ଯଦି ଜଣେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ସଚିବଙ୍କ ହ୍ୱାଟ୍ସଆପ୍ ନମ୍ବର ହ୍ୟାକ୍ ହୋଇପାରିଛୁ, ତା’ହେଲେ ଜଣେ ସାଧାରଣ ଲୋଙ୍କ ନମ୍ବର କିଭଳି ଭାବରେ ସୁରକ୍ଷିତ ରହିପାରିବ। ଏନେଇ ଏବେ ସାଇବର ସିକ୍ୟୁରିଟିକୁ ନେଇ ଅନେକ ପ୍ରଶ୍ନ ଉଠିଛି।
ଆକାଶ ପାଠକଙ୍କୁ ଜେଲରେ ଜେରା କରିବ ଇଡି। ଚାକିରି କରାଇବା ନାଁରେ ଠକେଇ ନେଇ ହୋଇଥିଲା ଅଭିଯୋଗ। ଆକାଶ ପାଠକଙ୍କୁ ଆଜି ହେବ ଜେରା।
ସରକାରୀ ବାବୁଙ୍କୁ ଭିଜିଲାନ୍ସ ଯେତେ ଘାଂଟୁଛି ସେତେ ତଥ୍ୟ ପାଉଛି। ଗୋଟିଏ ପରେ ଗୋଟିଏ ଲିଙ୍କ୍ର ଖୋଲୁଛି ଗୁମର
ବାଘଛାଲ ବିକ୍ରି ପାଇଁ ଡିଲ ହେଉଥିବା ବେଳେ ବନ ବିଭାଗର ଚଢଉ । ଦେବଗଡ ବନଖଣ୍ଡ ରିଆମାଳ ଫରେଷ୍ଟରେଂଜ ବ୍ରାହ୍ମଣିପାଲ ଗାଁ ନିକଟରେ କଲରାପତରିଆ ବାଘ ଛାଲ ବିକ୍ରି ପାଇଁ ଡିଲ ଚାଲିଥିବା ବେଳେ ବନ ବିଭାଗ ଚଢଉ କରିଥିଲା । ଘଟଣାସ୍ଥଳରୁ ବାଘଛାଲ ଜବତ ସହ ଦୁଇଜଣଙ୍କୁ ଗିରଫ କରାଯାଇଛି ।
ଭୁବନେଶ୍ୱରର କେବିଏନ୍ ଗ୍ରୁପ୍ ଭଳି କଟକରେ ବି ଯୁବ ଗୋଷ୍ଠୀଙ୍କ ମାରଣାସ୍ତ୍ର ସହ ଭିଡିଓ ଭାଇରାଲ ହେଉଛି। ହାତରେ ବନ୍ଧୁକ ଧରି ସର୍ବସାଧାରଣ ସ୍ଥାନରେ କରିଛନ୍ତି ସର୍ଟ ଭିଡିଓ। କେବଳ ବନ୍ଧୁକ ନୁହେଁ ଖଣ୍ଡା ଧରି ସର୍ବସାଧାରଣରେ ପ୍ରଦର୍ଶନ କରିବା ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ବଲାଙ୍ଗିରବାସୀ ଆଉ ନିଜକ ସୁରକ୍ଷିତ ମଣୁନାହାନ୍ତି। କାରଣ ଏଠି କଥା କଥାକେ ମାରପିଟ୍ ହେଉଛି ତ ଗୋଷ୍ଠୀ କନ୍ଦଳ ବି ବଢୁଛି
ଭୁବନେଶ୍ୱର ପରେ ଏବେ କଟକର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ନେଇ କମିଶନରେଟ୍ ପୋଲିସର ବଢୁଛି ଟେନସନ୍
ପୋଲିସ୍ ପୁଅର ଡନ୍ ନିଶା । ଚେଙ୍ଗ, ସଂଜୟ ପରେ ଏବେ ପୋଲିସ୍ ଟାର୍ଗେଟ୍ରେ KBN ଗ୍ରୁପ୍ର ମାଷ୍ଟର ମାଇଣ୍ଡ ବୁବୁ ଜେନା । ଲୋକଙ୍କୁ ଭୟଭୀତ କଲା ଭଳି ଭିଡିଓ ତିଆରି କରି ରାଜଧାନୀରେ ଆତଙ୍କ ସୃଷ୍ଟି କରିଥିବା ବୁବୁ ଜେନା ଘରେ ଆଜି ପଡ଼ିଛି ପୋଲିସ ରେଡ୍ ।
ପ୍ରଶ୍ନ ଉଠୁଛି, ସେମାନେ ଏତେଦିନ ଯାଏଁ ଦୁର୍ନୀତି ନିବାରଣ ବିଭାଗ ଅଲକ୍ଷ୍ୟରେ ଥିଲେ କେମିତି ? ସେମାନେ ହିଁ କଣ ପୋଖରୀର ସବୁଠୁ ବଡ଼ ମାଛ ? ନା ତାଙ୍କଠୁ ଆହୁରି ବଡ଼ ବଡ଼ ମାଛ ଏତେ ଗଭୀର ଜଳରେ ଅଛନ୍ତି ଯେ, ଭିଜିଲାନ୍ସର ଜାଲ ତାଙ୍କ ଯାଏଁ ପହଞ୍ଚିପାରୁନି ?
ଏବେ ପୋଲିସ୍ ଟାର୍ଗେଟ୍ରେ ବୁବୁ ଜେନା। ରାତି ଅଧରେ ଭିଡ଼ିଓ କରୁଥିଲେ, ଲୋକଙ୍କୁ ଆତଙ୍କିତ କରୁଥିଲେ
ପ୍ରଶ୍ନ ଉଠୁଛି, ସେମାନେ ଏତେଦିନ ଯାଏଁ ଦୁର୍ନୀତି ନିବାରଣ ବିଭାଗ ଅଲକ୍ଷ୍ୟରେ ଥିଲେ କେମିତି ? ସେମାନେ ହିଁ କଣ ପୋଖରୀର ସବୁଠୁ ବଡ଼ ମାଛ ? ନା ତାଙ୍କଠୁ ଆହୁରି ବଡ଼ ବଡ଼ ମାଛ ଏତେ ଗଭୀର ଜଳରେ ଅଛନ୍ତି ଯେ, ଭିଜିଲାନ୍ସର ଜାଲ ତାଙ୍କ ଯାଏଁ ପହଞ୍ଚିପାରୁନି ?
ଆୟବର୍ହିଭୂତ ସମ୍ପତିଠୁଳ ଅଭିଯୋଗରେ ପ୍ରତାଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ତେବେ ତାଙ୍କଠାରୁ ମୋଟ ୧୪ କୋଟି ୮୭ ଲକ୍ଷ ଟଙ୍କାର ଆୟ ବର୍ହିଭୂତ ସମ୍ପତି ଜବତ କରାଯାଇଛି । ତାଙ୍କର ମୋଟ ଆୟର ୧୦୮୭ ଗୁଣା ଅଧିକ ସମ୍ପତି ତାଙ୍କଠାରୁ ଜବତ କରାଯାଇଛି ।
ଆୟବର୍ହିଭୂତ ସମ୍ପତିଠୁଳ ଅଭିଯୋଗରେ ପ୍ରତାଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ତେବେ ତାଙ୍କଠାରୁ ମୋଟ ୧୪ କୋଟି ୮୭ ଲକ୍ଷ ଟଙ୍କାର ଆୟ ବର୍ହିଭୂତ ସମ୍ପତି ଜବତ କରାଯାଇଛି । ତାଙ୍କର ମୋଟ ଆୟର ୧୦୮୭ ଗୁଣା ଅଧିକ ସମ୍ପତି ତାଙ୍କଠାରୁ ଜବତ କରାଯାଇଛି ।
ଯୁବକଙ୍କ ଅପହରଣ ନାଟକ ମହଙ୍ଗା ପଡ଼ିଲା । ପ୍ରେମ ବି ଫସର ଫାଟିଗଲା । ଜେଲରେ ପୂରାଇଲେ ମାମୁଁ ।
KBN ଗ୍ରୁପ୍ର ଗୋଟିଏ ପରେ ଗୋଟିଏ ଭିଡ଼ିଓ ସାମ୍ନାକୁ ଆସିବାରେ ଲାଗିଛି। ସ୍ମାର୍ଟସିଟି ଭୁବନେଶ୍ୱରରେ ସକ୍ରିୟ ଥିବା ତଥାକଥିତ ଅପରାଧି ଗ୍ୟାଙ୍ଗ୍ KBN ଗ୍ରୁପ୍ର ଆଉ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି।
ଗୋଟିଏ ପରେ ଗୋଟିଏ ଭିଡ଼ିଓ, ଗୋଟିଏ ପରେ ଗୋଟିଏ ଦୃଶ୍ୟ । ସ୍ମାର୍ଟସିଟିରେ ସକ୍ରିୟ ଥିବା ତଥାକଥିତ ଅପରାଧି ଗ୍ୟାଙ୍ଗ୍ KBN ଗ୍ରୁପର ଆସିଲା ଆଉ ଏକ ଭିଡ଼ିଓ । ଯେଉଁଥିରେ ରାଜରାସ୍ତା ଉପରେ ଫିଲ୍ମି ଷ୍ଟାଇଲରେ ଗାଡ଼ି ଉପରେ ମସ୍ତି କରୁଛନ୍ତି, ପାର୍ଟି କରୁଛନ୍ତି ।
କେଉଁ ଉପାୟରେ ଏତେ ସମ୍ପତ୍ତି ଠୁଳ କଲେ ? ୩୩ ବର୍ଷ ଚାକିରୀରେ କେମିତି ଏବଂ କେଉଁ ବାଟ ଦେଇ ଅମାପ କଳାଧନ ସଞ୍ଚିଥିଲେ ଭିଜିଲାନ୍ସ ଜାଲରେ ଫସିଥିବା ରାଜ୍ୟ ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନର ଡେପୁଟି ମ୍ୟାନେଜର ପ୍ରତାପ ସାମଲ ।
ଭିଜିଲାନ୍ସ ଜାଲରେ ଫସିଥିବା ରାଜ୍ୟ ପୋଲିସ ହାଉସିଂ ଆଣ୍ଡ୍ ୱେଲ୍ଫେୟାର କର୍ପୋରେସନ(OPHWC)ର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ଆଜି ଅମାପ ସମ୍ପତ୍ତିର ମୂଲ୍ୟାୟନ କରୁଛନ୍ତି ଭିଜିଲାନ୍ସ ଅଧିକାରୀ।
ସାରା ରାଜ୍ୟର ଚୋରା ଗାଡ଼ିକୁ ମେସିନ୍ରେ କାଟି ଖଣ୍ଡ ଖଣ୍ଡ କରି ବାହାରକୁ ବିକ୍ରି କରୁଛନ୍ତି କବାଡ଼ିଆ ବାଲା। ଗାଡ଼ି ଚୋରି ପରେ ଏଇଠି ପହଞ୍ଚାଇ ଦେଉଥିଲା ଚୋର। ଆଉ କବାଡ଼ିବାଲା ସବୁ କାମ ସାରି ବିକ୍ରି କରି ଦେଉଥିଲା। ଥାନାର ମାତ୍ର ୧ କି.ମି. ଦୂରରେ ଚାଲୁଥିଲା ଏ ସବୁ କାମ, ଜାଣି ନଥିଲା ପୋଲିସ୍..
ଫିଲ୍ମ ଷ୍ଟାଇଲରେ ଗୁଣ୍ଡାରାଜ୍। ପୁଅକୁ ଅପହରଣ କରିବାକୁ ଆସିଥିଲେ। ହେଲେ ପୁଅକୁ ନପାଇ ବାପାକୁ ଅପହରଣ କରି ନେଇଥିବା ଅଭିଯୋଗ।
ବଲାଙ୍ଗିର ସହର ଗୋପବନ୍ଧୁପଡ଼ାରେ ଶିବପ୍ରସାଦ ବେହେରା ନାମକ ବ୍ୟକ୍ତିଙ୍କ ଘରେ ପଶି ଭଂଗାରୁଜା କରିବା ସହ ତାଙ୍କୁ ଉଠାଇ ନେଇଥିଲେ କେତେଜଣ ସ୍ଥାନୀୟ ଯୁବକ।
ଏ କେମିତିକା ପୁଅ? ବାପାଙ୍କ ସର୍ଭିସ୍ ବନ୍ଧୁକ ଧରି ଲୁଟ୍ ପାଇଁ ପହଞ୍ଚିଲେ ବ୍ୟାଙ୍କରେ...ଆଉ ତାହା ପରେ ଯାହା ହେଲା
ପୋଲିସ୍ ହାଉସିଂ କର୍ପୋରେସନରେ ସରକାରୀ ଚାକିରି, ହେଲେ ଅମାପ ସମ୍ପତ୍ତିର ମାଲିକ। ନିଜ ନାଁରେ କମ୍, ସ୍ତ୍ରୀ ଓ ପିଲାଙ୍କ ନାଁରେ ଲମ୍ବା ତାଲିକାର କୋଠା ଓ ପ୍ଲଟ୍ ରହିଛି । ଭୁବନେଶ୍ୱର-ଖୋର୍ଦ୍ଧା-ଭଦ୍ରକରେ ଠାବ ହେଲାଣି ୨୨ଟି ପ୍ଲଟ ସାଙ୍ଗକୁ ୭ରୁ ଅଧିକ ମୂଲ୍ୟବାନ କୋଠା। ଖାଲି ସେତିକି ନୁହେଁ, ଭିଜିଲାନ୍ସ ଟିମକୁ ଦେଖି ପଡ଼ିଶା ଘର ଛାତକୁ ଫିଙ୍ଗି ଦେଇଥିବା ନଗଦ ୨୦ଲକ୍ଷ ସହ ଜବତ ହୋଇଛି ୩୮ଲକ୍ଷ ଟଙ୍କା।
ସରକାରୀ ଚାକିରି କରିଛନ୍ତି କିନ୍ତୁ କୋଟି କୋଟି ଟଙ୍କାର ସମ୍ପତ୍ତି ରଖିଛନ୍ତି, ଯାହାର ହିସାବ ସେ ନିଜେ ବି ଦେଇ ପାରୁନାହାନ୍ତି।
ରାଜ୍ୟରେ ବଢିବାରେ ଲାଗିଛି ନବବଧୂ ମାମଲା, ନୟାଗଡ଼ରୁ ପୁଣି ସାମ୍ନାକୁ ଆସିଲା ନବବଧୂର ହତ୍ୟା ଘଟଣା