Advertisment

ଡାକ୍ତରଙ୍କ ଘରୁ ମିଳିଲା କୋଟିଏରୁ ଅଧିକ ନଗଦ ଟଙ୍କା

ସିଏଚସି ଡାକ୍ତରଙ୍କ ଘରୁ ଏତେ ନଗଦ ଅର୍ଥ ପାଇ ତାଜୁବ ହୋଇଛି ଭିଜିଲାନ୍ସ ଟିମ୍।

author-image
Chandan Shishu
Vigilance Raid

Vigilance Raid

ଭୁବନେଶ୍ୱର: ଭିଜିଲାନ୍ସ ଇତିହାସରେ ପ୍ରଥମ। ଡାକ୍ତରଙ୍କ ଘରୁ ମିଳିଲା କୋଟିଏରୁ ଅଧିକ ନଗଦ ଟଙ୍କା। ଆଜି ଭିଜାଲାନ୍ସ ଜାଲରେ ପଡ଼ିଥିବା ପୁରୀ ଜିଲ୍ଲା ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଭାଗ ଡାକ୍ତର ସୁକାନ୍ତ ଜେନାଙ୍କ ଘରୁ। କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ୍। ପ୍ରସବ ପାଇଁ ଜଣେ ପ୍ରସୂତୀଙ୍କ ସଂପର୍କୀୟଠାରୁ ଡାକ୍ତର ସୁକାନ୍ତ ଜେନା ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ରେଡ୍ ହ୍ୟାଣ୍ଡ୍ ଧରାପଡିଥିଲେ।

Advertisment

ପରେ ତାଙ୍କୁ ଜେରା ସହ ଭୁବନେଶ୍ୱର ବାସଭବନରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍। ଆଜି ଅପରାହ୍ଣରୁ ଏହି ରେଡ୍ ଜାରି ରହିଛି। ଭୁବନେଶ୍ୱର କଳାରାହାଙ୍ଗରେ ଡାକ୍ତରଙ୍କ ଆଲିସାନ ବିଲଡିଂରେ ଚଢାଉ କରାଯିବା ବେଳେ ଏଠାରୁ ଭିଜିଲାନ୍ସ ଟିମ୍ ୧ କୋଟି ୧୨ ଲକ୍ଷରୁ ଅଧିକ ଟଙ୍କା ଜବତ କରିଥିବା ସୂଚନା ଦେଇଛି।

ଏତେ ଟଙ୍କା ହାତରେ ଗଣିବା ସମ୍ଭବ ନହେବାରୁ ଟଙ୍କାଗଣା ମେସିନର ସହାୟତା ନିଆଯାଇଛି। ସିଏଚସି ଡାକ୍ତରଙ୍କ ଘରୁ ଏତେ ନଗଦ ଅର୍ଥ ପାଇ ତାଜୁବ ହୋଇଛି ଭିଜିଲାନ୍ସ ଟିମ୍।

Advertisment

ସେହିଭଳି ଘରୁ ସୁନା ମଧ୍ୟ ଜବତ ହୋଇଥିବା ବେଳେ ସେ ସମ୍ପର୍କରେ ସବିଶେଷ ସୂଚନା ମିଳିନି। ଜଣେ ଆଡିସିନାଲ ଏସପିଙ୍କ ନେତୃତ୍ୱରେ ହେଉଥିବା ଏହି ରେଡରେ ଜଣେ ଡିଏସପି ଓ ୩ ଜଣ ଇନସ୍‌ପେକ୍ଟର ସାମିଲ ଅଛନ୍ତି। ଡାକ୍ତର ସୁକାନ୍ତ ଜେନାଙ୍କର ଅନ୍ୟ ସ୍ଥାବର, ଅସ୍ଥାବର ସମ୍ପତ୍ତିର ଯାଞ୍ଚ୍ କରୁଛି ଭିଜିଲାନ୍ସ ଟିମ୍ ତାଙ୍କର ଅନ୍ୟ କେଉଁଠି ଘର,ପ୍ଲଟ ରହିଛି ଏବଂ ତାଙ୍କ ଆୟ ବହିର୍ଭୁତ ସମ୍ପତ୍ତି ସମ୍ପର୍କରେ ଛାନଭିନ୍ ଜାରି ରହିଛି।

Vigilance Raid Vigilance Scanner
Advertisment
Advertisment