/odishatv-khabar/media/post_attachments/uploadimage/library/16_9/16_9_0/IMAGE_1645424868.jpg)
1 Killed, 1 Critical After Violent Clash Broke Out In Barbil's Sirajuddin Slum
ଗୋଷ୍ଠୀ ସଙ୍ଘର୍ଷରେ ଜଣଙ୍କ ମୃତ୍ୟୁ । କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅଞ୍ଚଳ ଠାକୁରାଣୀ ସିରାଜୁଦ୍ଦିନ ବସ୍ତିରେ ସଂଘର୍ଷରେ ଜଣକର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।
Advertisment
ସୂଚନା ଅନୁସାରେ,ଗତ ରାତିରେ କୌଣସି କାରଣରୁ ନାରଣଙ୍କ ସହ ପଡ଼ୋଶୀ ଘର ଲୋକଙ୍କ ସହ ସାଧାରଣ ବଚସା ହୋଇଥିଲା । ଯାହା ପରେ ଏହାକୁ ନେଇ ସଂଘର୍ଷ ଘଟିଥିଲା ।
ନାରଣଙ୍କ ମାଡ଼ରେ ପଡ଼ୋଶୀ ଚନ୍ଦ୍ର ଗୋପ ଗୁରୁତର ହୋଇଥିଲେ ଏହାକୁ ଦେଖି ଚନ୍ଦ୍ରଙ୍କ ତିନି ଭାଇ ନାରଣଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ନାରଣଙ୍କର ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ଉକ୍ତ ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚର ମଧ୍ୟ ଜାରି ରଖିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)