• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରସିକିଆ ଡାକ୍ତରଙ୍କ ୧୭ ସ୍ତ୍ରୀ । ୧୪ ମହିଳାଙ୍କୁ ବିବାହ କରିଥିବା ନକଲି ଡାକ୍ତରଙ୍କ ଆଉ ୩ ସ୍ତ୍ରୀ ଥିବା ଜଣାପଡ଼ିଛି । ଛତିଶଗଡ଼, ଆସାମ, ଓଡ଼ିଶାରୁ ଆଉ ୩ ପତ୍ନୀଙ୍କର ସନ୍ଧାନ ମିଳିଛି । ସେହିପରି ଗୌହାଟିର ଜଣେ ମହିଳା ଡାକ୍ତର, ଛତିଶଗଡ଼ର ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ଓ ଓଡ଼ିଶାରେ ଜଣେ ଉଚ୍ଚଶିକ୍ଷିତା ମହିଳାଙ୍କୁ ବିବାହ କରିଥିବା ସୂଚନା ମିଳିଛି । କେବଳ ସ୍ତ୍ରୀଙ୍କୁ ନୁହେଁ ଚାକିରି କରାଇଦେବା ନାଁରେ ସେ ବହୁ ଲୋକଙ୍କୁ ବି ଠକିଛନ୍ତି ।

ଖାଲି ମହିଳାଙ୍କୁ ନୁହେଁ ଅନେକ ଛାତ୍ରଙ୍କୁ MBBSରେ ସିଟ୍ ଦେବେ କହି ବି ସେ ଲକ୍ଷାଧିକ ଟଙ୍କା ଠକି ନେଇଛନ୍ତି । ହାଇଦ୍ରାବାଦ୍, କେରଳରେ ଠକେଇ ଅଭିଯୋଗରେବିଧୁ ପ୍ରକାଶ ଗିରଫ ମଧ୍ୟ ହୋଇଥିଲେ । ହେଲେ ଏତିକିରେ ଥମିନଥିଲା ତାଙ୍କ ଠକେ‌ଇ ନିଶା। ଏହାପରେ ମଧ୍ୟ ସେ ମହିଳାଙ୍କୁ ବିବାହର ପ୍ରଲୋଭନ ଦେଖାଇ ସେମାନଙ୍କ ଠାରୁ ଟଙ୍କା ହଡ଼ପ କରୁଥିଲେ ବୋଲି ଅଭିଯୋଗ ହୋଇଛି। ଶେଷରେ କମିଶନରେଟ୍ ପୋଲିସ୍ ତାଙ୍କୁ କିଛି ଦିନ ପୂର୍ବରୁ ଗିରଫ କରିଛି । କାହାଠୁ କେତେ ଟଙ୍କା ସେ ନେଇଛନ୍ତି ଏନେଇ ଖୋଳତାଡ଼ ପାଇଁ ତାଙ୍କୁ ରିମାଣ୍ଡରେ ଅଣାଯିବ ।

ତେବେ ନକଲି ଡାକ୍ତରଙ୍କ ସମ୍ପର୍କରେ ତଥ୍ୟ ହାସଲ ପାଇଁ ଟିମ୍ ଗଠନ କରାଯାଇଛି । ମହିଳା ଥାନା IIC, ୨ ଜଣ ସବ୍ ଇନ୍ସପେରଙ୍କୁ ନେଇ ଟିମ୍ ଗଠନ କରାଯାଇଛି । ନକଲି ଡାକ୍ତରଙ୍କୁ ରିମାଣ୍ଡରେ ଆଣି ଅଧତ୍କ ତଥ୍ୟ ଖୋଲିବ ପୋଲିସ । ନକଲି ଡାକ୍ତରଙ୍କ ମୋବାଇଲ ଫୋନ୍ ଫୋରେନସିକ୍ ଲ୍ୟାବକୁ ପଠାଯିବ । ତାଙ୍କର ଅର୍ଥ କାରବାରର ବି ତଦନ୍ତ ହେବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ।