/odishatv-khabar/media/post_attachments/uploadimage/library/16_9/16_9_0/loot_case_1645082220.jpg)
loot case
ଭୁବନେଶ୍ୱରରେ ଲିଫ୍ଟ ଦେଇ ଲୁଟ୍ ଗ୍ୟାଙ୍ଗର ୨ ଲୁଟେରାକୁ ସହିଦନଗର ପୋଲିସ ଗିରଫ କରିଛି । ସେମାନଙ୍କ ଠାରୁ କାର, ସୁନା ଓ ନିଶା ଔଷଧ ଜବତ ହୋଇଛି ।ଘରକୁ ଯିବାକୁ ଅପେକ୍ଷା କରିଥିବା ଲୋକଙ୍କୁ ଲିଫ୍ଟ ଦେବା ବାହାନାରେ ନିଶା ଦେଇ ସେମାନେ ଲୁଟ କରୁଥିଲେ । କିଛିବାଟ ଯିବା ପରେ ଖାଇବାକୁଦେବା ବାହାନାରେ ସେମାନେ ଲୁଟ୍ କରୁଥିଲେ । ଏକାଧତ୍କ ଲୁଟ ମାମଲାରେ ଉଭୟଙ୍କ ସଂପୃକ୍ତି ଥବା ପୋଲିସ ପକ୍ଷରୁ ସୂଚନା ମିଳିଛି ।
Advertisment
ସୂଚନା ଅନୁସାରେ ଗିରଫ ଲୁଟେରା ଦଳ ଲୋକ ମାନଙ୍କୁ ଗାଡିରେ ଲିପ୍ଟ ଦେବା ବାହାନା କରି ସେମାନଙ୍କୁ ନିଶା ଦ୍ରବ୍ୟ ଦେଇଥାନ୍ତି ଓ ପରେ ସେମାନେ ଲୋକଙ୍କ ଠାରୁ ଟଙ୍କା ଲୁଟ୍ କରିଥାନ୍ତି । ଏହାଛଡ଼ା ଲୁଟେରା ମାନେ ଲୋକଙ୍କଠୁ ଏଟିଏମ୍ ଛାଡାଇ ନେଇ ମାଡ଼ ମାରି ଓଟିପି ନେଇ ଟଙ୍କା ନେଇଯାଇଥାନ୍ତି ।
ପୂର୍ବରୁ ଢେଙ୍କାନାଳର ଜଣେ ଲୋକଠୁ ୪୬ ହଜାର ଟଙ୍କା ଲୁଟି ଥିଲେ । ସେହିପରି ଆଉ ଜଣେ ବ୍ୟକ୍କିଙ୍କ ଆକାଉଣ୍ଟରୁ ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)