁତର ହୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି।
ଜଗା ଦର୍ଶନକୁ ଆସିଥିଲେ, ଆକ୍ରମଣର ଶିକାର ହେଲେ : ଦାଦାବଟି ପାଇଁ ଆକ୍ରମଣ ହୋଇଥିବା ନେଇ ମିଳିଛି ସୂଚନା
ମୁଁ ଛିଡ଼ା ହୋଇଥିଲି, ବାଇକ୍ରେ ଆସିଲେ ଫୋନ୍ ଛଡ଼ାଇ ନେଇଗଲେ। ଅଟକାଇବାକୁ ଚେଷ୍ଟା କଲି, କିନ୍ତୁ ସେ ଧକ୍କା ଦେଇ ପଳାଇଲେ
ଅଧ ରାତିରେ ଆସିଲେ, ବନ୍ଧୁକ ଦେଖାଇ ଲୁଟ୍ କଲେ...ସିସିଟିଭିରେ କଏଦ ହେଲା ଭିଡ଼ିଓ
ଭୁବନେଶ୍ୱର ଜାଗମରା ଅଞ୍ଚଳର ଯୁବତୀ ମାଧୁରୀ (ଛଦ୍ମନାମ)ଙ୍କୁ କୋରେଇ ଥାନା ରଗଡି ଅଞ୍ଚଳର କୁନା ଆଚାର୍ଯ୍ୟଙ୍କୁ ଭଲ ପାଉଥିଲେ। ମାଧୁରୀ ମଧ୍ୟ ତାଙ୍କୁ ମନ ପ୍ରାଣ ଦେଇ ଭଲ ପାଉଥିଲେ। କୁନା ପ୍ରେମରେ ପାଗଳ ହୋଇଯାଇଥିଲେ ମାଧୁରୀ।
ପୁରୀ ଶ୍ରୀମନ୍ଦିର ଭିତରେ ନାବାଳକ ସେବାୟତଙ୍କୁ ଅନ୍ୟ ଜଣେ ବରିଷ୍ଠ ସେବାୟତ ଯୌନ ନିର୍ଯାତନା ଦେଇଥିବା ନେଇ ସିଂହଦ୍ୱାର ଥାନାରେ ଅଭିଯୋଗ ହୋଇଛି । କିଛି ଦିନ ହେଲା ବରିଷ୍ଠ ସେବାୟତ ଏମିତି ନିର୍ଯାତନା ଦେଇ ଆସୁଥିବା ନେଇ ନାବାଳକ ସେବାୟତଙ୍କ ବାପା ଅଭିଯୋଗ କରିଛନ୍ତି ।
ପୁରୀ ଶ୍ରୀମନ୍ଦିର ଭିତରେ ନାବାଳକ ସେବାୟତଙ୍କୁ ଯୌନ ନିର୍ଯ୍ୟାତନା । ଏନେଇ ସିଂହଦ୍ୱାର ଥାନାରେ ଅଭିଯୋଗ ହୋଇଛି। ଭିଡିଓରୁ ଶୁଣନ୍ତୁ ପୁରା ଘଟଣା ।
ମାହାଙ୍ଗା ଡବଲ ମର୍ଡର ମାମଲାରେ କୋର୍ଟରେ ହାଜର ହୋଇଛନ୍ତି IIC। ପୁନଃତଦନ୍ତ ରିପୋର୍ଟ ସହ ସିଡିଆର୍ ଦାଖଲ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ଥିଲା। ତେବେ କୋର୍ଟରେ ଆଜି କ’ଣ ତଥ୍ୟ ରଖୁଛନ୍ତି ଥାନାଧିକାରୀ ତା’ ଉପରେ ନଜର ରହିଛି।
ସଇଁତଳା ବରଗାଁରେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ଘଟଣା । ୬ ବର୍ଷ ପରେ କେସ୍ ରିଓପନ କରି ପୋଲିସର ତଦନ୍ତ ଆରମ୍ଭ । ମୃତ ମହିଳାଙ୍କ ପରିଚୟ ଜାଣିବା ଲାଗି ସ୍କେଚ୍ ଜାରି ।
ମହିଳାଙ୍କୁ ହତ୍ୟା ପରେ ପେଟ୍ରୋଲ ଢାଳି ପୋଡ଼ି ଦେଇଥିଲେ ହତ୍ୟାକାରୀ। ମହିଳାଙ୍କୁ ପୋଡ଼ି ଦିଆଯାଇଥିବାରୁ ତାଙ୍କୁ ଚିହ୍ନିବା ସମ୍ଭବପର ନଥିଲା। ପ୍ରାୟ ୬ ବର୍ଷ ପୂର୍ବେ ଘଟିଥିବା ଏହି ହତ୍ୟାକାଣ୍ଡରେ ମୃତ ମହିଳାଙ୍କୁ ଚିହ୍ନଟ କରିପାରି ନାହିଁ ପୋଲିସ୍।
ମଫସଲ ନୁହଁ ସହରରେ ବି ହେଉଛି ଘୋଟାଲା। ପଂଚାୟତ ନୁହେଁ ମହାନଗରରେ ହେଉଛି କେଳେଙ୍କାରୀ। ଯେମିତି କଟକରେ। ମଧୁବାବୁ ପେନସନ ଯୋଜନାରେ ହେଉଥିବା ଅନିୟମିତତାର ଅସଲ ଚିତ୍ର ପଦାକୁ ଆସିଛି..
ମଣିଷ ଏତେ ସରଳ ହେବା ଉଚିତ ନୁହେଁ। ବେଳେ ବେଳେ ଆପଣଙ୍କର ସରଳତାର ସୁଯୋଗ ନେଇଥାନ୍ତି ସାଇବର ଠକ। ଗିଫ୍ଟ ଦେବାକୁ କହି ନିଅନ୍ତି ଏମିତି ଅନେକ ଟଙ୍କା...
ସମ୍ବଲପୁର ବାମନା ବନଖଣ୍ଡ ଅଂଚଳରୁ ବାଘଚମଡ଼ା ଜବତ..ବିକ୍ରି ପାଇଁ ଡିଲ ବେଳେ ରେଡ୍ କରି ଧରିଲା ବନବିଭାଗ...ମାମଲାରେ ୨ ଜଣଙ୍କୁ ଗିରଫ କରିବା ସହ ଚାଲିଛି ତନାଘନା.
ମାଲକାନଗିରି ସୀମାନ୍ତ ଛତିଶଗଡ଼ ଗରିଆବନ୍ଧରେ ମାଓବାଦୀଙ୍କ ଲଙ୍କାକାଣ୍ଡ: ୫ଟି ଗାଡ଼ି ଜାଳିଦେଲେ, ଜଣଙ୍କୁ ଅପହରଣ କରିଲେ ।
ଯାଜପୁର ଧର୍ମଶାଳା ଚୋରା ପଥର କାରବାରର ପାଲଟିଛି ପେଣ୍ଠସ୍ଥଳ । ଜାଲ୍ ଓ୍ୱାଇ-ଫର୍ମ ଦେଖାଇ ଚାଲିଛି ପଥର କାରବାର । ତେବେ ଏଠି ପ୍ରଶ୍ନ ଉଠୁଛି ଫର୍ମ କେଉଁଠୁ ଆସୁଛି, ମାଷ୍ଟରମାଇଣ୍ଟ କିଏ ?
ଖ୍ରୀଷ୍ଟମାସ ଗିଫ୍ଟ ଦେବାକୁ କହିଲେ। ମୁଁ ରାଜି ହୋଇଗଲି। ତାପରେ ଆସିଲା ମୋ ପାଖକୁ ଗୋଟିଏ ଫୋନ କଲ୍। ସେଥିରେ କହିଲେ ଆମେ ଆମ୍ୱାସିକୁ କହୁଛୁ। ଆମ ପାଖକୁ ଟଙ୍କା ପଠାଅ। ଆଉ ତାପରେ...
ଗତ ଡିସେମ୍ବର ୨ ତାରିଖରେ ବ୍ରହ୍ମପୁରରେ ନବବଧୂ ତପସ୍ୱିନୀଙ୍କର ଶ୍ୱଶୁର ଘର ଆଗରେ ଧାରଣା ମାମଲାରେ ବ୍ରହ୍ମପୁର SDJMଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଥିଲେ। ସଂପର୍କ ଯୋଡ଼ିବାକୁ ତପସ୍ୱିନୀ ଓ ତାଙ୍କ ସ୍ୱାମୀ ସୁମିତଙ୍କୁ ୭ ଦିନ ସମୟ ଦେଇଥିଲେ କୋର୍ଟ।
କାମରେ ନିୟୋଜିତ ୫ରୁ ଅଧିକ ଗାଡି ଜାଳିଦେଇଥିଲେ । କେବଳ ସେତିକି ନୁହେଁ ଘଟଣାସ୍ଥଳରେ ଉପସ୍ଥିତ ରହି କାମ ତଦାରଖ କରୁଥିବା ସୁପରଭାଇଜରଙ୍କୁ ଅପହରଣ କରିନେଇଛନ୍ତି ମାଓବାଦୀ।
କଟକ ରେଲ୍ୱେ ଷ୍ଟେସନରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ଜବତ ହୋଇଛି। ଜବତ ହୋଇଥିବା ୪ଟି ବ୍ୟାଗ୍ରୁ ଲକ୍ଷାଧିକ ଟଙ୍କା ମିଳିଥିବା ଜଣାପଡ଼ିଛି।
ମାହାଙ୍ଗା ଡବଲ ମର୍ଡର: ପୋଲିସକୁ ଝଟକା । ତଳକୋର୍ଟଙ୍କ ନିର୍ଦ୍ଦେଶ ଉପରେ ଦାୟର ରିଭିଜନ ପିଟିସନ ଖାରଜ । ପୋଲିସ ପକ୍ଷରୁ ଦାୟର ପିଟିସନ ଖାରଜ କଲେ ସାଲେପୁର ଏଡିଜେ ।