ସପ୍ତାହକରେ ଗିରଫ ୧୦ରୁ ଅଧିକ ସରକାରୀ ବାବୁ । କାହା ଛତ୍ରଛାୟାରେ ଓ କେଉଁ ପ୍ରଭାବଶାଳୀଙ୍କ ଆଶୀର୍ବାଦରେ ଠିଆ କରିଥିଲେ କଳାଧନର ସାମ୍ରାଜ୍ୟ ?
ଅତି ବେଶୀରେ ମାସକୁ ୪୫ ହଜାର ଦରମା ମିଳୁଥିବ.. ହେଲେ ଅଚଳାଚଳ ସମ୍ପତ୍ତିର ମାଲିକ ସେ.. ଭୁବନେଶ୍ୱର କଳାରାହାଙ୍ଗ LI ଜଗନ୍ନାଥ ରାଉଳଙ୍କ ଘରେ ଭିଜିଲାନ୍ସ ରେଡ୍.. ସମ୍ପତ୍ତିର ହିସାବ କରି କରି ହାଲିଆ ହେଲାଣି ଭିଜିଲାନ୍ସ
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାରାହାଙ୍ଗ ଲାଇଭ୍ ଷ୍ଟକ୍ ଇନ୍ସପେକ୍ଟର ଜଗନ୍ନାଥ ରାଉତଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଚାଲିଛି ।
ଡାକ୍ତରଙ୍କ ଘରେ ଗଦା ଗଦା ଟଙ୍କା । ଅତିରିକ୍ତ ଏଏସପିଙ୍କ ଅମାପ ସମ୍ପତ୍ତି । ଏଡିଏମଙ୍କର ଅଜସ୍ର ଉପାର୍ଜନ, ଆଉ ବିଦ୍ୟୁତ ବିଭାଗ ନୀରିକ୍ଷକଙ୍କ ବେହିସାବ ରୋଜଗାର । ଗଲା କିଛି ଦିନ ଭିତରେ ଭିଜିଲାନ୍ସ ଜାଲର ଫସିଥିବା ଏସବୁ ବଡ଼ ବଡ଼ ବାବୁଙ୍କର ସମ୍ପତ୍ତି ଦେଖି ତାଜୁବ ଭିଜିଲାନ୍ସ ବିଭାଗ ।
ସ୍ପେଶାଲ୍ ସର୍ଚ୍ଚ ଓ୍ୱାରେଣ୍ଟ ବଳରେ OSAP ସିପାହୀ ସହଦେବ ପରିଡ଼ାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି.. ଏକାକାଳୀନ ୫ଟି ଯାଗାରେ ଚଢାଉ କରି ଭିଜିଲାନ୍ସ ଖୋଳତାଡ଼ ଜାରି ରଖିଛି..
ଜମନକିରା ଲ୍ୟାମ୍ପସ ଏମ୍ଡିଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଫଣିନ୍ଦ୍ର ସାହୁଙ୍କ ଘରେ ରେଡ୍ । ଜମନକିରା ଅଫିସ୍, ପୈତୃକ ଗାଁ ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ
କନଷ୍ଟେବଲଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କନଷ୍ଟେବଲଙ୍କ ଘରେ ଏହି ରେଡ୍ ହୋଇଛି । ବ୍ରହ୍ମପୁର ପୋଲିସ କନଷ୍ଟେବଲ ସୁଦର୍ଶନ ପ୍ରଧାନଙ୍କ ଘରେ ଭିଜିଲାନ୍ସ ରେଡ୍ ।
ଭିଜିଲାନ୍ସ ଜାଲରେ ଅତିରିକ୍ତ DSWO I ଅତିରିକ୍ତ DSWO ଚନ୍ଦ୍ରା ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍I ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ I ବରପାଲି ଘର ଓ ବରଗଡ଼ ଅଫିସରେ ଭିଜିଲାନ୍ସ ଚଢ଼ାଉ
ଜଣଙ୍କ ନାଁରେ ଗୋଟିଏ କି ଦୁଇଟି ନୁହେଁ ପାଞ୍ଚ ପାଞ୍ଚଟି ପାନ୍ କାର୍ଡ । ପାନ୍ କାର୍ଡରେ ନାଁ ସମାନ ରହିଥିଲେ ମଧ୍ୟ ନମ୍ବର ଅଲଗା ଅଲଗା ରହିଛି । ପୁରୀ ନିମାପଡା ତହସିଲଦାର ରାମଚନ୍ଦ୍ର ଜେନାଙ୍କଙ୍କ ସମ୍ପତ୍ତି ଯାଞ୍ଚ ବେଳେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ମିଳିଛି
ବହିଷ୍କୃତ କନେଷ୍ଟବଳ ପ୍ରସନ୍ନ ବେହେରାଙ୍କ ଅଡ଼ୁଆ ଆହୁରି ବଢ଼ିଗଲା.. ପ୍ରସନ୍ନଙ୍କ ଘର, ହୋଟେଲ ଓ କିଛି ବ୍ୟବସାୟ ଅନୁଷ୍ଠାନରେ ରେଡ୍ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ ।